ତ୍ରିପାକ୍ଷିକ ଆଲୋଚନାରୁ ବାହାରିଲାନି ନିଷ୍କର୍ଷ

କେନ୍ଦୁଝର, ୧୨।୧୦ (ସ୍ବ.ପ୍ର./ଡି.ଏନ.ଏ.)- ଓଡିଶା ସ୍ପଞ୍ଜ କାରଖାନା ଶ୍ରମିକଙ୍କ ସମସ୍ୟା ନେଇ ଶୁକ୍ରବାର ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ମିନି କନଫରେନ୍ସ ହଲ୍‌ଠାରେ ଅନୁଷ୍ଠିତ ଏହି ବୈଂକରେ ଓଡିଶା ସ୍ପଞ୍ଜ କାରଖାନା କର୍ତ୍ତୃପକ୍ଷ, କର୍ମଚାରୀ ସଂଘ ଓ ଜିଲା ପ୍ରଶାସନର ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପଳାଶପଙ୍ଗାସ୍ଥିତ ଓଏସ୍‌ଆଇଏଲ୍‌ କାରଖାନା ପୁନଃ ଚାଲୁ କରିବା ଏବଂ ଶ୍ରମିକମାନଙ୍କ ପକ୍ଷରୁ ଆସିଥିବା ବିଭିନ୍ନ ପ୍ରସ୍ତାବ ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। କେତେକ ଦାବି ପ୍ରସ୍ତାବରେ ସହମତି ପ୍ରକାଶ ପାଇଥିଲେ ମଧ୍ୟ ଶ୍ରମିକଙ୍କୁ ଦରମା ଦେବା ପ୍ରସ୍ତାବ ନେଇ ଆଲୋଚନା ଆଗେଇ ପାରି ନ ଥିଲା। ଏଣୁ ଏହି ତ୍ରିପାକ୍ଷିକ ବୈଠକ ସଫଳ ହୋଇ ପାରି ନ ଥିବା ଜଣାପଡିଛି।
ଜିଲା ଶ୍ରମ ଅଧିକାରୀ ଅଜୟ କୁମାର ପ୍ରଧାନ ଏହି ସୂଚନା ଦେଇ ଖୁବ୍‌ଶୀଘ୍ର ଆଉ ଏକ ତାରିଖ ଘୋଷଣା କରି ଏ ଦିଗରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ତ୍ରିପାକ୍ଷିକ ବୈଠକରେ କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ ଅଧ୍ୟକ୍ଷତା କରିଥିଲେ। ପ୍ରଭାଗୀୟ ଶ୍ରମ ଆୟୁକ୍ତ ଲକ୍ଷ୍ମୀଧର ରଥ,ଜିଲା ଶ୍ରମ ଅଧିକାରୀ ଅଜୟ କୁମାର ପ୍ରଧାନ, ଓଡିଶା ସ୍ପଞ୍ଜ ଆଇରନ କାରଖାନାର ନିର୍ଦ୍ଦେଶକ ମୁନିର ମହାନ୍ତି, ଇଡି ସଞ୍ଜିବ କପୁର, ଫାଇନାନସର ପବନ ଅଗ୍ରୱାଲ, କାରଖାନାର ଆସିଷ୍ଟାଣ୍ଟ ଜେନେରାଲ ଅଫିସର ସୋମନାଥ ଧିର ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଶ୍ରମିକ ପ୍ରତିନିଧିଭାବେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା, ସମ୍ପାଦକ ମହେଶ୍ୱର ରାଉତ, ଜିଲା ସଭାପତି ବିଦ୍ୟାଧର ମହାନ୍ତଙ୍କ ସମତେ ବହୁ କର୍ମଚାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉଲ୍ଲେଖନୀୟ ଯେ, ୨୦୧୨ ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ପ୍ରାପ୍ୟ ଚୁକ୍ତିନାମା ସ୍ବାକ୍ଷର ହେବା ପୂର୍ବରୁ ଅର୍ଥ ଜମା କରିବାକୁ କମ୍ପାନୀ ଆଲୋଚନା ବେଳେ ସହମତି ପ୍ରକାଶ କରିଥିଲା। କମ୍ପାନୀରେ ମୋଟ ୪୫୩ କର୍ମଚାରୀଙ୍କ ମଧ୍ୟରୁ ବତ୍ତର୍ର୍ମାନ ଯେଉଁମାନଙ୍କୁ ୫୮ ବର୍ଷ ହୋଇନାହିଁ ସେମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ସ୍ଥିରି ହୋଇଥିଲା। ଏହା ବ୍ୟତୀତ ଅକ୍ଟୋବର ୨୦୧୨ଠାରୁ ଡିସେମ୍ବର ୨୦୧୮ ମସିହା ପର୍ଯ୍ୟନ୍ତ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଗ୍ରାଚ୍ୟୁଇଟି ଏବଂ ପିଏଫ ଦେବା ପାଇଁ ସହମତି ପ୍ରକାଶ ପାଇଥିଲା। ଏହି ସମୟ ମଧ୍ୟରେ ୭୪ ମାସର ଦରମା ଦେବା ନେଇ ପ୍ୟାକେଜ ପ୍ରସ୍ତାବ ଦିଆଯାଇଥିଲା। ଦରମା ବାବଦକୁ ଏକକାଳୀନ ପରିଶୋଧ ନିମନ୍ତେ କମ୍ପାନୀପକ୍ଷରୁ ୪ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା। ପୂର୍ବରୁ କର୍ମଚାରୀମାନେ ଅଗ୍ରିମ ଆକାରରେ ୧ଲକ୍ଷ ୯୨ହଜାର ଟଙ୍କା ନେଇଥିବାବେଳେ ଆଉ ୨ଲକ୍ଷ ୮ହଜାର ଟଙ୍କା ଦେବାକୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏହି ପ୍ରସ୍ତାବରେ ଶ୍ରମିକ ପ୍ରତିନିଧି ଏବଂ ଉପସ୍ଥିତ କର୍ମଚାରୀ ରାଜି ନ ହୋଇ ୮ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ଫଳରେ ଏ ନେଇ କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତି ଦାବିରେ ଜମିହରାଙ୍କ ଆନ୍ଦୋଳନ

କେନ୍ଦୁଝର,୨୧ା୫(ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ପଳାଶପଙ୍ଗା ପଞ୍ଚାୟତର ମୁରୁସୁଆଁ ଗ୍ରାମରେ ୨୦୧୦ରୁ କାର୍ଯ୍ୟକ୍ଷମ ବ୍ରାଣ୍ଡ୍‌ ଷ୍ଟିଲ୍‌ ଆଣ୍ଡ ପାଓ୍ବାର ପ୍ରାଇଭେଟ ଲିମିଟେଡ୍‌ କାରଖାନା ପାଇଁ ଜମି...

ବଜ୍ରପାତରେ ଜଣେ ମୃତ

ଚମ୍ପୁଆ, ୯।୧୦(ଡି.ଏନ.ଏ.): ଚମ୍ପୁଆ ଥାନା ଅନ୍ତର୍ଗତ ସୁନାପଶି ପଞ୍ଚାୟତର ଇନ୍ଦ୍ରପ୍ରସ୍ଥ ଠାରେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ନାଥ ଚନ୍ଦ୍ର ମହାନ୍ତ। ଖବର...

ନାଁ ଫୌଜି, କାମ ସେବା କରିବା

କେନ୍ଦୁଝର, ୧୬ା୩(ସ୍ବ.ପ୍ର.)- ଦେଶ ସୁରକ୍ଷା ଲାଗି ସେନା ବାହିନୀରେ ଯୋଗ ଦେବାକୁ ସେ ନେଇଥିଲେ ତାଲିମ । ତାଙ୍କ ଚିନ୍ତାଧାରା ଓ କର୍ମ ପରେ ତାଙ୍କ...

କେନ୍ଦୁଝରରେ ଜିଲାସ୍ତରୀୟ ସ୍ବାଧୀନତା ଦିବସ

କେନ୍ଦୁଝର (ସ୍ବ.ପ୍ର.): କେନ୍ଦୁଝର ଷ୍ଟାଡିୟମ ପଡିଆରେ ଗୁରୁବାର ଜିଲାସ୍ତରୀୟ ୭୩ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି l ମୁଖ୍ୟଅତିଥି ଭାବେ ଅନୁସୂଚିତ ଜନଜାତି ଓ...

ମିଳୁନି ରାଜସ୍ୱ ଗ୍ରାମ ମାନ୍ୟତା

କେନ୍ଦୁଝର,୧।୪ ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାର କଅଁଳେଇ ବାଲିପାଳ ଗାଁକୁ ରାଜସ୍ବ ଗ୍ରାମର ମାନ୍ୟତା ମିଳୁନି। ଫଳରେ ହାଟଡିହୀ...

ନୋ-ଏଣ୍ଟ୍ରି ଜୋନ୍‌ରେ ଅବାଧ ପ୍ରବେଶ:ଭାରିଯାନକୁ ଅଟକ ରଖିଲେ ଲୋକେ

ବଡବିଲ, ୧୦।୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳ ଦେଇ ଭାରିଯାନ ଚଳାଚଳ ଉପରେ ସକାଳ ୬ଟାରୁ ଅପରାହ୍ନ ଗୋଟାଏ ଏବଂ ଅପରାହ୍ନ ୩ଟାରୁ ରାତି ୮ଟା ପର୍ଯ୍ୟନ୍ତ...

ଯୁବତୀଙ୍କୁ ଅପରହଣ, ହତ୍ୟା ଧମକ: ଅଭିଯୁକ୍ତ ଗିରଫ

ବଡ଼ବିଲ,୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଷ୍ଟେଟ୍‌ବ୍ୟାଙ୍କ ନିକଟସ୍ଥ ଏକ ଜେରକ୍ସ ଦୋକାନରେ କାର୍ଯ୍ୟ କରୁଥିବା ଜଣେ ଯୁବତୀଙ୍କୁ ଟଣାଓଟରା ଏବଂ ଯୁବତୀଙ୍କୁ ଉଦ୍ଧାର...

୨ ଶିକ୍ଷକଙ୍କ ଘରୁ ଚୋରି: ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ଟଙ୍କା ନେଇଗଲେ ଦୁର୍ବୃତ୍ତ

ପାଟଣା,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ଗ୍ରାମରେ ଦୁଇ ଜଣ ଶିକ୍ଷକଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଉକ୍ତ ଗ୍ରାମର ଶିକ୍ଷକ...

Advertisement
Archives

Model This Week