ତହସିଲ ଅଫିସ ଆଗରେ ୧୯ ବାସନ୍ଦ ପରିବାରଙ୍କ ଧାରଣା

କୃଷ୍ଣପ୍ରସାଦ,୮ା୨(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁରୁପାଳ ଗାଁରେ ନିର୍ବାଚନକୁ ନେଇ ବିବାଦ ଲାଗିରହିଛି। ଏଥିଯୋଗୁ ୧୦ ମାସ ଧରି ଗ୍ରାମର ୧୯ ପରିବାରକୁ ବାସନ୍ଦ କରାଯାଇଛି। ଏହାର ସମାଧାନ ପାଇଁ ଏହି ପରିବାରର ସଦସ୍ୟମାନେ କୃଷ୍ଣପ୍ରସାଦ ତହସିଲ ଆଗରେ ଧାରଣାରେ ବସିଛନ୍ତି।
ଗ୍ରାମରେ ବାସନ୍ଦ ଥିବା ସୁବାସ ଚନ୍ଦ୍ର ଜେନା, ସନ୍ତୋଷ ସୁନ୍ଦରା, ଗତିକୃଷ୍ଣ ଜେନା, ଝାଡେଶ୍ୱର ଜେନା ପ୍ରମୁଖ କହିଛନ୍ତି, ଆମ ଗାଁରେ ମୋଟ ୧୦୦ ପରିବାର ବାସ କରନ୍ତି। ଗତ ୨୦୧୯ ନିର୍ବାଚନ ସମୟରେ ସମସ୍ତ ପରିବାର ଗୋଟିଏ ଦଳକୁ ସମର୍ଥନ ଦେବା ପାଇଁ ଗ୍ରାମରେ ନିଷ୍ପତ୍ତି ହୋଇଥିଲା। ଏଥିରେ ଆମେ ୧୯ ପରିବାର ଏକମତ ନ ହେବାରୁ ଆମକୁ ବାସନ୍ଦ କରାଯାଇଛି। ଏପରି କି ଧୋବା, ବାରିକ, ମନ୍ଦିର ସେବାରୁ ମଧ୍ୟ ବଞ୍ଚତ୍ତ କରାଯାଇଛି। ଏ ନେଇ ଜିଲା ଓ ବ୍ଲକ ପ୍ରଶାସନ ସହିତ କୃଷ୍ଣପ୍ରସାଦ ଥାନାକୁ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳି ନାହିଁ। ଗତ ତା ୨୪ା୯ା୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ ଦେବା ପରେ ଏହାର ସମାଧାନ ପାଇଁ ଜିଲାପାଳଙ୍କୁ ଏକ ପତ୍ର (ନଂ.ସିଏମ୍‌ଓଏଫ୍‌ଏଫ୍‌/ପି୨୦୧୯/୦୩୫୧) ହୋଇଛି। ଏହାର ସମାଧାନ ପାଇଁ ଜିଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ହୋଇପାରି ନାହିଁ। ଶେଷରେ ଅନ୍ୟ ଉପାୟ ନ ପାଇ ୧୯ ପରିବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ତହସିଲଦାର ଜିତେନ୍ଦ୍ର ନାୟକ କହିଥିଲେ, ଏହି ବିବାଦ ଲାଗିରହିଛି। ମୁଁ ଗୁରୁବାର ଉଭୟ ଗୋଷ୍ଠୀଙ୍କୁ ଡକାଇ ଆଲୋଚନା ପରେ କିଛି ସମାଧାନ ହୋଇ ପାରି ନ ଥିଲା। ଅନ୍ୟ ଏକ ଦିନ ଏହାର ସମାଧାନ କରିବା ପାଇଁ କହିଛି। ସେହିଭଳି କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନିରୀକ୍ଷକ ଅଭିମନ୍ୟୁ ନାୟକ କହିଛନ୍ତି, ଏହି ସମସ୍ୟା ଉପରେ ମୁଁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବହୁବାର ଆଲୋଚନା କରିଛି ା ୧୯ ପରିବାର ଗୋଷ୍ଠୀ ଗ୍ରାମରେ ମିଶିବା ପାଇଁ ଚାହୁଁଛନ୍ତି। ୪/୫ ଦିନ ମଧ୍ୟରେ ଏସଡିପିଓ, ତହସିଲଦାର, କିଛି ଭଦ୍ର ବ୍ୟକ୍ତିଙ୍କୁ ନେଇ ଆଲୋଚନା କରି ତାହାର ସମାଧାନ କରିବୁ। ଅନ୍ୟପକ୍ଷେ ୧୯ ପରିବାର ସେମାନଙ୍କ ଜିଦ୍‌ରେ ଅଟଳ। ସେମାନେ କହିବା କଥା ୨୦ବର୍ଷ ଧରି ଏଭଳି ସମସ୍ୟା ଲାଗିରହିଛି। ଆମେ ବାରମ୍ବାର ମିଶୁଛୁ। ହେଲେ ନିର୍ବାଚନ ଆସିଲେ ଆମେ ବାସନ୍ଦ ରହୁଛୁ। ତେଣୁ ଏହାର ସ୍ଥାୟୀ ସମାଧାନ ନ ହେବା ଯାଏ ଆମେ ଧାରଣାରେ ବସିରହିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri