ତୁକୁଡ଼ା-ମଝିକା ରାସ୍ତା ସମ୍ପ୍ରସାରଣ ଦାବି

ଛେଣ୍ଡିପଦା,୧୯ା୭(ଡି.ଏନ.ଏ.)-ଅନୁଗୋଳ ଜିଲା ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନ ତୁକୁଡା-ମଝିକା ରାସ୍ତା ସମ୍ପ୍ରସାରଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ମୁତାବକ, ପ୍ରାୟ ୨୫ କିମି ବିଶିଷ୍ଟ ଏହି ରାସ୍ତା ଉପରେ ତୁକୁଡା, ସଦାନନ୍ଦପୁର, ଓଡ଼କପା, ଜାମୁଣ୍ଡା, ଜାମୁଣ୍ଡା ଜଙ୍ଗଲ, ବଡକେରେଜାଙ୍ଗ, ବଡକେରେଜାଙ୍ଗ ଜଙ୍ଗଲ, ଜରଡା, ପାରିପରା, ସାନକେରେଜାଙ୍ଗ, ଗୋଳାବନ୍ଧ, ବେଣାଗାଡିଆ, ମଝିକା ଆଦି ଗ୍ରାମର ଲୋକେ ନିର୍ଭରଶୀଳ। ଏଥିସହ ଜରପଡା, ଆଠମଲ୍ଲିକ, ଜରାସିଙ୍ଗା, କୁମଣ୍ଡ, ଅନୁଗୋଳ ଅଞ୍ଚଳର ଲୋକେ ମଧ୍ୟ ଏହି ରାସ୍ତା ଦେଇ ଯାତାୟାତ କରୁଛନ୍ତି। ଅନୁଗୋଳ ଜିଲାର ଏହା ଏକ ମୁଖ୍ୟ ଗ୍ରାମାଞ୍ଚଳ ରାସ୍ତା। ଏହାର ସମ୍ପ୍ରସାରଣ ହେଉ ନ ଥିବାରୁ ଯିବାଆସିବାରେ ଅସୁବିଧା ହେଉଛି। ଉଭୟ ବ୍ଲକ ସଦର ମହକୁମା ଏବଂ ଜିଲା ସଦର ମହକୁମାକୁ ସଂଯୋଗ କରୁଥିବା ଏହି ରାସ୍ତା ଦେଇ ଶିଳ୍ପାଞ୍ଚଳର ଶ୍ରମିକ, କର୍ମଚାରୀମାନେ ଯାତାୟାତ କରିଥାନ୍ତି। ତେଣୁ ଏହାର ଉନ୍ନତୀକରଣ ସହ ସମ୍ପ୍ରସାରଣର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ଏହି ରାସ୍ତାର ଜାମୁଣ୍ଡା ଜଙ୍ଗଲ ଓ ବଡକେରେଜାଙ୍ଗ ଗ୍ରାମ ମଧ୍ୟରେ ଥିବା ପ୍ରାୟ ୨ କିମି ରାସ୍ତାକୁ ଏକ ପ୍ରମୁଖ କମ୍ପାନୀ ଅଧିଗ୍ରହଣ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ଏପରି ହେଲେ ଲୋକଙ୍କ ଯାତାୟାତ ବାଧାପ୍ରାପ୍ତ ହେବା ନେଇ ଅଶାଙ୍କା ଉପୁଜିଛି। ତୁରନ୍ତ ଗ୍ରାମ୍ୟ ନିର୍ମାଣ ବିଭାଗରୁ ଅନୁଗୋଳ ପୂର୍ତ୍ତ ବିଭାଗ (ଆରଆଣ୍ଡବି) ଅଧୀନକୁ ହସ୍ତାନ୍ତର କରାଯିବା ସହ ରାସ୍ତା


Enter your email to get our daily news in your inbox.

All Right Reserved By Dharitri.Com

ଇତିହାସ ରଚିଲା ଭାରତ: ୭୨୦ ରନ କରି ନ୍ୟୁଜିଲାଣ୍ଡ ମାଟିରେ ରଚିଲା ସର୍ବବୃହତ ଟେଷ୍ଟ ରେକର୍ଡ

େଓ଼୍ବଲିଂଟନ,୨୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଟିମ ଇଣ୍ଡିଆ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛି। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୩୬୮ ରନ କରିଥିଲା। ଏହାର ଜବାବରେ ଟିମ…

ଖାକି ପୋଷାକ ପଛରେ ଅକୁହା ଯନ୍ତ୍ରଣା: ୧୩ ବର୍ଷରେ ୩୦ରୁ ଅଧିକଙ୍କ ଗଲାଣି ଜୀବନ

ଭୁବନେଶ୍ୱର,୨୨ା୧୧(ତ୍ରିନାଥ ମହାନ୍ତି): ଓଡ଼ିଶାରେ ପ୍ରାୟ ୬୦ ପ୍ରତିଶତ ପୋଲିସ କର୍ମଚାରୀ ୧୬ ଘଣ୍ଟାରୁ ଅଧିକ ଏବଂ ୨୨ପ୍ରତିଶତ କର୍ମଚାରୀ ଦିନକୁ ୧୩ ଘଣ୍ଟାରୁ ଅଧିକ କାମ କରନ୍ତି।…

ବନ୍ୟା ରୋକିବାକୁ ଦୀର୍ଘମିଆଦୀ ରୋଡ୍‌ମ୍ୟାପ୍‌: ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୨୨ା୧୧(ସୁନିତ୍‌ ମିଶ୍ର): ବନ୍ୟା ରୋକିବାକୁ ରାଜ୍ୟ ସରକାର ଦୀର୍ଘମିଆଦୀ ଯୋଜନା କରିବା ସହ ପ୍ରଥମ ପର୍ଯ୍ୟାୟରେ ୮ଟି ନଦୀ ସିଷ୍ଟମର ଭିତ୍ତିଭୂମି ବିକାଶ ପାଇଁ ରୋଡ୍‌ ମ୍ୟାପ୍‌…

ରାଜନୀତି ମଇଦାନରେ କ୍ରିକେଟର ୟୁଜବେନ୍ଦ୍ର ଚହଲ; ଭାଜପାରେ ହେଲେ ସାମିଲ, ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୨।୧୧: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ତାଙ୍କର ରାଜନୈତିକ ଇନିଂସ ଆରମ୍ଭ କରିବାର ଘୋଷଣା କରିଛନ୍ତି। ସେ ଶନିବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ତାଙ୍କୁ…

ସୋନିଆ ଗାନ୍ଧୀଙ୍କ ଇଟାଲୀସ୍ଥିତ ଘର ହେବ ସଂଗ୍ରହାଳୟ; ମାଲିକ ସୁଖଦେବ ସିଂହ କାଙ୍ଗ କଲେ ବଡ଼ ଘୋଷଣା

ଇଟାଲୀ,୨୧ା୧୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ପିଲାଦିନର ଘରକୁ ନେଇ ଇଟାଲୀରୁ ଏକ ରୋଚକ କଥା ସାମ୍ନାକୁ ଆସିଛି। ଇଟାଲୀରେ ରହୁଥିବା ଶିଖ୍ ବ୍ୟବସାୟୀ ସୁଖଦେବ ସିଂହ…

ପୁଣି ତେଜିଲା ଓଡ଼ିଶା-ଆନ୍ଧ୍ର ସୀମା ବିବାଦ: କୋଟିଆର ତଳ ଗଞ୍ଜେଇପଦର ପାଇଁ ଆନ୍ଧ୍ରରେ ପ୍ରାର୍ଥୀପତ୍ର ଦାଖଲ କଲେ ଦୁଇ ପ୍ରାର୍ଥୀ

ପଟ୍ଟାଙ୍ଗି,୨୧।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ବିବାଦୀୟ କୋଟିଆ ପଞ୍ଚାୟତର ତଳ ଗଞ୍ଜେଇପଦର ଗ୍ରାମ ପାଇଁ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ…

Kartik Purnima 2026: ସ୍ନାନ-ଦାନଠାରୁ ଆରମ୍ଭ କରି ଦୀପଦାନ ପର୍ଯ୍ୟନ୍ତ, ଏହି ଦିନ ନିଶ୍ଚୟ କରନ୍ତୁ ଏହି ୫ଟି ଶୁଭ କାର୍ଯ୍ୟ!

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥିରେ ପାଳିତ ହେଉଥିବା କାର୍ତ୍ତିକ ପୂର୍ଣ୍ଣିମାକୁ ହିନ୍ଦୁ ଧର୍ମରେ ଅତ୍ୟନ୍ତ ପବିତ୍ର ଓ ମହତ୍ତ୍ୱପୂର୍ଣ୍ଣ ମନେ କରାଯାଏ। ସ୍ନାନ, ଦାନ,…

ପୁଣିଥରେ ସୁନା ନ କିଣିବାକୁ ଦେଶବାସୀଙ୍କୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ; କହିଲେ- ଆଉ ଗୋଟିଏ ବର୍ଷ ସୁନାଠାରୁ…

ଲକ୍ଷ୍ନୌ,୨୧।୧୧: ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଆୟୋଜିତ ‘କୌଶଳ ଦୀକ୍ଷାନ୍ତ ସମାରୋହ’ରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସୁନା ନ କିଣିବା ପ୍ରସଙ୍ଗ ଉଠାଇଛନ୍ତି। ଲୋକମାନେ ତାଙ୍କ କଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?