Posted inଖେଳ

ତ୍ରିରାଷ୍ଟ୍ରୀୟ ଟି୨୦: ବାଂଲାଦେଶ- ଆଫଗାନିସ୍ତାନ ଫାଇନାଲ

ଚିଟ୍ଟାଗଙ୍ଗ,୧୯।୯(ଏଏଫପି)- ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଆସନ୍ତା ମଙ୍ଗଳବାର ଫାଇନାଲ ମୁକାବିଲାରେ ଆୟୋଜକ ବାଂଲାଦେଶ ଓ ଆଫଗାନିସ୍ତାନ ପରସ୍ପରକୁ ଭେଟିବେ। ଅନ୍ୟତମ ଦଳ ଜିମ୍ବାଓ୍ବେ ତା’ର ଅନ୍ତିମ ମ୍ୟାଚ୍‌ରେ ଶୁକ୍ରବାର ଆଫଗାନିସ୍ତାନକୁ ଭେଟିବ। ବୁଧବାର ଅନୁଷ୍ଠିତ ସିରିଜର ଚତୁର୍ଥ ମ୍ୟାଚ୍‌ରେ ବାଂଲାଦେଶ ୩୯ ରନରେ ଜିମ୍ବାଓ୍ବେକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ବାଂଲାଦେଶ ୭ ଉଇକେଟ ହରାଇ ୧୭୫ ରନ ସଂଗ୍ରହ କରିଥିଲା। ଜବାବରେ ଜିମ୍ବାଓ୍ବେ ୨୦ ଓଭରରେ ୧୩୬ ରନ କରି ଅଲଆଉଟ ହୋଇ ପରାଜୟ ବରଣ କରିଛି। ୪୧ ବଲରୁ ୧ ଚୌକା ଓ ୫ ଛକା ସହ ୬୨ ରନର ଦ୍ରୁତ ପାଳି ଖେଳିଥିବା ବାଂଲାଦେଶ ଅଭିଜ୍ଞ ବ୍ୟାଟ୍ସମ୍ୟାନ ମହମୁଦୁଲ୍ଲା ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
୧୭୬ ରନ ଟାର୍ଗେଟର ପିଛା କରିଥିବା ଜିମ୍ବାଓ୍ବେ ପକ୍ଷରୁ ରିଚ୍‌ମଣ୍ଡ ମୁଟୁମ୍ବାମି ସର୍ବାଧିକ ୫୪, ଅଧିନାୟକ ହାମିଲଟନ ମାସାକାଜା ୨୫, କାଏଲ ଜାର୍ଭିସ ୨୭ ରନ ସଂଗ୍ରହ କରିଥିଲେ। ବୋଲିଂରେ ବାଂଲାଦେଶର ଶଫିଉଲ ଇସ୍‌ଲାମ ୩, ମୁସ୍ତାଫିଜୁର ରହମାନ ଓ ଅମିନୁଲ ଇସ୍‌ଲାମ ୨ଟି ଲେଖାଏ, ମହମ୍ମଦ ସୈଫୁଦ୍ଦିନ ଓ ସାକିବ ଅଲ ହାସଲ ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ତରଫରୁ ମହମୁଦୁଲ୍ଲା ସର୍ବାଧିକ ୬୨, ଲିଟନ ଦାସ ୩୮, ମୁସ୍‌ଫିକର ରହିମ ୩୨ ରନ ସଂଗ୍ରହ କରି ଆଉଟ ହୋଇଥିଲେ। ଜିମ୍ବାଓ୍ବେ ପକ୍ଷରୁ ବୋଲିଂରେ ଜାର୍ଭିସ ୩, କ୍ରିସ୍‌ ମୋଫୁ ୨, ରିୟାନ ବୁର୍ଲ ଓ ଟିନୋଟେଣ୍ଡା ମୁଟୋମ୍ବୋଜି ଗୋଟିଏ ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ବାଂଲାଦେଶ ୨୦ ଓଭରରେ ୧୭୫/୭
(ମହମୁଦୁଲ୍ଲା- ୬୨, ଲିଟନ- ୩୮, ମୁସ୍‌ଫିକର-୩୨, ଜାର୍ଭିସ- ୩/୩୨, ମୋଫୁ- ୨/୪୨)।
ଜିମ୍ବାଓ୍ବେ ୨୦ ଓଭରରେ ୧୩୬ ଅଲଆଉଟ୍‌
(ମୁଟୁମ୍ବାମି- ୫୪, ଜାର୍ଭିସ- ୨୭, ମାସାକାଜା- ୨୫, ଶଫିଉଲ- ୩/୩୬, ମୁସ୍ତାଫିଜୁର- ୨/୩୮, ଅମିନୁଲ- ୨/୧୮)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚାଇନାରେ କ୍ରିକେଟ ଲାଗି ରହିଛି ଗୋଟିଏ ଘାସ ପିଚ୍‌

ସାଙ୍ଘାଇ,୯।୮(ଏଏଫ୍‌ପି)- ଚାଇନାରେ ପ୍ରାୟ ନାଗରିକଙ୍କୁ କ୍ରିକେଟ କ୍ରୀଡ଼ା ବିଷୟରେ ଜଣାନାହିଁ। ୧.୪ ବିଲିୟନ ଜନସଂଖ୍ୟାଙ୍କ ଲାଗି ଗୋଟିଏ ଘାସ ପିଚ୍‌ ରହିଛି। ଏବେ ସେମାନେ ଫୁଟ୍‌ବଲ...

ସନ୍ନ୍ୟାସ ନେଇ ଘୋଷଣା କଲେ ସାନିଆ

ନୂଆଦିଲ୍ଲୀ,୧୩।୧: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଆନୁଷ୍ଠାନିକ ଭାବେ ବୃତ୍ତିଗତ ଟେନିସରୁ ବିଦାୟ ନେଉଥିବା ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ଏକ ଭାବପ୍ରବଣ ପୋଷ୍ଟ...

ଭାରତୀୟ ଟପ୍‌ ଅର୍ଡର ଉପରେ ନଜର

ଅହମଦାବାଦ,୧।୨(ପି.ଟି.): ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ସିରିଜର ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ ବୁଧବାର ଏଠାରେ ଅନୁଷ୍ଠିତ ହେବ। ଭାରତ ଓ ନ୍ୟୁଜିଲାଣ୍ଡ...

ଅଲିମ୍ପିକ୍‌ ଡିଲେ: ପ୍ରାୟୋଜକ ନେଇ ଅନିଶ୍ଚିତତାରେ ଆଥ୍‌ଲେଟ

ଓ୍ବାଶିଂଟନ,୨୬।୩(ଏପି)- କୋଭିଡ-୧୯ ଆତଙ୍କ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଯାଇଛି। ତେବେ ଏଥିପାଇଁ ସାରା ବିଶ୍ୱରେ ଆଥଲେଟମାନେ ଏକ ନୂଆ ପ୍ରକାର ସମସ୍ୟାର ସମ୍ମୁଖୀନ...

କରୋନା ଭାଇରସ୍‌ ମୋ କ୍ୟାରିୟରର ଅନ୍ତ ଘଟାଇବ ନାହିଁ: ଆଣ୍ଡରସନ

ଲଣ୍ଡନ, ୨୮ା୩ (ଏଏଫ୍‌ପି)-କରୋନା ଭାଇରସ୍‌ ତାଙ୍କ ଉଜ୍ଜ୍ୱଳ କ୍ୟାରିୟରର ଅନ୍ତ ଘଟାଇବ ନାହିଁ ବୋଲି କହିଛନ୍ତି ଇଂଲଣ୍ଡ ବୋଲର ଜେମ୍ସ ଆଣ୍ଡରସନ। ସେ କହିଛନ୍ତି, ବର୍ତ୍ତମାନ...

ମିଲ୍‌ଖାଙ୍କ ନାମରେ ଚେୟାର

ଚଣ୍ଡିଗଡ଼, ୨୦ା୬ (ପି.ଟି.)-ପଟିଆଲାସ୍ଥିତ ସ୍ପୋଟର୍‌ସ ୟୁନିଭର୍ସିଟିରେ ମିଲ୍‌ଖା ସିଂଙ୍କ ନାମରେ ଏକ ଚେୟାର ପ୍ରତିଷ୍ଠା କରାଯିବ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଶନିବାର ଏହା ଘୋଷଣା...

ଧୋନୀଙ୍କୁ ବିସିସିଆଇର ସମର୍ଥନ

ନୂଆଦିଲ୍ଲୀ,୭।୬- ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ବିଶ୍ୱକପ୍‌ ମ୍ୟାଚ୍‌ରେ ବ୍ୟବହାର ଉଇକେଟ କିପିଂ ଗ୍ଲୋଭ୍ସକୁ ନେଇ...

ସଚିନଙ୍କୁ ଆଉଟ୍‌ କରିବା ପରେ ଅଟୋଗ୍ରାଫ୍‌ ପାଇଁ ଆସିଥିଲେ ବ୍ରାଡ୍‌ ହଗ୍‌; ବାର୍ତ୍ତା ଦେଖି ହୋଇଥିଲେ ଚକିତ

ନୂଆଦିଲ୍ଲୀ,୧୨।୫: ଭାରତର ମହାନ ବ୍ୟାଟ୍ସମ୍ୟାନ୍‌ ସଚିନ ତେନ୍ଦୁଲକରଙ୍କ ବହୁତ ପ୍ରଶଂସକ ଅଛନ୍ତି। ସାଧାରଣ ଲୋକଟିଏ ହେଉ ଅଥବା କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତି ସଚିନଙ୍କ ଗୋଟିଏ...

Advertisement
Archives

Model This Week