Posted inଜାତୀୟ

ତିନି ପାଦ ତଳକୁ ଖସିଲା ଭାରତ

ନୂଆଦିଲ୍ଲୀ,୨ା୩: ୨୦୩୦ ମସିହା ବେଳକୁ ଭାରତ ଯେଉଁ ବିକାଶ ଲକ୍ଷ୍ୟ ରଖିଥିଲା ତାହା ପୂରଣ ହେବାପରି ମନେହେଉନାହିଁ। ସେଣ୍ଟର ଫର୍‌ ସାଇନ୍ସ ଆଣ୍ଡ୍‌ ଏନ୍‌ଭାଇରନମେଣ୍ଟସ୍‌ ଷ୍ଟେଟ୍‌ ଅଫ୍‌ ଇଣ୍ଡିଆନ୍ସ ଏନ୍‌ଭାଇରନମେଣ୍ଟ ରିପୋର୍ଟ ୨୦୨୨ରୁ ଏହା ସ୍ପଷ୍ଟ ବାରି ହୋଇପଡୁଛି। ପାକିସ୍ତାନକୁ ଛାଡ଼ିଦେଲେ ଦକ୍ଷିଣ ଏସିଆର ସବୁ ଦେଶ ଭାରତକୁ ପଛରେ ପକାଇ ଦେଇଛନ୍ତି।
୨୦୨୧ରେ ଭାରତ ଏହି ସୂଚୀରେ ୧୧୭ ନମ୍ବର ସ୍ଥାନରେ ଥିବାବେଳେ ଚଳିତ ବର୍ଷ ତିନି ପାଦ ତଳକୁ ଖସିଆସିଛି। ସଦ୍ୟ ରିପୋର୍ଟ ଅନୁସାରେ ଭାରତ ୧୨୦ତମ ସ୍ଥାନରେ ରହିଛି। ୭୫ତମ ସ୍ଥାନରେ ଭୁଟାନ ଥିବାବେଳେ ୮୭ ସ୍ଥାନରେ ଶ୍ରୀଲଙ୍କା, ୯୬ ନେପାଳ ଏବଂ ୧୦୯ରେ ବାଂଲାଦେଶ ରହିଛି। ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି)ରେ ଭାରତର ସ୍ଥାନ ଖସିଥିବା କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ପ୍ରକାଶିତ ରିପୋର୍ଟରେ ଭାରତର ଏସ୍‌ଡିଜି ସ୍କୋର ରହିଛି ୬୬। ଚଳିତ ବର୍ଷ ଭାରତ ୧୧ଟି ଏସ୍‌ଡିଜି ଗୋଲ୍‌ ରଖିଥିଲା। ସେଥିରେ ଉତ୍ତମ ସ୍ବାସ୍ଥ୍ୟ, ଲିଙ୍ଗଗତ ସମାନତା, କ୍ଷୁଧାମୁକ୍ତି ଭଳି ବିକାଶ ମୂଳକ କାର୍ଯ୍ୟକ୍ରମ ସାମିଲ ଥିଲା।
ଏସ୍‌ଡିଜି ଲାଗି ରାଜ୍ୟସ୍ତରୀୟ ପ୍ରସ୍ତୁତି ଦୃଷ୍ଟିରୁ ଝାଡ଼ଖଣ୍ଡ ଓ ବିହାର ସବୁଠାରୁ ପଛରେ ଅଛନ୍ତି। କେରଳ ସବାଆଗରେ ଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ତାମିଲନାଡୁ ଓ ହିମାଚଳ ପ୍ରଦେଶ। ସେହିପରି ତୃତୀୟ ସ୍ଥାନରେ ଗୋଆ, କର୍ନାଟକ, ଆନ୍ଧ୍ର ପ୍ରଦେଶ ଓ ଉତ୍ତରାଖଣ୍ଡ ଅଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ଭିତରୁ ଚଣ୍ଡିଗଡ଼ ପ୍ରଥମ ସ୍ଥାନରେ ଥିବାବେଳେ ଦିଲ୍ଲୀ, ଲାକ୍ଷାଦ୍ୱୀପ, ପୁଡୁଚେରୀ ଦ୍ୱିତୀୟ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପ ତୃତୀୟ ସ୍ଥାନରେ ରହିଛନ୍ତି। ଗତବର୍ଷ ଦେଶରୁ ଖାଦ୍ୟ ସମସ୍ୟା କମ୍‌ କରିବା ସହ ଖାଦ୍ୟ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା କ୍ଷେତ୍ରରେ ଭଲ ପ୍ରଦର୍ଶନ ନକରିବା ସତ୍ତ୍ୱେ ୧୧୭ ସ୍ଥାନ ଅଧିକାର କରିଥିଲା। ୨୦୩୦ର ବିକାଶ ପାଇଁ ୨୦୧୫ରୁ ଏସ୍‌ଡିଜି ଜରିଆରେ ୧୯୨ ସଂଯୁକ୍ତ ରାଷ୍ଟ୍ର ଏକଜୁଟ ହୋଇଛନ୍ତି। ଯେଉଁଥିରେ ପ୍ରମୁଖ ଭାବେ ୧୭ ଗୋଟି ସମସ୍ୟାକୁ ଏସ୍‌ଜିଡିରେ ସାମିଲ କରାଯାଇଛି। ଏହାର ବିକାଶ ଦିଗରେ ପ୍ରତ୍ୟେକ ଦେଶ କାମ କରୁଥିବାବେଳେ ପ୍ରତିବର୍ଷ ଏ ନେଇ ଏକ ରିପୋର୍ଟ ପ୍ରକାଶ ପାଇଥାଏ; ଯାହା ଜରିଆରେ ବିକାଶ ନେଇ ଦେଶ କେତେ ଆଗୁଆ କାମ କରୁଛି ସେ ବିଷୟରେ ଆଲୋକପାତ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶହେ ପ୍ରତିଶତ କ୍ଷମତାରେ ଚାଲିବ କାର୍ଯ୍ୟାଳୟ, ଖୋଲିବ ସ୍କୁଲ

ନୂଆଦିଲ୍ଲୀ,୭ ।୨: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣରେ ବ୍ରେକ୍ ଲାଗିବା ପରେ ସୋମବାରଠାରୁ ସମସ୍ତ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଖୋଲିବାକୁ ଅନୁମତି ଦିଆଯାଇଛି ।...

ଗୁଜରାଟରେ ଭାଜପାର ରେକର୍ଡ ବିଜୟ ପରେ ପ୍ରଥମ ପ୍ରତିକ୍ରିୟା ଦେଲେ ମୋଦି

ନୂଆଦିଲ୍ଲୀ,୮।୧୨: ଗୁଜରାଟ ଏବଂ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ନିଜ ରାଜ୍ୟରେ ଭାଜପାର ରେକର୍ଡ...

ପୁଣି ଆଉ ଗୋଟିଏ ଦିନ ବଢ଼ିଲା ବିଧାନସଭା ଅଧିବେଶନ

ନୂଆଦିଲ୍ଲୀ,୩୦।୮: ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନର ତୃତୀୟ ଦିନରେ ଅର୍ଥାତ୍‌ ମଙ୍ଗଳବାର ମଧ୍ୟ ଗୃହରେ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ କ୍ଷମତାରେ ଥିବା ଆମ ଆଦମୀ...

ହାଥରସ ଗଣ ବଳାତ୍କାର ମାମଲା: ପୀଡ଼ିତା ପରିବାରଙ୍କୁ ଭେଟିବେ ରାହୁଲ-ପ୍ରିୟଙ୍କା

ଲକ୍ଷ୍ନୌ,୧ ।୧୦: ଉତ୍ତର ପ୍ରଦେଶ ହାଥରସରେ ଗଣବଳାତ୍କାରର ଶିକାର ହୋଇଥିବା ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଏବେ ସାରା ଦେଶରେ ପ୍ରଦର୍ଶନ ଜାରି ରହିଛି ।...

ଛାତରୁ ଡେଇଁଲେ ମେଡିକାଲ ଛାତ୍ରୀ

ଶାହଜାହଁପୁର,୧୨।୮: ଉତ୍ତର ପ୍ରଦେଶର ଶାହଜାହାଁପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ବରୁଣ ଅର୍ଜୁନ ମେଡିକାଲ କଲେଜର ଜଣେ ଛାତ୍ରୀ ଛାତରୁ ଡେଇଁ ଆତ୍ମହତ୍ୟା କରିବାକୁ ଚେଷ୍ଟା...

ଟ୍ରକ୍‌ ଘୋଷାଡ଼ି ନେବାରୁ ଜଳିଗଲେ ସ୍କୁଟର ଚାଳକ

କୋଲକାତା,୭ା୧: ପଶ୍ଚିମବଙ୍ଗର ସିଲିଗୁଡ଼ିରେ ଗୁରୁବାର ରାତିରେ ଏକ ଟ୍ରକ୍‌ ସ୍କୁଟରକୁ ଧକ୍କା ଦେବା ପରେ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଫଳରେ ସ୍କୁଟର ସମେତ...

ଦ୍ୱିତୀୟ ଡୋଜ୍‌ ପରେ ବି ସଂକ୍ରମଣ

ଅହମଦାବାଦ/ନାଗପୁର, ୭।୩: କରୋନା ମହାମାରୀରେ ଭାରତରେ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଛି। ଟିକା ଆସିଗଲେ ମହାମାରୀରୁ ରକ୍ଷା ମିଳିବ ବୋଲି ସମସ୍ତେ ଆଶା...

ଉତ୍ତରପ୍ରଦେଶ ପରେ ବିହାର ସରକାରଙ୍କ ଘୋଷଣା: ସମସ୍ତ ରାଶନକାର୍ଡଧାରୀଙ୍କୁ ମିଳିବ ହଜାରେ ଲେଖାଏଁ ସହାୟତା ରାଶି

ପାଟନା,୨୫।୩: ମହାମାରୀ କରୋନା ଭାଇରସ୍‌ ସାରା ଦେଶରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏବେ ବେଲଗାମ ହୋଇପଡ଼ିଛି। ଏହି ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର...

Advertisement
Archives

Model This Week