ଡମଣା ଦୁର୍ଗାପୁଜା କମିଟି : ଯୋଶେଫ ପିଟ୍ସବର୍ଗ ପ୍ୟାଲେସ ମୁଖ୍ୟ ଆକର୍ଷଣ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ସବୁବର୍ଷ ନିଜର ତୋରଣରେ ନୂତନତ୍ୱ ଆଣୁଥିବା ଡମଣା ଦୁର୍ଗାପୂଜା କମିଟି ଚଳିତବର୍ଷ ସହରବାସୀଙ୍କୁ ଭିନ୍ନ ଭେଟି ଦେବାକୁ ପ୍ରୟାସ କରିଛି। ତୋରଣରେ ଦେଖିବାକୁ ମିଳିବ ପାଶ୍ଚାତ୍ୟର ଛାପ। ଆକର୍ଷଣ ସାଜିବ ରୁଷିଆର ସେଣ୍ଟ୍‌ ଯୋଶେଫ ପିଟ୍ସବର୍ଗ ପ୍ୟାଲେସ। ଏହାର ଚଉଡ଼ା ୧୧୦ ଫୁଟ ଓ ଉଚ୍ଚତା ୮୦ ଫୁଟ ହେବ। ଅଷ୍ଟମ ବର୍ଷରେ ପଦାର୍ପଣ କରିଥିବା ଡମଣା ଦୁର୍ଗାପୂଜା କମିଟି ଏଥର ୨୫ଲକ୍ଷ ଟଙ୍କାର ପୂଜା ବଜେଟ ରଖିଛି। ଏଥିସହିତ ୨୦ଫୁଟ ଉଚ୍ଚତାର ମା’ଙ୍କ ମୃଣୟ ମୂର୍ତ୍ତି ସହ ୧୨ରୁ ୧୫ ଫୁଟ ଉଚ୍ଚର ପାର୍ଶ୍ୱଦେବୀଦେବ ପୂଜା ପାଇବେ। ୫ କେଜି ସୁନା ଅଳଙ୍କାର ଓ ୫୦ କେଜି ରୁପା ଅଳଙ୍କାର ପିନ୍ଧିବେ ମା’। ପୂଜାସ୍ଥଳକୁ ପୂରା ସିସିଟିଭି ନଜରରେ ରଖାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ମା’ଙ୍କ ପୂଜା ବିଧି ଅନୁସାରେ ଷଷ୍ଠୀରେ ବେଲ ବରଣୀ, ସପ୍ତମୀରେ ୧୦୮ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା କରାଯାଇ ମା’ଙ୍କ ମୃଣ୍ମୟ ମୂର୍ତ୍ତି ପ୍ରତିଷ୍ଠା, ଅଷ୍ଟମୀରେ ଦହି ପଖାଳ, ନବମୀରେ ଖେଚୁଡ଼ି ଓ ଦଶମୀରେ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ମା’ଙ୍କୁ ଦର୍ଶନ ଲାଗି ଦିବ୍ୟାଙ୍ଗଙ୍କ ପାଇଁ ହ୍ବିଲ୍‌ ଚେୟାର, ମହିଳା ଓ ବରିଷ୍ଠଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା କରାଯାଇଛି।
୧୫୦ ଫୁଟର ରାବଣପୋଡ଼ି
ଭୁବନେଶ୍ୱରରେ ମାତ୍ର ୫ ସ୍ଥାନରେ ରାବଣ ପୋଡ଼ିର ବ୍ୟବସ୍ଥା ରହିଛି। ଏଥିମଧ୍ୟରୁ ଡମଣା ରାବଣ ପୋଡ଼ି ଅନ୍ୟଠାରୁ ନିଆରା। ରାବଣପୋଡ଼ି ପାଇଁ ପ୍ରାୟ ୧୫୦ ଫୁଟର ପ୍ରତିକୃତି ତିଆରି ହେବ। ସେହିଭଳି କମିଟି ସବୁବେଳେ ଓଡିଶାର କାରିଗରଙ୍କୁ ପ୍ରାଧାନ୍ୟ ଦେଇ ଆସୁଛି। ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାରେ ମୂର୍ତ୍ତି କରୁଥିବା ନାମୀ କାରିଗରମାନେ ଏଠାରେ ମା’ଙ୍କ ମୂର୍ତ୍ତି ତିଆରି କରୁଛନ୍ତି।
– ନିଶାକର ସାହୁ, କମିଟି ପ୍ରତିଷ୍ଠାତା ତଥା ସଭାପତି
ଶୃଙ୍ଖଳିତ ଦର୍ଶନ ପ୍ରତି ଗୁରୁତ୍ୱ ଦିଆଯିବ
ଷଷ୍ଠୀ, ସପ୍ତମୀରେ ମା’ଙ୍କ ନିକଟରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା। ଅଷ୍ଟମୀ ଓ ନବମୀ ଦିନ ଓଡିଶାର ବିଶିଷ୍ଟ କଳାକାରଙ୍କ ଦ୍ୱାରା ମେଲୋଡି ପରିବେଷଣ କରାଯିବ। କିପରି ଭକ୍ତମାନେ ମା’ଙ୍କର ପୂଜାକୁ ଅତି ଆଡମ୍ବରରେ ପାଳନ କରିବେ ଓ ସୁରକ୍ଷିତ ତଥା ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ ସେଥିପାଇଁ ଗୁରୁତ୍ୱ ଦିଆଯିବ।
– ପ୍ରେମାନନ୍ଦ ମହାକୁଡ, ଡମଣା ଗ୍ରାମ ମଙ୍ଗଳ ସଭାପତି


Enter your email to get our daily news in your inbox.

All Right Reserved By Dharitri.Com

ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ, ୨ଦିନ ପରେ…

ଭୁବନେଶ୍ୱର,୨୬।୯: ଆଣ୍ଡାମାନ ସାଗରରୁ ସୃଷ୍ଟି ହୋଇଥିବା ଲଘୁଚାପ ପରବର୍ତ୍ତୀ ସମୟରେ ଗଭୀର ଅବପାତର ରୂପ ନେଇ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଲା। ଏବେ ସେହି ଆଣ୍ଡାମାନ ସାଗର…

୩୦ରେ ଇଣ୍ଡିଆ ବ୍ଲକ୍‌ର ବୈଠକ, ହେବ ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୬ା୯: ନିର୍ବାଚନ କମିଶନରେ ମତଭେଦ ଏବଂ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ଦେଖାଦେଇଥିବା ଉଦ୍‌ବେଗ ଓ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ…

ନାଗାଲାଣ୍ଡରେ ମଦମୃତ୍ୟୁ: ୨ ଦିନରେ ଗଲାଣି ୧୯ଜଣଙ୍କ ଜୀବନ

କୋହିମା,୨୬ା୯; ନାଗାଲାଣ୍ଡରେ ବିଷାକ୍ତ ମଦ ପିଇ ୨ ଦିନରେ ୧୯ଜଣ ପ୍ରାଣ ହରାଇଛନ୍ତି। ମୃତ୍ୟୁର କାରଣ ଏବଂ ରାଜ୍ୟରେ ମଦ ଅପମିଶ୍ରଣର ଯୋଗାଣ ଶୃଙ୍ଖଳକୁ ଠାବ କରିବା…

କାଲି ବନ୍ୟାଞ୍ଚଳ ବୁଲିବେ ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ସ୍ଥିତି ପରଖିବେ ମୋହନ ମାଝୀ

ଭୁବନେଶ୍ୱର,୨୬।୯: ରାଜ୍ୟରେ ଗଭୀର ଅବପାତ ଯୋଗୁ ସୃଷ୍ଟ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟା…

ମାସିକ ୮ ହଜାର ଟଙ୍କାରେ ପରିବାର ଚଳିବ କେମିତି? ଆନ୍ଦୋଳନରତ ଯୋଗାଣ ସହାୟକଙ୍କ ସମର୍ଥନରେ ବାହାରିଲେ ନରସିଂହ

ବଲାଙ୍ଗୀର,୨୬।୯ (ସୁନିଲ କୁମାର ମହାନ୍ତି): ପାରିଶ୍ରମିକ ବୃଦ୍ଧି ସହ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ସାରା ରାଜ୍ୟର ଯୋଗାଣ ସହାୟକମାନେ ଭୁବନେଶ୍ୱରରେ ଆନ୍ଦୋଳନ ଚଳାଇଛନ୍ତି। ବଲାଙ୍ଗୀର ଜିଲାର…

କାଠ ଆଣିବାକୁ ଯାଇ ହାତୀ ହାବୁଡ଼ରେପଡ଼ିିଗଲେ ବୃଦ୍ଧ, ଆଉ ତା’ପରେ…

କେନ୍ଦୁଝର,୨୬ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲିଜ୍‌ ଏରିଆ ଅଞ୍ଚଳରେ ଏକ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସୁବନ…

କୋରାପୁଟରେ ବର୍ଷା ବିତ୍ପାତ: ୪୫ ଗାଁ ଜଳମଗ୍ନ

କୋରାପୁଟ,୨୬ା୯(ଅମିତାଭ ବେହେରା): ଅର୍ଣ୍ଣବ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ଲଗାଣ ବର୍ଷା ଯୋଗୁ ଜିଲାର ନଦୀ, ନାଳ ଓ ଜଳାଶୟର ଜଳସ୍ତର ବଢ଼ିବା ସହ ବିଭିନ୍ନ ତଳିଆ…

ମା’ ହେଲେ ଦଶମ ଶ୍ରେଣୀ ଛାତ୍ରୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟା ସନ୍ତାନ ଜନ୍ମ, ଥାନାରେ ଏତଲା

ପାଟଣା,୨୬।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀର ନାବାଳିକା ଛାତ୍ରୀ ମାଆ ହୋଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?