Posted inଖେଳ

ଟୋକିଓ ଅଲିମ୍ପିକ୍ସ ପାଇଁ ନୂଆ ତାରିଖ ଘୋଷଣା

ଟୋକିଓ, ୩୦ା୩ (ଏ.ପି)- ଟୋକିଓ ଅଲିମ୍ପିକ୍ସ ଆସନ୍ତା ବର୍ଷ ଜୁଲାଇ ୨୩ରେ ଆରମ୍ଭ ହେବ। ଆୟୋଜକଙ୍କ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। କରୋନା ଭାଇରସ୍‌ କାରଣରୁ ଏକ ଐତିହାସିକ ନିଷ୍ପତ୍ତି କ୍ରମେ ଗେମ୍ସକୁ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା। କହିବା ବାହୁଲ୍ୟ ୨୦୨୦ ଗେମ୍ସ ଚଳିତ ବର୍ଷ ଯେଉଁ ସମୟରେ ହୋଇଥାନ୍ତା, ଆସନ୍ତାବର୍ଷ ମଧ୍ୟ ମଧ୍ୟ ସେହିସମୟରେ ହିଁ ହେବ। ଟୋକିଓ ୨୦୨୦ ମୁଖ୍ୟ ୟୋଶିରୋ ମୋରିଙ୍କ ସୂଚନା ଅନୁସାରେ ଉଦ୍‌ଘାଟନୀ ଉତ୍ସବ ୨୦୨୧ ଜୁଲାଇ ୨୩ ତାରିଖରେ ହେବ ଏବଂ ଅଗଷ୍ଟ ୮ରେ ଉଦ୍‌ଯାପନ ହେବ। ସେହିପରି ପାରା ଅଲିମ୍ପିକ୍ସ ଅଗଷ୍ଟ ୨୪ରୁ ସେପ୍ଟେମ୍ବର ୫ପର୍ଯ୍ୟନ୍ତ ହେବ। କରୋନା ଭାଇରସ୍‌ ସଂକ୍ରମଣ ଆଶଙ୍କାରେ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଓ ଜାପାନର ଆୟୋଜକଗଣ ଗତ ସପ୍ତାହରେ ଗେମ୍ସକୁ ୨୦୨୧ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ। ପୂର୍ବନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଏହି ବର୍ଷ ଅଲିମ୍ପିକ୍ସ ଜୁଲାଇ ୧୪ରେ ଆରମ୍ଭ ହୋଇ ଅଗଷ୍ଟ ୯ରେ ଶେଷ ହୋଇଥାନ୍ତା। ସୋମବାର ସନ୍ଧ୍ୟାରେ ଆଇଓସି ସହିତ ଏକ ଜରୁରିକାଳୀନ ଟେଲିକନ୍‌ଫରେନ୍ସ ଜରିଆରେ ନୂଆ ତାରିଖ ଚୂଡ଼ାନ୍ତ ହୋଇଥିବା ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ମୋରି ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଆଇଓସି ତରଫରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ସମଗ୍ର ବିଶ୍ୱରେ କରୋନା ଭାଇରସ୍‌ ସଂକ୍ରମଣର ଦୃଶ୍ୟପଟ୍ଟ ବାରମ୍ବାର ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି। ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଏବଂ ଆୟୋଜକଗଣ ଏହାର ମୁକାବିଲା ପାଇଁ ଯଥେଷ୍ଟ ସମୟ ପାଇବେ। ଅନ୍ତର୍ଜାତୀୟ କ୍ୟାଲେଣ୍ଡର ଯେପରି ବିଶେଷ ଭାବେ ପ୍ରଭାବିତ ନ ହୁଏ ତାହାକୁ ଦୃଷ୍ଟିରେ ରଖି ନୂଆ ତାରିଖ ସ୍ଥିର କରାଯାଇଛି। ବସନ୍ତଋତୁରେ ଜାପାନରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ। ସେ ସମୟରେ ଗେମ୍ସ ଆୟୋଜନ ଲାଗି ପ୍ରସ୍ତାବ ଆସିଥିଲା। ମାତ୍ର ସେ ସମୟରେ ୟୁରୋପିଆନ ଫୁଟ୍‌ବଲ ଟୁର୍ନାମେଣ୍ଟ ଏବଂ ଉତ୍ତର ଆମେରିକା ସ୍ପୋଟର୍‌ସ ଲିଗ୍‌ ପଡ଼ୁଥିବାରୁ ପ୍ରସ୍ତାବଟି କାଟ୍‌ ଖାଇଥିଲା। ବିଶ୍ୱବ୍ୟାପୀ କୋଭିଡ୍‌-୧୯ ବ୍ୟାପିବାରେ ଲାଗିଥିବାରୁ ଏହି ବର୍ଷ ଅଲିମ୍ପିକ୍ସ ଆୟୋଜନ ନ କରିବା ଲାଗି ବହୁ ଆଥଲେଟ୍‌, କ୍ରୀଡ଼ା ମହାସଂଘ ଏବଂ ଜାତୀୟ ଅଲିମ୍ପିକ ଆସୋସିଏଶନଗୁଡ଼ିକରୁ ପ୍ରବଳ ଚାପ ପଡ଼ିଥିଲା। ଫଳରେ ଆଇଓସି ଏବଂ ଗେମ୍ସର ଆୟୋଜକଗଣ ଏହାକୁ ଘୁଞ୍ଚାଇବା ଲାଗି ବାଧ୍ୟ ହୋଇଥିଲେ। ପୂର୍ବରୁ ଅଲିମ୍ପିକ୍ସ ଯେତେଥର ସ୍ଥଗିତ ଅବା ବାତିଲ ହୋଇଛି ଯୁଦ୍ଧଜନିତ ପରିସ୍ଥିତି ଯୋଗୁ। ଏଥର ଭିନ୍ନ କାରଣରୁ ସ୍ଥଗିତ ରଖିବାକୁ ପଡ଼ିଛି। ପୁନଃ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଅଲିମ୍ପିକ୍ସ ଆୟୋଜନ ଦ୍ୱାରା ଅମକୁ ପୁଣି ବିପୁଳ ପରିମାଣରେ ଅର୍ଥ ବ୍ୟୟ କରିବାକୁ ପଡ଼ିବ ବୋଲି ଆୟୋଜକ କମିଟି ସଭାପତି ୟୋଶିରୋ ମୋରି ଏବଂ ସିଇଓ ତୋଶିରୋ ମୁତୋ କହିଛନ୍ତି। ଜାପାନର କରଦାତାମାନଙ୍କୁ ଏହା ବହନ କରିବାକୁ ପଡ଼ିବ। ଖର୍ଚ୍ଚ ବେଳେ ସ୍ବଚ୍ଛତା ଅବଲମ୍ବନ କରାଯିବ ବୋଲି ମୁତୋ ଦୃଢତାର ସହିତ କହିଛନ୍ତି। ଯେପର୍ଯ୍ୟନ୍ତ ଅଲିମ୍ପିକ୍ସ ଆୟୋଜନ ନ ହୋଇଛି ସେ ପର୍ଯ୍ୟନ୍ତ ଏଥିଲାଗି ଉଦ୍ଦିଷ୍ଟ ଭେନ୍ୟୁଗୁଡ଼ିକ କୌଣସି ଖେଳ ଅବା କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରାଯାଇ ପାରିବ ନାହିଁ। କାନସାଇ ୟୁନିଭର୍ସିଟିର ସ୍ପୋଟର୍‌ସ ଇକୋନୋମିକ୍ସ ବିଭାଗର ଜଣେ ପ୍ରଫେସର କାତ୍‌ସୁହିରୋ ମିୟାମୋତୋଙ୍କ କହିବା ଅନୁସାରେ ଆୟୋଜକଙ୍କୁ ଅତିରିକ୍ତ ୪ ବିଲିୟନ ଡଲାର ବ୍ୟୟ କରିବାକୁ ହେବ। ଷ୍ଟାଡିୟମର ରକ୍ଷଣାବେକ୍ଷଣା ଓ ସୌନ୍ଦର୍ଯିକରଣ, ଭଡ଼ା ଓ ଜରିମାନା ପ୍ରଦାନ ଏବଂ ଅନ୍ୟାନ୍ୟ ବାବଦରେ ଏହା ଖର୍ଚ୍ଚ ହେବ। ଅଲିମ୍ପିକ୍ସର ଆୟୋଜନ ବାବଦରେ ଜାପାନ ସରକାରୀ ଭାବେ ୧୨.୬ ବିଲିୟନ ଡଲାର ବ୍ୟୟ କରିଛି। ହେଲେ ଜାପାନ ସରକାରଙ୍କ ଅଡିଟ୍‌ ବ୍ୟୁରୋସୂଚନା ଅନୁସାରେ ଏହାର ଦୁଇଗୁଣା ଖର୍ଚ୍ଚ ହୋଇଛି। ସୁଇଜରଲାଣ୍ଡରେ ରହିଥିବା ଇଣ୍ଟରନ୍ୟାଶନାଲ ଅଲିମ୍ପିକ କମିଟି ଆୟୋଜକ କମିଟିକୁ ୧.୩ ବିଲିୟନ ଡଲାର ସହାୟତା କରିଛି। ଆଇଓସି ସଭାପତି ଥୋମାସ ବ୍ୟାକ୍‌ ବାରମ୍ବାର କହି ଆସୁଛନ୍ତି ଇତିହାସରେ ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ସର୍ବଶ୍ରେଷ୍ଠ। ଜାପାନର ଉପ-ପ୍ରଧାନମନ୍ତ୍ରୀ ତାରୋ ଅସୋ କହିଛନ୍ତି, ସେମାନଙ୍କୁ ଅଭିଶପ୍ତ ବୋଲି କହିଛନ୍ତି। ଅସୋଙ୍କ ଜନ୍ମ ହେଉଛି ୧୯୪୦ରେ। ସେ ୧୯୭୬ ଅଲିମ୍ପିକ୍ସ ଶୁଟିଂ ପ୍ରତିଯୋଗିତାରେ ଭାଗ ନେଇଥିଲେ। ବହୁ ବର୍ଷ ପୂର୍ବେ ୧୯୪୦ରେ ଟୋକିଓରେ ଅଲିମ୍ପିକ୍ସ ହେବାର ଯୋଜନା ଥିଲା। ମାତ୍ର ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁ ତାହା ସମ୍ଭବ ହେଲାନି। ସୂଚନାଯୋଗ୍ୟ, ଆଇଓସି ସଦସ୍ୟ ତଥା ଜାପାନିଜ୍‌ ଅଲିମ୍ପିକ କମିଟି ମୁଖ୍ୟଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ଗତ ବର୍ଷ ସେ ତାଙ୍କ ପଦବୀରୁ ଇସ୍ତଫା ଦେବାକୁ ବାଧ୍ୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନନ୍ଦପୁର ବସଷ୍ଟାଣ୍ଡରେ ଚାଲିଥିଲା ଅବୈଧ ମଦ ବେପାର, ଖବରପାଇ ଅଚାନକ ଚଢାଉ କଲା ପୋଲିସ, ତା’ପରେ…

ହାଟଡିହୀ/ଆନନ୍ଦପୁର,୧l୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଆନନ୍ଦପୁର ବସଷ୍ଟାଣ୍ଡରେ ଅବୈଧ ଭାବେ ମଦ ବେପାର କରୁଥିବା ଜଣେ ଦୋକାନୀକୁ ପୋଲିସ ଗିରଫ କରିଛି…

ଜମିଜମା ବିବାଦ ନେଲା ବିବାଦ ଉଗ୍ରରୂପ: ବଡ଼ ଭାଇର ଟାଙ୍ଗିଆ ଚୋଟରେ ଚାଲିଗଲା ସାନ ଭାଇର ଜୀବନ

ତୁମୁଡିବନ୍ଧ, ୧।୬(ଦିପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କଦମ ପଦର ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜମି ବିବାଦକୁ ନେଇ…

ବାଟରେ ରୋଗୀଙ୍କ ମୃତ୍ୟୁ ହୋଇଯିବାରୁ ଜଙ୍ଗଲ ରାସ୍ତାରେ ଓହ୍ଲାଇ ପଳାଇଲେ ବୋଲେରୋ ଚାଳକ, ମୃତ ସ୍ବାମୀଙ୍କୁ ଜଗିରହିଲେ ବୃଦ୍ଧା

ଥୁଆମୂଳ ରାମପୁର, ୧।୬ (ଦୁର୍ଗା କୀର୍ତ୍ତି): ସମାଜରୁ ହଜିଯାଉଛି ମାନବିକତା, ମଣିଷ ମନରୁ ଦୟାଭାବ କ୍ଷୁର୍ଣ୍ଣ ହେବାରେ ଲାଗିଛି। କଳାହାଣ୍ଡି ଜିଲା ଥୁଆମୂଳ ରାମପୁର- ଭବାନୀପାଟଣା ରାସ୍ତା…

୩ ମାସ ତଳେ ବିବାହ କରିଥିଲେ ମୋନାଲି,ମାରିଦେଲେ ଶାଶୁଘର ଲୋକେ: ଗୁମର ଖୋଲିଦେଲେ ଭଉଣୀ

ଛତ୍ରପୁର,୧/୬ (ଦିଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଦିନକୁ ଦିନ ଯୌତୁକ ନିର୍ଯାତନାଜନିତ ବଧୁ ହତ୍ୟା ବୃଦ୍ଧି ପାଉଥିବାବେଳେ ସୋମବାର ଆଉ ଏକ ଘଟଣା ସାମ୍ନାକୁ ଆସିଛି। ଖୋର୍ଦ୍ଧା ଜିଲା…

ଜିଲାପାଳଙ୍କୁ ଦାବିପତ୍ର ଦେଲେ ସୁନାବେଡ଼ା ଅଭୟାରଣ୍ୟବାସୀ

ନୂଆପଡ଼ା,୧ା୬ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟରେ ବସବାସ କରୁଥିବା ଅଧିବାସୀ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ୩…

ପୋଖରୀକୁ ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଯାଇଥିଲେ ବ୍ୟକ୍ତି, ଖୋଜାଖୋଜି ପରେ ମିଳିଲା ତାଙ୍କ…

ଦିଗପହଣ୍ଡି,୧।୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ପଲ୍ଲୀ ଗ୍ରାମର ପୋଖରୀରୁ ରବିବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ଚେକ୍‌ ରିପବ୍ଲିକ୍‌ ଦଳରେ ସ୍ଥାନ ପାଇଲେ ୧୭ ବର୍ଷୀୟ ଏହି ଖେଳାଳି, ଜାଣନ୍ତୁ…

ପ୍ରେଗ୍‌,୧ା୬: ବିଶ୍ୱକପ୍‌ ପାଇଁ ଚେକ୍‌ ରିପବ୍ଲିକ ଫୁଟ୍‌ବଲ ଦଳରେ ସ୍ପାର୍ଟା ପ୍ରେଗ୍‌ ୧୭ ବର୍ଷୀୟ ମିଡ୍‌ଫିଲ୍ଡର ହୁଗୋ ସୋଚୁରେକ୍‌ ସ୍ଥାନ ପାଇଛନ୍ତି। କୋସୋଭୋ ବିପକ୍ଷ ଏକ ଓ୍ବାର୍ମଅପ୍‌…

ବିଶ୍ୱକପ୍‌ ଫୁଟ୍‌ବଲ ସିଧା ପ୍ରସାରଣକୁ ନେଇ ଆସିଲା ବଡ଼ ଅପଡେଟ୍‌, ଭାରତୀୟ ପ୍ରଶଂସକ ଦେଖିବେ ଏହି ଚେନାଲରେ ଜାଣନ୍ତୁ…

ନୂଆଦିଲ୍ଲୀ,୧ା୬: ଜୀ ଏଣ୍ଟରଟେନ୍‌ମେଣ୍ଟ ଏଣ୍ଟରପ୍ରାଇଜେସ୍‌ ଲିମିଟେଡ (ଜୀଲ୍‌) ବିଶ୍ୱ ଫୁଟ୍‌ବଲ ପରିଚାଳନା ସଂସ୍ଥା ଫିଫା ସହ ଏକ ୮ବର୍ଷୀୟା ପାର୍ଟନରଶିପ୍‌ ଚୁକ୍ତି କରଥିବା ସୋମବାର ପ୍ରକାଶ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri