ଟ୍ରାଫିକ୍‌ ଜଗିବ ୪୮ କ୍ୟାମେରା, ଖୁବ୍‌ଶୀଘ୍ର ଉଦ୍‌ଘାଟନ

ଅନୁଗୋଳ ଅଫିସ, ୯।୭ ଅନୁଗୋଳର ଅସଜଡ଼ା ଟ୍ରାଫିକ୍‌ ବ୍ୟବସ୍ଥା ସୁଧାରିବା ପାଇଁ ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ କ୍ୟାମେରା ଲଗାଯାଉଛି। ଏହି କ୍ୟାମେରା ଟ୍ରାଫିକ ବ୍ୟବସ୍ଥା ସହ ଅପରାଧୀଙ୍କ ଉପରେ ମଧ୍ୟ ନଜର ରଖିବ। ପ୍ରଥମ ପର୍ଯ୍ୟାୟରେ ୪୮ଟି କ୍ୟାମେରା ଲଗାଯାଉଥିବାବେଳେ ଜିଲା ପୋଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ବାହୁଡ଼ାଯାତ୍ରା ଶେଷ ହେବା ପରେ ଏହି ବ୍ୟବସ୍ଥାକୁ ରାଜ୍ୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଉଦ୍‌ଘାଟନ କରିବେ ବୋଲି ସୂଚନା ମିଳିଛି।
ଅନୁଗୋଳ ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସିସିଟିଭି ଲଗାଯିବା କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଥାନା ଛକ, ରାଜ ହୋଟେଲ ଛକ, ହୁଲୁରିସିଂହା ଛକ, ହରିମହୁରୀ ଛକ, ସେଣ୍ଟ୍ରାଲ ଲଜ ଛକ ଓ ବଜାର ଛକରେ ପ୍ରଥମ ପର୍ଯ୍ୟାୟରେ ୪୮ଟି କ୍ୟାମେରା ଲଗାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୬ଟି ଛକରେ ସିସିଟିଭି ଖଞ୍ଜାଯିବ। ବର୍ତ୍ତମାନ ସୁଦ୍ଧା ୩୮ଟି କ୍ୟାମେରା ଲଗାଯାଇଥିବା ବେଳେ ପରେ ଉକ୍ତ ସଂଖ୍ୟା ଶହେକୁ ବୃଦ୍ଧି କରାଯିବ ବୋଲି ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉକ୍ତ ୩୮ ମଧ୍ୟରୁ ପ୍ରତି ଛକରେ ଗୋଟିଏ ଲେଖାଏ ପିଟିଜେଡ ଓ ଛକ ଚାରି ପାଖରେ ବୁଲେଟ କ୍ୟାମେରା ଲଗାଯାଇଛି। ଏହି ପିଟିଜେଡ କ୍ୟାମେରା ପ୍ରତି ୩ ସେକେଣ୍ଡରେ ୩୬୦ ଡିଗ୍ରୀରେ ବୁଲି ସହର ଉପରେ ନଜର ରଖିବ। ସେହିପରି ବୁଲେଟ କ୍ୟାମେରା ଗୁଡ଼ିକ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ଉପରେ ନଜର ରଖିବ। ଅଗଷ୍ଟ ପ୍ରଥମ ସପ୍ତାହରେ ସହରର ୪ଟି ସ୍ଥାନରେ ୬ଟି ଅଟୋମେଟିକ ନମ୍ବର ପ୍ଲେଟ ରେକୋନାଇଜେଶନ୍‌ କ୍ୟାମେରା ଓ ୪ଟି ଆଡଭାନ୍ସ କ୍ୟାମେରା ଲଗାଯିବ। ଏହି କ୍ୟାମେରାରେ ଟ୍ରାଫିକ ନିୟମ ଉଂଲ୍ଲଘନ କରୁଥିବା ଲୋକଙ୍କୁ ଧରାଯିବ। ଏଥିସହ ବିଭିନ୍ନ ସମୟରେ ଗଣ୍ଡଗୋଳ ପାଇଁ ପ୍ରତ୍ସୋହିତ କରୁଥିବା ଲୋକଙ୍କ ଉପରେ ନଜର ରଖିବା, ବେଆଇନ ପାର୍କିଂ, ଜେବ୍ରା କ୍ରସିଂ ନ ମାନିଲେ ସେମାନଙ୍କ ଚିତ୍ର କ୍ୟାମେରାରେ କଏଦ କରାଯିବ ବୋଲି ଏସ୍‌ପି କହିଛନ୍ତି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ୱେବସାଇଟ୍‌କୁ ଜିଲା ପୋଲିସ ମୁଖ୍ୟାଳୟ ସହ ଲିଙ୍କ୍‌ କରାଯିବ। ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ନିକଟକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜରିମାନା ପାଇଁ ରସିଦ୍‌ ପଠାଯିବ। ଏହାପରେ ଏକ ନିର୍ଦ୍ଧିଷ୍ଟ ତାରିଖରେ ସମ୍ପୃକ୍ତ ବ୍ୟକ୍ତିମାନେ ଆସି ପୋଲିସ ମୁଖ୍ୟାଳୟରେ ଜରିମାନା ରସିଦ କାଟିବେ। ତେବେ ରାଜ୍ୟରେ ପ୍ରଥମ ଥର ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅନୁଗୋଳରେ ପୋଲିସ ପକ୍ଷରୁ କମାଣ୍ଡ କଣ୍ଟ୍ରୋଲ ସଫ୍ଟୱେର ବ୍ୟବହାର କରାଯାଇଛି। ପୂର୍ବରୁ ଏହି ସଫ୍ଟୱେର ତେଲେଙ୍ଗାନା ପୋଲିସ ବ୍ୟବହାର କରିଥିଲା। ସେହିପରି ଅପରାଧ ନିୟନ୍ତ୍ରଣ ପାଇଁ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିଙ୍କ ଫଟୋ ସଂଗ୍ରହ କରାଯାଇଛି। ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଫଟୋ ଡାଟାବେସ୍‌ରେ ଥିବା ଫଟୋ ସହିତ ମେଳ ଖାଇଲେ ସଙ୍ଗେ ସଙ୍ଗେ ନିୟନ୍ତ୍ରଣ କକ୍ଷକୁ ସେହି ସୂଚନା ମିଳିଯିବ। ଏହା ଦ୍ୱାରା ଅପରାଧୀଙ୍କୁ ଧରିବା ସହଜ ହେବ। ଅନୁଗୋଳରେ କାର୍ଯ୍ୟ ସରିବା ପରେ ବଅଁରପାଳ ଓ ନାଲ୍‌କୋରେ ମଧ୍ୟ ସିସିଟିଭି ଖଞ୍ଜାଯିବ। ଏହାର ଲିଙ୍କ୍‌ ଜିଲା ପୋଲିସ ମୁଖ୍ୟାଳୟ ସହ ରହିବ। ପରବର୍ତ୍ତୀ ସମୟରେ ତାଳଚେର ଠାରେ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ସହରକୁ ସିସିଟିଭି ନଜରରେ ରଖାଯିବା ଯୋଜନା ଥିବା ଏସ୍‌ପି ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସହରରେ ଥିବା ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟକ୍ତିଙ୍କ ଘର ସମ୍ମୁଖରେ ଲଗାଯାଇଥିବା ସିସିଟିଭିକୁ ଜିଲା ପୋଲିସ ମୁଖ୍ୟାଳୟ କଣ୍ଟ୍ରୋଲରୁମ୍‌ ସହ ଯୋଡ଼ାଯିବା ପାଇଁ ଅନୁଗୋଳ ପୋଲିସ ଅନୁରୋଧ କରିବ। ଏବେ ଜିଲା ପୋଲିସ ମୁଖ୍ୟାଳୟ କଣ୍ଟ୍ରୋଲ ରୁମ୍‌ରେ ଫେସିଆଲ ଅପ୍‌ଡେଟ୍‌ ହେଉଛି। ଏହା ଦୁଇ ତିନି ଦିନ ମଧ୍ୟରେ ଶେଷ ହେବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri