Posted inଖେଳ

ଡୋପିଂ: ନିଜକୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବେ ଜ୍ୟାକ୍‌

ମେଲବୋର୍ନ,୨୮ା୭ (ଏଏଫ୍‌ପି)-ରିଲେ ବିଶ୍ୱରେକର୍ଡ ଅଧିକାରିଣୀ ଶାୟନା ଜ୍ୟାକ୍‌ ନିଜକୁ ଦୋଷମୁକ୍ତ ବୋଲି ପ୍ରମାଣ କରିବେ ବୋଲି କହିଛନ୍ତି। ଅଷ୍ଟ୍ରେଲିଆର ଏହି ଆଥଲେଟ୍‌ ଏକ ନିଷିଦ୍ଧ ଦ୍ରବ୍ୟଯୁକ୍ତ ଡ୍ରଗ୍ସ ସେବନ କରିଥିବା ଡୋପ୍‌ ଟେଷ୍ଟ ବେଳେ ଜଣାପଡ଼ିଥିଲା। ଏହି ଡ୍ରଗ୍ସକୁ ମାଂସପେଶୀକୁ ବଳିଷ୍ଠ କରିବା କ୍ଷେତ୍ରରେ ସହାୟକ ହୋଇଥାଏ। ଅଷ୍ଟ୍ରେଲିଆର ଏହି ୨୦ବର୍ଷୀୟା ଆଥ୍‌ଲେଟ ଅଷ୍ଟ୍ରେଲିଆର ୪x୧୦୦ ମିଟର ଫ୍ରିଷ୍ଟାଇଲ ଟିମ୍‌ର ଅନ୍ୟତମ ସଦସ୍ୟା। ଗତବର୍ଷ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏହି ଟିମ୍‌ ସ୍ବର୍ଣ୍ଣ ପଦକ ଲାଭ କରିଥିଲା। ଗତମାସରେ ପ୍ରତିଯୋଗିତା ବାହାରେ ଜ୍ୟାକ୍‌ ଲିଗାଣ୍ଡ୍ରୋଲ ପାଇଁ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ। କିନ୍ତୁ ଶନିବାର ମିଡିଆ ରିପୋର୍ଟରେ ଏହା ପ୍ରକାଶ ପାଇବାପରେ ଲୋକଲୋଚନକୁ ଆସିଥିଲା। ଦକ୍ଷିଣ କୋରିଆରେ ଚାଲିଥିବା ବିଶ୍ୱ ଚାମ୍ପିୟନଶିପ୍‌ ଆରମ୍ଭ ହେବାର କିଛିଦିନ ପୂର୍ବରୁ ବ୍ୟକ୍ତିଗତ କାରଣ ଦର୍ଶାଇ ଜ୍ୟାକ୍‌ ଆକସ୍ମିକ ଭାବେ ସ୍ବଦେଶ ଫେରିଥିଲେ। ଏହା ଅନେକଙ୍କୁ ଅଶ୍ଚର୍ଯ୍ୟଚକିତ କରିଥିଲା। ଜ୍ୟାକ କହିଛନ୍ତି ମୁଁ ନିରୀହ, ମୋ ଜାଣତରେ କୌଣସି ନିଷିଦ୍ଧ ଡ୍ରଗ୍ସ ବ୍ୟବହାର କରିନାହିଁ। ସମ୍ଭବତଃ ସଂକ୍ରମଣ ଜନିତ କାରଣରୁ ଏହା ହୋଇଥାଇପାରେ। ସୁଇମିଂ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଲେ ରସେଲ ଡୋପ୍‌ ଟେଷ୍ଟ ଫଳାଫଳ ଫଳ ନେଇ ଦୁଃଖ ପ୍ରକାଶ କରିବା ସହ ଲଜ୍ଜାଜନକ ବୋଲି କହିଛନ୍ତି। ରସେଲ କହିଛନ୍ତି, ଡୋପ୍‌ ଟେଷ୍ଟ ବିଫଳ କଥା ମୁଁ ଜୁନ୍‌ ୨୬ରେ ଜାଣିବାକୁ ପାଇଥିଲି। ମାତ୍ର ଗଭର୍ନିଂବଡି ଏହାକୁ ଗୋପନ ରଖିବାକୁ ଚାହିଁଥିଲା। କାରଣ ଅଷ୍ଟ୍ରେଲିଆନ ସ୍ପୋଟର୍‌ସ ଆଣ୍ଟି ଡୋପିଂ ଅଥରିଟି (ଏଏସଏଡିଏ) ଏବଂ ସମ୍ପୃକ୍ତ ଆଥଲଟଙ୍କଠାରୁ ଟେଷ୍ଟ ଫଳାଫଳ ଉପରେ ପୁଙ୍ଖାନୁପୁଙ୍ଖ ରିପୋର୍ଟ ମିଳି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅନୁଷ୍କା ମା’ ହେବା କଥା ଜାଣି ଦେଡଶୂର କହିଲେ ଏମିତି କଥା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ସସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ୨ରୁ ୩ ହେବାକୁ ଯାଉଛନ୍ତି। ୨୦୨୧ ଜାନୁୟାରୀ...

ସ୍ତ୍ରୀ-ପିଲାଙ୍କ ନାମରେ ଟାଟୁ କରି ରାଇନା ଟ୍ରୋଲ: ପ୍ରଶଂସକ କରୁଛନ୍ତି ଏଭଳି ପ୍ରଶ୍ନ

ନୂଆଦିଲ୍ଲୀ,୧୧।୮: ୟୁଏଇରେ ସେପ୍ଟେମ୍ବର ୧୯ଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ୍‌। ଏହାକୁ ନେଇ ସମସ୍ତ ଖେଳାଳି ପ୍ରସ୍ତୁତି ଆରମ୍ଭ କଲେଣି। ଏସବୁ ମଧ୍ୟରେ ଭାରତୀୟ କ୍ରିକେଟର...

ସିନ୍ଧୁ, ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ

ଜାକର୍ତ୍ତା,୧୭।୭- ଦେଶର ଷ୍ଟାର ଶଟଲର ପି. ଭି. ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ ଏଠାରେ ଚାଲିଥିବା ଇଣ୍ଡୋନେସିଆ ଓପନ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ସୁପର ୧୦୦୦...

ମହିଳା କ୍ରିକେଟ: ଭାରତ-ଦକ୍ଷିଣ ଆଫ୍ରିକା ସିରିଜ ମାର୍ଚ୍ଚ ୭ରୁ

ନୂଆଦିଲ୍ଲୀ, ୨୩ା୨ (ପି.ଟି.)- ମାର୍ଚ୍ଚ ୭ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ମଧ୍ୟରେ ୮ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବାର ଯୋଜନା...

ସ୍ତ୍ରୀଙ୍କ ପାଇଁ ଗର୍ବିତ ଓ ଚିନ୍ତିତ ଗୌରମାଙ୍ଗି

ନୂଆଦିଲ୍ଲୀ, ୭ା୭ (ପି.ଟି.)-ଭାରତର ଜଣାଶୁଣା ଫୁଟ୍‌ବଲର ଗୌରମାଙ୍ଗି ସିଂ ତାଙ୍କ ସ୍ତ୍ରୀ କମାଣ୍ଡର ପୁଷ୍ପାଞ୍ଜଳି ପୋତ୍‌ସାଙ୍ଗବାମ୍‌ଙ୍କ ପାଇଁ ଯେତେ ଗର୍ବିତ ସମ ପରିମାଣରେ ଚିନ୍ତିତ ମଧ୍ୟ।...

ଆଜମଙ୍କୁ କୋହଲିଙ୍କ ସହ ତୁଳନା କରାଯାଇପାରିବ

ଆଜମଙ୍କୁ କୋହଲିଙ୍କ ସହ ତୁଳନା କରାଯାଇପାରିବ ବର୍ମିଂହାମ, ୨୭।୬(ପି.ଟି.)- ଚଳିତ ଆଇସିସି ବିଶ୍ୱକପ୍‌ର ଏକ ରୋମାଞ୍ଚକ ମ୍ୟାଚ୍‌ରେ ବୁଧବାର ପାକିସ୍ତାନ ୬ ଉଇକେଟ୍‌ରେ ଟାଇଟଲ୍‌ ଦାବିଦାର...

ଟସ୍‌ ଜିତିଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ

ପୁଣେ,୪।୫: ଆଇପିଏଲ ୨୦୨୨ର ୪୯ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ପୁଣେର ଏମସିଏ ଷ୍ଟାଡିୟମରେ ଖେଳାଯାଉଛି । ଚେନ୍ନାଇ...

ଦାବି ପ୍ରତ୍ୟାହାର ପାଇଁ ବେଦୀଙ୍କୁ ଅନୁରୋଧ କରିବ ଡିଡିସିଏ

ନୂଆଦିଲ୍ଲୀ,୨୮ା୧୨- କିମ୍ବଦନ୍ତୀ ଭାରତୀୟ ସ୍ପିନର ବିଶନ ସିଂ ବେଦୀଙ୍କୁ ଦିଲ୍ଲୀ କ୍ରିକେଟର ‘ବିସ୍ମ ପିତାମହ’ ଅଭିହିତ କରିଛନ୍ତି ଦିଲ୍ଲୀ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ସଭାପତି...

Advertisement
Archives

Model This Week