Posted inଖେଳ

ଟେଲରଙ୍କୁ ନ୍ୟୁଜିଲାଣ୍ଡ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର

ଓ୍ବେଲିଂଟନ,୧।୫(ପି.ଟି.): ଅଭିଜ୍ଞ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ସମ୍ମାନଜନକ ନ୍ୟୁଜିଲାଣ୍ଡ କ୍ରିକେଟର ଅଫ୍‌ ଦି ଇୟର ପୁରସ୍କାର ହାସଲ କରିଛନ୍ତି। ତାଙ୍କୁ ଏହି କ୍ରମରେ ସାର୍‌ ରିଚାର୍ଡ ହାର୍ଡଲି ମେଡାଲ ପ୍ରଦାନ କରାଯାଇଛି। ସବୁ ୩ଟି ଯାକ ଫର୍ମାଟରେ ଉନ୍ନତ ପ୍ରଦର୍ଶନ କରି ସେ ତୃତୀୟଥର ପାଇଁ ଏହି ପଦକ ହାସଲ କରିଛନ୍ତି।
ପୂର୍ବତନ ତାରକା ବ୍ୟାଟ୍ସମ୍ୟାନ ଷ୍ଟିଫାନ ଫ୍ଲେମିଂଙ୍କୁ ପଛରେ ପକାଇ ସେ ଟେଷ୍ଟ ଫର୍ମାଟରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନର ମାନ୍ୟତା ପାଇଥିଲେ। ସେ ମଧ୍ୟ ନ୍ୟୁଜିଲାଣ୍ଡର ପ୍ରଥମ କ୍ରିକେଟର ଭାବେ ୩ଟି ଯାକ ଫର୍ମାଟରେ ୧୦୦ ମ୍ୟାଚ୍‌ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ଗତ ସେସନରେ ୩ଟି ଫର୍ମାଟକୁ ବିଚାର କଲେ ସେ ୧୩୮୯ ରନ ସଂଗ୍ରହ କରିଛନ୍ତି। ତାଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ ନ୍ୟୁଜିଲାଣ୍ଡ ଗତ ବିଶ୍ୱକପ୍‌ରେ ଫାଇନାଲରେ ପ୍ରବେଶ କରିଥିଲା। ତେବେ ନ୍ୟୁଜିଲାଣ୍ଡ ବିଶ୍ୱକପ୍‌ ଫାଇନାଲରେ ଆୟୋଜକ ଇଂଲଣ୍ଡଠାରୁ ରୋମାଞ୍ଚକ ଫାଇନାଲ ମାଚ୍‌ରେ ପରାସ୍ତ ହୋଇ ରନର୍ସଅପ୍‌ ବିବେଚିତ ହୋଇଥିଲା। ପୂର୍ବତନ ମହାନ୍‌ ନ୍ୟୁଜିଲାଣ୍ଡ କ୍ରିକେଟର ରିଚାର୍ଡ ହାର୍ଡଲି ଟେଲରଙ୍କୁ ଏଥିପାଇଁ ଅଭିନନ୍ଦନ ଜଣାଇଛନ୍ତି।
ଅପରପକ୍ଷରେ ଅଭିଜ୍ଞ୍ୟ ଦ୍ରୁତ ବୋଲର ଟିମ୍‌ ସୌଦିଙ୍କୁ ଶ୍ରେଷ୍ଠ ବୋଲର ଭାବେ ପୁରସ୍କୃତ କରାଯାଇଛି। ତାଙ୍କୁ ଟେଷ୍ଟ ପ୍ଲେୟାର ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଛି। ଗତ ସେସନରେ ସୌଦି ୧୬.୪ ରନ ହାରରେ ୪ଟି ଟେଷ୍ଟ ମ୍ୟାଚ୍‌ରୁ ୨୫ଟି ଉଇକେଟ ହାସଲ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶଳାଙ୍କ ବିବାହରେ ଧୁମ୍‌ ନାଚିଲେ ଅଧିନାୟକ ରୋହିତ ଶର୍ମା, ଭିଡିଓ ଦେଖି ପ୍ରଶଂସକ ଚକିତ

ନୂଆଦିଲ୍ଲୀ,୧୭।୩: ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମାଙ୍କୁ ଶାନ୍ତ ଖେଳାଳି ଭାବେ ବିବେଚନା କରାାଏ। କାରଣ ଦଳର କୌଣସି ମଜାମସ୍ତି କଥା ଉଠେ ସେ ଏକ...

କରୋନା ସହାୟତା: ଟିଟି ତାରକା ସାଥିୟାନ ଦେଲେ ୧.୨୫ ଲକ୍ଷ ଟଙ୍କା

ଚେନ୍ନାଇ,୩୦।୩(ପି.ଟି.)- କୋଭିଡ-୧୯ ମୁକାବିଲା ପାଇଁ ଭାରତୀୟ ଅଭିଜ୍ଞ ଟେବୁଲ ଟେନିସ୍‌ ତାରକା ଜି. ସାଥିୟାନ ଏକ ଲକ୍ଷ ୨୫ ହଜାର ଟଙ୍କା ଦାନ କରିଛନ୍ତି। ଚେନ୍ନାଇ...

ଏବେ ଦେଶ ପାଇଁ ଖେଳିବେ ତେଜରାତି ଦୋକାନୀଙ୍କ ପୁଅ; ଅର୍ଥାଭାବ ସତ୍ତ୍ୱେ ବାପାଙ୍କ ସ୍ବପ୍ନକୁ ପୂରଣ କଲେ…

ଲକ୍ଷ୍ନୌ,୨୧।୧୨: ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ କୋଟଗାଓଁର ଏକ ଛୋଟ ତେଜରାତି ଦେକାନ ରବିବାରଠାରୁ ଚର୍ଚ୍ଚାରେ ରହିଛି। ଏହା ପଛରେ କାରଣଟି ହେଲା ଉକ୍ତ ଦୋକାନର ମାଲିକ...

ମହିଳା ହକି ସିରିଜ୍‌: ବୃହତ୍‌ ବିଜୟ ସହ ଭାରତୀୟ ଦଳର ଅଭିଯାନ ଆରମ୍ଭ

ଅକ୍‌ଲାଣ୍ଡ,୨୫।୧(ପି.ଟି.)- ଅଧିନାୟିକା ରାଣୀ ରାମ୍‌ପାଲଙ୍କ ଡବଲ ଗୋଲ ବଳରେ ଭାରତୀୟ ମହିଳା ହକି ଦଳ ୪-୦ ଗୋଲର ବୃହତ୍‌ ବିଜୟ ସହ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ରେ...

ଜାହିରଙ୍କୁ ପଦ୍ମଶ୍ରୀ ସମ୍ମାନ

ନୂଆଦିଲ୍ଲୀ,୨୬।୧- ପୂର୍ବତନ ଭାରତୀୟ ପେସର ଜାହିର ଖାଁଙ୍କୁ ରବିବାର ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀରେ ଭୂଷିତ କରାଯାଇଛି। ୨୦୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର...

ସେମିଫାଇନାଲରେ ମୁକ୍ତେଶ୍ୱର

ଭୁବନେଶ୍ୱର,୨୯ା୩(ସ୍ପୋଟର୍‌ସ ବ୍ୟୁରୋ): ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ପଞ୍ଚମ ରାମେଶ୍ୱର କପ୍‌ ତଥା କମଳା ପରିଡ଼ା ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଛି...

ମାର୍ଶ ବାଦ୍‌, ଅଷ୍ଟ୍ରେଲିଆ ଦଳରେ ହାଣ୍ଡସ୍କମ୍ବ

ଲିଡ୍ସ, ୫।୭- ଟପ୍‌ ଅର୍ଡର ବାମହାତୀ ବ୍ୟାଟ୍ସମ୍ୟାନ ଶନ ମାର୍ଶ ଆହତ ସମସ୍ୟା ଯୋଗୁ ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଦଳରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ପିଟର...

ସ୍ତ୍ରୀଙ୍କଠାରୁ ବି ଏହି ଖେଳାଳିଙ୍କ ‘କିସ୍‌’ ମୋତେ ଖାସ୍‌ ଲାଗିଲା: ବେନ ଷ୍ଟୋକ୍ସ

ଲିଡ୍ସ, ୨୫ା୮:ତୃତୀୟ ଆଶେସ କ୍ରିକେଟ ଟେଷ୍ଟ ମ୍ୟାଚରେ ବେନ ଷ୍ଟୋକ୍ସଙ୍କ ଲଢୁଆ ଅପରାଜିତ ଶତକ (୧୩୫*) ଯୋଗୁ ଇଂଲଣ୍ଡ ୧ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।...

Advertisement
Archives

Model This Week