ତପ୍ତପାଣି ଘାଟିରେ ବସ୍‌ ଦୁର୍ଘଟଣାଗ୍ରସ୍ତ: ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ, ୨ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିରେ ବୁଧବାର ଏକ ଯାତ୍ରୀବାହୀ ବସ୍‌ ଓଲଟି ପଡ଼ିବା ଯୋଗୁ ୮ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି। ଏଥିସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ବିତ କରିବା ଲାଗି ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ଏସ୍‌ପି ବିଜ୍ରେଶ ରାୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରକାଶ ଯେ, ରାୟଗଡ଼ା ଜିଲା ଟିକିରିରୁ ୪୮ଜଣ ଯାତ୍ରୀଙ୍କୁ ନେଇ ବ୍ରହ୍ମପୁର ଆସୁଥିବା ବେଳେ ବସ୍‌ଟି ବୁଧବାର ଭୋର ସମୟରେ ଘାଟିର ପାଳୁଖୋଳା ନିକଟରେ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଖବର ପାଇ ଦିଗପହଣ୍ଡି ଥାନା ଆଇଆଇସି ବସନ୍ତ କୁମାର ସେଠୀ, ମୋହନା ଥାନା ଆଇଆଇସି ସୁଜିତ କୁମାର ନାୟକ ସଦଳବଳ ଘଟଣାସ୍ଥଳରେ ପହଞ୍ଚତ୍ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏଥିରେ ମୃତ୍ୟୁସଂଖ୍ୟା ୮ରେ ପହଞ୍ଚିଥିବା ବେଳେ ୩୭ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ଆହତ ଯାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗଞ୍ଜାମ ଜିଲାପାଳ, ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି। ଘନକୁହୁଡ଼ି ଯୋଗୁ ବସ୍‌ ଦୁର୍ଘଟଣା ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାମେରାମ୍ୟାନ ହତ୍ୟା ମାମଲା: ସ୍କ୍ରିନ ରିକ୍ରିଏଶନ କଲା କ୍ରାଇମବ୍ରାଞ୍ଚ

ଚାନ୍ଦବାଲି,୧।୪(ଡି.ଏନ୍‌.ଏ.): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ସ୍କ୍ରିନ ରିକ୍ରିଏଶନ କରାଯାଇଛି। ଚାନ୍ଦବାଲି ପଳାସପୁର ଗ୍ରାମରେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ସ୍କ୍ରିନ ରିକ୍ରିଏଶନ...

ମୋବାଇଲ ଭ୍ୟାନ୍‌ରେ ହେବ କରୋନା ଟେଷ୍ଟ

ଭୁବନେଶ୍ୱର,୨୭।୭(ବ୍ୟୁରୋ)-ଏଣିକି ମୋବାଇଲ ଭ୍ୟାନରେ ହେବ କରୋନା ଟେଷ୍ଟ। ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଭ୍ୟାନ ବୁଲି ଟେଷ୍ଟିଂ କରିବ। ଗଞ୍ଜାମରେ ମୋବାଇଲ ଭ୍ୟାନ୍‌ ମାଧ୍ୟମରେ କରୋନା...

ସ୍ବାମ-ପିପିଳି ରାସ୍ତା ମରଣଯନ୍ତା

ପାଟଣା,୨୭ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ପିପିଳିଆ ପୂର୍ତ୍ତ ବିଭାଗର ୧୦ କି.ମି. ରାସ୍ତା ମରଣଯନ୍ତା ପାଲଟିଛି। ରାସ୍ତା କାମ କରୁଥିବା ଠିକା ସଂସ୍ଥା ରାସ୍ତାରୁ ପିଚୁ...

ରାତି ଅଧରେ ଚୋରକୁ ଧରିଲେ ଗ୍ରାମବାସୀ, ନିର୍ଧୂମ ଛେଚିଲା ପରେ କଲେ ଏମିତି

ବାହାନଗା,୩୧।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ଅଟାସପୁର ଗ୍ରାମରେ ଜଣେ ଚୋରକୁ ଧରି ଗ୍ରାମବାସୀ ଶୁକ୍ରବାର ପୋଲିସ ଜିମା ଦେଇଛନ୍ତି। ଅଟାସପୁର ସ୍ଥିତ...

ଜିଲା ଚିଠି : ଅସଜଡ଼ା ସ୍ବାସ୍ଥ୍ୟସେବା

ରାଜ୍ୟ ସରକାରଙ୍କ ପକ୍ଷରୁ ‘ମୋ ସରକାର’ ଯୋଜନା ଜିଲାର ପ୍ରତି ଡାକ୍ତରଖାନାରେ ଲାଗୁ କରାଯାଇଛି। ଏଥିପାଇଁ ସବୁଠି ତତ୍ପରତା ପ୍ରକାଶ ପାଇଛି। ତଥାପି ଜିଲାବାସୀଙ୍କୁ ଉତ୍ତମ...

୩୧ ଲକ୍ଷଙ୍କୁ ମିଳିବ ସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ୱର(ବ୍ୟୁରୋ)/ବାଲେଶ୍ୱର ଅଫିସ/ଭଦ୍ରକ ଅଫିସ, ୨୬ା୧୧: ରାଜ୍ୟ ସରକାରଙ୍କ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କଓ୍ବୋଇ) ଅନ୍ତର୍ଗତ ସ୍ମାର୍ଟ ହେଲ୍‌ଥ କାର୍ଡ ସ୍କିମ୍‌ରେ ଯୋଡ଼ିହୋଇଛି ବାଲେଶ୍ୱର ଏବଂ...

ଯଦି ସନ୍ତୋଷ ଭୁଲ କରିନାହାନ୍ତି କାହିଁକି ସେ ସାମ୍ନାକୁ ଆସୁନାହାନ୍ତି’

ଭୁବନେଶ୍ୱର,୨୨।୬(ବ୍ୟୁରୋ): ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ତାଙ୍କ ସାଙ୍ଗ ଓ ସାଥୀ କଳାକାର । ରଶ୍ମିଙ୍କ ସାଥୀ କଳାକାର ଡାନି...

ପୂର୍ଣ୍ଣ ଜେନାଙ୍କୁ ହତ୍ୟା ଉଦ୍ୟମ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଏସ୍‌ପିଙ୍କୁ ଫେରାଦ

ବ୍ରହ୍ମପୁର ଅଫିସ,୧୬ା୫: ଏକ ହତ୍ୟା ମାମଲାର ସାକ୍ଷୀଙ୍କୁ ଆକ୍ରମଣ ଘଟଣାର ଫେରାର ଥିବା ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଶନିବାର ସଦର ଥାନା ରୋହିଗାଁର ଆକ୍ରମଣର...

Advertisement
Archives

Model This Week