ତାତିରେ ସିଝୁଛି ସାରା ଓଡ଼ିଶା: ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ

ଭୁବନେଶ୍ୱର,(ବ୍ୟୁରୋ)/ଧାମନଗର,୧୮।୪(ଡି.ଏନ୍‌.ଏ.): ଡହଡହ ଖରାରେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ବେଳୁ ଖରାର ପ୍ରଭାବ ଦେଖିବାକୁ ମିଳୁଛି। ଲୋକେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ଯାଏ ତାତିରେ ଛଟପଟ ହେଉଛନ୍ତି। ଅଧା ଓଡ଼ିଶାର ସ୍ଥିତି ଅଳ୍ପ ବହୁତେ ଏହିଭଳି ରହୁଛି। ଗତ କିଛିଦିନ ହେବ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଭଳି ବୁଧବାର ମଧ୍ୟ ରାଜଧାନୀ ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ରହିଥିଲା। ଗତ ୭ ଦିନ ମଧ୍ୟରେ ତାପମାତ୍ରା ଯେଉଁଭଳି ଭାବେ ବୃଦ୍ଧି ପାଇଛି, ଆଗରୁ କେବେ ଏଭଳି ହୋଇ ନ ଥିଲା। ଗତ ୧୦ ତାରିଖରେ ଭୁବନେଶ୍ୱରର ସର୍ବୋଚ୍ଚ ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବୁଧବାର ସର୍ବାଧିକ ତାପମାତ୍ରା ୪୧.୭ ଡିଗ୍ରୀ ରହିଥିଲା। ଏଥିସହିତ ୭ ସହରର ତାପମାତ୍ରା ମଧ୍ୟ ୪୦ ଡିଗ୍ରୀ ଟପିଥିଲା। ଅନୁଗୋଳ ୪୧.୧, ଟିଟିଲାଗଡ଼ ୪୧, ମାଲକାନଗିରି ୪୦.୫, ସୁନ୍ଦରଗଡ଼, ଭବାନୀପାଟଣା ଓ ସୋନପୁରରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି କଟକରେ ୩୯.୪, ସମ୍ବଲପୁର ୩୯.୨, ବଲାଙ୍ଗୀର ୩୯, ଝାରସୁଗୁଡ଼ା ୩୮.୬, ହୀରାକୁଦ ୩୮.୨, କେନ୍ଦୁଝର ୩୮.୧ ଓ ଚାନ୍ଦବାଲି ୩୭.୨ ଡିଗ୍ରୀ ସେଲ୍‌ସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ସୁନ୍ଦରଗଡ଼ ଓ ମାଲକାନଗିରିରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ରହିଥିଲା।

ସେପଟେ ଅଧିକ ତାପମାତ୍ରା ଯୋଗୁ ଯେତିକି ଭୟ ରହୁଛି, କାଳବୈଶାଖୀ ପାଇଁ ମଧ୍ୟ ସେତିକି ଡର ରହୁଛି। ଆସନ୍ତା ୨୦ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆଶଙ୍କା କରିଛି। ବୁଧବାର ଉତ୍ତର ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି। ଗଞ୍ଜାମ, କପ୍ତିପଦା ଓ ଉଦଳାଠାରେ ଅଧିକ ବର୍ଷା ରେକର୍ଡ କରାଯାଇଛି। ତେବେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପାଗ ଶୁଖିଲା ରହିଥିଲା। ଗୁରୁବାର ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ନୟାଗଡ଼, ଖୋର୍ଦ୍ଧା, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଆଦି ଅଞ୍ଚଳରେ ବର୍ଷା ସହ କାଳବୈଶାଖୀ ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶୁକ୍ରବାର ଗଜପତି, ଗଞ୍ଜାମ, କନ୍ଧମାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, କେନ୍ଦୁଝର, ବୌଦ୍ଧ, କୋରାପୁଟ ଏବଂ ଶନିବାର ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ମୟୂରଭଞ୍ଜ ଓ ବାଲେଶ୍ୱରରେ ବର୍ଷା ସହ ଘଡ଼ଘଡ଼ି ହେବା ସମ୍ଭାବନା ରହିଛି।

ଅନ୍ୟପଟେ ଭଦ୍ରକ ଜିଲାରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଧାମନଗର ବ୍ଲକ ଅର୍ଜୁନପୁର ଗ୍ରାମର ପ୍ରହଲ୍ଲାଦ ରାଉତଙ୍କ ପୁଅ ଇନ୍ଦ୍ରଜିତ୍‌(୩୩)ଙ୍କର ବୁଧବାର ସକାଳେ ମୃତ୍ୟୁ ଘଟିଛି। ଇନ୍ଦ୍ରଜିତ୍‌ ଏଟିଏମ୍‌ ଟଙ୍କା ଭଡ଼ା ଗାଡ଼ିରେ ସୁରକ୍ଷା କର୍ମୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ପରିବାର ଲୋକଙ୍କ କହିବାନୁଯାୟୀ, ସକାଳ ପ୍ରାୟ ୮ଟାରେ ଇନ୍ଦ୍ରଜିତ୍‌ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ତୁରନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ କାରଣ ସ୍ପଷ୍ଟ ହେବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା: କରୋନା ସହ ଲଢ଼େଇ ଲମ୍ବା ଲଢ଼େଇ, ଆହୁରି ସାବଧାନ ହେବାକୁ ପଡ଼ିବ

ଭୁବନେଶ୍ୱର,୧୯ା୪(ବ୍ୟୁରୋ) : ରାଜ୍ୟବାସୀଙ୍କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଗତ ୯ ତାରିଖରୁ ୧୯ ତାରିଖ...

ଗୋଷ୍ଠୀ ସଂଘର୍ଷରେ ୨ଜଣଙ୍କ ଜୀବନ ଗଲା

ବଲାଙ୍ଗୀର ଅଫିସ/ଦେଓଗାଁ, ୨୩।୧: ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଜରାସିଂହା ଗ୍ରାମରେ ଶନିବାର ଅପରାହ୍ନରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ୨ଜଣଙ୍କ ମୃତ୍ୟୁ ଘଟିଥିବା...

ଜେଇଇ ମେନ୍‌ରେ ଓଡ଼ିଶାର ସ୍ଥିତିଙ୍କ କମାଲ

ଭୁବନେଶ୍ୱର,୮।୮(ବ୍ୟୁରୋ): ଜେଇଇ ମେନ୍‌ ରେଜଲ୍ଟ ସୋମବାର ପ୍ରକାଶ ପାଇଛି । ଜେଇଇ ଅଫିସିଆଲ ଓ୍ବେବସାଇଟରେ ଛାତ୍ରୀଛାତ୍ରୀଙ୍କ ସ୍କୋରକାର୍ଡ ଲିଙ୍କ ଆକ୍ଟିଭ ହୋଇଛି । ଚଳିତବର୍ଷ ୪୪୦...

ଅସାବଧାନତାରୁ ଜୀବନ ହାନି

ଭୁବନେଶ୍ୱର,୭।୧୧ବ୍ୟୁରୋ):ରାଜ୍ୟରେ ଗମନାଗମନ କ୍ଷେତ୍ରରେ ସୁବିଧା ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି। ହେଲେ ସଡ଼କ ଦୁର୍ଘଟଣାରେ ରୋକ ଲଗାଯାଇ ପାରୁନାହିଁ। ପ୍ରତିବର୍ଷ ସଡ଼କ...

କଟକର ଏକମାତ୍ର କରୋନା ଆକ୍ରାନ୍ତ ଏବେ ସୁସ୍ଥ

କଟକ ଅଫିସ,୧୧।୪: କଟକର ଏକମାତ୍ର କରୋନା ଭୂତାଣୁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଶୁକ୍ରବାର ରାତିରେ ଏ ନେଇ ସୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆକ୍ରାନ୍ତ...

ବଢ଼ି ଚାଲିଛି ସଂକ୍ରମଣ: ଆଜି ରାଜ୍ୟରୁ ୫୭୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ରାଜ୍ୟରୁ ସୋମବାର ୫୭୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୪,୦୭୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ଚୋରା ବାଇକ୍‌ରେ ଲୁଟୁଥିଲା କଟୁରି ଗ୍ୟାଙ୍ଗ୍‌

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଚୋରା ବାଇକ୍‌ରେ ବୁଲୁଥିଲେ। ଏକୁଟିଆ ଯାଉଥିବା ଲୋକଙ୍କୁ ଟାର୍ଗେଟ କରି କଟୁରି ଦେଖାଇ ଲୁଟୁଥିଲେ। ରାଜଧାନୀ ଭୁବନେଶ୍ୱରରେ ଆତଙ୍କ ସୃଷ୍ଟି କରୁଥିବା କଟୁରୀ ଗ୍ୟାଙ୍ଗ୍‌...

୩ ଦିନରେ ଶେଷ ହେବ ମାଟ୍ରିକ ଖାତା ଦେଖା

ଭୁବନେଶ୍ୱର,୨।୮(ବ୍ୟୁରୋ): ଅଗଷ୍ଟ ୧୧ରୁ ଆରମ୍ଭ ହେବ ଅଫ୍‌ଲାଇନ ମାଟ୍ରିକ ପରୀକ୍ଷା ଖାତା ଦେଖା । ଆଉ ୩ ଦିନ ମଧ୍ୟରେ ଶେଷ ହେବ ଏହି କାର୍ଯ୍ୟ।...

Advertisement
Archives

Model This Week