ତରୁଣକାନ୍ତି ମିଶ୍ର ପାଇଲେ ପ୍ରାଣନାଥ ସମ୍ମାନ

ଖୋର୍ଦ୍ଧା ଅଫିସ,୨୯।୧ :ଖୋର୍ଦ୍ଧାର ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ୬୧ତମ ସାମ୍ବତ୍ସରିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ଅଧ୍ୟକ୍ଷ ତଥା ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ବିଶିଷ୍ଟ ସାହିତି୍ୟକ ତଥା ପୂର୍ବତନ ପ୍ରଶାସକ ତରୁଣକାନ୍ତି ମିଶ୍ରଙ୍କୁ ଚଳିତବର୍ଷର ପ୍ରାଣନାଥ ସମ୍ମାନ ପ୍ରଦାନ କରାଯାଇଛି। ସେହିପରି ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କୁ ମଞ୍ଜରୀ ଦେବୀ ସାହିତ୍ୟ ସମ୍ମାନ ଅନୁରୂପ ଭାବେ ପ୍ରଦାନ କରାଯାଇଛି। ବିଜୟ ମିଶ୍ର ଭାରତ ସ୍ବାଧୀନତା କ୍ଷେତ୍ରରେ ପ୍ରାଣନାଥ ପଟ୍ଟନାୟକଙ୍କ ସମେତ ଅନ୍ୟ ସଂଗ୍ରାମୀଙ୍କ ଜୀବନୀ, ସାହସିକତା ସମ୍ପର୍କରେ ଆଲୋଚନା କରିଥିଲେ। ତରୁଣକାନ୍ତି ମିଶ୍ର ସୁସ୍ଥ ସମାଜ ଗଠନ କ୍ଷେତ୍ରରେ ଯୁବପିଢିଙ୍କ ଭୂମିକା ଉପରେ ଟିପ୍ପଣୀ ଦେଇଥିଲେ। ମୁଖ୍ୟଅତିଥି ଅରୁଣ ସାହୁ କହିଥିଲେ, ସମାଜରେ ନୈତିକ ମୂଲ୍ୟବୋଧ ହଜିଯାଉଛି। ମହାବିଦ୍ୟାଳୟରେ ନୈତିକ ଶିକ୍ଷା ସହ ଯୁଗୋପଯୋଗୀ ଶିକ୍ଷାର ଆବଶ୍ୟକତା ରହିଛି। ସମ୍ମାନିତ ଅତିଥି ଭାବେ ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ ଯୋଗ ଦେଇଥିଲେ। ୨୦୧୯-୨୦ ଶିକ୍ଷାବର୍ଷରେ ମହାବିଦ୍ୟାଳୟର ଶ୍ରେଷ୍ଠ ଗ୍ରାଜୁଏଟ ଏବଂ ବିଜ୍ଞାନ ବିଭାଗରେ ଶ୍ରେଷ୍ଟ ଗ୍ରାଜୁଏଟ ହୋଇ ଦୀପାରାଣୀ ମହାପାତ୍ର ମୁଖ୍ୟଅତିଥିଙ୍କଠାରୁ ସ୍ବର୍ଣ୍ଣପଦକ ପ୍ରାପ୍ତ ହୋଇଥିଲେ। କଳା ବିଭାଗରେ ଶ୍ରେଷ୍ଟ ଗ୍ରାଜୁଏଟ ସୁବ୍ରତ କୁମାର ମାର୍ଥା ଓ ବାଣିଜ୍ୟ ବିଭାଗରେ ଶ୍ରେଷ୍ଟ ଗ୍ରାଜୁଏଟ ଅଂଶୁମାନ ପଟ୍ଟନାୟକ ଅନୁରୂପ ଭାବେ ସ୍ବର୍ଣ୍ଣପଦକ ପାଇଥିଲେ ା ସେହିପରି କଳା ଓ ବିଜ୍ଞାନର ବିଭିନ୍ନ ବିଭାଗରେ ସର୍ବାଧିକ ନଂ. ରଖିଥିବା ଟପର, ଏନସିସି, ସ୍କାଉଟ୍‌ ଗାଇଡ଼ ଛାତ୍ରୀଛାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ୨୫ ବର୍ଷ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଜିଓଲୋଜି ଲାବ୍‌ ଆଟେଣ୍ଡାଣ୍ଟ ଏସ. କେ. ସରିଫ୍‌, ଇଲେକଟ୍ରୋନିକ୍‌ ଲାବ୍‌ ଆଟେଣ୍ଡାଣ୍ଟ ଭାଗୀରଥି ନାୟକ, ଭୂଗୋଳ ଲାବ୍‌ ଆଟେଣ୍ଡାଣ୍ଟ ପ୍ରଶାନ୍ତ କୁମାର ନାୟକ ଏବଂ ୪ର୍ଥ ଶ୍ରେଣୀ କର୍ମଚାରୀ ରଞ୍ଜିତ ନାୟକଙ୍କୁ କଲେଜ ପକ୍ଷରୁ ସମ୍ମାନିତ କରାଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ସୌଦାମିନୀ ଦାସ ସ୍ବାଗତ ଭାଷଣ ସହ ବିବରଣୀ ପାଠ କରିଥିଲେ। କଲେଜର ମୁଖପତ୍ର ପ୍ରତୀକ ଏବଂ ବିଜ୍ଞାନ ପତ୍ରିକା ମଞ୍ଜରୀ ଉନ୍ମୋଚିତ ହୋଇଥିଲା। ଅଧ୍ୟାପକ ଶୁଭେନ୍ଦୁ ମହାନ୍ତି ମଞ୍ଚ ପରିଚାଳନା କରିଥିବାବେଳେ ଉପାଧ୍ୟକ୍ଷ ମନୋରଞ୍ଜନ ସେନାପତି ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଇରାନ-ଆମେରିକା ଯୁଦ୍ଧବିରତି ଉପରେ ଆଲୋଚନା ଦୂରର କଥା: ବୈଠକ ପୂର୍ବରୁ ୨ଟି ବଡ଼ ସର୍ତ୍ତ ରଖିଦେଲେ…

ନୂଆଦିଲ୍ଲୀ,୧୧।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଏକ ଇରାନୀ ପ୍ରତିନିଧି ଦଳ ଶାନ୍ତି ଆଲୋଚନା ପାଇଁ ଇସଲାମାବାଦରେ ପହଞ୍ଚିଛି। ଏହି ପ୍ରତିନିଧି ଦଳ…

ଯାତ୍ରୀବାହୀ ବସ୍‌କୁ ପଛପଟୁ ପିଟିଲା ଟ୍ରକ: ବିଦ୍ୟୁତ ଟ୍ରାନ୍ସଫର୍ମରରେ ବାଜି…

ସୋହେଲା,୧୧।୪(ଅଶ୍ବିନୀ ପାତ୍ର):ବରଗଡ଼ ଜିଲା ସୋହେଲାଠାରେ ବରଗଡ଼ ରାୟପୁର ଜାତୀୟ ରାଜପଥ ରେ ଏକ ବଡ଼ ଧରଣର ସଡକ ଦୁର୍ଘଟଣା ଘଟିଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ରାଉରକେଲାରୁ ରାୟପୁର…

କ୍ରୀଡ଼ା ସାମଗ୍ରୀ କିଣାରେ ଦୁର୍ନୀତି ଘଟଣା: ଅଭିଯୋଗ ପରେ ବି ହେଉନି କାର୍ଯ୍ୟାନୁଷ୍ଠାନ

ଭବାନୀପାଟଣା,୧୧ା୪(ଉତ୍ତମ କୁମାର ଦାଶ):ପୂର୍ବ ସରକାର ପ୍ରତି ବ୍ଲକକୁ କ୍ରୀଡ଼ା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ଯୋଗାଇଥିଲେ। ଗ୍ରାମାଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଆଗ୍ରହ ସୃଷ୍ଟି ଏହାର ମୂଳ…

୪୦ ଫୁଟ୍‌ ତଳକୁ ଖସିଲା OSRTC ବସ୍‌: ୨୪ଯାତ୍ରୀ ଆହତ, ଜଣେ ମୃତ

ପଟ୍ଟାଙ୍ଗି , ୧୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ସୁଙ୍କି ଘାଟିରେ OSRTC ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଯାତ୍ରୀ ଆହତ…

କେମୋଥେରାପିରେ ସୀମିତ କ୍ୟାନ୍‌ସର ଚିକିତ୍ସା: ୧୩୮କୋଟିର ହସ୍ପିଟାଲରେ ମିଳୁନି ସ୍ବାସ୍ଥ୍ୟସେବା

ବରଗଡ଼,୧୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା କ୍ୟାନସର ରୋଗୀଙ୍କ ହବ୍‌ ପାଲଟିଛି। ଏଠାରେ କ୍ୟାନସର ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ଅନ୍ୟପଟେ ଏଠାରେ ଥିବା କ୍ୟାନସର ହସ୍ପିଟାଲରୁ…

ଭାଉଜଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଦିଅର, ଗର୍ଭବତୀ ହେବାରୁ…

ପାଟଣା,୧୧ା୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ପୋଲିସ ସମ୍ପର୍କୀୟ ବିଧବା ଭାଉଜଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ଭାଉଜ ଗର୍ଭବତୀ ହେବା ପରେ…

ମୁଣ୍ଡିଆ ମାରିଲେ, ମନ୍ଦିରରୁ ସବୁ ଲୁଟିନେଲେ: ମାଷ୍ଟରମାଇଣ୍ଡ୍‌ ଜଣେ ମହିଳା

ଭୁବନେଶ୍ୱର,୧୧।୪(ତ୍ରିନାଥ ମହାନ୍ତି):ଗୋଟିଏ ରାତିରେ ଦୁର୍ବୃତ୍ତମାନେ ୩ ମନ୍ଦିରରେ ପଶି ପୋଛି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା ଏବଂ ଟଙ୍କା। ଚନ୍ଦ୍ରଶେଖରପୁର ଥାନା ପଟିଆ ଗଁାରେ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri