ଡ୍ୟୁଟିବେଳେ ଟ୍ରାଫିକ ପୋଷ୍ଟରେ ଅନୁପସ୍ଥିତ ରହିବା ମହଙ୍ଗା ପଡ଼ିଲା

କଟକ ଅଫିସ, ୫।୯: ଭୁବନେଶ୍ୱର ରୁପାଲି ଛକରେ ଡ୍ୟୁଟିବେଳେ ଟ୍ରାଫିକ ପୋଷ୍ଟରେ ଅନୁପସ୍ଥିତ ରହି ନିଲମ୍ବିତ ହୋଇଥିବା ୨ଜଣ କନଷ୍ଟେବଳଙ୍କୁ ବୁଧବାର ଜିଲାପାର ବଦଳି କରାଯାଇଛି। ଡିଜିପି ବିଜୟ କୁମାର ଶର୍ମା ନିଲମ୍ବିତ ଟ୍ରାଫିକ କନଷ୍ଟେବଳ କାଳିଆସୁନା ବେହେରାଙ୍କୁ ସହରାଞ୍ଚଳ ପୋଲିସ ଜିଲାରୁ ସୁନ୍ଦରଗଡ ଓ ଓଏପିଏଫ୍‌ କନଷ୍ଟେବଳ ଅଜୟ କୁମାର ପ୍ରଧାନଙ୍କୁ ମାଲକାନଗିରିକୁ ବଦଳି କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱର ରୁପାଲି ଛକ ଟ୍ରାଫିକ ପୋଷ୍ଟରେ ଡ୍ୟୁଟି ପାଇଁ କାଳିଆ ଓ ଅଜୟଙ୍କୁ ନିୟୋଜିତ କରାଯାଇଥିଲା। ମାତ୍ର କାର୍ଯ୍ୟ ସମୟରେ ସେମାନେ ସେଠାରେ ଅନୁପସ୍ଥିତ ଥିଲେ। ଯେଉଁଥିପାଇଁ ଟ୍ରାଫିକ ସମସ୍ୟା ଉପୁଜିଥିଲା। ଟ୍ରାଫିକ ପୋଲିସଙ୍କ ଅନୁପସ୍ଥିତିରେ ଲୋକମାନେ ବେପରୁଆ ଭାବେ ଟ୍ରାଫିକ ନିୟମ ଭାଙ୍ଗି ଗାଡି ଚଳାଇଥିଲେ। ତେଣୁ ଦୀର୍ଘ ସମୟ ଧରି ସେଠାରେ ଟ୍ରାଫିକ ସମସ୍ୟା ଉପୁଜିଥିଲା। ଡ୍ୟୁଟି ସମୟରେ ଅନୁପସ୍ଥିତ ଥିବା ଯୋଗୁ ଗତ ୩ରେ ଡିସିପି ଅନୁପ କୁମାର ସାହୁ ଉଭୟଙ୍କୁ ନିଲମ୍ବିତ କରିଥିଲେ। ଏଭଳି ଦାୟିତ୍ୱହୀନତା ଓ କର୍ତ୍ତବ୍ୟରେ ଅବହେଳାକୁ ଡିଜିପି ଶର୍ମା ଗୁରୁତ୍ୱ ସହ ନେଇ ଉଭୟଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ୱରରେ ଚାଲିଛି କର୍ଫ୍ୟୁ, ହେଲେ କାହିଁକି ବନ୍ଦ ହେଲା ଇଣ୍ଟରନେଟ୍‌

ବାଲେଶ୍ୱର,୧୯।୬(ମାନସ ବିଶ୍ୱାଳ): ଅଶାନ୍ତ ହୋଇପଡିଛି ବାଲେଶ୍ୱର। ନାଳରେ ପ୍ରବାହିତ ଲାଲ ରଙ୍ଗର ପାଣିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଯାହାପରେ ବାଲେଶ୍ୱରରେ ୧୪୪...

ଜୁଲାଇ ୮ରେ ଖୋଲିବ ରତ୍ନ ଭଣ୍ଡାର, ଭଣ୍ଡାରରେ ରହିଛି ଏତେ ସୁନା-ରୁପା ଅଳଙ୍କାର!

ଭୁବନେଶ୍ୱର,୧୯।୬: ଖୋଲିବ କାଳିଆର ରତ୍ନ ଭଣ୍ଡାର। ଓଡ଼ିଶାରେ ନୂଆ ସରକାର ଶପଥ ନେବା ପରେ ଏବେ ଜୁଲାଇ ୮ରେ ରତ୍ନ ଭଣ୍ଡାର ଖୋଲିବା ନେଇ ନିଷ୍ପତ୍ତି...

ମୁଖ୍ୟମନ୍ତ୍ରୀଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, CMOରୁ ୨୨ ଅଧିକାରୀ ବିଦା

ଭୁବନେଶ୍ୱର,୧୯।୬: ଓଡ଼ିଶାରେ ଭାଜପା ପ୍ରଥମ ଥର ଲାଗି ସରକାର ଗଢ଼ିଛି। ନୂଆ ସରକାର ଆସିବା ପରେ ପ୍ରଶାସନିକ ସ୍ଥରରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳୁଛି ।...

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ, ଫେରିବ ଚିଟ୍‌ଫଣ୍ଡ ଟଙ୍କା!

ଭୁବନେଶ୍ୱର,୧୯।୬: ନୂଆ ସରକାର ଆସୁଆସୁ ଆକ୍ସନ ମୋଡକୁ ଆସିଛନ୍ତି ଭାଜପା ସରକାର। ଚିଟଫଣ୍ଡ ଘୋଟାଲାରେ କୋଟି କୋଟି କ୍ଷତିଗ୍ରସ୍ତ ନ୍ୟାୟ ପାଇବା ପାଇଁ ଚାହିଁ ବସିଥିବାବେଳେ...

କାଳ ସାଜୁଛି ମୁକୁଳା ଡ୍ରେନ୍‌, ଚେତୁନି ପ୍ରଶାସନ

ଭୁବନେଶ୍ୱର,୧୯।୬ (ବନ୍ଦନା ସେଠୀ):ସ୍ମାର୍ଟସିଟି ଭୁବନେଶ୍ୱରବାସୀଙ୍କ ପାଇଁ କାଳ ସାଜୁଛି ମୁକୁଳା ଡ୍ରେନ୍‌। ସହରର ବିପର୍ଯ୍ୟସ୍ତ ଡ୍ରେନ୍‌ ବ୍ୟବସ୍ଥା ପାଇଁ ମୃତ୍ୟୁର କରାଳ ଆଁରେ ଚାଲି ଯାଉଛି...

କିଏ ହେବେ ବିରୋଧୀ ଦଳ ନେତା? ପ୍ରସନ୍ନ ଆଚାର୍ଯ୍ୟ ଦେଲେ ଇସାରା

ଭୁବନେଶ୍ୱର,୧୯।୬: ବିଜେଡି ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ଦେଲେ ଇସାରା । ନବୀନ ପଟ୍ଟନାୟକ ହୋଇପାରନ୍ତି ବିରୋଧୀ ଦଳ ନେତା । ବିରୋଧୀ ଦଳ ନେତା...

ଆସିଲା ପିଏମ କିଶାନ ଟଙ୍କା,କାଳିଆ ଟଙ୍କା କେବେ?

ଭୁବନେଶ୍ୱର,୧୯।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି ଟଙ୍କା ଖାତାକୁ ଆସିଛି । ସାରା ଦେଶରେ ୯...

ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ସୁରମା ପାଢୀ

ଭୁବନେଶ୍ୱର,୧୯।୬: ରାଜ୍ୟ ବିଧାନସଭାରେ ଭାଜପା ବିଧାୟକ ଦଳ ବୈଠକ ଶେଷ ହୋଛି। ଏହି ବୈଠକରେ ବିଧାନସଭା ବାଚସ୍ପତି ଭାବେ ରଣପୁର ବିଧାୟିକା ସୁରମା ପାଢ଼ୀଙ୍କୁ ବାଚସ୍ପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri