ତବଲିଗ୍‌ ଜମାତ୍‌ ନେଇ ହରଡ଼ଘଣାରେ ସରକାର !

ନୂଆଦିଲ୍ଲୀ,୧।୪: ଦିଲ୍ଲୀର ନିଜାମୁଦ୍ଦିନ୍‌ରେ ହୋଇଥିବା ତବଲିଗ୍‌ ଜମାତ୍‌ ନେଇ ଏବେ କେନ୍ଦ୍ର ସରକାରଙ୍କ ସହିତ ରାଜ୍ୟ ସରକାର ମଧ୍ୟ ହରଡ଼ଘଣାରେ ପଡ଼ିଛନ୍ତି। ଜମାତ୍‌ରେ ଯୋଗଦେଇଥିବା ୩୨ଜଣଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବାବେଳେ ୬୯ ଜଣ ଆଇସୋଲେଶନ୍‌ରେ ରହିଛନ୍ତି। ମାର୍ଚ୍ଚ ୧୬ରୁ ୨୪ ପର୍ଯ୍ୟନ୍ତ ଏଠାରେ ଏଭଳି ଧାର୍ମିକ ସମାବେଶ ହେବ ବୋଲି ପୂର୍ବରୁ ଜଣାଥିଲା। ସମାବେଶରେ ୪୦୦୦ରୁ ଅଧିକ ଲୋକ ଯୋଗଦେବା ନେଇ ପ୍ରଶାସନ ପାଖରେ ସୂଚନା ମଧ୍ୟ ଥିଲା। ମାର୍ଚ୍ଚ ୨୨ରେ ଜନତା କର୍ଫ୍ୟୁ ଲାଗିବା ପରେ ଜମାତ୍‌କୁ ଆୟୋଜକ ମାର୍ଚ୍ଚ ୨୩ରେ ତରବରିଆ ଭାବେ ଶେଷ କରିଥିଲେ। ତେବେ ୧୦୦୦ରୁ ଅଧିକ ଲୋକ ପରିବହନ ବ୍ୟବସ୍ଥା ନ ଥିବାରୁ ସେଠାରେ ବାଧ୍ୟ ହୋଇ ରହିଯାଇଥିଲେ। ସେମାନଙ୍କୁ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ସଚେତନତା ଜାରି ହେବା ପରେ ବାହାର କରାଯାଇଥିଲା। କିଛିଦିନ ତଳେ ଦିଲ୍ଲୀରେ ଦଙ୍ଗା ଘଟିଥିଲା। ଏପରିସ୍ଥଳେ ଏଭଳି ଧାର୍ମିକ ସମାବେଶ କେନ୍ଦ୍ର ଅବା ଦିଲ୍ଲୀ ରାଜ୍ୟ ସରକାରଙ୍କ ଅଗଚୋରରେ ହେବାର ସମ୍ଭାବନା ଆଦୌ ନାହିଁ ବୋଲି ସମୀକ୍ଷକ କହିଛନ୍ତି। ଏଭଳି ସମାବେଶ ଦ୍ୱାରା ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାର ଆଶଙ୍କା ମଧ୍ୟ ଥିଲା। ବିଦେଶରେ ଥିବା ଭାରତୀୟ ଦେଶକୁ ଫେରିବା ପରେ କରୋନା ଦେଶରେ ପାଦ ଦେଇଥିଲା। ତେଣୁ ଏପରି ବଡ଼ ଧରଣର ସମାବେଶ ପାଇଁ ଅନୁମତି ଦେବାର କୌଣସି ଆବଶ୍ୟକତା ନ ଥିଲା। ଜମାତ୍‌ ଆୟୋଜକ ମାର୍ଚ୍ଚ ୨୩ ପରେ ଅଟକି ଥିବା ଲୋକଙ୍କୁ ବାହାର କରିବା ଲାଗି ପ୍ରଶାସନର ଅନୁମତି ମଧ୍ୟ ଲୋଡିଥିଲେ। ତେବେ କାହିଁକି ଅନୁମତି ଦିଆଗଲା ନାହିଁ ତାହା ଏବେ ଆୟୋଜକ ପ୍ରଶ୍ନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ମନ୍ତବ୍ୟ ନେଇ ଏବେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ତାଙ୍କ ଅଜାଣତରେ ଏତେ ବଡ଼ ସମାବେଶ ଯେ ହୋଇଥିଲା ସେ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି। ଜମାତ୍‌ରେ ୩୦୦ରୁ ଅଧିକ ବିଦେଶୀ ଯୋଗଦେଇଥିଲେ। ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଭିଜା ମିଳିଥିଲା। ଏନେଇ ପୂର୍ବ ବହିର୍ବ୍ୟାପାର ସଚିବ ଶଶାଙ୍କଙ୍କ ଅନୁସାରେ ଭାରତରେ ଜମାତ୍‌ ଲାଗି କୌଣସି ବିଦେଶୀଙ୍କୁ ଭିଜା ମିଳି ନ ଥାଏ। ଏପରିସ୍ଥଳେ ଜମାତ୍‌ରେ ଯୋଗଦେବା ଲାଗି ଲୋକେ ସବୁବେଳେ ପର୍ଯ୍ୟଟନ ଭିଜାରେ ହିଁ ଯିବା ଆସିବା କରିଥାନ୍ତି। ଏହା ସରକାରଙ୍କୁ ଭଲ ଭାବେ ଜଣା। ଯଦି ସୁବିଧାରେ ସମାବେଶ ଶେଷ ହୋଇଥାନ୍ତା କେହି ପ୍ରଶ୍ନ ଉଠାଇ ନ ଥାନ୍ତେ। କିନ୍ତୁ ଅଘଟଣ ଘଟିବାରୁ ଏବେ ଅଧିକାରୀ ନିଜ ଦୋଷ ଅନ୍ୟ ମୁଣ୍ଡରେ ଲଦିବାର ଉଦ୍ୟମ କରୁଥିବା ଶଶାଙ୍କ କହିଛନ୍ତି। ସୂଚନାଯୋଗ୍ୟ, ଏନେଇ ବିରୋଧୀ ରାଜନୈତିକ ଦଳଗୁଡ଼ିକ ମଧ୍ୟ ସରକାରଙ୍କୁ ଘେରିବା ଯୋଜନା କରୁଥିବା କୁହାଯାଉଛି। ଫଳରେ ନିଜାମୁଦ୍ଦିନ୍‌ ଜମାତ୍‌ ଏବେ ବିରୋଧୀଙ୍କ ପାଇଁ ମୁଖ୍ୟ ଅସ୍ତ୍ର ପାଲଟିଥିବା ରାଜନୈତିକ ସମୀକ୍ଷକ ମତ ଦେଇଛନ୍ତି। ଏନେଇ ବିରୋଧୀ ସରକାରଙ୍କୁ ଘେରିବା ଯୋଜନା କରୁଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଟ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେଲେ ଦୁଇ ଭଉଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

