Posted inଖେଳ

ଡୋମିଙ୍ଗୋ ବାଂଲାଦେଶର ନୂଆ କ୍ରିକେଟ କୋଚ୍‌

ଢାକା, ୧୭ା୮ (ଏଏଫ୍‌ପି): ଦକ୍ଷିଣ ଆଫ୍ରିକାର ରସେଲ ଡୋମିଙ୍ଗୋ ବାଂଲାଦେଶ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଭାବେ ମନୋନୀତ ହୋଇଛନ୍ତି। ପୂର୍ବରୁ ଏହି ପଦବୀରେ ଇଂଲଣ୍ଡର ଷ୍ଟିଭ୍‌ ରୋଡ୍‌ସ କାର୍ଯ୍ୟ କରୁଥିଲେ। ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ଶନିବାର ଏହି ସୂଚନା ଦେଇଛି। ୪୪ବର୍ଷୀୟ ଡୋମିଙ୍ଗୋ ବିସିବି ସହିତ ଦୁଇ ବର୍ଷିଆ ଚୁକ୍ତି କରିଛନ୍ତି। ସେ ବୁଧବାର ଆସି ଦାୟିତ୍ୱ ଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଡୋମିଙ୍ଗୋଙ୍କ ପ୍ରଚୁର ଅଭିଜ୍ଞତା ରହିଛି। ଆମେ ଖେଳପ୍ରତି ତାଙ୍କ ଆବେଗ ଏବଂ କୋଚିଂ ଫିଲୋଶଫିରେ ଖୁବ୍‌ ପ୍ରଭାବିତ ବୋଲି ବିସିବି ସଭାପତି ନାଜମୁଲ ହସନ କହିଛନ୍ତି। ସେପ୍ଟେମ୍ବରରେ ବାଂଲାଦେଶ ଆଫଗାନିସ୍ତାନ ବିପକ୍ଷରେ ଏକ ଟେଷ୍ଟ ସିରିଜ ଏବଂ ଭ୍ରମଣକାରୀ ଦଳ ଓ ଜିମ୍ବାଓ୍ବେକୁ ନେଇ ଆୟୋଜିତ ଏକ ତ୍ରିରାଷ୍ଟ୍ରିୟରେ ଭାଗ ନେବ। ଗତ ଆଇସିସି ବିଶ୍ୱକପ୍‌ରେ ବାଂଲାଦେଶ ଦଳ ୮ମ ସ୍ଥାନରେ ରହିବା ପରେ ବିସିବି ରୋଡ୍ସଙ୍କଠରୁ ଦୂରେଇ ଯାଇଥିଲା। ଏହାପରଠାରୁ ଜଣେ ନୂଆ କୋଚ୍‌ ସନ୍ଧାନରେ ଥିଲା। ରୋଡ୍ସଙ୍କ ପରେ ବିସିବି ନିର୍ଦ୍ଦେଶକ ତଥା ପୂର୍ବତନ ଅଧିନାୟକ ଖାଲେଦ ମହମ୍ମଦ ଅସ୍ଥାୟୀ ଭାବେ ଦାୟିତ୍ୱ ତୁଲାଇଥିଲେ। ତାଙ୍କ ଅଧୀନରେ ବାଂଲାଦେଶ ଜୁଲାଇ ଶେଷ ଭାଗରେ ଶ୍ରୀଲଙ୍କା ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ୦-୩ରେ ପରାଜିତ ହୋଇଥିଲା। ହସନ କହିଛନ୍ତି, ଅନ୍ୟ ପ୍ରାର୍ଥୀଙ୍କ ତୁଳନାରେ ହସନଙ୍କ ଉପଲବ୍ଧ ଥିବାରୁ ତାଙ୍କୁ ଅଗ୍ରାଧିକାର ଭିତ୍ତିରେ ମନୋନୀତ କରାଯାଇଥିଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ରେ ଏହି ଭାରତୀୟ ବୋଲରଙ୍କ ନାଁରେ ଲଜ୍ଜାଜନକ ରେକର୍ଡ ରହିଛି

କ୍ରିକେଟରେ ତ ଅନେକ ରେକର୍ଡ ସୃଷ୍ଟି ହୁଏ ଏବଂ ଅନେକ ରେକର୍ଡ ଭାଙ୍ଗେ, ହେଲେ ଏମିତି କଛି ରେକର୍ଡ ଅଛି ଯାହାକୁ କୌଣସି ଖେଳାଳି କିମ୍ବା...

କ୍ଲାର୍କଙ୍କ ବିବାହ ବିଚ୍ଛେଦ

ମେଲବୋର୍ନ, ୧୩।୨ (ପି.ଟି.)- ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ ଓ ତାଙ୍କ ସ୍ତ୍ରୀ କେଲୀ ବୋଲ୍ଡିଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ବିବାହର ୭...

ମୁମ୍ବାଇ ସିଟି ଏଫ୍‌ସିକୁ ରୋକିଲା ଏଟିକେ

ମୁମ୍ବାଇ, ୫ା୧ (ପି.ଟି.)- ଚଳିତ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ କ୍ରମାଗତ ୬ଟି ମ୍ୟାଚରେ ବିଜୟ ପରେ ମୁମ୍ବାଇ ସିଟି ଏଫ୍‌ସି ପରାଜୟ ବରଣ କରିଛି।...

ୟୁଏସ୍‌ ଓପନ କ୍ୱାଲିଫାଇଙ୍ଗ୍‌: ଅଙ୍କିତା ଦ୍ୱିତୀୟ ରାଉଣ୍ଡରେ

ନ୍ୟୁୟର୍କ, ୨୦ା୮ (ପି.ଟି.)- ଭାରତର ଅଙ୍କିତା ରାଇନା ୟୁଏସ ଓପନ ଟେନିସ କ୍ୱାଲିଫାଇଙ୍ଗ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କିନ୍ତୁ ପୁରୁଷ ସିଙ୍ଗଲ୍ସରେ ରାମକୁମାର ରମାନାଥନ...

୫ ବର୍ଷ ପରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଲା ଶାହରୁଖ ଖାନଙ୍କ ଦଳ

ଆବୁଧାବି, ୮।୧୦: ଚଳିତ ଆଇପିଏଲ୍‌ର ୨୧ତମ ମ୍ୟାଚ୍‌ରେ ବୁଧବାର କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ମୁକାବିଲା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍‌ କିଙ୍ଗ୍ସ...

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରୁ ଓହରିଲେ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୬ା୩ (ପି.ଟି.)-କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କାରେ ଭାରତର କେତେଜଣ ବ୍ୟାଡମିଣ୍ଟନ ଖେଳାଳି ଆସନ୍ତା ସପ୍ତାହରେ ହେବାକୁଥିବା ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ରୁ ଓହରିଯାଇଛି।...

କୋଭିଡ-୧୯: ୨ ବର୍ଷର ଦରମା ଦାନ କରିବେ ଗମ୍ଭୀର

ନୂଆଦିଲ୍ଲୀ,୨।୪(ପି.ଟି.): କୋଭିଡ-୧୯ ସଂକ୍ରମଣ ମୁକାବିଲାରେ ଏବେ କ୍ରିକେଟରରୁ ରାଜନେତା ହୋଇଥିବା ଗୌତମ ଗମ୍ଭୀର ସାମିଲ ହୋଇଛନ୍ତି। ସେ ଏବେ ପାର୍ଲାମେଣ୍ଟର ସଦସ୍ୟ ରହିଛନ୍ତି। ଏମ୍‌ପି ହିସାବରେ...

୨୧ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ପାଣ୍ଡ୍ୟା-ଜାଡେଜା ଯୋଡି

କାନବେରା,୨।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ତୃତୀୟ ତଥା ଅନ୍ତିମ କାନବେରା ଖେଳାଯାଉଛି। ଏହି ମ୍ୟାଚ୍‌ରେ ଭାରତୀୟ ଦଳ...

Advertisement
Archives

Model This Week