ତାତିଲେ ମରୁଡ଼ି ବୀମା ଟଙ୍କାରୁ ବଞ୍ଚିତ ଚାଷୀ: ବ୍ୟାଙ୍କ ସମ୍ମୁଖରେ ଧାରଣାଦେବାକୁ ଚେତାବନୀ

ପରଜଙ୍ଗ, ୧୯।୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗସ୍ଥିତ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଆନୁକୂଲ୍ୟରେ ଋଣ ନେଇଥିବା ୨୦୮ ଚାଷୀ ମରୁଡ଼ି ବୀମା ଟଙ୍କା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ବାରମ୍ବାର ଦାବିସତ୍ତ୍ୱେ ବୀମା କମ୍ପାନୀ ସେମାନଙ୍କ କଥା ଶୁଣୁନାହିଁ। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି। ଏ ନେଇ ସେମାନେ ଗୁରୁବାର ସ୍ଥାନୀୟ ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଦାବିପତ୍ର ଦେଇଛନ୍ତି। ୭ଦିନ ମଧ୍ୟରେ ସମସ୍ୟା ସମାଧାନ ନ ହେଲେ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିବାକୁ ଚାଷୀମାନେ ଚେତାବନୀ ଦେଇଛନ୍ତି।
ଅଭିଯୋଗ ଅନୁଯାୟୀ, ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ପରଜଙ୍ଗ ଶାଖା ଅଧୀନରେ ଥିବା ୧୦ ସୋସାଇଟିର ଶତାଧିକ ଚାଷୀ ୨୦୧୭ରେ ଋଣ ନେଇଥିଲେ। ମରୁଡ଼ି ସହାୟତା ଲାଗି ସୋସାଇଟି ଜରିଆରେ ସେମାନେ ଟାଟା ଏଆଇଜି ଏବଂ ରୟାଲ୍‌ ସୁନ୍ଦରମ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀରେ ବୀମା କରିଥିଲେ। ସେହିବର୍ଷ ବର୍ଷା ଅଭାବରୁ ସରକାର ଅଞ୍ଚଳକୁ ମରୁଡ଼ି ଘୋଷଣା କରିଥିଲେ। ଏହାପରେ ଅଧିକାଂଶ ଚାଷୀ ବୀମା ଟଙ୍କା ପାଇଛନ୍ତି। ହେଲେ ବିଭାଗୀୟ ତ୍ରୁଟିରୁ କୁମୁସୀ ସୋସାଇଟିର ୧୨୫, ବାରିହାପୁରର ୪୫, ପରଜଙ୍ଗର ୨୦, ପଙ୍ଗୀତୀରାର ୧୪, କୁଆଳୋର ୪ ଜଣ ହିତାଧିକାରୀଙ୍କ ଲକ୍ଷାଧିକ ବୀମା ଟଙ୍କା ପଡ଼ିରହିଛି। ସମ୍ପୃକ୍ତ ଚାଷୀମାନେ ଚଳିତ ବର୍ଷ ପାଇଁ ବୀମା ଟଙ୍କା ପୈଠ କରିସାରିଥିବାବେଳେ ପୁରୁଣା ଇନ୍‌ସ୍ୟୁରାନ୍ସ ଟଙ୍କା ଏ ଯାଏ ମିଳିନାହିଁ।
ବୀମା ଟଙ୍କାରୁ ବଞ୍ଚତ୍ତ ଚାଷୀମାନେ ଏ ନେଇ ୨୦୧୮ ଡିସେମ୍ବର ୨୪ରେ ତତ୍କାଳୀନ ଜିଲାପାଳଙ୍କୁ ଭେଟି ସମସ୍ୟା ଜଣାଇଥିଲେ। ହେଲେ ଏ ଯାଏ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିବା ମନୋଜ ଦଳବେହେରା, ସୁଶାନ୍ତ ଦଳବେହେରା, ପ୍ରତାପ ସାହୁ, କାଠି ଦାସ, ନରୋତ୍ତମ ନାୟକ, ଅଦ୍ୱୈତ୍ୟ ସାହୁ ପ୍ରମୁଖ କହିଛନ୍ତି। ୭ଦିନ ମଧ୍ୟରେ ବୀମା ଟଙ୍କା ନ ମିଳିଲେ ଶୁକ୍ରବାରଠାରୁ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିବାକୁ ଚାଷୀମାନେ ଲିଖିତ ଆକାରରେ ଜଣାଇଛନ୍ତି।
ଏ ସଂକ୍ରାନ୍ତରେ ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ପରିଚାଳକ ବସନ୍ତ କୁମାର ପ୍ରଧାନ କୁହନ୍ତି, ବାରମ୍ବାର ଇନ୍‌ସ୍ୟୁରାନ୍ସ କମ୍ପାନୀ ଏବଂ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଚାଷୀଙ୍କ ବୀମା ଟଙ୍କା ନ ମିଳିବା ନେଇ ଅବଗତ କରାଯାଇଛି। ଏବେ ସୁଦ୍ଧା ୨୦୮ ଋଣୀ ଚାଷୀ ଟଙ୍କା ପାଇନାହାନ୍ତି। ଚାଷୀଙ୍କ ଦାବି ସମ୍ପର୍କରେ ଆଉଥରେ ଅବଗତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକଙ୍କ କରୋନା ସମୀକ୍ଷା

ଢେଙ୍କାନାଳ ଅଫିସ, ୧୭।୪ – ଢେଙ୍କାନାଳ ଜିଲାରେ କୋଭିଡ୍‌-୧୯ ସଂକ୍ରମଣ ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ସମ୍ପର୍କରେ ଗୁରୁବାର ବିଧାୟକ...

ହିନ୍ଦୀ, ଖେଳ ଶିକ୍ଷକ ପଢ଼ାଇବେ ସାହିତ୍ୟ, ଇତିହାସ, ଭୂଗୋଳ

ଢେଙ୍କାନାଳ ଅଫିସ, ୧୪ ।୮: ପ୍ରଧାନ ଶିକ୍ଷକଙ୍କ ବିନା ଅନୁମତିରେ ବିଦ୍ୟାଳୟକୁ ଗଣମାଧ୍ୟମ ପ୍ରତିନିଧି ପ୍ରବେଶ କରିପାରିବେ ନାହିଁ। କିଛିଦିନ ତଳେ ଢେଙ୍କାନାଳ ଜିଲା ଶିକ୍ଷା...

ପରିଚ୍ଛନ୍ନ ରୁହ , ସ୍ବଚ୍ଛତା ବଜାୟ ରଖ

ଢେଙ୍କାନାଳ ଅଫିସ, ୮।୩ – କରୋନା ଚିନ୍ତାରେ ସାରା ବିଶ୍ୱ। ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଦିନକୁ ଦିନ ଏହି ରୋଗ ମହାମାରୀ ରୂପ ଧାରଣ...

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ: ଷ୍ଟ୍ରେଚରରେ ବୁହାହେଲେ ପ୍ରସୂତ

ଭାପୁର, ୧ା୮(ଡି.ଏନ.ଏ.) – ରାସ୍ତା ନ ଥିବାରୁ ଗାଁରେ ପଶି ପାରି ନ ଥିଲା ଆମ୍ବୁଲାନ୍ସ। ଫଳରେ ଯନ୍ତ୍ରଣାରେ ଛଟପଟ ହେଉଥିବା ପ୍ରସୂତିଙ୍କୁ ଷ୍ଟ୍ରେଚରରେ ବୋହି...

ଆଜି ବି ମନେପଡ଼େ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା

ଢେଙ୍କାନାଳ ଅଫିସ, ୮।୧୧: ଢେଙ୍କାନାଳ ସନ୍ଧ୍ୟାତାରା ସାହିତ୍ୟ ସଂସଦ ପକ୍ଷରୁ ୪୦ତମ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ଭୋରରେ ସହରସ୍ଥିତ ଭାଗୀରଥି ସାଗର ନୂଆପୋଖରୀଠାରେ ମହାସମାରୋହରେ...

ଶ୍ରାବଣ ପ୍ରଥମ ସୋମବାର କପିଳାସ ଭକ୍ତଶୂନ

ଢେଙ୍କାନାଳ ଅଫିସ, ୭ା୭ ଚଳିତବର୍ଷ ଶ୍ରାବଣ ମାସର ପ୍ରଥମ ସୋମବାରରେ କପିଳାସ ଭକ୍ତଶୂନ୍ୟ ହୋଇପଡିଛି। କରୋନା ସଂକ୍ରମଣ ରୋକିବାକୁ ଜିଲା ପ୍ରଶାସନ ପକ୍ଷରୁ କପିଳାସ ସମେତ...

ଜୀବନ ପରେ ଜୀବିକାକୁ ପ୍ରାଧାନ୍ୟ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୧ା୭:  ଦୀର୍ଘ ୨ ମାସ ପରେ ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ତଳମୁହଁା ହୋଇଛି କରୋନା ସଂକ୍ରମଣ। ଟେଷ୍ଟ ପଜିଟିଭ୍‌ିଟି ରେଟ୍‌...

ସ୍ବାସ୍ଥ୍ୟ ବିଭାଗକୁ ‘କରୋନା’ ଚିନ୍ତା

ଢେଙ୍କାନାଳ ଅଫିସ, ୨।୨ – ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି ‘କରୋନା’ ଭାଇରସ୍‌। ଚାଇନାରୁ ଆରମ୍ଭ ହୋଇଥିବା ଏହି ସଂକ୍ରାମକ ରୋଗ ଦିନକୁ ଦିନ...

Advertisement
Archives

Model This Week