ଡେରାବିଶରେ ଆଉ ୨ କରୋନା ପଜିଟିଭ୍‌ ଚିହ୍ନଟ

ଡେରାବିଶ, ୨୬।୫(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାରେ ସୋମବାର ୬ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୨ ଜଣ ଡେରାବିଶ ବ୍ଲକର ବୋଲି ଜଣାପଡିଛି। ଡେରାବିଶ ବ୍ଲକ୍‌ରେ ଆଜିକୁ ମିଶାଇ ସମୁଦାୟ ୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ା ସୂଚନା ଅନୁଯାୟୀ, ଏହି ବ୍ଳକ ଅଧୀନ କୁରୁଜଙ୍ଗା ପଞ୍ଚାୟତ ପଂଚାୟତ ହାଇସ୍କୁଲରେ ଖୋଲାଯାଇଥିବା ସଙ୍ଗରୋଧ କେନ୍ଦ୍ରରେ ଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯିବା ପରେ ସେମାନଙ୍କୁ ଛତାସ୍ଥିତ କୋଭିଡ଼୍‌ ହସ୍ପିଟାଲ୍‌କୁ ପଠାଇ ଦିଆଯାଇଛି ା ଏହି ଦୁଇଜଣ ଆଳିବ୍ଲକ ଅଞ୍ଚଳର ହୋଇଥିବା ବେଳେ ଏମାନେ କୋଲକତାରୁ ଆସିଥିବା ଜଣାଯାଇଛି ା ଗତ ସପ୍ତାହରେ ଏହି କୁରୁଜଙ୍ଗା ସଙ୍ଗରୋଧ କେନ୍ଦ୍ରରୁ ୨ ଜଣ କରୋନା ପଜିଟିଭ୍‌ ବାହାରିଥିଲେ ା ସେମାନେ କୋଭିଡ଼୍‌ ହସପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି ା ପୂର୍ବରୁ ଏହି ବ୍ଳକର ଗୁଆଳସିଂ ପଞ୍ଚାୟତର ଠାକୁରହାଟ ସ୍ଥିତ ସୁଦର୍ଶନ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ୩ ଜଣ, ମୁକୁନ୍ଦପୁର ପଞ୍ଚାୟତ ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରୁ ୪ ଜଣ, ଛୋଟି ପଞ୍ଚାୟତ ରାମଚଣ୍ଡୀ ବିଦ୍ୟାନିକେତନ ସଙ୍ଗରୋଧ କେନ୍ଦ୍ରରୁ ୩ ଜଣ କରୋନା ପଜିଟିଭ୍‌ ବାହାରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ୍‌ ଖୁଣ୍ଟ ଚୋରି ଉଦ୍ୟମ

ଓଡ଼ଗାଁ,୨୦।୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ସେସୁ କାର୍ଯ୍ୟାଳୟ ଅନ୍ତର୍ଗତ ସ୍ଥାନୀୟ ସିନେମା ହଲ ଛକ ତଥା ରଙ୍ଗଣିପାଟଣା ଅଞ୍ଚଳରୁ କେତେକ ଅଦରକାରୀ ଲୁହା ବିଦ୍ୟୁତ୍‌ ଖୁଣ୍ଟ...

ବୋହୂକୁ ଖାଇବାକୁ ଦେଉ ନାହାନ୍ତି ଶାଶୁ ଘର ଲୋକେ

ବ୍ରହ୍ମପୁର ଅଫିସ,୧୧ା୩: ବ୍ରହ୍ମପୁରର ଜଣେ ଡାକ୍ତର ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ତୁଟୁ ନାହିଁ। ଗୁରୁବାର ପୁଣି ବ୍ରହ୍ମପୁର ସ୍ଥିତ ଶାଶୁଘର ସମ୍ମୁଖରେ ଗଣ୍ଡଗୋଳ...

ମେ’ ପହିଲାରୁ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡ଼ା ଅଫିସ,୩୦ା୪: ଆସନ୍ତାକାଲି ଅର୍ଥାତ୍‌ ମେ’ପହିଲାରୁ ଭିତରକନିକା ଅଭୟାରଣ୍ୟ ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରହିବ। ଏନେଇ ଭିତରକନିକା ଅଭୟାରଣ୍ୟ ଡିଏଫ୍‌ଓ ଯଜ୍ଞଦତ୍ତ ପତି ସୂଚନା...

ଜମାକାରୀଙ୍କ ଫିକ୍ସ ଡିପୋଜିଟ୍‌ରୁ ୮ଲକ୍ଷ ଟଙ୍କା ଗାଏବ

ଡେରାବିଶ/ପାଟକୁରା, ୫ା୫(ସ୍ବ.ପ୍ର./ଡି.ଏନ୍‌.ଏ.): ଜମାକାରୀଙ୍କ ଅଗୋଚରରେ ଫିକ୍ସ ଡିପୋଜିଟ୍‌ରୁ ୮ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି। ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲ୍ଳକ...

ରଥଯାତ୍ରା ଦେଖିପାରିବେନି ଶ୍ରଦ୍ଧାଳୁ!

ଭୁବନେଶ୍ୱର,୩।୭(ବ୍ୟୁରୋ): ଚଳିତ ଥର ମଧ୍ୟ କରୋନା କଟକଣାରେ ଅନୁଷ୍ଠିତ ହେବ ରଥଯାତ୍ରା। ଏଥିର ବି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଭକ୍ତ। ଘରେ ରହି ଠାକୁରଙ୍କ ଆଶୀର୍ବାଦ...

ଋଷିକୂଲ୍ୟାରେ ମରି ଭାସୁଛି ହଜାର ହଜାର ମାଛ

ଗଞ୍ଜାମ,୧୪।୪(ଡି.ଏନ୍‌.ଏ.): ଗଞ୍ଜାମ ସହର ପୋତାଗଡ଼ସ୍ଥିତ ଋଷିକୂଲ୍ୟା ନଦୀରେ ହଜାର ହଜାର ସଂଖ୍ୟକ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି । ପଣା ସଂକ୍ରାନ୍ତି ପାଇଁ କୌଣସି...

ସିବିଏସ୍‌ଇ ସ୍କେଟିଂ ପ୍ରତିଯୋଗିତା: ବ୍ରହ୍ମପୁରକୁ ୩ ସ୍ବର୍ଣ୍ଣ, ୩ ବ୍ରୋଞ୍ଜ

ବ୍ରହ୍ମପୁର ଅଫିସ୍‌,୧୬ା୧୦-ଚଳିତ ମାସ ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଛତିଶଗଡ ରାୟପୁରରେ ସିବିଏସ୍‌ଇ ଦ୍ୱାରା ଅନୁଷ୍ଠିତ ଜୋନାଲ୍‌ସ୍ତରୀୟ ସ୍କେଟିଂ ପ୍ରତିଯୋଗିତାରେ ବ୍ରହ୍ମପୁରର...

୨୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ସମ୍ପୃକ୍ତି

ବଲାଙ୍ଗୀର ଅଫିସ, ୧୦ା୪: ଜାଲ୍‌ ସାର୍ଟିଫିକେଟ୍‌ ମାମଲାର କ୍ରାଇମ୍‌ବ୍ରାଞ୍ଚସ୍ତରୀୟ ତଦନ୍ତ ନବମ ଦିନରେ ପହଞ୍ଚିଛି। ଏହି ମାମଲାର ୪ ଅଭିଯୁକ୍ତଙ୍କୁ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତିନିଦିନିଆ ରିମାଣ୍ଡରେ...

Advertisement
Archives

Model This Week