କର୍ଲାମୁଣ୍ଡା,୧୭।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ତିନି ଛାତ୍ରୀଛାତ୍ର ସଫଳତା ପାଇଛନ୍ତି। ଏଥିମଧ୍ୟରୁ ଗୋଟିଏ ପରିବାରର ଦୁଇ ଭଉଣୀ ଏକା ସାଙ୍ଗେ ନିଟ ପରୀକ୍ଷାରେ…

ବଲାଙ୍ଗୀରରେ ଶାନ୍ତିଶୃଙ୍ଖଳା ସହ ସମ୍ପନ୍ନ ହେଲା ରଥଯାତ୍ରା, ବର୍ଷାକୁ ଖାତିର ନକରି ରଥ ଟାଣିଲେ ମହିଳା ଭକ୍ତ

ବଲାଙ୍ଗୀର,୧୭।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ସୁରୁଖୁରୁରେ ରଥଯାତ୍ରା ପାଳିତ ହୋଇଯାଇଛି । ଅପରାହ୍ଣରେ ଗୋପାଲଜୀ ମନ୍ଦିରରୁ ଶ୍ରୀଜିଉଙ୍କୁ ରଥାରୂଢ଼ କରାଯିବା ପରେ ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ରଥକୁ…

ଆସୁଛି ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍, ଆରବିଆଇ ଜାରି କଲା….

ନୂଆଦିଲ୍ଲୀ,୧୭।୭: ଦେଶରେ ଖୁବ୍‌ଶୀଘ୍ର ପ୍ଲାଷ୍ଟିକ୍ ନୋଟ୍ ପ୍ରଚଳନ ହେବାକୁ ଯାଉଛି । ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦେଶର ମୁଦ୍ରା ବ୍ୟବସ୍ଥାରେ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ଆଧୁନିକ…

ଇରାନ ବିରୋଧରେ ଯୁଦ୍ଧରେ ଯୋଗଦେବ ପାକିସ୍ତାନ? ସାଉଦି ଆରବ ଉପରେ ହୁଥିଙ୍କ କ୍ଷେପଣାସ୍ତ୍ର ମାଡ଼ ପରେ ରାଗିଲା ଇସଲାମାବାଦ

ଇସଲାମାବାଦ,୧୭।୭: ଇରାନ ଏବଂ ଆମେରିକା ମଧ୍ୟରେ ଏକ ଚୁକ୍ତି ପାଇଁ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ଏବେ ନିଜକୁ ଏକ ସଂଘର୍ଷରେ ଫସାଇପାରେ। ୟେମେନର ହୁଥି…

IIC ବିୟୁଟି ମହାନ୍ତିଙ୍କ ମୃତ୍ୟୁର କିଛି ପ୍ରମାଣ ମିଳିଛି, ଡିସିପି କହିଲେ ମୋବାଇଲରୁ…

କଟକ,୧୭ା୭: ଚାଉଳିଆଗଞ୍ଜ ଥାନା ଆଇଆଇସି ବିୟୁଟି ମହାନ୍ତିଙ୍କ ମୃତ୍ୟୁ ମାମଲାରେ କଟକ ଡିସିପି ଖିଲାରୀ ଋଷିକେଶ ଆଉ ଏକ ପ୍ରତିକ୍ରିୟା ଦେଇଛନ୍ତି। ଡିସିପି କହିଛନ୍ତି, ଡିଜିଟାଲ ପ୍ରମାଣ…

ବଡ଼ ଖୁଲାସା କଲେ ଆମିର ଖାନ୍‌: 3 idiots ସୋନମ ୱାଙ୍ଗଚୁକଙ୍କ ଉପରେ ଆଧାରିତ ନୁହେଁ, ଜାଣନ୍ତୁ କ’ଣ କହିଲେ…

ମୁମ୍ବାଇ: ଶିକ୍ଷାବିତ୍‌ ତଥା ସମାଜସେବୀ ସୋନମ ୱାଙ୍ଗଚୁକ ୨୦ ଦିନ ହେବ ଦିଲ୍ଲୀର ଯନ୍ତର ମନ୍ତରଠାରେ ଅନଶନରେ ବସିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଓଜନ ମଧ୍ୟ…

ବଡ଼ ରେକର୍ଡ କଲେ ରୋହିତ-କୋହଲି ଯୋଡ଼ି: ୯୪ ବର୍ଷ ଦିନିକିଆ କ୍ରିକେଟ୍‌ ଇତିହାସରେ…

ନୂଆଦିଲ୍ଲୀ,୧୭।୭: ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି, ରୋହିତ ଶର୍ମା ଏବଂ ବିରାଟ କୋହଲି, ଅନ୍ତର୍ଜାତୀୟ କ୍ରିକେଟରେ ଏକ ଏପରି ସଫଳତା ହାସଲ କରିଛନ୍ତି ଯାହା ପ୍ରତ୍ୟେକ…

ଅବସର ନେବେ ନାହିଁ ରୋହିତ ଶର୍ମା! ‘ହିଟମ୍ୟାନ’ଙ୍କୁ ନେଇ ଏମିତି କହିଦେଲେ କୋଚ

ନୂଆଦିଲ୍ଲୀ,୧୭।୭: ଦ୍ୱିତୀୟ ଦିନିକିଆରେ ପୁଣି ଥରେ ବିଫଳ ହେବା ପରେ, ତୃତୀୟ ମ୍ୟାଚ ରୋହିତ ଶର୍ମାଙ୍କ ଶେଷ ହୋଇପାରେ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଅନେକ ଗଣମାଧ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri