ତଥ୍ୟ ଦେଉନାହାନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ: ହେଉନି ଏଜି ଅଡିଟ୍‌, ସୀମା ଟପିଛି ଦୁର୍ନୀତି

ଭୁବନେଶ୍ୱର, ୧।୮(ବ୍ୟୁରୋ): ଜୀବଜନ୍ତୁଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚାକୁ ଆସିଥିବା ନନ୍ଦନକାନନକୁ ନେଇ ଆଉ ଏକ ଅଭିଯୋଗ ଉଠିଛି। ବହୁ କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ଏହି ପ୍ରାଣୀ ଉଦ୍ୟାନର ଉନ୍ନତି ସେପରି ହୋଇପାରୁନି। କେତେବେଳେ ଜୀବଜନ୍ତୁ ଅର୍ଦ୍ଧାହାରରେ ରହୁଛନ୍ତି ତ ପୁଣି ସେମାନଙ୍କ ଯତ୍ନ ନେଉଥିବା କର୍ମଚାରୀ ଓ ଶ୍ରମିକ ମୌଳିକ ସୁବିଧା ନ ପାଇ ଆନ୍ଦୋଳନ ଚେତାବନୀ ଦେଉଛନ୍ତି। ଜୀବଜନ୍ତୁଙ୍କ ନାଁରେ ଅର୍ଥ ହରିଲୁଟ୍‌ ହେଉଥିବାବେଳେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଠିକ୍‌ ଉପାୟରେ ଅର୍ଥ ଖର୍ଚ୍ଚ ହେଉ ନ ଥିବା ନଜରକୁ ଆସିଛି। ସେହିଭଳି ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରାଯାଇ ଖୋଲା ବଜାରରୁ ଲକ୍ଷ ଲକ୍ଷ ଟଙ୍କାର ଉପକରଣ ଖରିଦ୍‌ ହେଉଛି। ସବୁଠାରୁ ସ୍ପର୍ଶକାତର ପ୍ରସଙ୍ଗ ହେଲା ନନ୍ଦନକାନନରେ ଯେଉଁ ଖର୍ଚ୍ଚ ହେଉଛି ତାହାର କୌଣସି ସରକାରୀ ଅଡିଟ୍‌ ବା ଆକାଉଣ୍ଟାଣ୍ଟ ଜେନେରାଲ୍‌ଙ୍କ ଦ୍ୱାରା ହେଉନାହିଁ। ଫଳରେ ମନଇଚ୍ଛା ଅର୍ଥ ଖର୍ଚ୍ଚ ହେଉଛି। ଏପରିସ୍ଥଳେ ନନ୍ଦନକାନନର ଉନ୍ନୟନମୂଳକ କାର୍ଯ୍ୟ ଓ ଖର୍ଚ୍ଚ ସଂକ୍ରାନ୍ତ ତଥ୍ୟ କର୍ତ୍ତୃପକ୍ଷ ଦେଉ ନ ଥିବାରୁ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି।
ଆଡ୍‌ଭୋକେଟ୍‌ ଅପୂର୍ବ ରଞ୍ଜନ ମଲ୍ଲିକ ସୂଚନା ଅଧିକାର ଆଇନ ବଳରେ ନନ୍ଦନକାନନରେ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ତତ୍‌ସମ୍ବନ୍ଧୀୟ ଅନୁମୋଦିତ ଖର୍ଚ୍ଚ ଓ ରାଜସ୍ବ ତଥା ଅଡିଟ୍‌ ସମ୍ବନ୍ଧୀୟ ତଥ୍ୟ ପ୍ରାଣୀଉଦ୍ୟାନ ପିଆଇଓଙ୍କୁ ମାଗିଥିଲେ। କିନ୍ତୁ ବିଭିନ୍ନ ବାହାନା ଦେଖାଇ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ତଥ୍ୟ ଦିଆଗଲା ନାହିଁ। ଏହାପରେ ଅପୂର୍ବ ପ୍ରଥମ ଆପିଲେଟ ନନ୍ଦନକାନନ ଉପନିର୍ଦେଶକ ଜୟନ୍ତ ଦାସଙ୍କୁ ଅପିଲ କଲେ। କିନ୍ତୁ ଉପଯୁକ୍ତ ତଥ୍ୟ ଦେବାରେ ଅସହଯୋଗ କରାଯିବାରୁ ସେ ମୁଖ୍ୟ ସୂଚନା କମିଶନଙ୍କ କୋର୍ଟରେ ପିଟିଶନ କରିଥିଲେ, ଯାହା ଏବେ ବିଚାରାଧୀନ ଅଛି। ଅପୂର୍ବ କୁହନ୍ତି, ପ୍ରଚଳିତ ଆଇନ ଅନୁଯାୟୀ ତଥା ସରକାରୀ ଦ୍ରବ୍ୟର କ୍ରୟରେ ସ୍ବଚ୍ଛତା ଆଣିବା ପାଇଁ ଓଡିଶା ସରକାରଙ୍କ ତରଫରୁ ଗଭର୍ନମେଣ୍ଟ ଇ-ମାର୍କେଟପ୍ଲେସ୍‌ (GeM)ର ବ୍ୟବସ୍ଥା କରାଯାଇଛି। ୨୦୧୭ ଅଗଷ୍ଟ ୧୫ ପରଠାରୁ ସମସ୍ତ କ୍ରୟ ଏହା ମାଧ୍ୟମରେ କରିବାକୁ ଅର୍ଥ ବିଭାଗର ନିର୍ଦ୍ଦେଶନାମା ରହିଛି। କିନ୍ତୁ ନନ୍ଦନକାନନ କର୍ତୃପକ୍ଷ ଏହି ନିର୍ଦ୍ଦେଶନାମାକୁ ଖୋଲାଖୋଲି ଉଲ୍ଲଂଘନ କରିଛନ୍ତି। ଏପରିକି ବିନା ଜିଏସ୍‌ଟି ବିଲ୍‌କୁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି। ସରକାରୀ ଅର୍ଥର ସଦୁପଯୋଗ ପାଇଁ ଟେଣ୍ଡରର ବିଧି ବ୍ୟବସ୍ଥା ଥିଲେ ମଧ୍ୟ ତାହା କରାଯାଉନି। ନନ୍ଦନକାନନ ସୋସାଇଟି ଫଣ୍ଡ୍‌ରୁ ବାର୍ଷିକ ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଏହି ଖର୍ଚ୍ଚର ଅଡିଟ୍‌ ଏଜି କିମ୍ବା ଓଡିଶା ସରକାରଙ୍କ ଅଡିଟରମାନେ କରନ୍ତି ନାହିଁ। ତେଣୁ ଦୁର୍ନୀତି କରିବା ପାଇଁ ସୁବିଧା ହେଉଛି। ନନ୍ଦନକାନନରେ ଦୀର୍ଘ ୮ ରୁ ୧୦ ବର୍ଷ ଧରି କାମ କରୁଥିବା ଶ୍ରମିକମାନେ ସେମାନଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ପାଇଁ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନି। ସେମାନଙ୍କୁ ସମସ୍ତ ସରକାରୀ ସୁବିଧାରୁ ବଞ୍ଚତ୍ତ କରାଯାଉଛି। ଇପିଏଫ୍‌ କର୍ତ୍ତୃପକ୍ଷ ସେମାନଙ୍କୁ ରେଜିଷ୍ଟ୍ରିଭୁକ୍ତ କରିବା ପାଇଁ ଚିଠି ଲେଖିଥିଲେ ମଧ୍ୟ ଏଯାଏ ହୋଇପାରିନି। ଏହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଥିବାବେଳେ କାର୍ଯ୍ୟ କରିବାର ଉତ୍ସାହ ରହୁନି। ଏଭଳି ବିଭିନ୍ନ ପ୍ରସଙ୍ଗର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବା ସହ ଏଜି ପକ୍ଷରୁ ସ୍ବତନ୍ତ୍ର ଅଡିଟ୍‌ କରାଯିବା ନିହାତି ଆବଶ୍ୟକ। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ମଧ୍ୟ ନନ୍ଦନକାନନର ଆର୍ଥିକ କାରବାର ଉପରେ ତଦନ୍ତ କଲେ କଳାକାରବାରର ପର୍ଦ୍ଦାଫାସ ହେବ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ ଧରାପଡିବେ ବୋଲି ଅପୂର୍ବ କହିଛନ୍ତି। ଆହୁରି ମଧ୍ୟ ସେ ଏକ ଗୁରୁତର ଅଭିଯୋଗ ଉଠାଇଛନ୍ତି। ଆର୍‌ଟିଆଇରେ ତଥ୍ୟ ମାଗିଲେ ଆର୍ଥିକ ପ୍ରଲୋଭନ ଦିଆଯାଉଛି। ଏହା ତାଙ୍କ କ୍ଷେତ୍ରରେ ମଧ୍ୟ ଘଟିଥିବା ସେ କହିବା ସହ ମୁଖ୍ୟ ସୂଚନା କମିଶନରଙ୍କ କୋର୍ଟରେ ଯେତେବେଳେ ପିଟିଶନର ଶୁଣାଣି ହେବ, ସେହି ପ୍ରସଙ୍ଗ ଉତ୍‌ଥାପନ କରିବେ ବୋଲି ଅପୂର୍ବ କହିଛନ୍ତି।
ଏ ସଂକ୍ରାନ୍ତରେ ନନ୍ଦନକାନନନ ନିର୍ଦ୍ଦେଶକଙ୍କୁ ତାଙ୍କ ମୋବାଇଲ୍‌ ନଂ.୯୪୩୭୦୩୮୬୩୬ରେ ଦୁଇଦିନ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ରିସିଭ୍‌ କରିଥିଲେ। ଉପନିର୍ଦ୍ଦେଶକ ଦାସଙ୍କୁ ମଧ୍ୟ ତାଙ୍କ ମୋବାଇଲ୍‌ ଫୋନ୍‌ରେ ଯୋଗାଯୋଗ କରାଯାଇଥିଲା। ତେବେ ସେ ଅଫିସ୍‌ କାର୍ଯ୍ୟରେ ବ୍ୟସ୍ତ ଥିବା ନେଇ କେହିଜଣେ କର୍ମଚାରୀ ଫୋନ୍‌ ଉଠାଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକାଶ ପାଠକଙ୍କର ବିଏମଡବ୍ଲ୍ୟୁ କାର୍‌ ଜବତ

ଭୁବନେଶ୍ୱର,୬।୧(ବ୍ୟୁରୋ): ଆକାଶ ପାଠକଙ୍କର ବିଏମଡବ୍ଲ୍ୟୁ କାରକୁ ଇଡି ଶୁକ୍ରବାର ଜବତ କରିଛି। ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ସେ ଗିରଫ ହୋଇଥିଲେ...

ରାଜ୍ୟ ସଂଗ୍ରହାଳୟରେ ନୌବାଣିଜ୍ୟ ଗ୍ୟାଲେରି ଉଦ୍‌ଘାଟିତ

ଭୁବନେଶ୍ୱର, ୧।୮(ବ୍ୟୁରୋ): ଭୁବନେଶ୍ୱରସ୍ଥିତ ରାଜ୍ୟ ସଂଗ୍ରହାଳୟଠାରେ ନୌ-ବାଣିଜ୍ୟ ଐତିହ୍ୟ ଗ୍ୟାଲେରି ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପର୍ଯ୍ୟଟନ,...

କୃଷକଙ୍କ ସାମାଜିକ- ଅର୍ଥନୈତିକ ବିକାଶ ପାଇଁ ସମବାୟ କ୍ଷେତ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୧(ବ୍ୟୁରୋ): ଜିଲା ସ୍ତରରେ ଥିବା କେନ୍ଦ୍ର ସମବାୟ ବ୍ୟାଙ୍କରେ ୨୪୦ ଜଣ ସହକାରୀ ମ୍ୟାନେଜର ଓ ୨୬ ଜଣ ସିଷ୍ଟମ୍‌ ମ୍ୟାନେଜର କାର୍ଯ୍ୟରେ ଯୋଗ ଦେଇଛନ୍ତି।...

ଖୋର୍ଦ୍ଧା ଅଞ୍ଚଳରେ ପଥର ଚୋରା ଚାଲାଣ ଅଭିଯୁକ୍ତ ନିତୁ ମାନସିଂ ଗିରଫ

ଭୁବନେଶ୍ୱର,୯।୭(ବ୍ୟୁରୋ): ଖୋର୍ଦ୍ଧାରେ ଖଣି ମାଫିଆଙ୍କ ରାଜୁତି ଚାଲିଛି। ସେଠାକାର ପଥର ଖାଦାନଗୁଡ଼ିକ ଉପରେ ସେମାନଙ୍କ ଲୋଲୁପ ନଜର ପଡ଼ିଛି। ରାତାରାତି କୋଟି କୋଟି ଟଙ୍କା ରୋଜଗାର...

ପାର୍ବଣ ଆରମ୍ଭରୁ ଭିଡ଼ ବଢ଼ିଲାଣି

ଭୁବନେଶ୍ୱର, ୧୧।୯ (ବ୍ୟୁରୋ): ଆରମ୍ଭ ହେଲାଣି ପାର୍ବଣ ଋତୁ। ଗଣେଶ ପୂଜା ପରେ ପରେ ନୂଆଖାଇ, ବିଶ୍ୱକର୍ମା ପୂଜା, ଦଶହରା ଆଦି ପୂଜା ପାର୍ବଣ ଆସୁଥିବାରୁ...

ପଦ୍ମଶ୍ରୀ ଶ୍ୟାମାମଣୀ ଦେବୀଙ୍କୁ ‘ରୁଚି ବୁଦ୍ଧ ସମ୍ମାନ’

ଭୁବନେଶ୍ୱର,(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର, ୧୩।୨ (ଡି.ଏନ୍‌.ଏ.):ଐତିହାସିକ ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ଡ୍ୟାନ୍ସ ଏକାଡେମୀ, ଓଡିଶା ସଙ୍ଗୀତ...

ଦିଲ୍ଲୀରୁ ଫେରିବା ପରେ ନିରଞ୍ଜନଙ୍କୁ ରାଜ୍ୟରେ ପୂରାଇ ଦିଆଯିବ ନାହିଁ: ଇତୀଶ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ରାଜ୍ୟ କଂଗ୍ରେସରେ ଦଳୀୟ କନ୍ଦଳ ଥମିବାର ନାଁ ନେଉନାହିଁ। ଗତ ସାଧାରଣ ନିର୍ବାଚନରେ ଦଳ ଶୋଚନୀୟ ପରାସ୍ତ ହୋଇ ବିରୋଧୀ ଦଳ ଆଖ୍ୟା ପାଇବାରୁ...

ଆଜି ମା’ଙ୍କ ମହାସପ୍ତମୀ ପୂଜା: ରାତି ପାହିଲେ ମହାଷ୍ଟମୀ

ଭୁବନେଶ୍ୱର,୨୩।୧୦(ବ୍ୟୁରୋ): ଶୁକ୍ରବାର ହେଉଛି ମା’ ଦୁର୍ଗାଙ୍କ ମହାସପ୍ତମୀ ପୂଜା। ମା’ ଜଗତ୍‌ଜନନୀଙ୍କ ପୂଜା କରୋନା କଟକଣା ମଧ୍ୟରେ ବେଶ ଫିକା ପଡ଼ିଛି। ଏବର୍ଷ ଚଳଚଞ୍ଚଳ ହେଉନି...

Advertisement
Archives

Model This Week