ଟି-ଶାର୍ଟକୁ ନେଇ ଚର୍ଚ୍ଚାରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ବ୍ୟସ୍ତ ଷ୍ଟାର୍‌ ଭାବେ ସୁପର୍‌ଷ୍ଟାର୍‌ ଅକ୍ଷୟ କୁମାର ପରିଚିତ। ତାଙ୍କର ଗୋଟିଏ ପରେ ଗୋଟିଏ ଫିଲ୍ମ ରିଲିଜ୍‌ ହେଉଥିବାବେଳେ ଏଥିପାଇଁ ସେ ଲଗାତର ଶୁଟିଂରେ ବ୍ୟସ୍ତ ମଧ୍ୟ ରୁହନ୍ତି। ଏକାସମୟରେ ସେ ୨-୩ଟି ଫିଲ୍ମ ଶୁଟିଂ କରିଥାନ୍ତି। ଏହି କାରଣରୁ ଅକ୍ଷୟ ହେଉଛନ୍ତି ବଲିଉଡ୍‌ର ଏକମାତ୍ର ଷ୍ଟାର୍‌, ଯାହାଙ୍କର ବର୍ଷରେ ୩-୪ ଫିଲ୍ମ ରିଲିଜ୍‌ ହୋଇଥାଏ। ନିକଟରେ ଅକ୍ଷୟଙ୍କ ଫିଲ୍ମ ‘ହାଉସ୍‌ଫୁଲ-୪’ ରିଲିଜ୍‌ ହୋଇସାରିଥିବାବେଳେ ଆଗକୁ ‘ଗୁଡ୍‌ ନ୍ୟୁଜ୍‌’ ରିଲିଜ୍‌ ହେବ। ଆସନ୍ତା ଡିସେମ୍ବରରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମ ପାଇଁ ଅକ୍ଷୟ କୁମାର ବେଶ୍‌ ଉତ୍ସାହିତ ଅଛନ୍ତି। ଫିଲ୍ମର ଟ୍ରେଲର ଦେଖିବା ପରେ ହୁଏତ ଅକ୍ଷୟଙ୍କଠାରୁ ମଧ୍ୟ ଅଧିକ ଉତ୍ସାହିତ ଅଛନ୍ତି ତାଙ୍କ ଫ୍ୟାନ୍‌ମାନେ। ଆଉ ଏଥିପାଇଁ ଫିଲ୍ମର ଟ୍ରେଲର୍‌ ଦେଖି ଫ୍ୟାନ୍‌ମାନେ ଅକ୍ଷୟଙ୍କୁ ନେଇ କିଛି ଏମିତି ବିଷୟ ନୋଟିସ୍‌ କଲେ, ଯାହାକୁ ନେଇ ସେ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଅକ୍ଷୟଙ୍କ ଫିଲ୍ମ ‘ହାଉସ୍‌ଫୁଲ-୪’ ଏବଂ ‘ଗୁଡ୍‌ ନ୍ୟୁଜ୍‌’ ଭିତରେ ଫ୍ୟାନ୍‌ମାନେ କନେକ୍ସନ୍‌ ଖୋଜି ବାହାର କରିଛନ୍ତି।
ସୋସିଆଲ୍‌ ମିଡିଆରେ ଅକ୍ଷୟଙ୍କ ଏକ ଫଟୋ ଭାଇରାଲ୍‌ ହେଉଛି, ଯେଉଁଥିରେ ଅକ୍ଷୟ ଏକ ହୁଡି ଟି-ଶାର୍ଟ ପିନ୍ଧିିଥିବା ଦେଖିବାକୁ ମିଳିଛି। ତେବେ ସବୁଠାରୁ କୌତୁହଳ କଥା ହେଲା, ଏହି ହୁଡି ସେ ‘ଗୁଡ୍‌ ନ୍ୟୁଜ୍‌’ରେ ପିନ୍ଧିଛନ୍ତି ଆଉ ‘ହାଉସ୍‌ଫୁଲ-୪’ରେ ମଧ୍ୟ ପିନ୍ଧିଥିଲେ। ଏହାର ଅର୍ଥ ହେଲା, ଦୁଇଟିଯାକ ଫିଲ୍ମରେ ସେ ସମାନ ହୁଡି ପିନ୍ଧିଛନ୍ତି। ଅକ୍ଷୟ ଏତେ ବ୍ୟସ୍ତ ରୁହନ୍ତି ଯେ, ଲାଗୁଛି ଦୁଇଟି ଫିଲ୍ମର କିଛି ସିନ୍‌ ଗୋଟିଏ ଦିନରେ ହିଁ ଶୁଟ୍‌ କରିଥିବେ। ଏବେ ଅକ୍ଷୟ ଏହା ଜାଣିଶୁଣି କରିଛନ୍ତି ବା ଅଜାଣତରେ ସେ କଥା ତ ଜଣାନାହିଁ, କିନ୍ତୁ ଏହା ସତ ଯେ ତାଙ୍କ ଫ୍ୟାନ୍‌ମାନେ ଏହି ମଜାଦାର ବିଷୟକୁ ନୋଟିସ୍‌ କରିଛନ୍ତି ଆଉ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ମଧ୍ୟ କରୁଛନ୍ତି।
ଅନ୍ୟପକ୍ଷରେ ‘ଗୁଡ୍‌ ନୁ୍ୟୁଜ୍‌’ ବ୍ୟତୀତ ଅକ୍ଷୟ ‘ବଚ୍ଚନ ପାଣ୍ଡେ’, ‘ଲକ୍ଷ୍ମୀ ବମ୍ବ୍‌’, ‘ସୂର୍ୟବଂଶୀ’, ‘ବେଲ୍‌ ବଟମ୍‌’ ଏବଂ ‘ପୃଥ୍ବୀରାଜ୍‌’ ବାୟୋପିକ୍‌ ଫିଲ୍ମରେ ମଧ୍ୟ ନଜରକୁ ଆସିବେ। କେବଳ ‘ବେଲ୍‌ ବଟମ୍‌’ ଫିଲ୍ମ ଛଡ଼ା ବାକି ସବୁ ଫିଲ୍ମ ୨୦୨୦ରେ ହିଁ ରିଲିଜ୍‌ ହେବାକୁ ଘୋଷଣା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୁଟ ଟଙ୍କାରେ ମଉଜମସ୍ତି, ୨ ଗିରଫ

