ଟ୍ରାଫିକ ନିୟମକୁ ନେଇ ମୁହଁ ଖୋଲିଲେ ସୁର, ଜବାବ ରଖିଲେ ପଦ୍ମନାଭ

ଭୁବନେଶ୍ୱର, ୨।୩(ବ୍ୟୁରୋ): ଟ୍ରାଫିକ ନିୟମ ଆଳରେ ବିଜେଡି ସରକାର ଆତଙ୍କରାଜ ଚଳାଇଛି। ଗାଡ଼ିମୋଟର ଯାଞ୍ଚ ନାଁରେ ପୋଲିସ ଓ ଆର୍‌ଟିଓ କର୍ମଚାରୀ ଲୋକଙ୍କ ଉପରେ ଜୁଲୁମ୍‌ କରିଛନ୍ତି। ଟ୍ରାଫିକ ନିୟମ ପାଇଁ କଡ଼ା ଜରିମାନା ଆଦାୟକୁ ଦୃଢ଼ ବିରୋଧକରି କଂଗ୍ରେସ ନେତା ସୁର ରାଉତରାୟ ସୋମବାର ଏପରି କହିଛନ୍ତି। ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପରିବହନ ମନ୍ତ୍ରୀ, ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରି ଏହା ବନ୍ଦ କରିବାକୁ ସେ ଦାବି କରିଛନ୍ତି। ତୁରନ୍ତ ଏପରି ଜୁଲୁମ ବନ୍ଦ ନ ହେଲେ ରାଜ୍ୟବ୍ୟାପୀ ଆରଟିଓ ଅଫିସ, କମିଶନରେଟ ପୋଲିସ ଅଫିସ ଓ କେନ୍ଦ୍ର ସରକାରଙ୍କ ଅଫିସ ଘେରାଉ କରାଯିବ ବୋଲି ସେ ଧମକ ଦେଇଛନ୍ତି। ଅନ୍ୟ ରାଜ୍ୟରେ ଫାଇନ ହ୍ରାସ କରାଯାଇଥିବାରୁ ଓଡ଼ିଶାରେ ଏହାକୁ ଅନୁସରଣ କରାଯାଉ ବୋଲି ସୁର କହିଛନ୍ତି। ଅପରପକ୍ଷେ ନିୟମ ମାନିବାକୁ ମଧ୍ୟ ସେ ଲୋକଙ୍କୁ ଆହ୍ବାନ ଦେଇଛନ୍ତି। ସୁର ଆହୁରି କହିଛନ୍ତି, ବେକାରି ବଢ଼ିଛି, ନିଯୁକ୍ତି ନାହିଁ। ଧମକ ଦେଇ ଟଙ୍କା ଆଦାୟ ଚାଳିବନି।
ସୁରଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ସରକାରୀ କର୍ମଚାରୀ ଖରାପ ବ୍ୟବହାରକୁ ସମର୍ଥନ କରାଯିବନି। ଉତ୍ତମ ବ୍ୟବହାର ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଲୋକଙ୍କ ଧନଜୀବନ ରକ୍ଷା ସରକାରଙ୍କ ଦାୟିତ୍ୱ। ନୂଆ ଆଇନ ଲାଗୁ ପରେ ଦୁର୍ଘଟଣା ୫୦ ପ୍ରତିଶତ କମିଛି। ସମସ୍ତେ ନିୟମ ମାନିବା ଦରକାର ବୋଲି ପଦ୍ମନାଭ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାକେଦମ କଲେଣି ନିଶାଦିଆ ଲୁଟେରା

ଢେଙ୍କାନାଳ ଅଫିସ, ୬।୮: ପାଖକୁ ଆସି ଉପରେ ପଡ଼ି ବଢ଼ାଉଛନ୍ତି ଭାବ। ଖୁବ୍‌ କମ୍‌ ସମୟରେ ଜିତି ନେଉଛନ୍ତି ଭରସା। ସରଳତାର ସୁଯୋଗ ନେଇ କୌଶଳକ୍ରମେ...

କାଳିପଲ୍ଲୀ ଗାଁ କମିଟି ସହ ଜିଲାପାଳଙ୍କ ଆଲୋଚନା

ଛତ୍ରପୁର,୧୮ା୨(ଡି.ଏନ୍‌.ଏ.): ଛତ୍ରପୁର ଉପକଣ୍ଠ କାଳିପଲ୍ଳୀ ନିକଟରେ ଟାଟା ଏସ୍‌ଇଜେଡ୍‌ରେ ସ୍ମାର୍ଟକେମ୍‌ ଟେକ୍ନୋଲଜିର ଆମୋନିୟମ ନାଇଟ୍ରେଟ୍‌ କମ୍ପାନୀକୁ ସ୍ଥାନୀୟ ଲୋକଙ୍କ ବିରୋଧ ଜାରି ରହିଛି। ଅନ୍ୟପକ୍ଷରେ ଗତ...

ଉଗ୍ରରୂପ ନେଲା ଖରସ୍ରୋତା ଜଳ ବିବାଦ: ପୋଲିସ-ପ୍ରକଳ୍ପ ବିରୋଧୀ ଧସ୍ତାଧସ୍ତି

ଆଳି,୧୨ା୮(ଡି.ଏନ୍‌.ଏ.): ଖରସ୍ରୋତା ନଦୀ ପାଣି ବିବାଦ ଗୁରୁବାର ଉଗ୍ର ରୂପ ନେଇଛି। ଆନ୍ଦୋଳନକାରୀ ଚାନ୍ଦବାଲି ରାସ୍ତାର କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ଅଚ୍ୟୁତପୁରଠାରେ ରାସ୍ତାରୋକୋ କରିଛନ୍ତି...

ଶ୍ରୀମନ୍ଦିର ଆଗରେ ଆଧୁନିକ ଗୀତରେ ନାଚିଲେ ଯୁବତୀ

ପୁରୀ ଅଫିସ,୧୬ା୫: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜଣେ ଯୁବତୀ ଆଧୁନିକ ଗୀତର ତାଳେ ତାଳେ ନୃତ୍ୟ କରୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।...

ବାଚସ୍ପତିଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୬(ବ୍ୟୁରୋ): ଓଡ଼ିଶା ବିଧାନସଭାର ନବ ନିର୍ବାଚିତ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି କହିଛନ୍ତି, ବାଚସ୍ପତି...

‘ଟଙ୍କା ବାଣ୍ଟୁଛନ୍ତି ବିଜେଡି ପ୍ରାର୍ଥୀ’

ଭୁବନେଶ୍ୱର,୨୩।୩(ବ୍ୟୁରୋ): ଚଳିତ ପୌର ନିର୍ବାଚନରେ ଶାସକ ଦଳ ବିଜେଡି ଭୋଟ ହାତେଇବା ପାଇଁ ଟଙ୍କାକୁ ମୁଖ୍ୟ ଅସ୍ତ୍ର କରୁଥିବା ଭାଜପା ଅଭିଯୋଗ କରିଛି। ଏନେଇ ଭାଜପାର...

କୁଆପଥର ମାଡ଼ରେ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଉମରକୋଟ, ୧୩।୧(ସ୍ବ.ପ୍ର.) କୁଆପଥର ମାଡ଼ରେ କ୍ଷତିଗ୍ରସ୍ତ ହୋଇଛନ୍ତି ଚାଷୀ। ମୂର୍ତ୍ତୃମା ପଞ୍ଚାୟତରେ ୩୦ହେକ୍ଟର ମକାଚାଷରୁ ୧୨ ହେକ୍ଟର, ବକୋଦା, ଇନ୍ଦ୍ରପୁରୀ, ସ୍ବର୍ଣ୍ଣପୁରୀ, ଗୋଟିଗୁଡ଼ା,ଉମର ଗାଁରେ ହୋଇଥିବା ୩୫୦...

ରାଜ୍ୟରୁ ଚିହ୍ନଟ ହେଲେ ୧୪ କରୋନା ପଜିଟିଭ୍‌

ଭୁବନେଶର,୭।୫(ବ୍ୟୁରୋ): ରାଜ୍ୟରେହ୍ରାସ ପାଉଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧୪ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୮...

Advertisement
Archives

Model This Week