ଡାକ୍ତରଙ୍କୁ ଭଣ୍ଡେଇଲେ ସୁନ୍ଦରୀ ଯୁବତୀ, ଆକାଉଣ୍ଟରୁ ନେଇଗଲେ ଏତିକି ଟଙ୍କା, ଆଉ ତା’ ପରେ…

ତାଳଚେର,୭ା୮(ନି.ପ୍ର.): ଜଣେ ଯୁବତୀ ନିଜକୁ ଏକ ବଡ଼ କମ୍ପାନୀର ଏଜେଣ୍ଟ ବୋଲି ପରିଚୟ ଦେଇ ଜଣେ ବରିଷ୍ଠ ତଥା ଅବସରପ୍ରାପ୍ତ ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷାଧିକ ଟଙ୍କା ହଡ଼ପ କରି ଶେଷରେ ତାଳଚେର ଟାଉନ ଥାନା ପୋଲିସ ହାତରେ ଗିରଫ ହେବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି ।
ସୂଚନାଯୋଗ୍ୟ, ଅବସରପ୍ରାପ୍ତ ଡାକ୍ତର ବିଜୟ କୁମାର ପ୍ରଧାନ ତାଳଚେର ଟାଉନ ଥାନା ଅନ୍ତର୍ଗତ ବାଘୁଆବୋଲ ଶିବ ମନ୍ଦିର ନିକଟରେ ନିଜ ଭାଇଙ୍କ ଘରେ ରହି ଡାକ୍ତରୀ କାର୍ଯ୍ୟ କରୁଥିଲେ। ଏହି ସମୟରେ କୋଲିୟରୀ ଥାନା ଅନ୍ତର୍ଗତ ମଝିକା ଗ୍ରାମର ବାଜାଜ୍‌ ଆଲିଆଞ୍ଜ କମ୍ପାନୀ ଏଜେଣ୍ଟ କହି ଦୀପା ଓରଫ ସୁପ୍ରିୟା ସ୍ବାଇଁ ଡାକ୍ତରଙ୍କ ସହ ଘରୋଇ ସମ୍ପର୍କ ରକ୍ଷା କରି ବିଶ୍ୱାସଭାଜନ ହୋଇଥିଲେ। ଏହାର ସୁଯୋଗ ନେଇ ସୁପ୍ରିୟା ଡାକ୍ତରଙ୍କ ଅଜାଣତରେ ତାଙ୍କର ତାଳଚେର ଷ୍ଟେଟ୍‌ ବ୍ୟାଙ୍କ ଆକାଉଣ୍ଟ୍‌ରୁ ପୃଥକ ପୃଥକ୍‌ ଭାବେ ୧୫ ଥରରେ ଟ.୪,୫୭,୩୮୫.୮୪/ ଅତି ଚତୁରତାରର ସହ ଉଠାଇ ନେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ବିଜୟ ତାଳଚେର ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ସୁପ୍ରିୟାଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନା ସୂତ୍ରରୁ ପ୍ରକାଶ। ଏନେଇ ତାଳଚେର ଥାନାରେ ୩୭୪/୨୦ ଦଫା ୪୨୦ରେ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କଡ଼ରେ ଜଳିଗଲା କାର୍‌, ପରେ ବାହାରିଲା ଗଞ୍ଜେଇ

ମାଲକାନଗିରି,୨୨।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ଏମ୍ଭି ୧୬ ଗ୍ରାମ ନିକଟରେ ଏକ କାର ଜଳି ପୋଡି ନଷ୍ଟ ହୋଇ ଯାଇଥିବା ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବା...

ବୈତରଣୀରୁ ବାଲି ଲୁଟ ଅଣାୟତ୍ତ

ଯାଜପୁର ଅଫିସ,୧୭ା୫:ଯାଜପୁର ଜିଲା ବ୍ୟାସନଗର ତହସିଲ ଅଧୀନ ବୈତରଣୀ ନଦୀର ଦକ୍ଷିଣ ପାର୍ଶ୍ୱ ସାଆଁଳାଠାରୁ ମୂଳାପାଳ ପର୍ଯ୍ୟନ୍ତ ବେଆଇନ ବାଲି ଉତ୍ତୋଳନ ଅଣାୟତ୍ତ ହେବାରେ ଲାଗିଛି।...

ବିଜୟୱାଡାରୁ ସ୍ବତନ୍ତ୍ର ଟ୍ରେନ୍‌ରେ ଫେରିଲେ ୧୨୦୯ ପ୍ରବାସୀ

ଟିଟିଲାଗଡ଼, ୧୨।୫ (ଡି.ଏନ.ଏ.) ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସିଥିବା ସ୍ବତନ୍ତ୍ର ଟ୍ରେନ୍‌ ସୋମବାର ଅପରାହ୍ନ ୪ଟାରେ ବଲାଙ୍ଗୀର ଜିଲା ଟିଟିଲାଗଡ଼ ରେଳଷ୍ଟେଶନରେ ପହଞ୍ଚିଥିଲା।...

ରାଜଧାନୀର ୯ ଅଞ୍ଚଳ କଣ୍ଟେନ୍‌ମେଣ୍ଟ ଜୋନ୍‌

ଭୁବନେଶ୍ୱର,୧୩।୧(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ବଢିି ଚାଲିଛି। ତେବେ ଆଉ ୯ ଅଞ୍ଚଳକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି । କୋଭିଡ ପଜିଟିଭ୍‌...

ପ୍ରଧାନଶିକ୍ଷକଙ୍କ ନାମରେ ଅନିୟମିତତା ଅଭିଯୋଗ

ରାହାମା,୨ା୨(ଡି.ଏନ.ଏ.): କୁଜଙ୍ଗ ବ୍ଲକ ଅଧୀନ ବଡ଼ବାଲିକଣି ପଞ୍ଚାୟତରେ ଥିବା ସାନବାଲିକଣି ପ୍ରାଥମିକ ବିଦ୍ୟାଳୟରେ ନାନା ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଭୁପ୍ରସାଦ ଦାଶ...

ହିନ୍ଦୋଳରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

ହିନ୍ଦୋଳ, ୨୩।୮(ଡି.ଏନ.ଏ): ଢ଼େଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରlସୋଳ ଥାନା କାରନ୍ଦା କେଳା ଟାଙ୍ଗର ସାହିରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଜଣଙ୍କ...

ମା’ଙ୍କ ଆବାହନରେ କୋରାପୁଟ ସହର ଉତ୍ସବମୁଖର

କୋରାପୁଟ,୫।୧୦(ସ୍ବ.ପ୍ର.): ମା’ଦୁର୍ଗାଙ୍କ ଆବାହନରେ ସମଗ୍ର କୋରାପୁଟ ସହର ଉତ୍ସବମୁଖର ହୋଇଉଠିଛି। ଶୁକ୍ରବାର ରାତିରେ ବିଲ୍ବବରଣ ପରେ ମା’ଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହୋଇ ଶନିବାର ସପ୍ତମୀ...

ମାର୍ଚ୍ଚ ୫ରେ କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

କୋକସରା,୨୬।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରୁ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ୍‌ ୱେକୁ ଆସନ୍ତା ମାର୍ଚ୍ଚ ୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ...

Advertisement
Archives

Model This Week