ଡିସେମ୍ବରରେ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ପର୍ବ: କୂଳ ଲଂଘୁଛି ସମୁଦ୍ର, ଅଣ୍ଡାଦାନ ପ୍ରଭାବିତ ଆଶଙ୍କା

ଗଞ୍ଜାମ,୧୧ା୧୧(ଡି.ଏନ.ଏ.)-ଗଞ୍ଜାମ ନିକଟ ଋଷିକୁଲ୍ୟା ମୁହାଣଠାରେ ଅଲିଭ ରିଡ୍‌ଲେ କଇଁଛଙ୍କ ମିଳନ ପର୍ବ ଏବଂ ଠିକ ମାସେ ପରେ ଅର୍ଥାତ ଜାନୁୟାରୀରେ ଅନୁକୂଳ ପାଗ ଓ ଦକ୍ଷିଣା ପବନ ବହିଲେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ବିଭିନ୍ନ ସଂସ୍ଥା ଏବଂ ବନ ବିଭାଗ ପକ୍ଷରୁ ବେଳାଭୂମି ସଫେଇ କାର୍ଯ୍ୟ ସରିଛି। ବେଳାଭୂମିଠାରେ ପଡ଼ିଥିବା ଅଳିଆ ଆବର୍ଜନା ଏବଂ ପଲିଥିନ ଆଦି ହଟାଯାଇଛି। ଗଞ୍ଜାମ ବ୍ଲକ ଗୋଖରକୁଦା ଠାରୁ ପ୍ରୟାଗୀ ଓ ଦକ୍ଷିଣରେ ଥିବା ଆର୍ଯ୍ୟପଲ୍ଲୀ ପର୍ଯ୍ୟନ୍ତ ଦିନକୁ ଦିନ ସମୂଦ୍ର କୂଳ ଲଙ୍ଘୁଛି। ଏଥିଯୋଗୁ ଋଷିକୁଲ୍ୟା ବେଳାଭୂମି ଅବକ୍ଷୟ ହେବାରେ ଲାଗିଛି। ଋଷିକୁଲ୍ୟା ବେଳାଭୂମି ଠାରୁ ବଟେଶ୍ୱର ଶୈବପୀଠ ପର୍ଯ୍ୟନ୍ତ ବେଳାଭୂମି ଅଞ୍ଚଳ ସମ୍ପୂର୍ଣ୍ଣ ଭାବେ ସମୁଦ୍ରରେ ଲୀନ ହେବାକୁ ବସିଲାଣି। ଏଥିଯୋଗୁ ଗତବର୍ଷ କମ୍‌ ସଂଖ୍ୟକ ଅଲିଭ୍‌ ରିଡ୍‌ଲେ ଅଣ୍ଡାଦାନ କରିଥିଲେ। ବେଳାଭୂମି ଅବକ୍ଷୟ ଏମିତି ଭାବେ ହେଉଛି ଯେ, କଇଁଛମାନେ ଉପରକୁ ଉଠି ପାରୁ ନ ଥିବାରୁ ଅଣ୍ଡାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି ବୋଲି ପରିବେଶବିତ୍‌ମାନେ ଅନୁମାନ କରିଛନ୍ତି। ୨୦୦୭-୦୮ରୁ ସମୁଦ୍ର ଉଚ୍ଚ ଜୁଆରରେ କୂଳ ଲଙ୍ଘୁଥିବା ଏବଂ ବେଳାଭୂମି ଅବକ୍ଷୟ ଆରମ୍ଭ ହୋଇଥିବା ସ୍ଥାନୀୟ ମତ୍ସ୍ୟଜୀବୀ କହିଛନ୍ତି। ରମ୍ଭା ବନଖଣ୍ଡ ଅଧିକାରୀ ସୋମନାଥ ମଲିକ କୂଳ ଲଙ୍ଘୁଥିବା କଥା ସ୍ବୀକାର କରିବା ସହ ବିକଳ୍ପ ବ୍ୟବସ୍ଥା କିଛି ନ ଥିବା କହିଛନ୍ତି। କିନ୍ତୁ କଇଁଛଙ୍କ ସୁରକ୍ଷା ଲାଗି ପ୍ରୟାଗୀ ଠାରେ ପୁରୁଣା ବନ୍ଧ ପର୍ଯ୍ୟନ୍ତ ୬ଟି କ୍ୟାମ୍ପ କରାଯାଇଛି। ପ୍ରତ୍ୟେକ କ୍ୟାମ୍ପରେ ୨ଜଣ ବନ କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ଏଥିସହିତ କଇଁଛ ଓ ଅଣ୍ଡା ପରୀକ୍ଷା ନିମନ୍ତେ ତିନୋଟି ଆର୍ଟିଫିସିଆଲ ହାଚେରୀ ନିର୍ମାଣ କରାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

SRCଙ୍କ କଡ଼ା ନିର୍ଦ୍ଦେଶ, ବନ୍ୟା ପ୍ରଭାବିତ ଏହି ୪ ଜିଲାକୁ ମିଳିବ ଚାଉଳ…

ଭୁବନେଶ୍ବର ୨୦।୮: ପ୍ରବଳ ବର୍ଷା ଓ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ…

କାର୍‌ରେ ଟଙ୍କା ନେଇ ଆସୁଥିବା ବେଳେ ବାଟରେ ମାଡିବସିଲା ଭିଜିଲାନ୍ସ

ସୁନ୍ଦରଗଡ଼,୨୦।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲାଠିକଟା ତହସିଲଦାର ମୁରଲୀଧର ଉର୍ମଳ ଗୁରୁବାର ଭିଜିଲାନ୍ସ ଜାଲରେ ପଡିଛନ୍ତି। ତହସିଲଦାର ମୁରଲୀଧର ଲାଠିକଟା ଅଫିସରୁ ରାଉରକେଲା ଆସିବା ବାଟରେ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଇଭି-ଇଥାନଲ୍ ଚାଳିତ ଗାଡ଼ିକୁ…

ଭୁବନେଶ୍ୱର,୨୦।୮: ରାଜ୍ୟରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ଜାରି ବିଜ୍ଞପ୍ତି…

ସ୍ବାସ୍ଥ୍ୟକେନ୍ଦ୍ରର ପାଚେରୀ ନିର୍ମାଣ କାର୍ଯ୍ୟରେ ଅନିୟମିତତା

କର୍ଲାମୁଣ୍ଡା;୨୦।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୧ କୋଟି ଅର୍ଥ…

କଂଗ୍ରେସ ଉପରେ ବର୍ଷିଲେ ଧର୍ମେନ୍ଦ୍ର, ତୁଷ୍ଟୀକରଣ ରାଜନୀତିକୁ ନେଇ….

ନୂଆଦିଲ୍ଲୀ,୨୦ା୮: କଂଗ୍ରେସ ମୁଖ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ଅବସରରେ ‘ବନ୍ଦେ ମାତରମ୍’ ଗାନକୁ ନେଇ ଦେଖାଦେଇଥିବା ବିବାଦ ଏବେ ତୀବ୍ର ହୋଇଛି । ଏହାକୁ ନେଇ କଂଗ୍ରେସକୁ…

ଗୋଟିଏ ମାସରେ ୪ ଲଘୁଚାପ, ପୁଣି ଦାନା ବାନ୍ଧିଲାଣି, କାଲିଠୁ ପ୍ରବଳ ବର୍ଷା !

ଭୁବନେଶ୍ୱର,୨୦।୮: ପାଣିପାଗକୁ ନେଇ ବଡ଼ ଖବର । ଅଗଷ୍ଟ ମାସରେ ଗଲାଣି ତିନି ତିନିଟି ଲଘୁଚାପ । ତେବେ ପୁଣି ଆସୁଛି ଲଘୁଚାପ । ଏ ନେଇ…

ସାତକୋଶିଆ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା; ଅଟୋକୁ ଧକ୍କା ଦେଲା ଥାର୍, ୧୦…

ଆନନ୍ଦପୁର,୨୦।୮((ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ସାତକୋଶିଆ ଘାଟିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଥାର୍ ଗାଡିର ଜୋରଦାର ଧକ୍କାରେ ଅଟୋ ଚୁରମାର ହୋଇଯାଇଛି। ଘଟଣାରେ…

ରାଜ୍ୟ ସରକାର ବଢାଇଲେ ପେନଶନ ଲିମିଟ୍‌, ଜାଣନ୍ତୁ କାହାକୁ ମିଳିବ ଲାଭ…

ନୂଆଦିଲ୍ଲୀ,୨୦ା୮: ସରକାରୀ କର୍ମଚାରୀମାନଙ୍କୁ ଅବସର ପରେ ପେନ୍‌ସନ୍ ସୁବିଧା ମିଳିଥାଏ। ପ୍ରତ୍ୟେକ ରାଜ୍ୟ ସରକାର ନିଜ ରାଜ୍ୟର ପେନ୍‌ସନ୍‌ଭୋଗୀଙ୍କ ପେନ୍‌ସନ୍‌ରେ ସମୟ ସମୟରେ ବୃଦ୍ଧି କିମ୍ବା ସଂଶୋଧନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri