Posted inଖେଳ

ଟୋକିଓ ଅଲିମ୍ପିକ୍ସରୁ ଓହରିଲା କାନାଡା

ଟୋକିଓ,୨୩।୩- ବିଶ୍ୱକୁ ଗ୍ରାସ କରୁଥିବା କରୋନା ଭାଇରସ ଟୋକିଓ ଅଲିମ୍ପିକ୍ସକୁ ସାଙ୍ଘାତିକ ଭାବେ ପ୍ରଭାବିତ କରୁଛି। ବିଶ୍ୱର ସବୁଠୁ ବଡ଼ କ୍ରୀଡ଼ା ମହାକୁମ୍ଭରୁ ଦଳ ଓହରିବା ଆରମ୍ଭ କରିଛନ୍ତି। ପ୍ରଥମ ଦଳ ଭାବେ କାନାଡା ଓହରିଛି। କାନାଡିଆନ ଅଲିମ୍ପିକ୍‌ କମିଟି (ସିଓସି) ଓ ପାରାଅଲିମ୍ପିକ୍‌ କମିଟି (ସିପିସି) କହିଛନ୍ତି, ସେମାନେ ଟୋକିଓ ଅଲିମ୍ପିକ୍‌ ଓ ପାରାଅଲିମ୍ପିକ୍‌ରେ ଭାଗ ନେବେ ନାହିଁ। କରୋନା ଭାଇରସ ଯୋଗୁ ବିଶ୍ୱରେ ସୃଷ୍ଟ ପରିସ୍ଥିତିକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ବିଭିନ୍ନ ଦେଶର ଅଲିମ୍ପିକ୍‌ କମିଟି ଅଲିମ୍ପିକ୍ସକୁ ଘୁଞ୍ଚାଇବା ଲାଗି ପରାମର୍ଶ ଦେଇଥିଲେ। ହେଲେ ଆୟୋଜକ ଜାପାନ ଅଲିମ୍ପିକ୍ସ କମିଟି ଧାର୍ଯ୍ୟ ତାରିଖରେ ହିଁ ଅଲିମ୍ପିକ୍‌ ଆରମ୍ଭ ହେବ ବୋଲି ଦୃଢ଼ୋକ୍ତି ଦେଇ ଆସୁଥିଲେ। ଅଲିମ୍ପିକ୍ସକୁ ଗୋଟେ ବର୍ଷ ସ୍ଥଗିତ ରଖିବା ଲାଗି ସିଓସି ଓ ସିପିସି ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି), ଅନ୍ତର୍ଜାତୀୟ ପାରାଅଲିମ୍ପିକ୍‌ କମିଟି ଓ ବିଶ୍ୱ ସ୍ବାସ୍ଥ୍ୟା ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ସହ ତୁରନ୍ତ ଆଲୋଚନା କରିବ। ବିଶ୍ୱ ବାସୀ ଓ ଆଥ୍‌ଲେଟଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷାଠାରୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି କମିଟି ପକ୍ଷରୁ କୁହାଯାଇଛି। କାନାଡା ଅଲିମ୍ପିକ୍ସରୁ ଓହରି ଯିବାରୁ ଆଇଓସି ଉପରେ ଚାପ ବୃଦ୍ଧି ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମା’ ଦୁର୍ଗାଙ୍କ ଫଟୋ ଶେୟାର କଲେ ଏହି ପାକିସ୍ତାନ କ୍ରିକେଟର୍‌

ପାକିସ୍ତାନର ପୂର୍ବତନ ବୋଲର ଦାନିଶ କାନେରିଆ ନିଜ ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ପାକିସ୍ତାନ କ୍ରିକେଟ ବୋର୍ଡର ଜଣେ ସମାଲୋଚକ କାନେରିଆ ଆଜିକାଲି...

କିଙ୍ଗ୍ସ ଇଲେଭେନ ଛାଡ଼ିଲେ ହେସନ: ଭାରତ କୋଚ୍‌ ହେବା ନେଇ ଚର୍ଚ୍ଚା

ନୂଆଦିଲ୍ଲୀ, ୮।୮ (ପି.ଟି.)- ପୂର୍ବତନ ନ୍ୟୁଜିଲାଣ୍ଡ କ୍ରିକେଟର୍‌ ମାଇକ୍‌ ହେସନ ଗୁରୁବାର ଆଇପିଏଲ୍‌ ଫ୍ରାଞ୍ଚାଇଜ କିଙ୍ଗ୍ସ ଇଲେଭେନ ପଞ୍ଜାବର ମୁଖ୍ୟ କୋଚ୍‌ ପଦରୁ ଅବ୍ୟାହତି ନେଇଛନ୍ତି।...

କୁମିନ୍ସ ଛଡ଼ାଇ ନେଲେ ମ୍ୟାଚ୍‌

ପୁଣେ,୬।୪: ପାଟ କୁମିନ୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ରନ୍‌ର ପାଳି ବଳରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ୫ ଉଇକେଟରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଦେଇଛି। ୧୬୨...

ଭାରତୀୟ ଦଳକୁ ଝଟକା: ୩ ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେନି ଧାଓ୍ବନ

ଲଣ୍ଡନ, ୧୧।୬: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପରେ ଭାରତୀୟ ଦଳକୁ ବଡ ଝଟକା ଲାଗିଛି। ଦଳର ଓପନର୍‌ ଶିଖର ଧାଓ୍ବନ ଆହତ ଯୋଗୁ ୩ ସପ୍ତାହ ପର୍ଯ୍ୟନ୍ତ...

ଆଇପିଏଲ ଇତିହାସରେ ପ୍ରଥମ ଥର ଘଟିଲା ଏମିତି

ମୁମ୍ବାଇ,୨୧।୪: ଏଠାରେ ବୁଧବାର ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ଏକ ଭିନ୍ନ ଘଟଣା ଦେଖିବାକୁ...

ପାକିସ୍ତାନ ବିଶ୍ୱକପରୁ ବିଦା ହେବାପରେ ଏହି ଦଳ ବିଶ୍ୱକପ ଜିତୁ ବୋଲି ଚାହୁଁଛନ୍ତି ସୋଏବ ଅଖତର

ଇସଲମାବାଦ, ୮।୭:ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୋଏବ ଅଖତର ଏଥର ବିଶ୍ୱକପ୍‌ ଉପମହାଦେଶୀୟ ଦଳ ଭାରତ ଜିତୁ ବୋଲି ପ୍ରାର୍ଥନା କରୁଛନ୍ତି। ନିଜ ୟୁଟ୍ୟୁବ...

ମହିଳା ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ: ଭାରତ-ଅଷ୍ଟ୍ରେଲିଆ ଫାଇନାଲ ଆଜି

ମେଲବୋର୍ନ, ୧୨।୨ (ପି.ଟି.)- ଅଷ୍ଟ୍ରେଲିଆରେ ଚାଲିଥିବା ମହିଳା ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜର ଫାଇନାଲରେ ଆୟୋଜକ ଅଷ୍ଟ୍ରେଲିଆ ବୁଧବାର ଭାରତକୁ ଭେଟିବ। ଏହି ପ୍ରତିଯୋଗିତାରେ ହର୍‌ମନପ୍ରୀତ୍‌ କୌରଙ୍କ...

ପାକିସ୍ତାନରେ ହେବ ୨୦୨୫ ଚାମ୍ପିୟନ୍ସ ଟ୍ରଫି

ଦୁବାଇ,୧୬।୧୧: ୨୦୨୪ରୁ ୨୦୩୧ ମଧ୍ୟରେ ହେବାକୁ ଥିବା ପ୍ରତ୍ୟେକ ଆଇସିସି ଇଭେଣ୍ଟର ଆୟୋଜକଙ୍କ ତାଲିକା ମଙ୍ଗଳବାର ପ୍ରକାଶ କରିଛି ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ। ଅନ୍ତିମ ଥର...

Advertisement
Archives

Model This Week