ଡେଙ୍ଗୁ ଭୂତାଣୁ ଡିଇଏନ୍‌ଭି-୨

ଦେଢ଼ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସମଗ୍ର ବିଶ୍ୱରେ କରୋନା ତା’ର କରାଳ ରୂପ ଦେଖାଇ ଚାଲିଛି। ଅବଶ୍ୟ କେତେକ ଦେଶରେ ଏହା ନିୟନ୍ତ୍ରଣକୁ ଆସିଥିବା ବେଳେ ଏହାର ନୂଆ ରୂପ ଚିନ୍ତା ବଢ଼ାଇଛି। ଅନ୍ୟପକ୍ଷରେ ଡେଙ୍ଗୁ ତାହାର ମଧ୍ୟ କାୟା ବିସ୍ତାର କରିଛି। ଡେଙ୍ଗୁର ନୂଆ ରୂପ ଭାବରେ ‘ଡିଇଏନଭି-୨’ ଭୂତାଣୁ ମାନବ ସମାଜ ପାଇଁ ଅଧିକ କ୍ଷତିକାରକ ବୋଲି ଜଣାପଡିଛି। ସାଧାରଣତଃ ଘରର ଆଖପାଖରେ ପାଣି ଜମି ରହିଲେ ଡେଙ୍ଗୁ ପାଇଁ ଦାୟୀ ଏଡିସ୍‌ ମଶା ସେମାନଙ୍କର ବଂଶ ବିସ୍ତାର କରିଥାଆନ୍ତି। ଏହି ନୂତନ ଭୂତାଣୁରେ ଆକ୍ରାନ୍ତ ହୋଇଥିବା ରୋଗୀଙ୍କୁ ଅଧିକ ଜ୍ୱର ହେବା ସହ ସେମାନଙ୍କଠାରେ ରକ୍ତସ୍ରାବ ମଧ୍ୟ ଦେଖାଦିଏ। ଏହା ସହ ବାନ୍ତି ଲାଗିବା, କାମ କରିବାକୁ ଆଗ୍ରହ ନ ଲାଗିବା, ଆଣ୍ଠୁ ଗଣ୍ଠି ଭୀଷଣ ପୀଡ଼ା ହେବା ଆଦି ଲକ୍ଷଣମାନ ମଧ୍ୟ ଦେଖାଦିଏ। ପୂର୍ବରୁ ଡେଙ୍ଗୁ କିମ୍ବା ଡାଇବେଟିସ୍‌ରେ ଆକ୍ରାନ୍ତ ଥିବା ଲୋକଙ୍କୁ ଯଦି ଏହି ଭୂତାଣୁ ଥିବା ମଶା କାମୁଡ଼େ, ତେବେ ସେହି ରୋଗୀଙ୍କ ଅବସ୍ଥା ଭୟଙ୍କର ହେବାର ଆଶଙ୍କା ରହିଛି। ତେଣୁ ନିଜେ ରହୁଥିବା ପରିବେଶକୁ ପରିଷ୍କାର ରଖିବା, ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା, ଶୋଇବା ସମୟରେ ଶରୀରକୁ ସମ୍ପୂର୍ଣ୍ଣ ଘୋଡ଼ାଇ ରଖିବା, ମଶାରି ଟାଣି ଶୋଇବା ଦରକାର। ଏଣୁ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବା ମାତ୍ରେ ବିଳମ୍ବ ନ କରି ଡାକ୍ତରଙ୍କ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଡିପ୍‌ଥେରିଆ: କାରଣ, ପ୍ରତିକାର

ଏବେ ଶିଶୁମାନଙ୍କର ଏକ ବିରଳ ରୋଗ ହେଲା ‘ଡିପ୍‌ଥେରିଆ’ ବା କଣ୍ଠ ଆଳତି। ସାର୍ବଜନୀନ ଟିକା ପ୍ରଦାନ ଦ୍ୱାରା ଏହା ବହୁମାତ୍ରାରେ କମିଯାଇଛି। ସମଗ୍ର ଦେଶରେ...

