ଟିକାକରଣରେ ଜାତୀୟ ହାରଠୁ ଓଡ଼ିଶା ଆଗରେ

ଭୁବନେଶ୍ୱର, ୧୭।୧୧(ବ୍ୟୁରୋ):କୋଭିଡ୍‌ ପରିଚାଳନା କ୍ଷେତ୍ରରେ ବିଶ୍ୱ ସ୍ତରରେ ପ୍ରଶଂସା ପାଇଥିବା ଓଡ଼ିଶା ପୁଣି ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। କୋଭିଡ୍‌ ଟିକାକରଣରେ ଜାତୀୟ ହାରଠାରୁ ରାଜ୍ୟ ହାର ଅଧିକ ରହିଛି। ଜାତୀୟ ହାର ୭୯.୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ୮୨.୪ ପ୍ରତିଶତ ଟିକାକରଣ ହୋଇଛି। ମଙ୍ଗଳବାର ରାଜ୍ୟର ଟିକାକରଣକୁ ନେଇ ହୋଇଥିବା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହି ସୂଚନା ମିଳିଛି।
ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ, ଟିକାକରଣକୁ ଅଧିକ ବ୍ୟାପକ କରି ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ରହିବା ଏକାନ୍ତ ଆବଶ୍ୟକ। କୋଭିଡ୍‌ ଟିକାକରଣରେ ଓଡ଼ିଶା ଏକ ଆଗୁଆ ରାଜ୍ୟ ଭାବେ ଅଭିଯାନ ଜାରି ରଖିଛି। ଜାତୀୟ ଟିକାକରଣ ହାର ତୁଳନାରେ ଓଡ଼ିଶା ଆଗରେ ଅଛି। ଜିଲାୱାରି ସ୍ଥିତିର ସମୀକ୍ଷା କରି ପଞ୍ଚାୟତ ଓ ଗ୍ରାମସ୍ତରରେ ଟିକାକରଣକୁ ଅଧିକ ସଘନ ଓ ତ୍ୱରାନ୍ବିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସବୁ ଜିଲାପାଳମାନଙ୍କୁ ପରାମର୍ଶ ଦେଇଛନ୍ତି। ଡିସେମ୍ବର ଶେଷ ସୁଦ୍ଧା ପ୍ରଥମ ଡୋଜ୍‌ ଟିକାକରଣକୁ ଶତ ପ୍ରତିଶତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କହିଲେ, ଚଳିତ ମାସ ୧୩ ତାରିଖ ସୁଦ୍ଧା ଓଡ଼ିଶାରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ୪.୦୩ କୋଟିରୁ ଅଧିକ ଲୋକ ଟିକା ନେଇଛନ୍ତି। ସେଥିମଧ୍ୟରୁ ୨,୬୮,୦୪,୭୫୫ ଜଣଙ୍କୁ ପ୍ରଥମ ଡୋଜ୍‌ ଓ ୧,୩୪,୯୬,୦୫୯ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦିଆଯାଇଛି। ଏହି ବର୍ଗରେ ଟିକାକରଣ ହାର ରାଜ୍ୟରେ ୮୨.୪% ରହିଥିବାବେଳେ ଜାତୀୟସ୍ତରରେ ୭୯.୮% ରହିଛି। ସେହିପରି ଏହି ସମୟ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ଟିକାକରଣ ଜାତୀୟସ୍ତରରେ ୩୮.୪% ଥିବାବେଳେ ରାଜ୍ୟରେ ୪୧.୫%ରେ ପହଞ୍ଚତ୍ଥିଲା। ନଭେମ୍ବର ଶେଷ ସୁଦ୍ଧା ସବୁ ଜିଲାରେ ଟିକାକରଣକୁ ଅତି କମ୍‌ରେ ୯୦% ରେ ପହଞ୍ଚାଇବା ପାଇଁ ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଟିକା ଅପଚୟ ବିଯୁକ୍ତ ୫.୩ ପ୍ରତିଶତ ରହିଛି। ଏହା ଫଳରେ ପ୍ରାୟ ୨୦ ଲକ୍ଷ ଡୋଜ୍‌ ଟିକା ନଷ୍ଟ ହେବାରୁ ରକ୍ଷା କରାଯିବା ସହ ଅଧିକ ଲୋକଙ୍କୁ ଟିକା ଦିଆଯାଇପାରିଛି। ଭିଡିଓ କନଫରେନ୍ସିଂରେ ଯୋଗଦେଇ ସବୁ ଜିଲାପାଳମାନେ ଟିକାକରଣ ସମ୍ବନ୍ଧିତ ବର୍ତ୍ତମାନର ସ୍ଥିତି ଏବଂ ବାଦ୍‌ ରହିଥିବା ୧୮ ବର୍ଷରୁ ଊର୍ଦ୍ଧ୍ୱ ନାଗରିକଙ୍କ ଟିକାକରଣ ନିମନ୍ତେ କାର୍ଯ୍ୟ ଯୋଜନା ବିଷୟରେ ବୈଠକରେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତିରେ ନନ୍ଦିନୀ

ନନ୍ଦିନୀ ଶତପଥୀ, କେବଳ ଓଡ଼ିଶା ନୁହେଁ ଭାରତୀୟ ରାଜନୀତିର ଜଣେ ଅପ୍ରତିଦ୍ୱନ୍ଦ୍ୱୀ ଜନନାୟିକା। ଯାହାଙ୍କ ଅବଦାନରେ ଉଭୟ ରାଜନୀତି ଏବଂ ସାହିତ୍ୟ ବିଭିନ୍ନ ଭାବେ ପରିପୁଷ୍ଟ।...

ରାଜ୍ୟର ୧୪ ସହରରେ କମିଛି ପ୍ରଦୂଷଣ: ଭୁବନେଶ୍ୱର, ବ୍ରହ୍ମପୁରରେ ସର୍ବାଧିକ ୬୦ ପ୍ରତିଶତ ହ୍ରାସ

ଭୁବନେଶ୍ୱର, ୩।୫(ବ୍ୟୁରୋ): ଲକ୍‌ଡାଉନ୍‌ ଯୋଗୁ ଗାଡ଼ି ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଫଳରେ ରାଜ୍ୟର ୧୪ ସହରରେ ଏବେ ବାୟୁ ପ୍ରଦୂଷଣ ମାତ୍ରା କମିଛି।...

କମିଶନରେଟ ପୋଲିସ ସହ ବସ୍‌ ମାଲିକଙ୍କ ବୈଠକ: ଓଭରବ୍ରିଜ ଉପରେ ହିଁ ଯିବ ଦୂରଗାମୀ ବସ୍‌

ଭୁବନେଶ୍ୱର,୨୮।୯(ବ୍ୟୁରୋ): ରାଜଧାନୀରେ ଟ୍ରାଫିକ ସମସ୍ୟା ଦୂର କରିବାକୁ ଦୂରଗାମୀ ବସ୍‌କୁ ଓଭରବ୍ରିଜ୍‌ ତଳେ ନ ଯିବାକୁ ପୋଲିସ କମିଶନର ନିର୍ଦ୍ଦେଶ ରହିଥିଲା। ଯେଉଁମାନେ ନିୟମ ଭାଙ୍ଗି...

ବସ୍‌ ଷ୍ଟାଣ୍ଡରେ ସ୍ଥାପନ ହେବ କ୍ୟାମ୍ପ ଅଫିସ

ଭୁବନେଶ୍ୱର,୧୮।୩(ବ୍ୟୁରୋ): କରୋନା(କୋଭିଡ-୧୯)ଭୂତାଣୁକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ। ପରିସ୍ଥିତି ଯେପରି ଅଣାୟତ୍ତ ନ ହେବ ସେନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ...

ସବୁଠି ସମାନ ସମସ୍ୟା

ଢେଙ୍କାନାଳ ଅଫିସ, ୧୧ା୩ ଆସନ୍ତା ୨୪ରେ ବହୁ ପ୍ରତୀକ୍ଷିତ ପୌର ନିର୍ବାଚନ। ଏଥିଲାଗି ସରିଛି ନାମାଙ୍କନ ପ୍ରକ୍ରିୟା। ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ପରେ ୧୪ ତାରିଖରେ ଚୂଡ଼ାନ୍ତ...

ବିଲୀନ ହେବ ବୌଦ୍ଧସ୍ତୂପ ପାରାଭାଡ଼ି

ଚଣ୍ଡିଖୋଲ, ୨୨।୧୦:ମାନବ ସଭ୍ୟତାକୁ ଶାନ୍ତିର ବାର୍ତ୍ତା ଦେଇଛି ବୈଦ୍ଧ ଧର୍ମ। ପ୍ରାଚୀନ ବୌଦ୍ଧ କୀର୍ତ୍ତିରାଜି ପାଇଁ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ହାସଲ କରିଛି ସ୍ବତନ୍ତ୍ର...

ଅନିଲ ଜେନା ହତ୍ୟା ମାମଲା: ହତ୍ୟାକାରୀଙ୍କୁ ଖୋଜୁ ଖୋଜୁ ଧରାପଡ଼ିଲେ ଖଣି ମାଫିଆ

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଫେରାର ହତ୍ୟାକାରୀଙ୍କୁ ଖୋଜୁ ଖୋଜୁ ଧରାପଡିଲେ ଜଣେ ଖଣି ମାଫିଆ। ସେ ହେଲେ ଖୋର୍ଦ୍ଧା କୁମାରବସ୍ତ...

ନାଲ୍‌କୋ କଲୋନୀ ସମ୍ମୁଖରୁ ଜବରଦଖଲ ଉଚ୍ଛେଦ: ଥଇଥାନ ନ ହେଲେ ଆତ୍ମହତ୍ୟା ଚେତାବନୀ

ଭୁବନେଶ୍ୱର,୧୭।୧୦(ବ୍ୟୁରୋ): ମିଳିତ ଏନ୍‌ଫୋର୍ସମେଣ୍ଟ ଟିମ ପକ୍ଷରୁ ନାଲ୍‌କୋ କଲୋନୀ ସମ୍ମୁଖରେ ବୁଧବାର ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା। କିନ୍ତୁ ସେଠାକାର ବ୍ୟବସାୟୀମାନେ ପୂର୍ବରୁ କରାଯାଇଥିବା ଥଇଥାନକୁ ପୁଣି...

Advertisement
Archives

Model This Week