ଟ୍ରାଫିକ୍‌ ଜଗିବ ୪୮ କ୍ୟାମେରା, ଖୁବ୍‌ଶୀଘ୍ର ଉଦ୍‌ଘାଟନ

ଅନୁଗୋଳ ଅଫିସ, ୯।୭ ଅନୁଗୋଳର ଅସଜଡ଼ା ଟ୍ରାଫିକ୍‌ ବ୍ୟବସ୍ଥା ସୁଧାରିବା ପାଇଁ ପୋଲିସ ପକ୍ଷରୁ ସହରର ବିଭିନ୍ନ ଛକରେ କ୍ୟାମେରା ଲଗାଯାଉଛି। ଏହି କ୍ୟାମେରା ଟ୍ରାଫିକ ବ୍ୟବସ୍ଥା ସହ ଅପରାଧୀଙ୍କ ଉପରେ ମଧ୍ୟ ନଜର ରଖିବ। ପ୍ରଥମ ପର୍ଯ୍ୟାୟରେ ୪୮ଟି କ୍ୟାମେରା ଲଗାଯାଉଥିବାବେଳେ ଜିଲା ପୋଲିସ ମୁଖ୍ୟାଳୟରେ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି। ବାହୁଡ଼ାଯାତ୍ରା ଶେଷ ହେବା ପରେ ଏହି ବ୍ୟବସ୍ଥାକୁ ରାଜ୍ୟ ପୋଲିସର ଜଣେ ବରିଷ୍ଠ ଅଧିକାରୀ ଉଦ୍‌ଘାଟନ କରିବେ ବୋଲି ସୂଚନା ମିଳିଛି।
ଅନୁଗୋଳ ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସିସିଟିଭି ଲଗାଯିବା କାର୍ଯ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଥାନା ଛକ, ରାଜ ହୋଟେଲ ଛକ, ହୁଲୁରିସିଂହା ଛକ, ହରିମହୁରୀ ଛକ, ସେଣ୍ଟ୍ରାଲ ଲଜ ଛକ ଓ ବଜାର ଛକରେ ପ୍ରଥମ ପର୍ଯ୍ୟାୟରେ ୪୮ଟି କ୍ୟାମେରା ଲଗାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୬ଟି ଛକରେ ସିସିଟିଭି ଖଞ୍ଜାଯିବ। ବର୍ତ୍ତମାନ ସୁଦ୍ଧା ୩୮ଟି କ୍ୟାମେରା ଲଗାଯାଇଥିବା ବେଳେ ପରେ ଉକ୍ତ ସଂଖ୍ୟା ଶହେକୁ ବୃଦ୍ଧି କରାଯିବ ବୋଲି ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉକ୍ତ ୩୮ ମଧ୍ୟରୁ ପ୍ରତି ଛକରେ ଗୋଟିଏ ଲେଖାଏ ପିଟିଜେଡ ଓ ଛକ ଚାରି ପାଖରେ ବୁଲେଟ କ୍ୟାମେରା ଲଗାଯାଇଛି। ଏହି ପିଟିଜେଡ କ୍ୟାମେରା ପ୍ରତି ୩ ସେକେଣ୍ଡରେ ୩୬୦ ଡିଗ୍ରୀରେ ବୁଲି ସହର ଉପରେ ନଜର ରଖିବ। ସେହିପରି ବୁଲେଟ କ୍ୟାମେରା ଗୁଡ଼ିକ ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ଉପରେ ନଜର ରଖିବ। ଅଗଷ୍ଟ ପ୍ରଥମ ସପ୍ତାହରେ ସହରର ୪ଟି ସ୍ଥାନରେ ୬ଟି ଅଟୋମେଟିକ ନମ୍ବର ପ୍ଲେଟ ରେକୋନାଇଜେଶନ୍‌ କ୍ୟାମେରା ଓ ୪ଟି ଆଡଭାନ୍ସ କ୍ୟାମେରା ଲଗାଯିବ। ଏହି କ୍ୟାମେରାରେ ଟ୍ରାଫିକ ନିୟମ ଉଂଲ୍ଲଘନ କରୁଥିବା ଲୋକଙ୍କୁ ଧରାଯିବ। ଏଥିସହ ବିଭିନ୍ନ ସମୟରେ ଗଣ୍ଡଗୋଳ ପାଇଁ ପ୍ରତ୍ସୋହିତ କରୁଥିବା ଲୋକଙ୍କ ଉପରେ ନଜର ରଖିବା, ବେଆଇନ ପାର୍କିଂ, ଜେବ୍ରା କ୍ରସିଂ ନ ମାନିଲେ ସେମାନଙ୍କ ଚିତ୍ର କ୍ୟାମେରାରେ କଏଦ କରାଯିବ ବୋଲି ଏସ୍‌ପି କହିଛନ୍ତି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ୱେବସାଇଟ୍‌କୁ ଜିଲା ପୋଲିସ ମୁଖ୍ୟାଳୟ ସହ ଲିଙ୍କ୍‌ କରାଯିବ। ଟ୍ରାଫିକ ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ନିକଟକୁ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜରିମାନା ପାଇଁ ରସିଦ୍‌ ପଠାଯିବ। ଏହାପରେ ଏକ ନିର୍ଦ୍ଧିଷ୍ଟ ତାରିଖରେ ସମ୍ପୃକ୍ତ ବ୍ୟକ୍ତିମାନେ ଆସି ପୋଲିସ ମୁଖ୍ୟାଳୟରେ ଜରିମାନା ରସିଦ କାଟିବେ। ତେବେ ରାଜ୍ୟରେ ପ୍ରଥମ ଥର ଟ୍ରାଫିକ ନିୟନ୍ତ୍ରଣ ପାଇଁ ଅନୁଗୋଳରେ ପୋଲିସ ପକ୍ଷରୁ କମାଣ୍ଡ କଣ୍ଟ୍ରୋଲ ସଫ୍ଟୱେର ବ୍ୟବହାର କରାଯାଇଛି। ପୂର୍ବରୁ ଏହି ସଫ୍ଟୱେର ତେଲେଙ୍ଗାନା ପୋଲିସ ବ୍ୟବହାର କରିଥିଲା। ସେହିପରି ଅପରାଧ ନିୟନ୍ତ୍ରଣ ପାଇଁ ଆପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିଙ୍କ ଫଟୋ ସଂଗ୍ରହ କରାଯାଇଛି। ସିସିଟିଭି କ୍ୟାମେରାରେ ଉତ୍ତୋଳିତ ଫଟୋ ଡାଟାବେସ୍‌ରେ ଥିବା ଫଟୋ ସହିତ ମେଳ ଖାଇଲେ ସଙ୍ଗେ ସଙ୍ଗେ ନିୟନ୍ତ୍ରଣ କକ୍ଷକୁ ସେହି ସୂଚନା ମିଳିଯିବ। ଏହା ଦ୍ୱାରା ଅପରାଧୀଙ୍କୁ ଧରିବା ସହଜ ହେବ। ଅନୁଗୋଳରେ କାର୍ଯ୍ୟ ସରିବା ପରେ ବଅଁରପାଳ ଓ ନାଲ୍‌କୋରେ ମଧ୍ୟ ସିସିଟିଭି ଖଞ୍ଜାଯିବ। ଏହାର ଲିଙ୍କ୍‌ ଜିଲା ପୋଲିସ ମୁଖ୍ୟାଳୟ ସହ ରହିବ। ପରବର୍ତ୍ତୀ ସମୟରେ ତାଳଚେର ଠାରେ ଏକ ସ୍ବତନ୍ତ୍ର କଣ୍ଟ୍ରୋଲ ରୁମ୍‌ ଖୋଲାଯାଇ ସହରକୁ ସିସିଟିଭି ନଜରରେ ରଖାଯିବା ଯୋଜନା ଥିବା ଏସ୍‌ପି ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ସହରରେ ଥିବା ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟକ୍ତିଙ୍କ ଘର ସମ୍ମୁଖରେ ଲଗାଯାଇଥିବା ସିସିଟିଭିକୁ ଜିଲା ପୋଲିସ ମୁଖ୍ୟାଳୟ କଣ୍ଟ୍ରୋଲରୁମ୍‌ ସହ ଯୋଡ଼ାଯିବା ପାଇଁ ଅନୁଗୋଳ ପୋଲିସ ଅନୁରୋଧ କରିବ। ଏବେ ଜିଲା ପୋଲିସ ମୁଖ୍ୟାଳୟ କଣ୍ଟ୍ରୋଲ ରୁମ୍‌ରେ ଫେସିଆଲ ଅପ୍‌ଡେଟ୍‌ ହେଉଛି। ଏହା ଦୁଇ ତିନି ଦିନ ମଧ୍ୟରେ ଶେଷ ହେବ ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋହଲିଯାଇଛି ଅନୁଗୋଳ ପର୍ଯ୍ୟଟନ ଶିଳ୍ପ

ଅନୁଗୋଳ ଅଫିସ, ୧୬ା୭:  କରୋନା ସଂକ୍ରମଣ ରୋକିହେଉନି କି ଲକ୍‌ଡାଉନ୍‌, ଶଟ୍‌ଡାଉନରେ ବ୍ରେକ୍‌ ଲାଗୁନି। ଫଳରେ ଟ୍ରାକ୍‌କୁ ଫେରିପାରୁନି ସାଧାରଣ ଜୀବନଯାତ୍ରା। ମହାମାରୀ ଚେନ୍‌ ଭାଙ୍ଗିବାକୁ ପ୍ରତିଟି...

କ୍ୱାରାଣ୍ଟାଇନ କେନ୍ଦ୍ରରେ ରଜ ପାଳିଲେ ୪୮ ପ୍ରବାସୀ

ବଅଁରପାଳ,୧୪।୬(ଡି.ଏନ.ଏ.)-ବଅଁରପାଳସ୍ଥିତ ପିବିକେ ହାଇସ୍କୁଲରେ ହୋଇଥିବା କ୍ୱାରାଣ୍ଟାଇନ କେନ୍ଦ୍ରରେ ରବିବାର ୪୮ ଜଣ ପ୍ରବାସୀ ରଜ ଉତ୍ସବ ପାଳନ କରିଛନ୍ତି। ମୁଖ୍ୟଅତିଥି ଭାବେ ବଅଁରପାଳ ବିଡିଓ ଏଲିଜା...

ତୂଳୀରେ ଜୀବନ୍ତ ହେଉ ଅନୁଗୋଳର ଐତିହ୍ୟ

ଅନୁଗୋଳ ଅଫିସ୍‌, ୪।୮ ସରକାରୀ ଅର୍ଥରେ ଅନୁଗୋଳର ବିଭିନ୍ନ ପ୍ରାଚୀରରେ ସାଜସଜ୍ଜା କରାଯାଉଛି। ରଙ୍ଗବେରଙ୍ଗର ଚିତ୍ରକଳାରେ ସହରର ସୌନ୍ଦର୍ଯ୍ୟ ବଢ଼ାଯାଉଛି। ସରକାରୀ ଯୋଜନାର ପ୍ରଚାର ସହ...

ବିଦ୍ୟୁତ କାଟ୍‌କୁ ନେଇ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ବଅଁରପାଳ,୨୫।୮(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବନ୍ଦା, ଝଯିରୀବାହଳ ଓ ଚଉରୀଡ଼ିହ ଗ୍ରାମରେ ଶନିବାରଠାରୁ ବିଦ୍ୟୁତ ନ ଥିବାରୁ ଏ ନେଇ ରବିବାର ଗ୍ରାମବାସୀଙ୍କ...

ବୃଦ୍ଧା ମା’ଙ୍କୁ ପିଟିପିଟି ମାରିଦେଲେ ପୁଅ

ଛେଣ୍ଡିପଦା,୧୬ା୫(ସ୍ବ.ପ୍ର.)): ଟଙ୍କା ନ ଦେବାରୁ ନିଜର ଜନ୍ମକଲା ବୃଦ୍ଧା ମା’କୁ ପିଟିପିଟି ମାରିଦେଇଛନ୍ତି ପୁଅ। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲା ଛେଣ୍ତିପଦା...

ମଧ୍ୟାହ୍ନଭୋଜନ ଯାଞ୍ଚ କଲେ ବିଧାୟକ

ଛେଣ୍ଡିପଦା,୪।୧୨(ସ୍ବ.ପ୍ର.)-ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା ମଙ୍ଗଳବାର ଛେଣ୍ଡିପଦା ବ୍ଲକ ବ୍ରାହ୍ମଣବିଲ ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ପରିଦର୍ଶନ ଯାଇଥିଲେ। ଏହି ଅବସରରେ ଏକ ନୂତନ ଶ୍ରେଣୀ...

ଛାତ୍ରାବାସ ଉଚ୍ଛେଦକୁ ବିରୋଧ

ବଇଣ୍ଡା,୩୦।୧୧(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସକୁ ସୋମବାର କିଶୋରନଗର ତହସିଲ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦକୁ ବିଦ୍ୟାଳୟ ପରିଚାଳନା...

ରାଶନ ଯୋଗାଣରେ ଅବହେଳା ଅଭିଯୋଗ: ହିତାଧିକାରୀଙ୍କୁ ମିଳିନି ଡାଲି

ଆଠମଲ୍ଲିକ, ୧୫ା୫(ଡି.ଏନ.ଏ.)- କରୋନା ବିତ୍ପତ୍ତି ଯୋଗୁ ସରକାର ରାଶନ କାର୍ଡ ହିତାଧିକାରୀଙ୍କୁ ମାଗଣା ୩ ମାସର ଚାଉଳ ଓ ଡାଲି ଯୋଗାଇଦେବାକୁ ଘୋଷଣା କରିଛନ୍ତି। ଅନୁଗୋଳ...

Advertisement
Archives

Model This Week