ଟେଲିକମ୍‌ କମ୍ପାନୀ ପଇଠ କରିବେ ୧.୪୭ ଲକ୍ଷ କୋଟି ବକେୟା

ନୂଆଦିଲ୍ଲୀ,୧୭-୧: ବୈଧାନିକ ଦେୟ ବାବଦ ବକେୟା ୧.୪୭ ଲକ୍ଷ କୋଟି ଟଙ୍କା ଚଳିତ ମାସ ୨୩ ସୁଦ୍ଧା ସରକାରଙ୍କୁ ଦେବା ଲାଗି ସୁପ୍ରିମକୋର୍ଟ ଟେଲିକମ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। ଏହାର ପୁନର୍ବିଚାର ଲାଗି ଭୋଡାଫୋନ ଆଇଡିଆ ଏବଂ ଏୟାରଟେଲ ଭଳି କମ୍ପାନୀ ସର୍ବୋଚ୍ଚ ନ୍ୟାୟାଳୟରେ ରିଭ୍ୟୁ ପିଟିଶନ ଦାୟର କରିଥିଲେ। ଶୁକ୍ରବାର ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି। ଜଷ୍ଟିସ ଅରୁଣ ମିଶ୍ର, ଏସ୍‌.ଏ. ଅବଦୁଲ ନାଜିର ଏବଂ ଏମ୍‌.ଆର୍‌ ଶାହ ବୁଧବାର ଏହି ମାମଲାର ଶୁଣାଣି କରିବା ସହ ଆବେଦନକୁ ଖାରଜ କରିଥିବା ଜଣାପଡିଛି। ଏହି ମାମଲାର ପୁନଃ ଶୁଣାଣି ଲାଗି କୌଣସି ଯଥାର୍ଥ କାରଣ ନ ଥିବା ଖଣ୍ଡପୀଠ କହିଛନ୍ତି। ଫଳରେ ଧାର୍ଯ୍ୟ ସମୟ ମଧ୍ୟରେ ଟେଲିକମ କମ୍ପାନୀଗୁଡିକ ୧.୦୨ ଲକ୍ଷ କୋଟି ଟଙ୍କାର ଆଡଜଷ୍ଟେଡ ଗ୍ରସ ରେଭେନ୍ୟୁ (ଏଜିଆର୍‌) ଦେୟ ପଇଠ କରିବେ। ଟେଲିକମ୍‌ କମ୍ପାନୀଙ୍କର ଅଣ ଟେଲିକମ୍‌ ରାଜସ୍ବ ବା ଏଜିଆରକୁ ନେଇ ବୈଧାନିକ ଦେୟ ହିସାବ କରାଯିବ ବୋଲି ଅକ୍ଟୋବର ୨୪ରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ।
ଏହି ମାମଲାର ଓପନ କୋର୍ଟ ହିଅରିଂ ହେଉବୋଲି ଟେଲିକମ୍‌ କମ୍ପାନୀ ନିବେଦନ କରିଥିଲେ। ଏହାକୁ ଖାରଜ କରିବା ସହ ସର୍ବୋଚ୍ଚ ନ୍ୟାୟାଳୟ ଇନ ଚାମ୍ବର ଶୁଣାଣି କରିଥିଲେ। ଗତ ବର୍ଷ ଅକ୍ଟୋବରରେ ଟେଲିକମ୍‌ ମନ୍ତ୍ରୀ ରବି ଶଙ୍କର ପ୍ରଶାଦ କହିଥିଲେ ଯେ, ବୈଧାନିକ ଦେୟ ବାବଦ ଟେଲିକମ୍‌ କମ୍ପାନୀଗୁଡିକ ୧.୪୭ ଲକ୍ଷ କୋଟି ଟଙ୍କା ବାକି ରଖିଛନ୍ତି। ଏହି ଦେୟ ଉପରେ ବର୍ତ୍ତମାନ ସୁଧ କିମ୍ବା ଜରିମାନା ଛାଡ କରିବା ନେଇ କୌଣସି ଯୋଜନା ନାହିଁ ବୋଲି ସେ ମତ ରଖିଥିଲେ। ଦେୟ ମଧ୍ୟରେ ଲାଇସେନ୍ସ ଫି ବାବଦ ୯୨,୬୪୨ କୋଟି, ସ୍ପେକ୍ଟ୍ରମ ବ୍ୟବହାର ଚାର୍ଜ ବାବଦ ୫୫,୦୫୪ କୋଟି ଟଙ୍କା ସାମିଲ ରହିଥିବା ଲୋକସଭାକୁ ଏକ ଲିଖିତ ଉତ୍ତରରେ ସେ କହିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏକ ସତ୍ୟପାଠ ଜରିଆରେ ଟେଲିକମ୍‌ ବିଭାଗ (ଡିଓଟି) କହିଛି ଯେ, ଏୟାରଟେଲ ଲାଇସେନ୍ସ ଫି ବାବଦ ୨୧, ୬୬୨.୧୩ କୋଟି, ଭୋଡାଫୋନ ୧୯,୮୨୩.୭୧ କୋଟି, ରିଲାଏନ୍ସ କମ୍ୟୁନିକେଶନ ୧୬,୪୪୫ କୋଟି, ବିଏସ୍‌ଏନ୍‌ଲଏ୍‌ ୨୦୯୮ କୋଟି ଏବଂ ଏମ୍‌ଟିଏନ୍‌ଏଲ୍‌ ୨୫୩୭ କୋଟି ଟଙ୍କା ବକେୟା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଚ୍‌ଡିଏଫ୍‌ସି ଉପରେ ଜରିମାନା ଲଗାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୧୮।୩: ନ୍ୟାଶନାଲ ହାଉସିଂ ବ୍ୟାଙ୍କ(ଏନ୍‌ଏଚ୍‌ବି)ର କିଛି ନିୟମ ପାଳନ ନ କରିବା ଲାଗି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ହାଉସିଂ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ...

ଔଷଧପତ୍ର ଯୋଗାଣ ଲାଗି କାର୍ଗୋ ବିମାନକୁ ଅନୁମତି

ନୂଆଦିଲ୍ଲୀ,୩୧। ୩: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଦେଶର ବିଭିନ୍ନ ଅଞ୍ଚଳକୁ ଔଷଧପତ୍ର ଏବଂ ଅନ୍ୟାନ୍ୟ ଚିକିତ୍ସା ଉପକରଣ ପହଞ୍ଚାଇବା ଲାଗି କାର୍ଗୋ ବିମାନ...

ମାନ୍ଦାବସ୍ଥା ଦୂର ଲାଗି ଉପାୟ ଦେଲା ଶିଳ୍ପ ଜଗତ

ନୂଆଦିଲ୍ଲୀ,୨୩-୯: ଦେଶର ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଏହାର ଦୂରୀକରଣ ଲାଗି ଦେଶର ଶିଳ୍ପ ଜଗତ ପକ୍ଷରୁ ବିଭିନ୍ନ ଉପାୟ ଦିଆଯାଇଛି। ଇଣ୍ଡିଆ ଟୁଡେ...

ଅଭିବୃଦ୍ଧି ଅନୁମାନ କମାଇଲା ମୁଡିସ୍‌

ନୂଆଦିଲ୍ଲୀ,୧୧-୧୦: ଚଳିତ ଆର୍ଥତ୍କ ବର୍ଷ ଲାଗି ଦେଶର ଅଭିବୃଦ୍ଧି ଆକଳନକୁ ମୁଡିସ ଇନଭେଷ୍ଟର୍ସ ସର୍ଭିସ ୬.୨%ରୁ ୫.୮%କୁ ହ୍ରାସ କରିଛି। ଅଭିବୃଦ୍ଧି ପୂର୍ବାନୁମାନରେ ହ୍ରାସ ବିତ୍ତିୟ...

ଲକ୍ଷାଧିକ ଚାଷୀଙ୍କୁ ସହାୟତା କରିଛି ମାଷ୍ଟରକାର୍ଡ

ନୂଆଦିଲ୍ଲୀ,୧୩।୧:ମାଷ୍ଟରକାର୍ଡ ନିକଟରେ ଏକ ବିରଳ ରେକର୍ଡ ହାସଲ କରିବାରେ ସକ୍ଷମ ହୋଇଛି। ବିଶେଷକରି କମ୍ପାନୀ ଭାରତରେ ନିଜର ବିସ୍ତୃତ ଗ୍ରାମାଞ୍ଚଳ ଓ କୃଷି ଡିଜିଟାଲୀକରଣ ସମାଧାନ,...

ବିଦେଶରୁ ଫେରୁଥିବା ନାଗରିକଙ୍କ ପାଇଁ ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୪।୬: ବନ୍ଦେ ଭାରତ ମିଶନରେ ବିଦେଶରୁ ଭାରତ ଫେରୁଥିବା ଲୋକଙ୍କୁ ଦେଶ ମଧ୍ୟରେ ରୋଜଗାର ଦେବାକୁ ଯୋଜନା ପ୍ରସ୍ତୁତ ହୋଇଛି। କେନ୍ଦ୍ର କୌଶଳ ବିକାଶ ଏବଂ...

୨୦୨୬ ସୁଦ୍ଧା ୧.୨ କୋଟି ନିଯୁକ୍ତି ସୁଯୋଗ

ନୂଆଦିଲ୍ଲୀ,୨୮।୩: ଇଞ୍ଜିନିୟରିଂ, ଟେଲିକମ୍‌ ଏବଂ ହେଲ୍‌ଥକେୟାର କ୍ଷେତ୍ରରେ ୨୦୨୫-୨୬ ଆର୍ଥିକ ବର୍ଷ ସୁଦ୍ଧା ୧.୨ କୋଟି ଅର୍ଥାତ୍‌ ୧୨ ବିଲିୟନ୍‌ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।...

ଉତ୍କଳ ହସ୍ପିଟାଲରେ ‘ଇଭିନିଂ ଓପିଡି’

ଭୁବନେଶ୍ୱର,୨୧।୧୦: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ଉତ୍କଳ ହସ୍ପିଟାଲ ପକ୍ଷରୁ ‘ଇଭିନିଂ ଓପିଡି’ ସେବା ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ହସ୍ପିଟାଲର ନିର୍ଦ୍ଦେଶକ (ମେଡିକାଲ...

Advertisement
Archives

Model This Week