Posted inଫୁରସତ

ଡେରାଡୁନ୍‌ର ଏକ ଗଳିର ନାଁ ଲୈଲା-ମଜ୍‌ନୁ, କାହିଁକି ଜାଣନ୍ତି

ଲୈଲା-ମଜ୍‌ନୁଙ୍କ ପ୍ରେମ ସମ୍ପର୍କ ସମସ୍ତଙ୍କୁ ଊଣା ଅଧିକେ ଜଣା। ଏମାନଙ୍କ ପ୍ରେମକୁ ନେଇ ଅନେକ କାହାଣୀ ଥିବାବେଳେ କିଛି ଫିଲ୍ମ ମଧ୍ୟ ନିର୍ମାଣ ହୋଇସାରିଛି। ଏହା ପରେ ଯେଉଁ ପ୍ରେମୀଯୁଗଳ ସଚ୍ଚା ପ୍ରେମ କରିଛନ୍ତି ତାଙ୍କୁ ଲୈଲା-ମଜ୍‌ନୁଙ୍କ ଆଖ୍ୟା ଦିଆଯାଇଛି। ଏମିତି ଏକ କାହାଣୀ ହେଉଛି ୬୦ ଦଶକର। ଗାନ୍ଧୀରୋଡ୍‌ସ୍ଥିତ ଇନାମୁଲାହ ବିଲ୍‌ଡିଂରେ ରହୁଥିବା ‘ଆଣ୍ଟି-ଅଙ୍କଲ’ ଭାବେ ପରିଚିତ ଦୁଇ ପ୍ରେମୀ। ସ୍ଥାନୀୟ ଲୋକେ ତାଙ୍କୁ ଆଜି ବି ଲୈଲା ମଜ୍‌ନୁ ନାମରେ ଡାକୁଛନ୍ତି। ସ୍ଥାନୀୟ ନିବାସୀ ମୌ.ନଦିମ୍‌ ଏବଂ ଜାହିଦ୍‌ ସୈଫ କୁହନ୍ତି ଏହି ଦୁଇଜଣ ନଦିମ୍‌ଙ୍କ ବାରଣ୍ଡାରେ ରହୁଥିଲେ। ଦୁଇଜଣଙ୍କ ଆଗ ପଛକୁ କେହି ନ ଥିଲେ। ବିଲ୍‌ଡିଂରେ ରହୁଥିବା ସମସ୍ତ ଲୋକ ତାଙ୍କ ପ୍ରେମ ସମ୍ପର୍କରେ ଜାଣିଥିଲେ। ଏଥିରେ ତାଙ୍କୁ ସମର୍ଥନ ମଧ୍ୟ କରୁଥିଲେ। ତାଙ୍କର ପ୍ରତି ସୁଖଦୁଃଖରେ ସାମିଲ ହେଉଥିଲେ। ଆଣ୍ଟି-ଅଙ୍କଲ ମରିଗଲେଣି ସତ ଏହି ଦୁଇଜଣଙ୍କ ପ୍ରେମ ଆଜି ବି ଅମର ହୋଇ ରହଛି ଠିକ୍‌ ଲୈଲା-ମଜ୍‌ନୁ ପରି। ଯେଉଁ ବାରଣ୍ଡାରେ ସେମାନେ ରହୁଥିଲେ ସେ ଗଳିର ନାଁ ରହିଛି ଲୈଲା।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ବନ୍ଧୁ ମନୋରଞ୍ଜନ ମିଶ୍ର

ନିଜେ ସୁରକ୍ଷିତ ରହିବାକୁ ଚାହଁ ତ ତୁମ ଚାରିପାଖକୁ ସୁରକ୍ଷା ଦିଅ ବୋଲି କଥା ଅଛି। କ୍ଷୟ ହୋଇ ଚାଲିଥିବା ପରିବେଶ ପରିପ୍ରେକ୍ଷୀରେ ଏ ବିଚାର...

ଖୋଲିଲା ଦେଶର ପ୍ରଥମ ମହିଳା ଥାନା ‘ଦିଶା’

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ସରକାର ମହିଳାଙ୍କ ସୁରକ୍ଷା ପାଇଁ ରାଜମୁନ୍ଦରୀରେ ଦେଶର ପ୍ରଥମ ମହିଳା ଥାନା ‘ଦିଶା’ ଖୋଲିଛନ୍ତି। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଶନିବାର...

ତେଜରାତି ଦୋକାନରେ ଦୁଇ ମୂଷାଙ୍କ ଜୋର୍‌ଦାର ଲଢ଼େଇ, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଦେଖିଲେ ହସିହସି ଗଡ଼ିଯିବେ। ଏହି ଭିଡିଓରେ ଏକ ତେଜରାତି ଦୋକାନରେ ଦୁଇଟି ମୂଷା...

ଜଙ୍ଗଲ-ଜୀବିକାକୁ ବିସ୍ଥାପନ ଅଡୁଆ

ଆଜି ବିଶ୍ବ ବନ୍ୟପ୍ରାଣୀ ଦିବସ। ବନ୍ୟଜନ୍ତୁ ଓ ଉଦ୍ଭିଦଙ୍କ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଦିନଟିଏ। ଜାତିସଂଘ କ୍ୟାଲେଣ୍ଡରରେ ମଧ୍ୟ ବନ୍ୟଜନ୍ତୁଙ୍କ ପାଇଁ ଏହି...

ପୁରୁଷ ବନ୍ଧୁଙ୍କୁ ବିବାହ କରିବାକୁ ପ୍ରାୟ ୬ ମାସ ସମୟ ନିଅନ୍ତି ଯୁବତୀ

ବିବାହ ଜୀବନର ଏକ ନୂଆ ଅଧ୍ୟାୟ ବୋଲି କୁହାଯାଏ। ତେବେ ଯେଉଁ ଯୁବତୀଙ୍କର ବୟଫ୍ରେଣ୍ଡ ବା ପୁରୁଷ ବନ୍ଧୁ ଥାଆନ୍ତି ଓ ସେମାନେ ତାଙ୍କୁ ବିବାହ...

ବଲ୍‌ବ ପରି ଜଳେ ଏହି ଛତୁ

ଛତୁ ଅନେକଙ୍କର ପ୍ରିୟ ଖାଦ୍ୟ। ଏହାର ବିଭିନ୍ନ ପ୍ରକାର ରହିଛି। ଆଉ ଖାଇବାଯୋଗ୍ୟ ସବୁ ଛତୁର ସ୍ବାଦ ଏକକୁ ଆରେକ। ଖାଇବା ଥାଳିରେ ଛତୁର କୌଣସି...

ଏସ୍‌ୟୁଭି କାର୍‌ ଦେବ କରୋନା ସଂକ୍ରମଣରୁ ସୁରକ୍ଷା !

ଓ୍ବାଶିଂଟନ,୫।୩: କାର୍‌ କରୋନା ସଂକ୍ରମଣରୁ ସୁରକ୍ଷା ଦେବ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଭଲ୍‌ଭୋ ଏବଂ ଲୋଟସ୍‌ ବ୍ରାଣ୍ଡ୍‌ର କାର୍‌ ତିଆରି କରୁଥିବା...

ବ୍ୟକ୍ତିତ୍ୱ: ଆମେରିକୀୟ ଲେଖିକା ଜୋୟେସ କାରୋଲ୍‌

ପୂରାନାମ ଜୋୟେସ୍‌ କାରୋଲ୍‌ ଓଏଟସ୍‌। ତେବେ ସେ ଜୋୟେସ୍‌ କାରୋଲ୍‌ ଭାବରେ ହିଁ ବେଶି ପରିଚିତ। ମୂଳତଃ ଜଣେ ଆମେରିକୀୟ ଲେଖିକା ହୋଇଥିଲେ ମଧ୍ୟ ସାମ୍ପ୍ରତିକ...

Advertisement


Archives

Model This Week

Why Dharitri