ଡ୍ରୋନ୍‌ରେ ବିଶୋଧନ ଆରମ୍ଭ କଲା ବିଏମ୍‌ସି

ଭୁବନେଶ୍ୱର,୨୦ା୪(ବ୍ୟୁରୋ): କରୋନା ମୁକାବିଲା ପାଇଁ ବିଏମ୍‌ସି ସହରର ଗଳିକନ୍ଦିରେ ବିଶୋଧନ ପ୍ରକ୍ରିୟା ଜାରି ରିଖିଛି। ଦିନରେ ହ୍ୟାଣ୍ଡ୍‌ ସ୍ପ୍ରେ ଏବଂ ଦମକଳ ବାହିନୀ ଗାଡ଼ି ମାଧ୍ୟମରେ ଜଳରେ ସୋଡିୟମ୍‌ ହାଇପୋକ୍ଲୋରାଇଡ୍‌ ମିଶ୍ରଣ ସିଞ୍ଚନ ହେଉଥିବାବେଳେ ରାତିରେ ଡ୍ରୋନ୍‌ ସହାୟତାରେ ବିଶୋଧନ କରାଯାଉଛିି। ବିଏମ୍‌ସି ପ୍ରଥମ ଥର ପାଇଁ ଡ୍ରୋନ୍‌ ବ୍ୟବହାର କରିି ଆବଦ୍ଧାଞ୍ଚଳରେ କାର୍ଯ୍ୟ ଚାଲୁ ରଖିଥିବା ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି। ସୂର୍ଯ୍ୟନଗର, ବମିଖାଲ, ସତ୍ୟନଗର, ବଡ଼ଗଡ଼, ୟୁନିଟ୍‌-୪, ଝାରପଡ଼ା, ଜୟଦୁର୍ଗାନଗର ଆଦି ଅଞ୍ଚଳରେ ଡ୍ରୋନ୍‌ ସାହାଯ୍ୟରେ ଯୁଦ୍ଧକାଳୀନ ଭିତ୍ତିିରେ କାର୍ଯ୍ୟ ଚାଲିବ ବୋଲି ଜଣାପଡ଼ିଛି। ଭୁବନେଶ୍ୱରରେ ପ୍ରାୟ ୬୦%ରୁ ଊର୍ଦ୍ଧ୍ୱ ଅଞ୍ଚଳରେ ବିଶୋଧନ କାମ ସରିଛି। ସୋମବାରଠାରୁ ଅନେକ କାର୍ଯ୍ୟାଳୟ ଖୋଲା ହେବାକୁ ଯାଉଥିବାବେଳେ ସେଠାରେ ବିଶୋଧନ କାର୍ଯ୍ୟ ପ୍ରାଥମିକତା ଭିତ୍ତିରେ କରାଯାଉଛି ବୋଲି ବିଏମ୍‌ସି ସୂତ୍ରରୁ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାର୍କେଟ ନ ଖୋଲିଲେ ୫୦ଲକ୍ଷର ମାଛ ନଷ୍ଟହେବ

ଭୁବନେଶ୍ୱର, ୧୦।୮(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଗତ ରବିବାର ୟୁନିଟ-୪ ମାଛ ମାର୍କେଟକୁ ସିଲ କରଯାଇଥିଲା। ଉକ୍ତ ଘଟଣାକୁ ନେଇ ଜୟ ଯବାନ...

ମିଲେଟ୍‌ ପ୍ରସାର ପାଇଁ ଏମ୍‌ଓୟୁ

ଭୁବନେଶ୍ୱର,୪ା୧(ବ୍ୟୁରୋ): ବିଶ୍ୱବ୍ୟାପୀ ମିଲେଟ୍‌କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ତରଫରୁ ୨୦୨୩ ବର୍ଷକୁ ଆନ୍ତର୍ଜାତିକ ମିଲେଟ୍‌ ବର୍ଷ ଭାବରେ ଘୋଷଣା କରାଯାଇଛି। ଏହି ପରିପ୍ରେକ୍ଷୀରେ...

ଦୁର୍ନୀତିରେ ଉବୁଟୁବୁ ଖଦି ବୋର୍ଡ: ଖାଇଗଲେ ମହୁଚାଷୀଙ୍କ ଟଙ୍କା

ଭୁବନେଶ୍ୱର, ୨୧।୭(ବ୍ୟୁରୋ): ରାଜ୍ୟ ସରକାରଙ୍କ ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ଦୁର୍ନୀତିରେ ଉବୁଟୁବୁ। ମହୁଚାଷୀଙ୍କୁ ତାଲିମ ଦେବା, ମହୁବାକ୍ସ କିଣିବାନେଇ କୋଟି କୋଟି ଟଙ୍କା ହଡ଼ପ...

ନିଃଶୁଳ୍କ ଟେଲିଫୋନ ସେବା ଆରମ୍ଭ କଲା ଓଏସ୍‌ଆରଟିସି

ଭୁବନେଶ୍ୱର,୩।୧୦(ବ୍ୟୁରୋ)-ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ(ଓଏସ୍‌ଆରଟିସି) ପକ୍ଷରୁ ନିଃଶୁଳ୍କ ଟେଲିଫୋନ ସେବା ଆରମ୍ଭ କରିଛି ା ଏହି ଟେଲିଫୋନ ନମ୍ବରଟି ହେଉଛି ୧୮୦୦-୩୪୫-୧୧୨୨ । ଟେଲିଫୋନରେ...

ରାଜ୍ୟରୁ ପୁଣି ୬୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୦।୮(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି। ମଙ୍ଗଳବାର କରୋନା ଆଉ ୬୪ ଜଣଙ୍କ ଜୀବନ ନେଇଛି।...

ଏଣିକି ଅଫ୍‌ଲାଇନ୍‌ ନୁହେଁ ସବୁ ଅନ୍‌ଲାଇନ୍‌

ଭୁବନେଶ୍ୱର,୩୧।୧୨(ବ୍ୟୁରୋ): ଏଣିକି ଅଫ୍‌ଲାଇନ୍‌ ନୁହେଁ ଅନ୍‌ଲାଇନ୍‌ରେ ଡିଏଲ୍‌ ଆବେଦନଠାରୁ ଆରମ୍ଭ କରି ଗାଡି ପରମିଟ୍‌ ଭଳି ସବୁ କାମ ହେବ। ନୂଆବର୍ଷଠାରୁ ପରିବହନ ବିଭାଗରେ ନୂଆ...

ରାଜ୍ୟରେ ରହିଛି ୬୩ କୃଷି, ୮୫ ଉଦ୍ୟାନ କୃଷି ଫାର୍ମ: ଆଧୁନିକୀକରଣ ପାଇଁ ଖର୍ଚ୍ଚ ହୋଇଛି ୧୨୬୨ଲକ୍ଷ ଟଙ୍କା

ଭୁବନେଶ୍ୱର,୨୦।୧୧(ବ୍ୟୁରୋ): ରାଜ୍ୟରେ ୬୩ଟି କୃଷି ଫାର୍ମ ଏବଂ ୮୫ଟି ଉଦ୍ୟାନ କୃଷି ଫାର୍ମ ରହିଛି। ସେଥିରୁ ୪ଟି କୃଷି ଫାର୍ମ ଓ ୫ଟି ଉଦ୍ୟାନ କୃଷି...

ଆଜିଠୁ ମିଳିବ ଘରୋଇ ବିମାନ ସେବା

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସରି ଆସୁଥିବାବେଳେ ଧୀରେ ଧୀରେ ଯାତ୍ରୀ ପରିବହନ ସେବା ସ୍ବାଭାବିକ ହେବାରେ ଲାଗିଛି। ପ୍ରାୟ ୨ମାସ ଧରି ବନ୍ଦ...

Advertisement
Archives

Model This Week