ଟାଇଗରଙ୍କ କୁନି ପ୍ରଶଂସକ

ବମ୍ବେ: ଜଣେ କୁନି ପ୍ରଶଂସକଙ୍କୁ ନେଇ ଚର୍ଚ୍ଚାରେ ହିରୋପନ୍ତିର ଅଭିନେତା ଟାଇଗର ଶ୍ରଫ୍‌। ପ୍ରଶଂସକ ହେଉଛନ୍ତି ଆମେରିକାରେ ରହୁଥିବା ହିବା। ବୟସ ଏବେ ତାଙ୍କୁ ପାଞ୍ଚ ବର୍ଷ। ହେଲେ ଟାଇଗରଙ୍କୁ ବହୁତ ଭଲ ପାଆନ୍ତି ସେ। ହିବାଙ୍କ ମା’ ଟାଇଗରଙ୍କ ଉଦ୍ଦେଶ୍ୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ, ଯାହାକୁ ଟାଇଗର ନିଜ ଆକାଉଣ୍ଟରେ ରିଟୁଇଟ୍‌ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି। ଟାଇଗର କହିଛନ୍ତି, ଏବେ ପର୍ଯ୍ୟନ୍ତ ସେ ଦେଖିଥିବା ଭିଡିଓ ଭିତରେ ଏହା ସବୁଠାରୁ ଶ୍ରେଷ୍ଠ। ହିବାଙ୍କୁ ତାଙ୍କ ତରଫରୁ ଆଲିଙ୍ଗନ କରି ଭଲପାଇବା ଦେବେ। ଆଶା କରୁଛି ତାଙ୍କୁ ଶୀଘ୍ର ଭେଟିବି।

 

ନବାଗତ ଭାବେ ବଲିଉଡ୍‌ରେ ପ୍ରବେଶ କରିବାର ପାଞ୍ଚ ବର୍ଷ ମଧ୍ୟରେ ନିଜ ସ୍ଥାନ ଜମାଇ ସାରିଲେଣି ଟାଇଗର। ଫିଲ୍ମ ‘ହିରୋପନ୍ତି’ ଜରିଆରେ ସେ ନିଜର ଡେବ୍ୟୁ କରିଥିଲେ। ଫିଲ୍ମଟି ସେତେଟା ସଫଳ ହୋଇ ନ ଥିଲେ ହେଁ ତାଙ୍କର ଅଭିନୟକୁ ବେଶ ପସନ୍ଦ କରାଯାଇଥିଲା। ଫିଲ୍ମରେ ଟାଇଗରଙ୍କ ନୃତ୍ୟ ଓ ଆକ୍ସନ ଏକ ଭିନ୍ନ ଛାପ ଛାଡ଼ିଥିଲା। ଏହା ପରଠାରୁ ସେ ଅନେକ ହିଟ୍‌ ଫିଲ୍ମରେ କାମ କଲେଣି। ନିକଟରେ ଟାଇଗର-ହ୍ରିତିକ୍‌ଙ୍କ ଯୋଡ଼ି ‘ଓ୍ବାର’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ଆଗାମୀ ଦିନରେ ସେ ଫିଲ୍ମ ‘ବାଗି-୩’ରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ମନେ ପକାନ୍ତି ତାପସୀ

ତାପସୀ ପାନ୍ନୁ ଏବେ ତାଙ୍କ ବଲିଉଡ୍‌ କ୍ୟାରିୟରର ପୁରୁଣା ଦିନକୁ ମନେ ପକାଉଛନ୍ତି। ହିନ୍ଦୀ ସିନେମାରେ ଅଭିନୟ କରିବା ପୂର୍ବରୁ ସେ ତାମିଲ ଏବଂ ତେଲୁଗୁ...

ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ପୁଣି ଦୀପିକା ମା’ ହେବାକୁ ଯାଉଥିବା ନେଇ ଚର୍ଚ୍ଚା। ଚଳିତ ବର୍ଷ ଆଇଫା ଆଓ୍ବାର୍ଡସ୍‌ରେ ଦୀପିକା ପର୍ପଲ(ବାଇଗେଣୀ) ରଙ୍ଗର ଏକ ଗାଉନ୍‌ ପିନ୍ଧିଥିଲେ। ନିଜ...

