Posted inଜାତୀୟ

ଡିସେମ୍ବର ୧୩ ପର୍ଯ୍ୟନ୍ତ ସଂରକ୍ଷିତ ରହିବ ଏନ୍‌କାଉଣ୍ଟରେ ମୃତ ଅଭିଯୁକ୍ତଙ୍କ ଶରୀର

ହାଇଦ୍ରାବାଦ,୧୦।୧୨: ତେଲେଙ୍ଗାନା ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କ ମୃତ ଶରୀର ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରହିବ ବୋଲି ସୂଚନା ମିଳିଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଉକ୍ତ ମୃତ ଶରୀରକୁ ମେହବୁବୁ ନଗର ସରକାରୀ ମେଡିକାଲ କଲେଜରୁ ସୋମବାର ହାଇଦ୍ରାବାଦର ଗାନ୍ଧୀ ହସ୍ପିଟାଲକୁ ନିଆଯାଇଛି। ପୂର୍ବରୁ ଏହା ୯ ତାରିଖ ପର୍ଯ୍ୟନ୍ତ ସଂରକ୍ଷିତ ରହିବାକୁ ନିର୍ଦ୍ଦେଶ ଥିବା ବେଳେ ଏବେ ପୁଣିଥରେ ଏହି ସମୟସୀମାକୁ ବୃଦ୍ଧି କରାଯାଇଛି। ସୂଚନାଯୋଗ୍ୟ, ଗତ ନଭେମ୍ବର ଶେଷ ସପ୍ତାହରେ ତେଲେଙ୍ଗାନାର ଜଣେ ମହିଳା ଡାକ୍ତରଙ୍କୁ ୪ ଜଣ ବଳାତ୍କାର କରିବା ପରେ ହତ୍ୟା କରିଥିଲେ। ଆଉ ପ୍ରମାଣ ନଷ୍ଟ କରିବାକୁ ଯାଇ ମହିଳାଙ୍କ ଶରୀରକୁ ଜାଳି ଦେଇଥିଲେ। ଏହି ମାମଲାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଡିସେମ୍ବର ୬ରେ ସେମାନଙ୍କୁ ଘଟଣା ସ୍ଥଳକୁ ନେଇ ସିନ୍‌ ରିକ୍ରିଏଟ୍‌ କରିବା ସମୟରେ ଅଭିଯୁକ୍ତମାନେ ଖସି ଯିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୋଲିସ ଏନ୍‌କାଉଣ୍ଟର କରିବାରୁ ଘଟଣାସ୍ଥଳରେ ୪ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ହିଟଓ୍ବେଭ ଅପଡେଟ ପଢିଲା ବେଳେ ବେହୋସ ହେଲେ ଆଙ୍କର

ନୂଆଦିଲ୍ଲୀ,୨୧।୪: ଭାରତର କିଛି ଅଂଶ ଏବେ ହିଟଓ୍ବେଭ ଦେଇ ଗତିକରୁଛି। କେତେକ ରାଜ୍ୟରେ ବର୍ତ୍ତମାନ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ୪୬ ଡିଗ୍ରୀ ସେଲସିୟସ...

ବେଆଇନ ଅଙ୍ଗ ପ୍ରତିରୋପଣ ହେଲେ ରଦ୍ଦ ହେବ ହସ୍ପିଟାଲର ଲାଇସେନ୍ସ

ନୂଆଦିଲ୍ଲୀ,୨୧।୪: ଦେଶରେ ଚାଲିଥିବା ବେଆଇନ ଅଙ୍ଗ ପ୍ରତିରୋପଣ ମାମଲା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏଥିସହ ସ୍ବାସ୍ଥ୍ୟ...

ନିର୍ବାଚନ ପୂର୍ବରୁ ଫସିଗଲେ ଶଶି ଥରୁର

ଥରୁଭାନନ୍ତପୁରମ,୨୧।୪: କେନ୍ଦ୍ର ମନ୍ତ୍ରୀ ତଥା ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ପ୍ରଚାର ଅଭିଯୋଗରେ ଥିରୁଭାନନ୍ତପୁରମ ଲୋକ ସଭା ଆସନରୁ ଆସିଥିବା ବରିଷ୍ଠ କଂଗ୍ରେସ ନେତା...

ଇଣ୍ଡିଆ ମେଣ୍ଟ ରାଲିରେ ମାଡପିଟ, ଭିଡିଲେ ଆରଜେଡି-କଂଗ୍ରେସ କର୍ମୀ

ରାଞ୍ଚି,୨୧।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ବଡ ଖବର ଆସୁଛି, ଯେଉଁଠାରେ ଇଣ୍ଡିଆ ଆଲାଇନ୍ସର ରାଲିରେ ତୀବ୍ର ସଂଘର୍ଷ ହୋଇଥିଲା। ସୂଚନାଯୋଗ୍ୟ, ରାଞ୍ଚିର ପ୍ରଭାତ ତାରା...

ଜେଲରେ ବନ୍ଦ ଥିବା ଅରବିନ୍ଦ କେଜରିଓ୍ବାଲ, ହେମନ୍ତ ସୋରେନଙ୍କ ପାଇଁ ଷ୍ଟେଜରେ ଖାଲି ରହିଲା ଚୌକି

ରାଞ୍ଚି,୨୧।୪: ରାଞ୍ଚିରେ ଚାଲିଥିବା ‘ଇଣ୍ଡିଆ’ ମିଳିତ ସମାବେଶରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ଦୁଇଟି ଚେୟାର...

ଅଭିଷେକଙ୍କ ସହ ନିଜକୁ ହତ୍ୟା ଉଦ୍ୟମ କରାଯାଉଥିବ ଆଶଙ୍କା କଲେ ମମତା

କୋଳକାତା,୨୧।୪: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଅଭିଷେକ ଏବଂ ମୋତେ ହତ୍ୟା କରାଯାଇପାରେ। ୨୦ ମିନିଟର ଭାଷଣ ପରେ ମମତା ବାନାର୍ଜୀ ଏକ...

ବରଯାତ୍ରୀ ନେଇ ଯାଉଥିବା କାର୍‌ର ଫାଟିଲା ଟାୟାର: ଚାଲିଗଲା ୫ ଜୀବନ, ୩ ଗୁରୁତର

ଲକ୍ଷ୍ନୌ,୨୧।୪: ଉତ୍ତରପ୍ରଦେଶର ଆଗ୍ରାସ୍ଥିତ କୁବେରପୁର କଟ ନିକଟରେ ଏକ୍ସପ୍ରେସୱେ ଉପରେ ଏକ ଦ୍ରୁତ ଗତିରେ ଆସୁଥିବା କାରର ଟାୟାର ଫାଟିଛି। ଏହି ଦୁର୍ଘଟଣାରେ ବରଙ୍କ ଭାଇଙ୍କ...

ମୋଦିଙ୍କୁ ପ୍ରଶଂସା କରି ରାହୁଲଙ୍କୁ ଜୁମଲା ବୋଲି କହିଲେ ରେସଲର ଦ ଗ୍ରେଟ ଖଲି

ନୂଆଦିଲ୍ଲୀ,୨୧।୪: ଡବ୍ଲ୍ୟୁଡବ୍ଲ୍ୟୁଇ ଷ୍ଟେଜରେ ବିଶ୍ୱର ବିଭିନ୍ନ ସ୍ଥାନରୁ ଆସିଥିବା କୁସ୍ତି ଯୋଦ୍ଧାମାନଙ୍କୁ ପରାସ୍ତ କରିଥିବା ଦି ଗ୍ରେଟ ଖଲି ଓରଫଦିଲୀପ ସିଂ ରାଣା ମଧ୍ୟ ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri