ଟ୍ରକ୍‌ -୧୦୮ ଆମ୍ବୁଲାନ୍‌ସ ମୁହାଁମୁହିଁ ଧକ୍କା: ଜଣେ ମୃତ, ୩ଗୁରୁତର

ଦେବଗଡ଼,୧୭।୪(ସ୍ବ.ପ୍ର.)-ଦେବଗଡ ଜିଲା ତିଲେଇବଣି ବ୍ଲକ ପ୍ରଭାଶୁଣି ଗ୍ରାମ ନିକଟରେ ବୁଧବାର ଭୋର ଏକ ଦୁର୍ଘଟଣା ଘଟିଛି। ଟ୍ରକ୍‌ ଓ ଆମ୍ବୁଲାନ୍‌ସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ଆମ୍ବୁଲାନ୍‌ସ ଡ୍ରାଇଭର ରଞ୍ଜିତ ପ୍ରଧାନ (୩୬)। ତାଙ୍କ ଘର ରେଢ଼ାଖୋଲରେ। ସେ ତିଲେଇବଣିରେ ଭଡ଼ାରେ ରହୁଥିଲେ। ଗୁରୁତରମାନେ ହେଲେ ଟାଇଁସର ଗ୍ରାମର ଟେକ୍‌ନିସିଆନ୍‌ ଟିକନ ଗଡନାୟକ(୨୫) ଓ ହେଲପର୍‌ ରିପନ ପ୍ରଧାନ(୨୨)। ଆଉ ଜଣେ ଆହତଙ୍କର ପରିଚୟ ମିଳିପାରିନାହିଁ।
ଆମ୍ବୁଲାନ୍‌ସ କର୍ମଚାରୀମାନେ ଜଣେ ରୋଗୀଙ୍କୁ ବୁର୍ଲା ବଡ ଡାକ୍ତରଖାନାରେ ଛାଡି ଦେବଗଡ଼ ଅଭିମୁଖେ ଆସୁଥିଲେ। ତିଲେଇବଣି-କୁଚିଣ୍ଡା ଜାତୀୟ ରାଜପଥର ପ୍ରଭାଶୁଣି ଗ୍ରାମ କରଡାପାଳଠାରେ ଏକ ମାଲବାହୀ ଟ୍ରକ୍‌ ଆମ୍ବୁଲାନ୍‌ସକୁ ସମ୍ମୁଖରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ସମସ୍ତେ ଛିଟିକି ପଡିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାକୁ ନେଇଥିଲେ। ତେବେ ଡ୍ରାଇଭରଙ୍କ ବାଟରେ ମୃତ୍ୟୁ ଘଟିଥିଲା। କୁଚିଣ୍ଡାରେ ଜଣେ ଚିକିତ୍ସିତ ହୋଇଥିବାବେଳେ ଟେକ୍‌ନିସିଆନ୍‌ ଓ ହେଲପରଙ୍କୁ ବୁର୍ଲା ପଠାଯାଇଥିଲା। ସ୍ବାସ୍ଥ୍ୟବସ୍ଥା ଗମ୍ଭୀର ଥିବାରୁ ସେମାନଙ୍କୁ ପରେ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ଘଟାଇ ଟ୍ରକ୍‌ ଡ୍ରାଇଭର ଫେରାର୍‌ ହୋଇଯାଇଛନ୍ତି। ସ୍ଥାନୀୟ ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ୨ଲକ୍ଷ ଟିକା: ୫୦ଲକ୍ଷ ଟପିଲା ଟିକାକରଣ

ଭୁବନେଶ୍ୱର, ୧୯।୪(ବ୍ୟୁରୋ):ରାଜ୍ୟରେ ରବିବାର ଆଉ ୨ ଲକ୍ଷ କୋଭିଶିଲ୍ଡ ଟିକା ପହଞ୍ଚତ୍ଛି। ଏହି ଟିକା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚତ୍ବା ପରେ ସିଧା ରାଜ୍ୟ ଭାକ୍ସିନ ସେଣ୍ଟରକୁ...

ସୁସ୍ଥ ହେଲେ ୯୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୪।୩ : ଓଡ଼ିଶାରେ ରବିବାର ୯୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୩,୩୫,୬୬୦ରେ...

ଗାଁ ଲୋକଙ୍କୁ ଚୁଆ ପାଣି ଭରସା

କପ୍ତିପଦା, ୩।୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତର ଗଜାପଥର ଓ ଶରତ ପଞ୍ଚାୟତର ଅଶ୍ୱକୂଟୀ ଛକ ସାହି ଗ୍ରାମ ଏବେ ବି ପ୍ରଶାସନର...

ଅସନ୍ତୁଷ୍ଟଙ୍କୁ ମନାଇବାକୁ ଗୋଟିଏ ଦିନ

ଭୁବନେଶ୍ୱର, ୧୨।୩ (ବ୍ୟୁରୋ): ମହାନଗର ନିର୍ବାଚନ ଜିତିବା ପାଇଁ ଦଳୀୟ ତଥା ସ୍ବାଧୀନ ପ୍ରାର୍ଥୀମାନେ ପ୍ରସ୍ତୁତି ଆରମ୍ଭ କରିଦେଲେଣି। କେମିତି ପ୍ରଚାର କରିବେ, ଭୋଟରଙ୍କୁ ମନାଇବା...

ଯବାନ-ମାଓବାଦୀ ଗୁଳିବିନିମୟ, ୨ ମାଓବାଦୀ ମୃତ

ମାଲକାନଗିରି,୮ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ସୁକୁମା ଜିଲାରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳି ବିନିମୟରେ ଜଣେ ହାର୍ଡକୋର ମାଓବାଦୀଙ୍କ ସମେତ...

‘ଅଣ୍ଡା, ଚାଉଳ ଫେରାଇ ନିଅ, ସ୍କୁଲ ଚାଲୁ କର’

ଭୋଗରାଇ, ୯।୧୧(ଡି.ଏନ.ଏ.)-ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବିରେ ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ସମ୍ମୁଖରେ ସୋମବାର ବାରବାଟିଆ ଆଦିବାସୀ ପ୍ରାଥମିକ ବିଦ୍ୟାଳୟ ଓ ଘଣ୍ଟିଲୋଡ଼ି ପ୍ରାଥମିକ ବିଦ୍ୟାଳୟର...

୧୪ ପଇସା ବଢ଼ିଲା ପେଟ୍ରୋଲ

ଭୁବନେଶ୍ୱର,୧୯।୮: ଲଗାତର ତୃତୀୟ ଦିନ ଲାଗି ପେଟ୍ରୋଲ ଦର ବୃଦ୍ଧି ଘଟିଛି। ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୪ ପଇସା ବଢିବା ଯୋଗୁ ଦର...

ପୁରୀରେ ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ

ପୁରୀ ଅଫିସ, ୨୬।୫: ବାତ୍ୟା ଫନୀରେ ପୁରୀ ଜିଲାରେ ହୋଇଥିବା କ୍ଷୟକ୍ଷତି ଆକଳନ ଲାଗି ପୁରୀରେ ପହଞ୍ଚିଛନ୍ତି ବିଶ୍ୱବ୍ୟାଙ୍କ ପ୍ରତିନିଧି ଦଳ। ରବିବାର ପୂର୍ବାହ୍ନରେ ସର୍କିଟ...

Advertisement
Archives

Model This Week