ତରୁଣକାନ୍ତି ମିଶ୍ର ପାଇବେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’

ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ୨୦୧୯ ମସିହା ଲାଗି ଓଡ଼ିଶାରୁ ସମ୍ମାନଜନକ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର’ ପାଇବେ ଖ୍ୟାତନାମା ଲେଖକ ତରୁଣକାନ୍ତି ମିଶ୍ର। ସେ ତାଙ୍କ ରଚିତ କ୍ଷୁଦ୍ରଗଳ୍ପ ସଙ୍କଳନ ‘ଭାସ୍ବତୀ’ ପାଇଁ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ସଭାପତି ଡ. ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଏକାଡେମୀର କାର୍ଯ୍ୟକାରୀ କମିଟି ବୈଠକରେ ଏନେଇ ବିଧିବଦ୍ଧଭାବେ ଘୋଷଣା କରାଯାଇଛି।
୧୯୫୦ ଅଗଷ୍ଟ ୨ରେ କେନ୍ଦୁଝର ଜିଲାରେ ଜନ୍ମଗ୍ରହଣ କରିଥିବା ତରୁଣକାନ୍ତି ମିଶ୍ର ପୁରୀ ଜିଲା ସ୍କୁଲରୁ ସ୍କୁଲିଂ, ବିଜେବି କଲେଜରୁ ଅର୍ଥନୀତିରେ ସ୍ନାତକ ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଅପ୍ଲାଏଡ୍‌ ଇକୋନୋମିକ୍ସରେ ସ୍ନାତକୋତ୍ତର କରିଛନ୍ତି। ୟୁନିଭର୍ସିଟି ଅଫ୍‌ ଇଷ୍ଟ ଆଙ୍ଗ୍‌ଲିଆରୁ ଏମ୍‌ଏ ଡିଗ୍ରୀ ହାସଲ କରିବା ପରେ ସେ ୧୯୭୫ରେ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଇଥିଲେ। ଓଡ଼ିଶା ସରକାରଙ୍କ ୧୦ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ସଫଳତାର ସହ ଦାୟିତ୍ୱ ତୁଲାଇ ୨୦୧୦ରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ସେ ଅବସର ଗ୍ରହଣ କରିଥିଲେ। ପ୍ରଶାସନିକ ସେବାରେ ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିଥିବା ମିଶ୍ର ଜଣେ ସାହିତି୍ୟକଭାବେ ମଧ୍ୟ ବେଶ୍‌ ସୁନାମ ଅର୍ଜନ କରିଛନ୍ତି। ସ୍କୁଲରେ କ୍ଷୁଦ୍ରଗଳ୍ପ ରଚନାରୁ ସାହିତି୍ୟକ ଜୀବନ ଆରମ୍ଭ କରିଥିବା ତରୁଣକାନ୍ତିଙ୍କ ୨୦୦ରୁ ଅଧିକ ଲେଖା ପ୍ରକାଶିତ ହୋଇଛି। ‘ଦଣ୍ଡକାରଣ୍ୟ’ ପାଇଁ ଚର୍ଚ୍ଚାରେ ଥିବା ମିଶ୍ରଙ୍କ ବିଭିନ୍ନ କାଳଜୟୀ ରଚନା ମଧ୍ୟରେ ରହିଛି ‘ରଜନୀଗନ୍ଧା’, ‘ସକାଳର ମାନଚିତ୍ର’, ‘ସଂବହନ’, ‘ଶରଦଃ ଶତମ୍‌’, ‘ଆଜି ରାତିର ଗଳ୍ପ’, ‘ବହୁବ୍ରୀହି’, ‘ଭାସ୍ବତୀ’, ‘ଇତ୍‌ନୀ ଦୂର’, ‘ଜହ୍ନ ରାତିର ଗପ ସରିନାହିଁ’, ‘ବୀତଂସ’ ଓ ‘ଲୁବ୍‌ଧକର ରାତି’। ତାଙ୍କ ରଚିତ ପୁସ୍ତକ ହିନ୍ଦୀ, ବଙ୍ଗଳା, ଉର୍ଦ୍ଦୁ, ତେଲୁଗୁ, ମରାଠି, ଗୁଜରାଟି ଓ ଇଂଲିଶ ଭଳି ଏକାଧିକ ଭାଷାରେ ଅନୁବାଦ ହୋଇଥିବାବେଳେ ଉତ୍କୃଷ୍ଟ ସାହିତ୍ୟକୃତି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ସାରଳା ପୁରସ୍କାର, କଥା ସମ୍ମାନ ଏବଂ ୨୦୦୯ରେ ଶ୍ରେଷ୍ଠ ପ୍ରଶାସକ ଭାବେ ‘ଥିଙ୍କ୍‌ ଓଡ଼ିଶା ଲିଡର୍‌ଶିପ୍‌ ଆୱାର୍ଡ’ ପାଇଛନ୍ତି। ଚଳିତବର୍ଷର ଓଡ଼ିଆ ଭାଷା ପାଇଁ ଏକାଡେମୀ ପୁରସ୍କାର ବିଜେତାଙ୍କୁ ବାଛିବା ଲାଗି ୩ ଜଣିଆ ବିଚାରକ ମଣ୍ଡଳିରେ ଡ. ମାଳବିକା ରାୟ, ଡ. ଫନୀ ମହାନ୍ତି ଓ ଡ. ପ୍ରଫୁଲ୍ଲ କୁମାର ମହାନ୍ତି ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri