ତ୍ରିପାକ୍ଷିକ ଆଲୋଚନାରୁ ବାହାରିଲାନି ନିଷ୍କର୍ଷ

କେନ୍ଦୁଝର, ୧୨।୧୦ (ସ୍ବ.ପ୍ର./ଡି.ଏନ.ଏ.)- ଓଡିଶା ସ୍ପଞ୍ଜ କାରଖାନା ଶ୍ରମିକଙ୍କ ସମସ୍ୟା ନେଇ ଶୁକ୍ରବାର ତ୍ରିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ମିନି କନଫରେନ୍ସ ହଲ୍‌ଠାରେ ଅନୁଷ୍ଠିତ ଏହି ବୈଂକରେ ଓଡିଶା ସ୍ପଞ୍ଜ କାରଖାନା କର୍ତ୍ତୃପକ୍ଷ, କର୍ମଚାରୀ ସଂଘ ଓ ଜିଲା ପ୍ରଶାସନର ଅଧିକାରୀମାନେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ପଳାଶପଙ୍ଗାସ୍ଥିତ ଓଏସ୍‌ଆଇଏଲ୍‌ କାରଖାନା ପୁନଃ ଚାଲୁ କରିବା ଏବଂ ଶ୍ରମିକମାନଙ୍କ ପକ୍ଷରୁ ଆସିଥିବା ବିଭିନ୍ନ ପ୍ରସ୍ତାବ ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। କେତେକ ଦାବି ପ୍ରସ୍ତାବରେ ସହମତି ପ୍ରକାଶ ପାଇଥିଲେ ମଧ୍ୟ ଶ୍ରମିକଙ୍କୁ ଦରମା ଦେବା ପ୍ରସ୍ତାବ ନେଇ ଆଲୋଚନା ଆଗେଇ ପାରି ନ ଥିଲା। ଏଣୁ ଏହି ତ୍ରିପାକ୍ଷିକ ବୈଠକ ସଫଳ ହୋଇ ପାରି ନ ଥିବା ଜଣାପଡିଛି।
ଜିଲା ଶ୍ରମ ଅଧିକାରୀ ଅଜୟ କୁମାର ପ୍ରଧାନ ଏହି ସୂଚନା ଦେଇ ଖୁବ୍‌ଶୀଘ୍ର ଆଉ ଏକ ତାରିଖ ଘୋଷଣା କରି ଏ ଦିଗରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି। ତ୍ରିପାକ୍ଷିକ ବୈଠକରେ କେନ୍ଦୁଝର ଜିଲାପାଳ ଆଶିଷ ଠାକ୍‌ରେ ଅଧ୍ୟକ୍ଷତା କରିଥିଲେ। ପ୍ରଭାଗୀୟ ଶ୍ରମ ଆୟୁକ୍ତ ଲକ୍ଷ୍ମୀଧର ରଥ,ଜିଲା ଶ୍ରମ ଅଧିକାରୀ ଅଜୟ କୁମାର ପ୍ରଧାନ, ଓଡିଶା ସ୍ପଞ୍ଜ ଆଇରନ କାରଖାନାର ନିର୍ଦ୍ଦେଶକ ମୁନିର ମହାନ୍ତି, ଇଡି ସଞ୍ଜିବ କପୁର, ଫାଇନାନସର ପବନ ଅଗ୍ରୱାଲ, କାରଖାନାର ଆସିଷ୍ଟାଣ୍ଟ ଜେନେରାଲ ଅଫିସର ସୋମନାଥ ଧିର ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ଶ୍ରମିକ ପ୍ରତିନିଧିଭାବେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା, ସମ୍ପାଦକ ମହେଶ୍ୱର ରାଉତ, ଜିଲା ସଭାପତି ବିଦ୍ୟାଧର ମହାନ୍ତଙ୍କ ସମତେ ବହୁ କର୍ମଚାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉଲ୍ଲେଖନୀୟ ଯେ, ୨୦୧୨ ଅକ୍ଟୋବର ପର୍ଯ୍ୟନ୍ତ ସମସ୍ତ ପ୍ରାପ୍ୟ ଚୁକ୍ତିନାମା ସ୍ବାକ୍ଷର ହେବା ପୂର୍ବରୁ ଅର୍ଥ ଜମା କରିବାକୁ କମ୍ପାନୀ ଆଲୋଚନା ବେଳେ ସହମତି ପ୍ରକାଶ କରିଥିଲା। କମ୍ପାନୀରେ ମୋଟ ୪୫୩ କର୍ମଚାରୀଙ୍କ ମଧ୍ୟରୁ ବତ୍ତର୍ର୍ମାନ ଯେଉଁମାନଙ୍କୁ ୫୮ ବର୍ଷ ହୋଇନାହିଁ ସେମାନଙ୍କୁ ପୁନଃ ନିଯୁକ୍ତି ଦେବାକୁ ସ୍ଥିରି ହୋଇଥିଲା। ଏହା ବ୍ୟତୀତ ଅକ୍ଟୋବର ୨୦୧୨ଠାରୁ ଡିସେମ୍ବର ୨୦୧୮ ମସିହା ପର୍ଯ୍ୟନ୍ତ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଗ୍ରାଚ୍ୟୁଇଟି ଏବଂ ପିଏଫ ଦେବା ପାଇଁ ସହମତି ପ୍ରକାଶ ପାଇଥିଲା। ଏହି ସମୟ ମଧ୍ୟରେ ୭୪ ମାସର ଦରମା ଦେବା ନେଇ ପ୍ୟାକେଜ ପ୍ରସ୍ତାବ ଦିଆଯାଇଥିଲା। ଦରମା ବାବଦକୁ ଏକକାଳୀନ ପରିଶୋଧ ନିମନ୍ତେ କମ୍ପାନୀପକ୍ଷରୁ ୪ଲକ୍ଷ ଟଙ୍କାର ପ୍ରସ୍ତାବ ଦିଆଯାଇଥିଲା। ପୂର୍ବରୁ କର୍ମଚାରୀମାନେ ଅଗ୍ରିମ ଆକାରରେ ୧ଲକ୍ଷ ୯୨ହଜାର ଟଙ୍କା ନେଇଥିବାବେଳେ ଆଉ ୨ଲକ୍ଷ ୮ହଜାର ଟଙ୍କା ଦେବାକୁ କମ୍ପାନୀ ପକ୍ଷରୁ କୁହାଯାଇଥିଲା। ଏହି ପ୍ରସ୍ତାବରେ ଶ୍ରମିକ ପ୍ରତିନିଧି ଏବଂ ଉପସ୍ଥିତ କର୍ମଚାରୀ ରାଜି ନ ହୋଇ ୮ଲକ୍ଷ ଟଙ୍କା ଦେବାକୁ ଦାବି କରିଥିଲେ। ଫଳରେ ଏ ନେଇ କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri