Posted inଖେଳ

ଡେଭିସ୍‌ କପ୍‌: ପାକିସ୍ତାନ ବିପକ୍ଷ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷିତ

ନୂଆଦିଲ୍ଲୀ, ୫ା୮(ପି.ଟି.)-ପାକିସ୍ତାନ ବିପକ୍ଷ ଡେଭିସ କପ୍‌ ମ୍ୟାଚ ପାଇଁ ସୋମବାର ପ୍ରଜନେଶ ଗୁଣେଶ୍ୱରନଙ୍କ ନେତୃତ୍ୱରେ ଭାରତୀୟ ଟେନିସ ଦଳ ଘୋଷଣା କରାଯାଇଛି। ସୁମିତ ନାଗପାଲଙ୍କ ବ୍ୟତୀତ ଅନ୍ୟ ସମସ୍ତ ଟପ୍‌ ଖେଳାଳି ଉପଲବ୍ଧ ଥିବା ସର୍ବଭାରତୀୟ ଟେନିସ ଆସୋସିଏଶନ (ଏଆଇଏଟିଏ) ସିଲେକ୍ସନ କମିଟି ଚେୟାରମ୍ୟାନ ରୋହିତ ରାଜପାଲ ପ୍ରକାଶ କରିଛନ୍ତି। ଗ୍ରାସ୍‌କୋର୍ଟରେ ହେବାକୁଥିବା ଏହି ମୁକାବିଲାରେ ଗୁଣେଶ୍ୱରନ ଏବଂ ରାମକୁମାର ରମାନାଥନ ସିଙ୍ଗଲ୍ସ ଚ୍ୟାଲେଞ୍ଜ ସମ୍ଭାଳବେ। ରୋହନ ବୋପାନ୍ନା ଏବଂ ଡିଭିଜ ଶରଣ ଡବଲ୍ସ ଯୋଡ଼ି ଭାବେ ଖେଳିବେ। ମ୍ୟାଚ ସେପ୍ଟେମ୍ବର ୧୪-୧୫ରେ ଇସ୍‌ଲାମାବାଦ୍‌ଠାରେ ଖେଳାଯିବ। ଆହତଜନିତ ସମସ୍ୟା ଯୋଗୁ ନାଗାଲ ଉପଲବ୍ଧ ହେଉ ନ ଥିବାରୁ ୫ଜଣିଆ ସିଲେକ୍ସନ କମିଟି ଦଳରେ ସାକେତ ମାଇନେନିଙ୍କୁ ରଖିଛନ୍ତି, ଯଏକି ର଼୍ୟାଙ୍କିଙ୍ଗ ତାଲିକାରେ ପରବର୍ତ୍ତୀ ଶ୍ରେଷ୍ଠ ଖେଳାଳି। ସେ ଉଭୟ ସିଙ୍ଗଲ୍ସ ଏବଂ ଡବଲ୍ସ ଖେଳିପାରିବେ। ଯୁବ ପ୍ରତିଭା ଶଶି କୁମାର ମୁକୁନ୍ଦଙ୍କୁ ରିଜର୍ଭ ଖେଳାଳି ଭାବେ ନିଆଯାଇଛି। ବୈଠକରେ ରାଜପାଲ ଓ ବଳରାମ ସିଂ ଉପସ୍ଥିତ ଥିବାବେଳେ ଜିଶାନ ଅଲୀ, ନନ୍ଦନ ବଳ ଓ ଅଙ୍କିତା ଭାମ୍ବ୍ରୀ ଟେଲିକନଫରେନ୍ସ ଜରିଆରେ ଦଳ ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ। ପାକିସ୍ତାନ ବିପକ୍ଷରେ ଭାରତ ୬ଥର ଡେଭିସ କପ୍‌ ମ୍ୟାଚ ଖେଲିଛି। ଭାରତ ସମସ୍ତ ମ୍ୟାଚରେ ବିଜୟ ହାସଲ କରିଛି। ପାକିସ୍ତାନର ଜଣେ ହେଲେ ସିଙ୍ଗଲ୍ସ ଖେଳାଳି ଏଟିପି ର଼୍ୟାଙ୍କିଙ୍ଗ ତାଲିକାରେ ନାହାନ୍ତି। ଭାରତର ପ୍ରଜନେଶ ବିଶ୍ୱ ର଼୍ୟାଙ୍କିଙ୍ଗରେ ୯୦ ତମ ସ୍ଥାନରେ ରହିଥିବା ବେଳେ ରାମକୁମାର ୧୮୪ ଏବଂ ମାଇନେନି ୨୭୧ତମ ସ୍ଥାନରେ ରହିଛନ୍ତି। ପାକିସ୍ତାନର ଆଇଜାମ ଉଲ୍‌ ହକ୍‌ କୁରେଶି ହେଉଛନ୍ତି ବିଶ୍ୱର ୫୫ ନମ୍ବର ମାନ୍ୟତାପ୍ରାପ୍ତ ଡବଲ୍ସ ଖେଳାଳି। ବୋପାନ୍ନା ଓ ଆଇଜାମ ଏକ ଡବଲ୍ସ ଯୋଡ଼ି ହୋଇ ଖେଳୁଥିଲେ। ଉଭୟେ ଗଣମାଧ୍ୟମରେ ଇଣ୍ଡୋ-ପାକ୍‌ ଏକ୍ସପ୍ରେସ୍‌ ଭାବେ ପରିଚିତ ଥିଲେ। ଏହି ଯୋଡ଼ି ୨୦୧୦ରେ ୟୁଏସ ଓପନ୍‌ ଫାଇନାଲରେ ପ୍ରବେଶ କରିଥିଲେ। କିମ୍ବଦନ୍ତୀ ବ୍ରାଏନ୍ସ ଯୋଡ଼ିଙ୍କଠାରୁ ହାରି ରନର୍ସଅପ୍‌ ହୋଇଥିଲେ।

ଏସିଆ/ଓସିଆନା ଗ୍ରୁପ୍‌-୧ ମୁକାବିଲାର ବିଜେତା ଆସନ୍ତାବର୍ଷ ଖେଳାଯିବାକୁଥିବା ଓ୍ବାଲର୍‌ଡ ଗ୍ରୁପ୍‌ କ୍ୱାଲିଫାୟର୍ସକୁ ଯୋଗ୍ୟତା ଅର୍ଜନ କରିବ।
ଭାରତୀୟ ଦଳ: ପ୍ରଜନେଶ ଗୁଶେଶ୍ୱରନ, ରାମକୁମାର ରମାନାଥନ, ସାକେତ ମାଇନେନି, ରୋହନ ବୋପାନ୍ନା ଓଡିଭିଜ ଶରନ। ଅଧିନାୟକ: ମହେଶ ଭୂପତି, କୋଚ୍‌: ଜିଶାନ ଅଲି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୨୦୨୮ ଅଲିମ୍ପିକ୍ସରେ ଟପ୍‌-୧୦ ଫିନିଶ୍‌ ଲକ୍ଷ୍ୟ’

ମୁମ୍ବାଇ, ୧୩।୬(ପି.ଟି.)-୨୦୨୮ ଲସ୍‌ ଏଞ୍ଜେଲ୍ସ ଅଲିମ୍ପିକ୍ସର ପଦକ ତାଲିକାରେ ଟପ୍‌-୧୦ ଫିନିଶ୍‌ ଭାରତର ଲକ୍ଷ୍ୟ। ଆଗାମୀ ଦିନରେ ଭାରତ କେବଳ ଅଲିମ୍ପିକ୍ସରେ ଭାଗନେଉ ବୋଲି ଆମେ...

ଡବ୍ଲୁଟିସି ଚାମ୍ପିଅନ୍‌ ହେବା ପରେ ବିରାଟ କୋହଲିଙ୍କ କାନ୍ଧରେ କାହିଁକି ମୁଣ୍ଡ ରଖିଥିଲେ ଓ୍ବିଲିୟମସନ୍‌: ଏବେ କଲେ ଖୁଲାସା

ଅକଲାଣ୍ଡ,୨।୭: ଭାରତ ବିପକ୍ଷରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଜିତିବା ପରେ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ବିଜୟ ଉତ୍ସବ...

ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କୁ ‘ଶୂନ’ରେ ଆଉଟ୍‌ କରି ଇତିହାସ ରଚିଥିଲେ ଏହି ବୋଲର୍‌

ଜୁନ୍‌ ୫, ଏହି ତାରିଖଟି କ୍ରିକେଟ ଇତିହାସ ପାଇଁ ଏକ ଖାସ୍‌ ଦିନ। ଏହି ଦିନ ଜନ୍ମ ହୋଇଥିବା ଜଣେ ବୋଲର ଗୋଟିଏ ଉଇକେଟ କାରଣରୁ...

ଫେଡେରେଶନ କପ୍‌ ଆଥଲେଟିକ୍ସ ୧୦୦ ମି. ରେସ୍‌: ଦୂତୀଙ୍କୁ ରୌପ୍ୟ, ଅମିୟ ୭ମ

ଭୁବନେଶ୍ୱର, ୧୭।୩(କ୍ରୀଡ଼ା ପ୍ରତିନିଧି)- ପଟିଆଲାର ଏନ୍‌ଏସ ଏନ୍‌ଆଇଏସ୍‌ରେ ଆରମ୍ଭ ହୋଇଥିବା ୨୪ତମ ଜାତୀୟ ଫେଡେରେଶନ କପ୍‌ ସିନିୟର ଆଥଲେଟିକ୍‌ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ଇଭେଣ୍ଟରେ...

ଜିସିଏ ସଭାପତି ପଦରୁ ଅମିତ ଶାହାଙ୍କ ଇସ୍ତଫା

ମୁମ୍ବାଇ,୨୮।୯: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶନିବାର ଗୁଜରାଟ କ୍ରିକେଟ ଆସୋସିଏଶନ (ଜିସିଏ) ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଫଳରେ ଜିସିଏ ସଭାପତି ପଦ ଖାଲି...

ପାରା ଟେବୁଲ ଟେନିସ କ୍ୱାଟର ଫାଇନାଲରେ ଭାବିନା

ଟୋକିଓ,୨୭।୮: ଭାରତର ପାରା ଟେବୁଲ ଟେନିସରେ ଭାବିନା ଦମଦାର ପ୍ରଦର୍ଶନ କରିଛନ୍ତି । ଶୁକ୍ରବାର ଟେବୁଲ ଟେନିସ ଖେଳାଳି ଭାବିନା ପଟେଲ ବ୍ରାଜିଲର ଜୋଏସ୍‌ ଡି...

ହାଇଦ୍ରାବାଦ୍‌କୁ ଲାଗିଲା ଝଟ୍‌କା: ଟୁର୍ନାମେଣ୍ଟରୁ ବାଦ୍‌ ପଡିଲେ ଏହି କ୍ରିକେଟର୍‌‌

ନୂଆଦିଲ୍ଲୀ,୨୩।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୧ରେ ସମସ୍ତ ଦଳ ଏପର୍ଯ୍ୟନ୍ତ ୩ କିମ୍ବା ୪ଟି ମ୍ୟାଚ ଖେଳିଛନ୍ତି। ଏହି ସମୟରେ, ବାୟୋ ବବୁଲ ଭୟ ହେତୁ...

ସେଲ୍‌ ଥେରାପି ପାଇଁ ପ୍ୟାରିସ୍‌ରେ ସୁମାକର

ପ୍ୟାରିସ୍‌, ୧୧ା୯ (ଏଏଫ୍‌ପି)-ଆଘାତପ୍ରାପ୍ତ ୭ଥର ଚାମ୍ପିୟନ ଫର୍ମୁଲା ଓ୍ବାନ ବିଶ୍ୱ ଚାମ୍ପିୟନ ମାଇକେଲ ସୁମାକରଙ୍କୁ ପ୍ୟାରିସର ଜର୍ଜେସ ପମ୍ପିଡୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର...

Advertisement
Archives

Model This Week