Posted inଫୁରସତ

ଟ୍ୟୁଶନରୁ ହୋଇଥିଲା ପ୍ରଥମ ରୋଜଗାର: ଆଦର୍ଶ ଶିକ୍ଷକ ଲଳିତ ନାରାୟଣ ମହାପାତ୍ର

ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅନ୍ତର୍ଗତ ଗୋଡିପଡା ଗାଁରେ ମୋ ଜନ୍ମ। ନନା ଶିକ୍ଷକତା କରୁଥିଲେ। ମୁଁ ଅଷ୍ଟମରେ ପଢିଲାବେଳେ ତାଙ୍କର ବିୟୋଗ ହେଲା। ନନାଙ୍କର ଶୁଦ୍ଧି କ୍ରିୟା ସାଙ୍ଗକୁ ଘର ଚଳାଇବା ଓ ପାଠ ପଢାଇବାକୁ ବୋଉକୁ ଆମ ଜମି ବିକିବାକୁ ପଡିଲା। ବଡ଼ ପୁଅ ଭାବେ ନିଜ ପଢାଖର୍ଚ୍ଚ ଉଠାଇବା ସହ ବୋଉକୁ ସାହାଯ୍ୟ କରିବାକୁ ମୁଁ ଟ୍ୟୁଶନ କରିବା ଆରମ୍ଭ କଲି। ତା’ସହ ଘାସକଟା, ଗାଈ ଜଗିବା, ଘର ଛପର, ଚାଷ କରିବା ଇତ୍ୟାଦି କାମ ବି ମୁଁ କରୁଥିଲି। ଏଥିରୁ ଯାହା ମିଳୁଥିଲା ଦୁଃଖେ କଷ୍ଟେ ପରିବାର ଆମର ଚଳିଯାଉଥିଲା। ଏଥିପାଇଁ ସାଙ୍ଗ ଅଜୟ ବାଘସିଂହ ମୋତେ ଅନେକ ସାହାଯ୍ୟ କରିଥିଲା। ମୋ ସ୍କୁଲ୍‌ ସାର୍‌ମାନେ ବି ଅନେକ ସହଯୋଗ କରିଥିଲେ। ସ୍କୁଲ୍‌ ପୂଜା ଚାନ୍ଦାଠୁ ଆରମ୍ଭ କରି ଦଶମ ବୋର୍ଡ ପରୀକ୍ଷା ପାଇଁ ମେସ୍‌ରେ ଯାଇ ରହିଲାବେଳେ ମେସ୍‌ ଖର୍ଚ୍ଚ ବି ମୋଠୁ ନେଇ ନ ଥିଲେ। ଏଭଳି ଭାବେ ମୋର ସ୍କୁଲ୍‌ ଓ କଲେଜ ପଢା ସରିଥିଲା। ଅବଶ୍ୟ ନନାଙ୍କ ମୃତ୍ୟୁର ୪ ବର୍ଷ ପରେ ବୋଉର ଚାକିରି ଅର୍ଡର ଆସିଯାଇଥିଲା। କିନ୍ତୁ ଏହି ୪ ବର୍ଷ ଆମକୁ ଚାରିଯୁଗ ପରି ଲାଗିଥିଲା। ଏପଟେ ଗ୍ରାଜୁଏଶନ୍‌ ପରେ ମୁଁ ମଞ୍ଚେଶ୍ୱରସ୍ଥିତ କ୍ୱାଲିଟି ଆଇସ୍‌କ୍ରିମ୍‌ ଫ୍ୟାକ୍ଟ୍ରିର ପ୍ରଡକ୍ସନ୍‌ ଡିପାର୍ଟମେଣ୍ଟରେ କାମ କରିବା ଆରମ୍ଭ କରିଥିଲି। କିଛିଦିନ ପରେ ଅନୁଭବ କଲି ଏହି କାମରେ ବ୍ୟସ୍ତ ରହି ମୁଁ ପାଠ ସବୁ ଭୁଲି ଯାଉଛି। ତେଣୁ ସେ ଚାକିରି ଛାଡି ଖୋର୍ଦ୍ଧା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଶିକ୍ଷକ ରୂପେ ଯୋଗ ଦେଲି। ଏହାସହିତ ନୂଆ ଭାବେ ଖୋଲିଥିବା କୁହୁଡି ସରସ୍ବତୀ ଶିଶୁ ମନ୍ଦିରର ପ୍ରଥମ ପ୍ରଧାନ ଆଚାର୍ଯ୍ୟର ଦାୟିତ୍ୱ ନେଲି। ସକାଳେ କୁହୁଡି ଓ ୧୦ଟାବେଳେ ଖୋର୍ଦ୍ଧା, ଭାରି କଷ୍ଟସାଧ୍ୟ ଥିଲା ସେ ସମୟ। ତେଣୁ ବାଧ୍ୟ ହୋଇ କୁହୁଡି ଛାଡି ଖୋର୍ଦ୍ଧା ବିବେକାନନ୍ଦ ଶିକ୍ଷା କେନ୍ଦ୍ରରେ ଆଚାର୍ଯ୍ୟ ଭାବେ କାମ କଲି। ଏଠି କାମ କରିବା ଭିତରେ ଅନେକ ବୁଦ୍ଧିଜୀବୀଙ୍କ ସଂସ୍ପର୍ଶରେ ଆସିଲି, ଅଭିଭାବକଙ୍କ ଆସ୍ଥା ଭାଜନ ହେଲି, ଛାତ୍ରୀଛାତ୍ର ଭଲ ରେଜଲ୍ଟ କଲେ, ଖେଳ ଓ ସାଂସ୍କୃତିକ କ୍ଷେତ୍ରରେ ସ୍କୁଲ୍‌ର ଭଲ ନଁା ବି ହେଲା। କିନ୍ତୁ ପରିଚାଳନାଗତ ତ୍ରୁଟି ଯୋଗୁ ଉକ୍ତ ବିଦ୍ୟାଳୟର ଭବିଷ୍ୟତ ଅନିଶ୍ଚିତତା ଭିତରେ ଗତି କରିବାର ଲକ୍ଷ୍ୟ କରି ମୁଁ ଖୋର୍ଦ୍ଧା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଆଚାର୍ଯ୍ୟ ରୂପେ ଯୋଗ ଦେଲି। ଏଠାରେ ବହୁ ବର୍ଷ ରହିବା ଭିତରେ ବିଭିନ୍ନ ବିଭାଗରେ ପ୍ରମୁଖ ଦାୟିତ୍ୱ ନେଇ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇ ନିଜର ଦକ୍ଷତା ବୃଦ୍ଧି କରାଇଥିଲି। ଏହାପରେ ୨୦୦୭ରେ ଟାଙ୍ଗୀ ବ୍ଲକ୍‌ ଅନ୍ତର୍ଗତ ରସୁଲପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ସହାୟକ ରୂପେ ସରକାରୀ ଚାକିରିରେ ଯୋଗ ଦେଲି। ସେତେବେଳେ ଏହି ବିଦ୍ୟାଳୟଟି ଜଣେ ବ୍ୟକ୍ତିଙ୍କ ବାରଣ୍ଡାରେ ଚାଲୁଥିଲା। ୧ଟି କାଠ କଳାପଟା, ୨ଟି ଚୌକି, ୧ଟି ଛୋଟ ଟ୍ରଙ୍କ ରଖି ଛାତ୍ରୀଛାତ୍ରଙ୍କୁ ସେଠାରେ ପଢାଯାଉଥିଲା। ବର୍ଷା ହେଲେ ବାଧ୍ୟରେ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଉଥିଲା ଏବଂ ସେହି ବ୍ୟକ୍ତିଙ୍କ ଘରେ ହିଁ ମଧ୍ୟାହ୍ନ ଭୋଜନ ହେଉଥିଲା। ଏହାଦେଖି ମୋତେ ଖୁବ୍‌ ବ୍ୟାକୁଳ ଲାଗୁଥିଲା। ଯୋଗକୁ ୨ବର୍ଷ ପରେ ମୋତେ ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକର ଦାୟିତ୍ୱ ମିଳିଲା। ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ଏକାକୀ ଶିକ୍ଷକ ଭାବେ ବହୁ ପରିଶ୍ରମ କରି ସରକାରୀ ଅନୁଦାନ ଓ କମିଟି ସଦସ୍ୟଙ୍କ ସହଯୋଗରେ ଉକ୍ତ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ କରିଥିଲି। ଫଳରେ ବ୍ଲକ୍‌ ସ୍ତରରେ ସେହି ସ୍କୁଲ୍‌କୁ ସ୍ବତନ୍ତ୍ର ପରିଚୟ ମିଳିଥିଲା। ସରକାରୀ ସ୍ତରରେ ବି ମୋ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଗଲା। ୨୦୧୮ ପର୍ଯ୍ୟନ୍ତ ଏ ସ୍କୁଲ୍‌ରେ ରହିବା ପରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ(ସିଆର୍‌ସିସି)ପଦବୀ ପାଇଁ ବ୍ଲକ୍‌ ସ୍ତରରେ ମୋ ନାଁକୁ ସୁପାରିସ କରାଗଲା। ଫଳରେ ଖୋର୍ଦ୍ଧା ଜିଲା ପ୍ରକଳ୍ପ ସଂଯୋଜକ କାର୍ଯ୍ୟାଳୟରେ ଭିଜନିଂ ଟେଷ୍ଟ ଦେଇ କୃତକାର୍ଯ୍ୟ ହେଲି ଆଉ ଲକ୍ଷ୍ମୀଧରପୁର ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟ, କୁହୁଡି କ୍ଲଷ୍ଟରରେ ସିଆରସିସି ରୂପେ ଯୋଗ ଦେଇ ଅଦ୍ୟାବଧି ଏଠାରେ କାର୍ଯ୍ୟ କରୁଅଛି। ତା’ସହିତ ନୂତନ ପେନ୍‌ସନଭୁକ୍ତ ଶିକ୍ଷକ ସଂଗଠନ, ଟାଙ୍ଗୀ ବ୍ଲକର ଉପ-ସଭାପତି ଓ ଏକ ସ୍ବେଚ୍ଛାସେବୀ ସଂଗଠନର ଜିଲାସ୍ତରରେ ପ୍ରମୁଖ ଦାୟିତ୍ୱ ମଧ୍ୟ ମୁଁ ତୁଲାଉଅଛି। ଶିକ୍ଷକତା କରିବା ମୋର ପସନ୍ଦ। ମୋ ମତରେ ଏହା ହେଉଛି ଏକ ଈଶ୍ୱରୀୟ କାର୍ଯ୍ୟ। ତେଣୁ ମୁଁ ସବୁବେଳେ ମୋ ସ୍କୁଲ ଓ ଛାତ୍ରୀଛାତ୍ରଙ୍କ ମଙ୍ଗଳ ପାଇଁ ତତ୍ପର ଥାଏ। -ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

କାନପୁରରେ ବାରମ୍ବାର ଖସୁଛି ଅତଡ଼ା: ସ୍ଥିତି ଅନୁଧ୍ୟାନ କଲେ ଅଧିକାରୀ

ଛେନାପଦୀ/ହାଟଡିହୀ,୧୨l୯(ନିରାକାର ପରିଡା/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ପଞ୍ଚାୟତ କାନପୁର ଗ୍ରାମର ଦକ୍ଷିଣ ପାର୍ଶ୍ୱ ସାଳନ୍ଦୀ ନଦୀ ଦ୍ୱାରା ବାରମ୍ବାର ଅତଡ଼ା ଖସି କାନପୁର…

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?