ଟ୍ରେନ୍‌ରେ ଯାତ୍ରୀଙ୍କୁ ଠେଲିଦେବାକୁ କିନ୍ନରଙ୍କ ଉଦ୍ୟମ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ଯାତ୍ରୀଙ୍କ ସୁରକ୍ଷା ପାଇଁ ଟ୍ରେନ୍‌ରେ ଟଙ୍କା ମାଗିବାକୁ କିନ୍ନରମାନଙ୍କୁ ବାରଣ କରାଯାଇଛି। ସେମାନେ ଯେପରି ଷ୍ଟେଶନ ନ ମାଡ଼ନ୍ତି ସେଥିଲାଗି ରେଳ ସୁରକ୍ଷା ବଳ (ଆର୍‌ପିଏଫ) ଓ ଜେନେରାଲ ରେଲ୍‌ଓ୍ବେ ପୋଲିସ (ଜିଆର୍‌ପି) ପକ୍ଷରୁ କଟକଣା ଲାଗୁ କରାଯିବା ସହ ବିଭିନ୍ନ କିନ୍ନର ବସ୍ତିକୁ ଯାଇ ସଚେତନ କରାଯାଉଛି। କିନ୍ନରମାନେ ଟ୍ରେନରେ ଚଢି ଟଙ୍କା ମାଗୁଥିବା ନଜରକୁ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରେଲ୍‌ଓ୍ବେ ଏଡିଜି ନିର୍ଦ୍ଦେଶ ଦେଇଥିଲେ। ହେଲେ ଏବେ ବି କିନ୍ନରମାନେ ବିଭିନ୍ନ ଟ୍ରେନ୍‌ରେ ବୁଲି ବୁଲି ଯାତ୍ରୀଙ୍କଠାରୁ ଜବରଦସ୍ତ ଟଙ୍କା ଆଦାୟ କରୁଥିବା ଅଭିଯୋଗ ହେଉଛି। ଟଙ୍କା ନ ଦେଲେ ହଇରାଣ କରୁଛନ୍ତି। ଉଲଗ୍ନ ହୋଇ ଖରାପ ଭାଷାରେ ଗାଳିଗୁଲଜ କରୁଛନ୍ତି। ଏପରି କି ଟ୍ରେନ୍‌ରୁ ଠେଲି ଦେବାକୁ ଧମକ ଦେବା ସହ ଉଦ୍ୟମ ମଧ୍ୟ କରୁଛନ୍ତି। ଗତ ୨୩ ତାରିଖରେ ଭୁବନେଶ୍ୱରରୁ ବେଙ୍ଗାଲୁରୁ ଯାଉଥିବା ପ୍ରଶାନ୍ତି ଏକ୍ସପ୍ରେକ୍ସ(୧୮୪୬୩)ରେ ଜଣେ କିନ୍ନର ଘଣ୍ଟାଏ ଧରି ଏଭଳି ଉତ୍ପାତ କରୁଥିବା ଦେଖିବାକୁ ମିଳିଛି। କିନ୍ନରଙ୍କ ଏଭଳି ଆକ୍ରୋଶର ସମ୍ମୁଖୀନ ହୋଇଥିବା ଜଣେ ଯାତ୍ରୀ ନିଜ ମୋବାଇଲ୍‌ ଫୋନ୍‌ରେ ଭିଡିଓ ଶୁଟିଂ କରିବା ସହ ତାହାକୁ ଫେସ୍‌ବୁକ୍‌ ଆକାଉଣ୍ଟ୍‌ରେ ପୋଷ୍ଟ କରିଛନ୍ତି। ଉକ୍ତ ଭିଡିଓ ଭାଇରାଲ ହେବା ପରେ ଗୁରୁବାର ରେଲ୍‌ଓ୍ବେ ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ସତ୍ୟତା ଜଣାପଡିବା ପରେ ସମ୍ପୃକ୍ତ କିନ୍ନରଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, କିନ୍ନରମାନଙ୍କୁ ଷ୍ଟେଶନ ଆସିବାକୁ ମନା କରାଯାଇଥିଲେ ମଧ୍ୟ କେତେଜଣ ଲୁଚିଛପି ଟ୍ରେନ୍‌ରେ ଚଢି ଟଙ୍କା ମାଗୁଛନ୍ତି। ଯେଉଁ ଟ୍ରେନରେ ଏଭଳି ଘଟଣା ଘଟୁଛି ସୋସିଆଲ ମିଡିଆରେ ନ ଛାଡି ଆର୍‌ପିଏଫ୍‌ କିମ୍ବା ଜିଆର୍‌ପିରେ ରିପୋର୍ଟ କରିବାକୁ ସେ ଯାତ୍ରୀଙ୍କୁ ନିବେଦନ କରିଛନ୍ତି।
ମିଳିଥିବା ସୂଚନାନୁସାରେ, ପ୍ରଶାନ୍ତି ଏକ୍ସପ୍ରେକ୍ସ ଭୁବନେଶ୍ୱର ଷ୍ଟେଶନ ଛାଡିବା ପରେ ଉକ୍ତ କିନ୍ନରଙ୍କୁ ଦଖିବାକୁ ପାଇଥିଲେ। ସେ ଯାତ୍ରୀଙ୍କ ନିକଟକୁ ଯାଇ ଟଙ୍କା ମାଗିଥିଲେ। କେତେଜଣ ଯାତ୍ରୀ ପ୍ରଥମେ ଟଙ୍କା ଦେବାକୁ ମନା କରିବାରୁ ସେ ଉଲଗ୍ନ ହୋଇ ଗାଳିଗୁଲଜ କରିଥିଲେ। ଟଙ୍କା ଦେବାକୁ ମନା କରିବାରୁ ଜଣେ ଯୁବକଙ୍କୁ ଆକ୍ରମଣ ଉଦ୍ୟମ କରିଥିଲେ। ଉପସ୍ଥିତ ଅନ୍ୟ ଯାତ୍ରୀମାନେ ବିରୋଧ କରିବାରୁ କିନ୍ନର ଜଣକ ଆଗ ଷ୍ଟେଶନରେ ଦେଖିନେବି ବୋଲି ଧମକ ଦେଇଥିଲେ। ପରେ ଉକ୍ତ ଯାତ୍ରୀଙ୍କୁ କିନ୍ନର ଜଣକ ଟାଣିନେଇ ଟ୍ରେନର ଡୋର ନିକଟରେ ଠେଲି ଦେବାକୁ ଉଦ୍ୟମ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଏହି ଘଟଣା ରେଲ୍‌ଓ୍ବେ କର୍ତ୍ତୃପକ୍ଷ ଓ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

CORONAVIRUS UPDATE: ରାଜ୍ୟରେ ୫୪,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୧୯୭୭

ଭୁବନେଶ୍ୱର,୧୪ା୮(ବ୍ୟୁରୋ) : ଶୁକ୍ରବାର ୩୦ ଜିଲାରୁ ୧୯୭୭ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୪,୬୩୦ରେ ପହଞ୍ଚିଥିବା ରାଜ୍ୟ...

ରଙ୍ଗ ଉତ୍ସବକୁ ଫିକା କରିବ କରୋନା

ଭୁବନେଶ୍ୱର,୬।୩(ବ୍ୟୁରୋ): ଦିନ କେଇଟା ପରେ ରଙ୍ଗ ଓ ଭାଇଚାରାର ପର୍ବ ହୋଲି। ଫଗୁ ଓ ଫଗୁଣର ଏହି ଉତ୍ସବକୁ ସ୍ବାଗତ କରିବାକୁ ଲୋକେ ପ୍ରସ୍ତୁତ ହେଉଥିବାବେଳେ...

ରେଳପଥ ଆଧୁନିକୀକରଣ ଯୋଗୁ ବାଧାପ୍ରାପ୍ତ ହେବ ଟ୍ରେନ୍‌ ଚଳାଚଳ

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ଉତ୍ତର, କେନ୍ଦ୍ରୀୟ ଓ ଦକ୍ଷିଣ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ସଂରକ୍ଷଣ ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ଏବଂ ଏହାର...

ନାରୀ ନିର୍ଯାତନାକୁ ବିରୋଧ କରି କଂଗ୍ରେସର ଶୋଭାଯାତ୍ରା

ଭୁବନେଶ୍ୱର, ୬।୧୨ (ବ୍ୟୁରୋ):ରାଜ୍ୟରେ ନାରୀ ନିର୍ଯାତନା, ବଳାତ୍କାର, ହତ୍ୟା ଓ ଅସଦାଚରଣ ପ୍ରସଙ୍ଗ ବୃଦ୍ଧି ପାଉଥିବା ଘଟଣାକୁ ପିସିସି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ରାଜ୍ୟ ସରକାର...

ଅଲୋଡ଼ା ଐତିହ୍ୟ ଓଡ଼ିଆ ଶିଳ୍ପୀଙ୍କୁ ଅଣଆଡ଼ିଆ କରିଦେଲା

ଆମେ ‘ବଢ଼େଇ’ ଶବ୍ଦର ରହସ୍ୟ ପ୍ରସଙ୍ଗରେ ସୂଚନା ଦେଇଥିଲୁ। ପଥରସୁଆଁସିଆଙ୍କର କାର୍ଯ୍ୟ ଅନୁଶୀଳନ କଲେ ଜଣାଯାଉଛି ସେମାନେ ବଢ଼େଇ ନ ଥିଲେ। ମନ୍ଦିର ନିର୍ମାଣ ପାଇଁ...

ରାଜଧାନୀରେ ଟିକାକରଣ କେନ୍ଦ୍ର ସଂଖ୍ୟା ବଢ଼ିଲା

ଭୁବନେଶ୍ୱର,୨୦।୭(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁଷ୍ଟର ଅଥବା ପ୍ରିକସନ୍‌ ଡୋଜ୍‌ ଦେବା ପ୍ରକ୍ରିୟାକୁ...

ଭୁବନେଶ୍ୱରରୁ ଆଜି ପୁଣି ୪୪ ପଜିିଟିଭ୍‌ ଚିହ୍ନଟ: ୩୬ ସୁସ୍ଥ

ଭୁବନେଶ୍ୱର,୨୧।୧୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୨ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ରାଜଧାନୀରୁ ଆଜି ଆଉ ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୭।୧୦(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୮୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୩୦...

Advertisement
Archives

Model This Week