ଟ୍ରେନ୍‌ ଆଗକୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ଏସ୍‌ପି

ପଦ୍ମପୁର,୭।୨(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଅଞ୍ଚଳର ଜଣେ କଲେଜ ଛାତ୍ରୀ ଗତ ୨୧ ତାରିଖରେ ଭଦ୍ରକ ଷ୍ଟେଶନରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏ ନେଇ ରେଲଓ୍ବେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଛାତ୍ରୀଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ଏହି ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ଛାତ୍ରୀ ରହୁଥିବା ମେସ୍‌ର ମାଲିକ ତାଙ୍କୁ ଅସଦାଚରଣ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏ ସମ୍ପର୍କରେ ଜଣାପଡ଼ିବା ପରେ ଗୁରୁବାର ସନ୍ଧ୍ୟାରେ ଜିଲା ଏସ୍‌ପି ରାଜେଶ ପଣ୍ଡିତ ଟୁଇଟରରେ ବାସୁଦେବପୁର ଥାନା ଅଧିକାରୀଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଥାନା ଅଧିକାରୀ ମଧୁମିତା ମହାନ୍ତିଙ୍କୁ ଏ ନେଇ ପଚାରିବାରୁ ମୃତା ଛାତ୍ରୀଙ୍କ ପରିବାର ପକ୍ଷରୁ କୌଣସି ଲିଖିତ ଅଭିଯୋଗ କରାଯାଇ ନାହିଁ। ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା, ପୁଅଙ୍କୁ ଆକ୍ରମଣ

ବଇଣ୍ଡା, ୫ା୪(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ ଥାନା ବନମାଳୀପୁର ଗ୍ରାମର ଦୁଷ୍ମନ୍ତ ବେହେରା ଓ ତାଙ୍କ ବାପା ସଞ୍ଜୟ ବେହେରାଙ୍କୁ ସେହି ଗ୍ରାମର ସହଦେବ ଦେହୁରୀ...

ପଦ୍ମପୁର ବିଧାୟକଙ୍କ ପରଲୋକ

ଭୁବନେଶ୍ୱର ବ୍ୟୁରୋ/ବରଗଡ଼ ଅଫିସ(୩ା୧୦): ବରଗଡ଼ ଜିଲା ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି।ଅସୁସ୍ଥତା ଯୋଗୁ ସେ...

୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ: ୪ କୋର୍ଟ ଚାଲାଣ

କୋରୁକୋଣ୍ଡା,୨୧।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ଥାନା ପୋଲିସ ୮ କୁଇଣ୍ଟାଲ ୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରି ୪ ଜଣଙ୍କୁ କୋର୍ଟ ଚାଲାଣ...

ଦୋଳ ମଣ୍ଡପରେ ନୂତନ ପାଞ୍ଜି ପଠନ

ଖଣ୍ଡପଡ଼ା,୯ା୩(ସ୍ବ.ପ୍ର.): ସୋମବାର ଦୋଳ ପୂର୍ଣ୍ଣମୀ ଅବସରରେ ଶ୍ରୀ ନୀଳମାଧବ ଜୀଉଙ୍କ ସିଂହଦ୍ୱାରସ୍ଥିତ ଦୋଳ ମଣ୍ଡପକୁ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନମୋହନଙ୍କୁ ହାନ୍ଦୋଳାରେ ବିଜେ କରାଯାଇଥିଲା। ପୂଜକ...

ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ୍‌ ବସ୍‌ ୩୫ରୁ ଊଦ୍ଧର୍‌ବ ଆହତ, ୧୯ ଗୁରୁତର

ଦିଗପହଣ୍ଡି,(ଡି.ଏନ୍‌.ଏ.)/ପାଟପୁର,୨୪ା୧୨- ଗଞ୍ଜାମ-ଗଜପତି ଜିଲା ସୀମାନ୍ତ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି ଘାଟିରେ ସୋମବାର ରାତି ପ୍ରାୟ ୮ଟାରେ ଏକ ପିକ୍‌ନିକ୍‌ ବସ୍‌ ଓଲଟି ପଡିବାରୁ ୩୫ରୁ ଊଦ୍ଧର୍‌ବ...

ବାଇକ୍‌ ଡିକି ଭାଙ୍ଗି ୬୯ ହଜାର ଲୁଟ୍‌

ଯୋଡ଼ା, ୨୭।୧୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ସହରରେ ଥିବା ସୁଜୁକି ବାଇକ୍‌ ସୋରୁମ୍‌ ସମୁଖରୁ ଜଣେ ବ୍ୟକ୍ତିଙ୍କ ବାଇକ୍‌ ଡିକି ଭାଙ୍ଗି ୬୯ ହଜାର ଟଙ୍କା...

ନୋ-ପାର୍କିଂରୁ ଗାଡ଼ି ଉଠାଇଲା ପୋଲିସ

ବ୍ରହ୍ମପୁର ଅଫିସ,୫।୬: ବ୍ରହ୍ମପୁର ସହରର ବିଭିନ୍ନ ଥାନା ଅଞ୍ଚଳର ନୋ-ପାର୍କିଂରେ ରଖାଯାଉଥିବା ଗାଡ଼ି ହଟାଇବା ଅଭିଯାନ ଟ୍ରାଫିକ୍‌ ପୋଲିସ ଆରମ୍ଭ କରିଛି। ଏଣୁ ଟ୍ରାଫିକ୍‌ ପୋଲିସ ନୋ-ପାର୍କିଂରେ...

ଶିକୁଳିରେ ବନ୍ଧା ଜୀବନ

ବରଗଡ଼ ଅଫିସ୍‌,୨।୮:  ବରଗଡ଼ ଜିଲା ଅମ୍ବାଭୋନାର ଦୟାସାଗର ପୁରୀ। ବୟସ ୨୭ବର୍ଷ ହେବ। ଗ୍ରାମର ରାମେଶ୍ୱର ଓ ତପସ୍ବିନୀଙ୍କ ସାନପୁଅ ଦୟାସାଗର ଗତ ପ୍ରାୟ ୮ବର୍ଷ...

Advertisement
Archives

Model This Week