ବିଶାଳ ସୌର ଶିଖା ଓ ଚମତ୍କାର ମେରୁ ଆଲୋକ

ଏହି ବର୍ଷ ମେ ମାସ ଦ୍ୱିତୀୟ ସପ୍ତାହରେ ମହାକାଶରେ ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଥିଲା। ଏହା ଥିଲା ବିଶାଳ ସୌର ଶିଖା ଏବଂ ଚମତ୍କାର...

୧୦୦ ବର୍ଷ ପରେ ଅଦ୍ଭୁତ ସଂଯୋଗ: ୩ ରାଶିର ବ୍ୟକ୍ତି ହେବେ ମାଲାମାଲ

ବିଶ୍ୱାସ କରାଯାଏ ଯେ, ମାତା ଗଙ୍ଗା ଜ୍ୟେଷ୍ଠ ଶୁକ୍ଲ ପକ୍ଷର ଦଶମୀ ତିଥିରେ ପୃଥିବୀକୁ ଅପତରଣ କରିଥିଲେ। ତେଣୁ ଏହି ଦିନ ଗଙ୍ଗା ଦଶହରା ବା...

ଟାଇଲ୍ସ ସଫା କରିବେ କିପରି

ଘର ହେଉ କି ବାଥ୍‌ରୁମ୍‌ର ଚଟାଣକୁ ଆକର୍ଷଣୀୟ କରିବା ପାଇଁ ଆଜିକାଲି ଟାଇଲ୍ସ ବ୍ୟବହାର କରାଯାଉଛି। ତେବେ ଏହାକୁ କିପରି ସଫାକରିବେ କେତୋଟି ଟିପ୍ସ… ଭିନେଗାର...

ଜମିଲାଣି ରଜ ଉତ୍ସାହ

ପାଖେଇ ଆସୁଛି ରଜ। ପିଠାପଣାରେ ମହକିବ ଗାଁଠୁ ସହର। ଝିଅ, ବୋହୂମାନେ ନୂଆ ନୂଆ ପୋଷାକ ପିନ୍ଧି ହାତରେ ମେହେନ୍ଦି, ଗୋଡ଼ରେ ଅଳତା ଲଗାଇ ସଜେଇ...

ଷ୍ଟ୍ରୋକ୍‌ ଆଶଙ୍କା ଦୂର କରେ ମହୁ

ମହୁର ସ୍ବାଦ କାହାକୁ ବା ଭଲ ନ ଲାଗେ। ପିଲାଠୁ ବୁଢ଼ା ସମସ୍ତଙ୍କର ଏହା ପ୍ରିୟ। ଏହାର ସ୍ବାଦ ଯେମିତି, ଗୁଣ ବି ସେମିତି। ଏହାର...

ଶୀତଳତାର ପାରମ୍ପରିକ ଉପାୟ

ରୁତୁଚକ୍ରର ପଟ ପରିବର୍ତ୍ତନରେ ଗ୍ରୀଷ୍ମ ରୁତୁ ଆମ ପୁରପଲ୍ଲୀରେ ଏକ ଅନନ୍ୟ ଆଗମନୀ। ଧୂସର ଧରଣୀ, ଥୁଣ୍ଟା ବରଗଛ, ମଧ୍ୟାହ୍ନର ଅହେତୁକ ନୀରବତା, ଝିଙ୍କାରୀ କଣ୍ଠର...

ଘଣ୍ଟାକୁ ନେଇ ବାସ୍ତୁ; ସଠିକ୍‌ ଦିଗରେ ନ ଲଗାଇଲେ ହେବ ଅଶୁଭ, ଜାଣି ରଖନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରେ ଥିବା ପ୍ରତ୍ୟେକଟି ବସ୍ତୁର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ସେମିତି ଏକ ବସ୍ତୁ ହେଉଛି ଘଡ଼ି ବା ଘଣ୍ଟା। ସମୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri