ଟ୍ରେନ୍‌ରେ ଯାତ୍ରୀଙ୍କୁ ଠେଲିଦେବାକୁ କିନ୍ନରଙ୍କ ଉଦ୍ୟମ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ଯାତ୍ରୀଙ୍କ ସୁରକ୍ଷା ପାଇଁ ଟ୍ରେନ୍‌ରେ ଟଙ୍କା ମାଗିବାକୁ କିନ୍ନରମାନଙ୍କୁ ବାରଣ କରାଯାଇଛି। ସେମାନେ ଯେପରି ଷ୍ଟେଶନ ନ ମାଡ଼ନ୍ତି ସେଥିଲାଗି ରେଳ ସୁରକ୍ଷା ବଳ (ଆର୍‌ପିଏଫ) ଓ ଜେନେରାଲ ରେଲ୍‌ଓ୍ବେ ପୋଲିସ (ଜିଆର୍‌ପି) ପକ୍ଷରୁ କଟକଣା ଲାଗୁ କରାଯିବା ସହ ବିଭିନ୍ନ କିନ୍ନର ବସ୍ତିକୁ ଯାଇ ସଚେତନ କରାଯାଉଛି। କିନ୍ନରମାନେ ଟ୍ରେନରେ ଚଢି ଟଙ୍କା ମାଗୁଥିବା ନଜରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଲ୍‌ଓ୍ବେ ଏଡିଜି ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ବି କିନ୍ନରମାନେ ବିଭିନ୍ନ ଟ୍ରେନ୍‌ରେ ବୁଲି ବୁଲି ଯାତ୍ରୀଙ୍କଠାରୁ ଜବରଦସ୍ତ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି। ଟଙ୍କା ନ ଦେଲେ ହଇରାଣ କରୁଛନ୍ତି। ଉଲଗ୍ନ ହୋଇ ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି। ଏପରି କି ଟ୍ରେନ୍‌ରୁ ଠେଲି ଦେବାକୁ ଧମକ ଦେବା ସହ ଉଦ୍ୟମ ମଧ୍ୟ କରୁଛନ୍ତି। ଗତ ୨୩ ତାରିଖରେ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେକ୍ସ(୧୮୪୬୩)ରେ ଜଣେ କିନ୍ନର ଘଣ୍ଟାଏ ଧରି ଏଭଳି ଉତ୍ପାତ କରୁଥିବା ଦେଖିବାକୁ ମିଳିଛି। କିନ୍ନରଙ୍କ ଏଭଳି ଆକ୍ରୋଶର ସମ୍ମୁଖୀନ ହୋଇଥିବା ଜଣେ ଯାତ୍ରୀ ନିଜ ମୋବାଇଲ୍‌ ଫୋନ୍‌ରେ ଭିଡିଓ ଶୁଟିଂ କରିବା ସହ ତାହାକୁ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ପୋଷ୍ଟ କରିଛନ୍ତି। ଉକ୍ତ ଭିଡିଓ ଭାଇରାଲ ହେବା ପରେ ଗୁରୁବାର ରେଲ୍‌ଓ୍ବେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ସତ୍ୟତା ଜଣାପଡିବା ପରେ ସମ୍ପୃକ୍ତ କିନ୍ନରଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, କିନ୍ନରମାନଙ୍କୁ ଷ୍ଟେଶନ ଆସିବାକୁ ମନା କରାଯାଇଥିଲେ ମଧ୍ୟ କେତେଜଣ ଲୁଚିଛପି ଟ୍ରେନ୍‌ରେ ଚଢି ଟଙ୍କା ମାଗୁଛନ୍ତି। ଯେଉଁ ଟ୍ରେନରେ ଏଭଳି ଘଟଣା ଘଟୁଛି ସୋସିଆଲ ମିଡିଆରେ ନ ଛାଡି ଆର୍‌ପିଏଫ୍‌ କିମ୍ବା ଜିଆର୍‌ପିରେ ରିପୋର୍ଟ କରିବାକୁ ସେ ଯାତ୍ରୀଙ୍କୁ ନିବେଦନ କରିଛନ୍ତି।
ମିଳିଥିବା ସୂଚନାନୁସାରେ, ପ୍ରଶାନ୍ତି ଏକ୍ସପ୍ରେକ୍ସ ଭୁବନେଶ୍ୱର ଷ୍ଟେଶନ ଛାଡିବା ପରେ ଉକ୍ତ କିନ୍ନରଙ୍କୁ ଦଖିବାକୁ ପାଇଥିଲେ। ସେ ଯାତ୍ରୀଙ୍କ ନିକଟକୁ ଯାଇ ଟଙ୍କା ମାଗିଥିଲେ। କେତେଜଣ ଯାତ୍ରୀ ପ୍ରଥମେ ଟଙ୍କା ଦେବାକୁ ମନା କରିବାରୁ ସେ ଉଲଗ୍ନ ହୋଇ ଗାଳିଗୁଲଜ କରିଥିଲେ। ଟଙ୍କା ଦେବାକୁ ମନା କରିବାରୁ ଜଣେ ଯୁବକଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। ଉପସ୍ଥିତ ଅନ୍ୟ ଯାତ୍ରୀମାନେ ବିରୋଧ କରିବାରୁ କିନ୍ନର ଜଣକ ଆଗ ଷ୍ଟେଶନରେ ଦେଖିନେବି ବୋଲି ଧମକ ଦେଇଥିଲେ। ପରେ ଉକ୍ତ ଯାତ୍ରୀଙ୍କୁ କିନ୍ନର ଜଣକ ଟାଣିନେଇ ଟ୍ରେନର ଡୋର ନିକଟରେ ଠେଲି ଦେବାକୁ ଉଦ୍ୟମ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଘଟଣା ରେଲ୍‌ଓ୍ବେ କର୍ତ୍ତୃପକ୍ଷ ଓ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରମ ଗୁଳୁଗୁଳି ସହ ଝଡ଼ବର୍ଷା, ଆଜି ୧୩ ଜିଲାକୁ ୟେଲୋ ଓ୍ୱାର୍ନିଂ

ଭୁବନେଶ୍ୱର,୧୧ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ ବ୍ୟାପିଛି। ଫଳରେ…

ସିଇସି ଜ୍ଞାନେଶ ହଟାଅ ଦାବିରେ ସିଜେପିର ବିକ୍ଷୋଭ: ଦିଲ୍ଲୀରେ ୭ ହଜାରରୁ ଊର୍ଦ୍ଧ୍ୱ ଅଟକ

ନୂଆଦିଲ୍ଲୀ, ୧୧ା୧୦ (ପି.ଟି.): ମୁମ୍ୱାଇରୁ ବିମାନ ଯୋଗେ ଦିଲ୍ଲୀ ପହଞ୍ଚିବା ପରେ ସିଜେପି ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେ, ପ୍ରବକ୍ତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କୁ ଇନ୍ଦିରା…

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?