ଟ୍ରାକ୍ଟର-ଟ୍ରଲି ଚାପି ହୋଇ ଯୁବକଙ୍କ ଜୀବନ ଗଲା

ଝରିଗାଁ,୨ା୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ଥାନା ଅନ୍ତର୍ଗତ ଚିତାବେଡ଼ା ଗ୍ରାମରେ ରବିବାର ସକାଳେ ଟ୍ରାକ୍ଟର – ଟ୍ରଲି ଚାପି ହୋଇ ଘଟଣାସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ଖବରରୁ ଜଣାପଡ଼ିଛି, ବେଲଗାଁ ପଞ୍ଚାୟତ କରମରୀ ଗ୍ରାମର ଟ୍ରାକ୍ଟରଟି ଡଙ୍ଗରୀଗୁଡ଼ା ପଞ୍ଚାୟତ ରାବଣାଗୁଡ଼ା ଗ୍ରାମରୁ ଚିପସ୍‌ ବୋଝେଇ କରି କରମରୀ ଅଭିମୁଖେ ଯାଉଥିଲା। ଚିତାବେଡ଼ା ଗ୍ରାମ ପାଣିଟାଙ୍କି ନିକଟରେ ଚିପସ୍‌ ବୋଝେଇ ଟ୍ରଲିଟି ଓଲଟି ପଡ଼ିଥିଲା। ଫଳରେ ସେଥିରେ ବସିଥିବା ଯୁବକ ଜଣକ ଚାପି ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକ ଯୁବକ କରମରୀ ଗ୍ରାମର ଗଙ୍ଗା ଭତ୍ରାଙ୍କ ପୁଅ କ୍ଷମା ଭତ୍ରା(୨୩)। ଘଟଣାସ୍ଥଳରେ ଥାନା ଏସ୍‌ଆଇ ରାମଚନ୍ଦ୍ର ଅଗସ୍ତି, ଏସ୍‌ଆଇ ସନ୍ତୋଷ କୁମାର ମାଝୀ ପ୍ରମୁଖ ପହଞ୍ଚି ମୃତ ଯୁବକଙ୍କୁ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଗର୍ଭବତୀଙ୍କୁ ବୋହିଲେ ମହିଳା

ରାୟଗଡ଼ା ଅଫିସ/ରାୟଗଡ଼ା(ସ୍ବ.ପ୍ର.)/ଟିକିରି(ଡି.ଏନ୍‌.ଏ.)୪।୪: ରାୟଗଡା ଜିଲାରେ ଜନନୀ ଯନ୍ତ୍ରଣା ଥମୁନାହିଁ। ରାସ୍ତା ନ ଥିବାରୁ ଗାଁକୁ ଆମ୍ବୁଲାନ୍ସ ଆସି ପାରିଲାନି। ତେଣୁ ଜଣେ ଗର୍ଭବତୀଙ୍କୁ ମହିଳାମାନେ ନଦୀରେ...

ରାୟଗଡ଼ାରେ ଲୋକାର୍ପିତ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ରାୟଗଡ଼ା ଅଫିସ,୧୩ା୪: ରାୟଗଡ଼ା ଜିଲାର ଜେକେପୁର ଠାରେ ସୋମବାର ୧୦୦ ଶଯ୍ୟା ବିଶିଷ୍ଟ ଜିଲାସ୍ତରୀୟ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ ହୋଇଛି। ସ୍ଥାନୀୟ ଇଏସ୍‌ଆଇ ହସ୍ପିଟାଲ୍‌ରେ ଏହି...

ରାୟଗଡାରୁ ୫ କରୋନା ପଜିଟିଭ ଚି଼ହ୍ନଟ

ରାୟଗଡା ଅଫିସ୍‌,୧୫।୬: ରାୟଗଡ଼ା ଜିଲାରୁ ସୋମବାର ୫ଜଣ ପଜିଟିଭ୍‌ ଚିହ୍ନଟ ହୋଇଛି। ଚି଼ହ୍ନଟ ହୋଇଥିବା ୫ ଜଣଙ୍କ ମଧ୍ୟରୁ ୪ ଜଣ କାଶୀପୁର ବ୍ଲକର ଡ଼ଙ୍ଗା...

୪ ଜଣଙ୍କୁ ବିବାହକରି ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଗିରଫ

ରାୟଗଡ଼ା ଅଫିସ/ରାୟଗଡ଼ା(ସ୍ବ.ପ୍ର.),୨୧ା୩- ରାୟଗଡ଼ା ଜିଲା କାଶୀପୁର ବ୍ଲକରେ କାର୍ଯ୍ୟରତ ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ଗୋପୀନାଥ କିଷାନ ୪ ମହିଳାଙ୍କୁ ବିବାହ କରିଥିବା ଅଭିଯୋଗରେ ଗିରଫ...

ସୁଇସାଇଡ୍‌ ନୋଟ୍‌ ଲେଖି ଦୁଇ ଛାତ୍ରୀ ନିଖୋଜ

ରାୟଗଡ଼ା ଅଫିସ,୬।୨: ରାୟଗଡ଼ା ସହରର ନିଉ କଲୋନୀସ୍ଥିତ ଏକ ସ୍କୁଲରେ ପଢୁଥିବା ଦୁଇ ଛାତ୍ରୀ ଗୁରୁବାର ଭୋର୍‌ରୁ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ଅଭିଭାବକଙ୍କୁ ରୁମ୍‌ରେ ତାଲା...

ପୁଅ ଗୁଳିମାଡ଼ରେ ବାପା ମୃତ

ଗୁଣପୁର,୨୭ା୨(ଡି.ଏନ୍‌.ଏ.): ରାୟଗଡା ଜିଲା ଗୁଣପୁର ବ୍ଲକ କୁଲୁସିଂ ପଞ୍ଚାୟତ ଗୁଡି ଗ୍ରାମରେ ରବିବାର ପାରିବାରିକ କଳହର ଏକ କୁପରିଣତି ଦେଖିବାକୁ ମିଳିଛି। ପୁଅ ଗୁଳିମାଡ଼ରେ ବାପାଙ୍କ...

ଓଲଟିଲା ଯାତ୍ରୀବାହୀ ବସ୍‌: ୧ ମୃତ, ୪ ଗୁରୁତର

ରାୟଗଡା ଅଫିସ, ୩୦।୧: ରାୟଗଡ଼ା ଜିଲା ବିଷମ କଟକ ଥାନା ଅଧୀନ ବେଠିଆପଡା ନିକଟରେ ଶନିବାର ଭାରସାମ୍ୟ ହରାଇ ‘ରଘୁନାଥ’ ନାମକ ଏକ ଯାତ୍ରୀବାହୀ ବସ୍‌...

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ମାଣିକପାଟଣା ଗ୍ରାମ: ୯ମାସ ହେଲା ଅନ୍ଧାରରେ ଗ୍ରାମବାସୀ

ରାୟଗଡ଼(ଗଜପତି),୧୬।୧(ଡି.ଏନ୍‌.ଏ.) ତିତ୍‌ଲି ବାତ୍ୟାକୁ ବର୍ଷେ ପୁରିଥିଲେ ମଧ୍ୟ ଗଜପତି ଜିଲାର ଅନେକ ଅଞ୍ଚଳକୁ ଏ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ। ଫଳରେ ଗ୍ରାମବାସୀ ଅନ୍ଧାରରେ...

Advertisement
Archives

Model This Week