ଏମ୍‌ଏସ୍‌ ବିଟ୍ଟାଙ୍କ ବାୟୋପିକ୍‌ରେ ଅକ୍ଷୟ

ମୁମ୍ବାଇ:୨୦୧୯ ଡିସେମ୍ବରରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗୁଡ୍‌ ନ୍ୟୁଜ୍‌’ ସୁପରହିଟ ହେବା ପରେ ଖିଲାଡି ବୟ ଅକ୍ଷୟ କୁମାର ନିଜର ଆଗାମୀ ପ୍ରୋଜେକ୍ଟ ‘ସୂର୍ଯ୍ୟବଂଶୀ’ ପାଇଁ...

କ୍ୟାନସ୍‌ର ଫ୍ରି ହେବା ପରେ ନୂଆ ଥେରାପିର ଏକ ଭିଡିଓ ଶେୟାର କଲେ ସୋନାଲି

ମୁମ୍ବାଇ,୧୧।୬: ୨୦୧୮ରେ ବଲିଉଡ୍‌ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସ୍‌ର ରୋଗରେ ପୀଡ଼ିତ ହେବା ପରେ ଚିକିତ୍ସା ପାଇଁ ଆମେରିକାକୁ ଚାଲିଯାଇଥିଲେ। ସେଠାରେ ରହି ତାଙ୍କର ପୁରା...

‘ମିଶନ ମଙ୍ଗଲ’ରେ ନିଥ୍ୟା ମେନନଙ୍କ ପଦାର୍ପଣ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନିଥ୍ୟା ମେନନ୍‌ ‘ମିଶନ ମଙ୍ଗଲ’ରେ ଅଭିନୟ କରି ବେଶ୍‌ ଖୁସି ଅନୁଭବ କରିଛନ୍ତି। ଏହି ଫିଲ୍ମରେ ଡେବ୍ୟୁ କରି ସେ...

‘ବିଗ୍‌ବସ୍‌’ରେ ଯୋଗ ଶିଖାଇବେ ଶିଳ୍ପା

ବମ୍ବେ: ବିଗ୍‌ବସ୍‌ ଘରେ ଶିଳ୍ପା ସେଟ୍ଟୀ। ପ୍ରତିଯୋଗୀମାନଙ୍କୁ ଯୋଗ ଶିଖାଇବା ସହ ତାଙ୍କ ସ୍ମୃତିକୁ ତାଜା କରିବେ। ଏଭଳି କିଛି ଦୃଶ୍ୟ ବିଗ୍‌ବସ୍‌ର ଆଗାମୀ ଏପିସୋଡ୍‌ରେ...

ଭାଇରାଲ ହେଉଛି ଦିଶାଙ୍କ ବୋଲ୍ଡ ଲୁକ୍‌

ବମ୍ବେ: ଅଭିନୟ ସାଙ୍ଗକୁ ନିଜର ଗ୍ଲାମରସ୍‌ ଲୁକ୍‌କୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ବଲିଉଡ୍‌ ଅଭିନେତ୍ରୀ ଦିଶା ପଟାନୀ। ସେଥିପାଇଁ ତ ପ୍ରଶଂସକଙ୍କ ଉଦ୍ଦେଶ୍ୟରେ...

କେବଳ ବଲିଉଡ୍‌ ନୁହେଁ, ହଲିଉଡ୍‌ରେ ବି ସୁପରହିଟ୍‌ ଏହି ଅଭିନେତ୍ରୀ

ମୁମ୍ବାଇ: କିଛି ଅଭିନେତ୍ରୀ ଖାଲି ବଲିଉଡ୍‌ ନୁହେଁ, ହଲିଉଡ୍‌ରେ ମଧ୍ୟ ବେଶ୍‌ ଦମଦାର ଅଭିନୟ କରି ଦର୍ଶକଙ୍କ ଦୃଦୟ ଜିଣିଛନ୍ତି। ଐଶ୍ୱର୍ଯ୍ୟା ରାୟ: ନିଜର ସୌନ୍ଦର୍ଯ୍ୟ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *