ତହସିଲ ଅଫିସ ଆଗରେ ୧୯ ବାସନ୍ଦ ପରିବାରଙ୍କ ଧାରଣା

କୃଷ୍ଣପ୍ରସାଦ,୮ା୨(ଡି.ଏନ.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁରୁପାଳ ଗାଁରେ ନିର୍ବାଚନକୁ ନେଇ ବିବାଦ ଲାଗିରହିଛି। ଏଥିଯୋଗୁ ୧୦ ମାସ ଧରି ଗ୍ରାମର ୧୯ ପରିବାରକୁ ବାସନ୍ଦ କରାଯାଇଛି। ଏହାର ସମାଧାନ ପାଇଁ ଏହି ପରିବାରର ସଦସ୍ୟମାନେ କୃଷ୍ଣପ୍ରସାଦ ତହସିଲ ଆଗରେ ଧାରଣାରେ ବସିଛନ୍ତି।
ଗ୍ରାମରେ ବାସନ୍ଦ ଥିବା ସୁବାସ ଚନ୍ଦ୍ର ଜେନା, ସନ୍ତୋଷ ସୁନ୍ଦରା, ଗତିକୃଷ୍ଣ ଜେନା, ଝାଡେଶ୍ୱର ଜେନା ପ୍ରମୁଖ କହିଛନ୍ତି, ଆମ ଗାଁରେ ମୋଟ ୧୦୦ ପରିବାର ବାସ କରନ୍ତି। ଗତ ୨୦୧୯ ନିର୍ବାଚନ ସମୟରେ ସମସ୍ତ ପରିବାର ଗୋଟିଏ ଦଳକୁ ସମର୍ଥନ ଦେବା ପାଇଁ ଗ୍ରାମରେ ନିଷ୍ପତ୍ତି ହୋଇଥିଲା। ଏଥିରେ ଆମେ ୧୯ ପରିବାର ଏକମତ ନ ହେବାରୁ ଆମକୁ ବାସନ୍ଦ କରାଯାଇଛି। ଏପରି କି ଧୋବା, ବାରିକ, ମନ୍ଦିର ସେବାରୁ ମଧ୍ୟ ବଞ୍ଚତ୍ତ କରାଯାଇଛି। ଏ ନେଇ ଜିଲା ଓ ବ୍ଲକ ପ୍ରଶାସନ ସହିତ କୃଷ୍ଣପ୍ରସାଦ ଥାନାକୁ ଅବଗତ କରିଥିଲେ ମଧ୍ୟ ସୁଫଳ ମିଳି ନାହିଁ। ଗତ ତା ୨୪ା୯ା୨୦୧୯ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ ଦେବା ପରେ ଏହାର ସମାଧାନ ପାଇଁ ଜିଲାପାଳଙ୍କୁ ଏକ ପତ୍ର (ନଂ.ସିଏମ୍‌ଓଏଫ୍‌ଏଫ୍‌/ପି୨୦୧୯/୦୩୫୧) ହୋଇଛି। ଏହାର ସମାଧାନ ପାଇଁ ଜିଲାପାଳ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତାହା ହୋଇପାରି ନାହିଁ। ଶେଷରେ ଅନ୍ୟ ଉପାୟ ନ ପାଇ ୧୯ ପରିବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ତହସିଲଦାର ଜିତେନ୍ଦ୍ର ନାୟକ କହିଥିଲେ, ଏହି ବିବାଦ ଲାଗିରହିଛି। ମୁଁ ଗୁରୁବାର ଉଭୟ ଗୋଷ୍ଠୀଙ୍କୁ ଡକାଇ ଆଲୋଚନା ପରେ କିଛି ସମାଧାନ ହୋଇ ପାରି ନ ଥିଲା। ଅନ୍ୟ ଏକ ଦିନ ଏହାର ସମାଧାନ କରିବା ପାଇଁ କହିଛି। ସେହିଭଳି କୃଷ୍ଣପ୍ରସାଦ ଥାନା ଆରକ୍ଷୀ ନିରୀକ୍ଷକ ଅଭିମନ୍ୟୁ ନାୟକ କହିଛନ୍ତି, ଏହି ସମସ୍ୟା ଉପରେ ମୁଁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ବହୁବାର ଆଲୋଚନା କରିଛି ା ୧୯ ପରିବାର ଗୋଷ୍ଠୀ ଗ୍ରାମରେ ମିଶିବା ପାଇଁ ଚାହୁଁଛନ୍ତି। ୪/୫ ଦିନ ମଧ୍ୟରେ ଏସଡିପିଓ, ତହସିଲଦାର, କିଛି ଭଦ୍ର ବ୍ୟକ୍ତିଙ୍କୁ ନେଇ ଆଲୋଚନା କରି ତାହାର ସମାଧାନ କରିବୁ। ଅନ୍ୟପକ୍ଷେ ୧୯ ପରିବାର ସେମାନଙ୍କ ଜିଦ୍‌ରେ ଅଟଳ। ସେମାନେ କହିବା କଥା ୨୦ବର୍ଷ ଧରି ଏଭଳି ସମସ୍ୟା ଲାଗିରହିଛି। ଆମେ ବାରମ୍ବାର ମିଶୁଛୁ। ହେଲେ ନିର୍ବାଚନ ଆସିଲେ ଆମେ ବାସନ୍ଦ ରହୁଛୁ। ତେଣୁ ଏହାର ସ୍ଥାୟୀ ସମାଧାନ ନ ହେବା ଯାଏ ଆମେ ଧାରଣାରେ ବସିରହିବୁ।


Enter your email to get our daily news in your inbox.

All Right Reserved By Dharitri.Com

ଟିକା ନେଇ ପୁଣି ଉଦାହରଣ ସୃଷ୍ଟିକଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, ୨ା୩(ବ୍ୟୁରୋ): ସାରା ଭାରତବର୍ଷରେ ବିଶ୍ୱର ସର୍ବବୃହତ୍‌ ଟିକାକରଣ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା ନେଇ ପୁଣିଥରେ ଉଦାହରଣ ସୃଷ୍ଟିି କରିଥିବା...

ମେଲୋଡି କଳାକାରଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ‘ହ୍ୟୁମାନ ସାଗର’

କଟକ ଅଫିସ,୧୦ା୬: ଲକ୍‌ଡାଉନ ମଧ୍ୟରେ ବାନ୍ଧି ହୋଇ ଯାଇଛି କଳା ଜଗତ ଓ କଳାକାରଙ୍କ ଜୀବନ ଜୀବିକା। କଳା ଜଗତକୁ ବଞ୍ଚାଇବା ନିମନ୍ତେ ସରକାରୀ ସହାୟତା...

ଅସଦାଚରଣ କରି ହୋଇଥିଲେ ଫେରାର, ବାନ୍ଧିଲା ପୋଲିସ

ଗୋପାଳପୁର,୧୦ା୨(ଡି.ଏନ.ଏ.): ଏକ ପରିବାରକୁ ଅଶ୍ଲୀଳ ଭାଷାରେ ଗାଳିଗୁଳଜ କରିବା ଓ ଦୁଇ ଭାଇଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଗୋଳନ୍ଥରା ଥାନା ପୋଲିସ ଶୁକ୍ରବାର ଫେରାର ଥିବା...

ବରିଷ୍ଠ ନାଗରିକଙ୍କ ବିନା ବିକାଶ ଅସମ୍ଭବ: ସ୍ବାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା ଅଫିସ,୯।୮: ଝାରସୁଗଡ଼ା ଜିଲା ଏକ ଶିଳ୍ପ ସମୃଦ୍ଧ ଜିଲା ହୋଇଥିବା ବେଳେ ଏହାର ବିକାଶଧାରା ଜାରି ରହିଛି । ଝାରସୁଗୁଡାର ନୂତନ ନିର୍ମାଣରେ ବିମାନ...

ଯକ୍ଷ୍ମା ପୀଡ଼ିତ ଶିଶୁର ଚିକିତ୍ସା ପାଇଁ ଅର୍ଥାଭାବ

ନୂଆଗାଁ,୭।୧୦(ଡି.ଏନ.ଏ.): ମାଆ ଛେଉଣ୍ଡ ବିଶ୍ୱରଞ୍ଜନ ଏବେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ଉଚ୍ଚତର ଚିକିତ୍ସା ପାଇଁ ବାପାଙ୍କ ହାତରେ ଟଙ୍କା ନାହିଁ।...

ଜେଲ ଗଲେ ଦୁର୍ଦ୍ଦାନ୍ତ ଅପରାଧୀ ରାନୀ ପଣ୍ଡା

ବ୍ରହ୍ମପୁର ଅଫିସ,୭।୧: ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ କୁଖ୍ୟାତ ଗଞ୍ଜେଇ ଚାଲାଣକାରୀ ରାନୀ ପଣ୍ଡାଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର...

ଅକ୍ଟୋବର ୭ରୁ ଅଗ୍ନିପଥ ଯୋଜନାରେ ନିଯୁକ୍ତି ରାଲି

କଟକ ଅଫିସ, ୧୦ା୮: ଭାରତ ସରକାରଙ୍କ ଅଗ୍ନିପଥ ଯୋଜନାରେ ସୈନ୍ୟ ବାହିନୀରେ ନିଯୁକ୍ତି ରାଲି ପାରାଦୀପସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ଆସନ୍ତା ଅକ୍ଟୋବର ୭ରୁ ୧୪ ତାରିଖ...

ବିକାଶଧାରାକୁ କେହି ରୋକିପାରିବେନି

ପଦ୍ମପୁର,୨୧।୧୧(ଡି.ଏନ.ଏ.): ପଦ୍ମପୁର ନିର୍ବାଚନ ମଣ୍ଡଳୀର ପଲସାପାଲିଠାରେ ବିଜେଡିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା। ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହାଙ୍କ ସମେତ ପୂର୍ବତନ ଏମ୍‌ପି...

Advertisement
Archives

Model This Week