ପରଜଙ୍ଗ, ୨୫।୭ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ବିଭିନ୍ନ ଚୋରି, ଲୁଟ୍‌, ଡକାୟତି…

ଦିଗପହଣ୍ଡି ରେ ସନ୍ଥ ଅରକ୍ଷିତ ଦାସଙ୍କ ଜନ୍ମୋତ୍ସବ:  ପ୍ରତିମୂର୍ତ୍ତୀରେ …

ଦିଗପହଣ୍ଡି,୨୫|୭ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରେ ମହାପୁରୁଷ ସନ୍ଥ ଅରକ୍ଷିତ ଦାସ ଙ୍କ ପବିତ୍ର ଜନ୍ମତ୍ସୋବ ଶନିବାର ପାଳିତ ହୋଇଯାଇଛି। ଦିଗପହଣ୍ଡି ସହର…

ଅନାସ୍ଥା ଆସିବା ପରେ ମୁହଁ ଖୋଲିଲେ ଚାମେଲି, କହିଲେ ମୋ’ ବିରୋଧରେ…

ମହାକାଳପଡ଼ା,୨୫ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ନାଁରେ ୨୨ରୁ ୨୧ ଜଣ ଓ୍ବାର୍ଡ ସଭ୍ୟା/ସଭ୍ୟ ଅନାସ୍ଥା ଆଣିଛନ୍ତି।…

ମୋଦି ସରକାରଙ୍କୁ ପୁଣି ଟାର୍ଗେଟ୍‌ କଲେ ରାହୁଲ: କହିଲେ, ୩ ଦାବି ପୂରଣ କର

ନୂଆଦିଲ୍ଲୀ,୨୫।୭: କଂଗ୍ରେସ ଏମ୍‌ପି ଏବଂ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ NEET ପେପର ଲିକ ଏବଂ ପରୀକ୍ଷା…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ମୋଦିଙ୍କ ସହ ମନ୍ତ୍ରୀଙ୍କ ନକଲି AI ଭିଡିଓ ଭାଇରାଲ; ପାକିସ୍ତାନୀ ହ୍ୟାଣ୍ଡେଲରଙ୍କ ଉପରେ ଷଡ଼ଯନ୍ତ୍ରର ଅଭିଯୋଗ

ନୂଆଦିଲ୍ଲୀ,୨୫।୭: ପ୍ରେସ ଇନଫର୍ମେସନ ବ୍ୟୁରୋ (PIB) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ମନ୍ତ୍ରୀ ପୀୟୁଷ ଗୋୟଲଙ୍କ ନକଲି, AI-ଜେନେରେଟେଡ ଭିଡିଓଗୁଡ଼ିକର ପର୍ଦ୍ଦାଫାସ କରିଛି। PIBର ଫ୍ୟାକ୍ଟ…

କାଇଁଚପୁର ପଞ୍ଚାୟତକୁ ଗଡୁନି ମୁଖ୍ୟମନ୍ତ୍ରୀ ବସ୍, ବିଡ଼ିଓ କହିଲେ….

ଗଞ୍ଜାମ,୨୫ା୭(ବିଦ୍ୟାଧର ସାହୁ ): ପନ୍ଦର ପଞ୍ଚାୟତକୁ ନେଇ ଗଠିତ ହୋଇଛି ଗଞ୍ଜାମ ବ୍ଲକ । ପଞ୍ଚାୟତବାସୀ କିଭଳି ସରକାରଙ୍କ ବିଭିନ୍ନ ସେବା ପାଇ ପାରିବେ ସେଥିପାଇଁ ପ୍ରଶାସନ…

CJP Protest : ଅସୁସ୍ଥ ହୋଇ ପଡିଲେ ଅଭିଜିତ ଦୀପକେ

ନୂଆଦିଲ୍ଲୀ,୨୫।୭: NEET ପେପର ଲିକ ନେଇ ‘କକ୍ରୋଚ ଜନତା ପାର୍ଟି’ (CJP) ତାର ଆନ୍ଦୋଳନ ଜାରି ରଖିଛି। CJP ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri