Posted inଜାତୀୟ

ଟ୍ରମ୍ପଙ୍କ ସହ ଫୋନ୍‌ରେ କଥାହେଲେ ମୋଦି: ଭାରତ ବିରୋଧୀ ହିଂସା ଅଶାନ୍ତି ବଢ଼ାଉଛି

ନୂଆଦିଲ୍ଲୀ,୨୦ା୮(ପି.ଟି.): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସୋମବାର ଅଧଘଣ୍ଟା ଧରି ଟେଲିଫୋନରେ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ହୋଇଥିଲା। ବିଶେଷକରି ସମ୍ବିଧାନର ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀରର ସାମ୍ପ୍ରତିକ ସ୍ଥିତିକୁ ନେଇ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା। ଏହାକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିବାବେଳେ ଏଥିଲାଗି ମୋଦି ସିଧାସଳଖ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ଦାୟୀ କରିଛନ୍ତି। ଭାରତ ବିରୋଧୀ ହିଂସା ଓ କେତେକ ଆଞ୍ଚଳିକ ନେତାଙ୍କ ଉତ୍ତେଜନା ବୃଦ୍ଧି ଶାନ୍ତିରକ୍ଷା କ୍ଷେତ୍ରରେ ସମସ୍ୟା ସୃଷ୍ଟିକରୁଛି ବୋଲି ମୋଦି ଅବଗତ କରାଇଥିଲେ। ସୀମାପାର ଆତଙ୍କବାଦ ଦୂର କରିବା ଓ ଉପତ୍ୟକାରେ ଶାନ୍ତି ଫେରିବା ଲାଗି ଭାରତ ଉଦ୍ୟମ ଜାରି ରଖିଥିବା ମୋଦି କହିଥିଲେ। ପ୍ରକାଶଥାଉ କି, ଟ୍ରମ୍ପ ଦୁଇଦିନ ତଳେ ଇମ୍ରାନଙ୍କୁ ନୂଆଦିଲ୍ଲୀ ସହ ଶାନ୍ତିରକ୍ଷା ଉପରେ ଗୁରୁତ୍ୱ ଦେବା ଲାଗି ପରାମର୍ଶ ଦେଇଥିଲେ। ପୂର୍ବରୁ କଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଟ୍ରମ୍ପ ଇମ୍ରାନଙ୍କୁ କହିବା ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା। ଜାତିସଂଘ ସୁରକ୍ଷା ପରିଷଦରେ ଏହି ପ୍ରସଙ୍ଗ ଉଠାଇ କୌଣସି ସୁଫଳ ନ ପାଇବାରୁ ଏବେ ହତୋତ୍ସାହିତ ହୋଇପଡ଼ିଛି। ଭାରତ ବିରୋଧୀ ହିଂସା ଓ ସୀମାପାର ଆତଙ୍କବାଦ ବୃଦ୍ଧି ଲାଗି ପ୍ରୟାସ କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ କୋଠା ଭୁଶୁଡିବା ଘଟଣା: ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଲା, ମୃତକଙ୍କ ପରିବାରକୁ ମିଳିବ ୫ ଲକ୍ଷ ଟଙ୍କା ସହାୟତା

ମୁମ୍ବାଇ, ୧୭।୭: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଜନଗହଳିପୂର୍ଣ୍ଣ ଡୋଙ୍ଗ୍ରୀ ଅଞ୍ଚଳରେ ଏକ ୪ ମହଲା କୋଠା ଭୁଶୁଡି ପଡି ୧୪ଜଣଙ୍କ ମୃତ୍ୟୁ ହୋଇଛି। ଏହି ଘଟଣାରେ...

ହିଜାବ ବିବାଦ ମାମଲାରେ ରାୟ ପ୍ରଦାନ କରିଥିବା ୩ ବିଚାରପତିଙ୍କୁ ଓ୍ବାଇ ବର୍ଗର ସୁରକ୍ଷା

ବେଙ୍ଗାଲୁରୁ,୨୦।୩: କର୍ନାଟକ ହିଜାବ ବିବାଦ ମାମଲାରେ ରାୟ ପ୍ରଦାନ କରିଥିବା କର୍ଣ୍ଣାଟକ ହାଇକୋର୍ଟର ତିନିଜଣ ବିଚାରପତିଙ୍କୁ ଓ୍ବାଇ ବର୍ଗର ସୁରକ୍ଷା ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ବାସଭାରାଜ...

ପାରମ୍ପରିକ ମଦକୁ ମିଳିବ ଅନୁମତି

ଭୋପାଳ,୨୩।୧୧: ଭାଜପା ଶାସିତ ମଧ୍ୟପ୍ରଦେଶରେ ମହୁଲରୁ ପ୍ରସ୍ତୁତ ହେଉଥିବା ମଦକୁ ଅନୁମତି ମିଳିବ। ରାଜ୍ୟରେ ଏକ ନୂଆ ଅବକାରୀ ନିୟମ ଆଣିବାକୁ ଯାଉଛନ୍ତି। ଏହା ଅନୁଯାୟୀ,...

ରାସାୟନିକ କାରଖାନାରେ ଅଗ୍ନିକାଣ୍ଡ

ମୁମ୍ବାଇ,୨୯।୬: ମହାରାଷ୍ଟ୍ରର ତାରାପୁରରେ ଥିବା ଏକ ରାସାୟନିକ କାରଖାନାରେ ବୁଧବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ମଧ୍ୟ ଘଟିଥିବା ସୂଚନା...

୨୦ ମାସର ଶିଶୁ ୫ ଜଣଙ୍କ ଜୀବନ ରକ୍ଷା କଲେ

ନୂଆଦିଲ୍ଲୀ,୧୪।୧: କୁହାଯାଏ ଖୁସି ବାଣ୍ଟିଲେ ବଢ଼ିଥାଏ। ଏଭଳି କାର୍ଯ୍ୟ ଜଣେ ୨୦ ମାସର ଶିଶୁ କରିଛନ୍ତି। ସେ ୫ ଜଣ ଲୋକଙ୍କ ଜୀବନ ରକ୍ଷା କରିଛନ୍ତି।...

ସ୍କୁଟିଚାଳକଙ୍କୁ ୨୩ ହଜାର ଜରିମାନା

ନୂଆଦିଲ୍ଲୀ, ୪ା୯: ସେପ୍ଟେମ୍ବର ପହିଲାରୁ ମୋଟର ଯାନ ସଂଶୋଧନ ଆଇନ ଲାଗୁହେବା ପରେ ଦିଲ୍ଲୀର ଗୁରୁଗ୍ରାମଠାରେ ଜଣେ ସ୍କୁଟି ଚାଳକଙ୍କ ଉପରେ ଟ୍ରାଫିକ ପୋଲିସ ୨୩...

ହିଜାବ ପାଇଁ କଲେଜ ସମ୍ମୁଖରେ ଆନ୍ଦୋଳନ

ବେଙ୍ଗାଲୁରୁ,୨୦।୧: ପ୍ରାୟ ୩ ସପ୍ତାହ ହେଲା କର୍ନାଟକର ଉଡୁପି ଜିଲାର ଏକ ସରକାରୀ କଲେଜ ଏବଂ ହିଜାବ ପିନ୍ଧିବାକୁ ଚାହୁଁଥିବା କିଛି ମୁସଲିମ ଛାତ୍ରୀଙ୍କ ମଧ୍ୟରେ...

ଛାତ୍ରୀଙ୍କୁ ୧୬୮ଟି ଚାପୁଡା ମାରି ଗିରଫ ହେଲେ ଶିକ୍ଷକ

ଭୋପାଳ, ୧୫।୫: ମଧ୍ୟପ୍ରଦେଶର ଝବୁଆରେ ଜୋଣ ସ୍କୁଲ ଶିକ୍ଷକ ଛାତ୍ରୀଙ୍କୁ ୧୬୮ଟି ଚାପୁଡା ମାରି ଗିରଫ ହୋଇଛନ୍ତି। ଛାତ୍ରୀ ଜଣଙ୍କ ହୋମ ଓ୍ବାର୍କ କରି ନ...

Advertisement
Archives

Model This Week