Posted inଖେଳ

ସେମିଫାଇନାଲରେ ଜୋକୋଭିଚ୍‌

ପ୍ୟାରିସ, ୯।୧୦(ଏପି)-ବାମ ହାତରେ ଯନ୍ତ୍ରଣା ସତ୍ତ୍ୱେ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସ୍ଲୋ ଷ୍ଟାର୍ଟ କରିଥିବା ଏହି ଟପ୍‌ ସିଡ୍‌ ଖେଳାଳି କ୍ୱାର୍ଟର ଫାଇନାଲରେ ୧୭ତମ ସିଡ୍‌ ପାବ୍‌ଲୋ କାରେନୋ ବୁଷ୍ଟାଙ୍କୁ ୪-୬, ୬-୨, ୬-୩, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଏହା ୟୁଏସ ଓପନର ରିମ୍ୟାଚ ଥିଲା। ସେତେବେଳେ ଅଜାଣତରେ ଜଣେ ଲାଇନ୍‌ଜଜ୍‌ଙ୍କୁ ବଲ୍‌ରେ ଆଘାତ ଦେଇଥିବାରୁ ଜୋକୋଭିଚ୍‌ଙ୍କୁ ଅଧାରୁ ମ୍ୟାଚ ଛାଡ଼ିବାକୁ ପଡ଼ିଥିଲା। ତେବେ ତାହା ଏବେ ଅତୀତ ହୋଇ ଯାଇଛି। ଇତିମଧ୍ୟରେ ସେ ଖେଳିଥିବା ୧୦ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛନ୍ତି। ଏହାକୁ ମିଶାଇ ଜୋକୋଭିଚ୍‌ ୧୦ମ ଥରପାଇଁ ଫ୍ରେଞ୍ଚ୍‌ ଓପନ ସେମିରେ ପ୍ରବେଶ କରିଛନ୍ତି। ସେମିଫାଇନାଲରେ ସେ ୫ମ ସିଡ୍‌ ଷ୍ଟିଫାନୋସ ସିତ୍‌ସିପାସ୍‌ଙ୍କୁ ଭେଟିବେ। କ୍ୱାର୍ଟର ଫାଇନାଲରେ ସିତ୍‌ସିପାସ ୭-୫, ୬-୨, ୬-୩ ସେଟ୍‌ରେ ୧୩ତମ ସିଡ୍‌ ଆନ୍ଦ୍ରେ ରୁବଲେଭ୍‌ଙ୍କୁ ପରାସ୍ତ କରିଥିଲେ। ସତ୍‌ସିପାସଙ୍କ ପାଇଁ ଏହା ପ୍ରଥମ ଫ୍ରେଞ୍ଚ୍‌ ଓପନ ସେମିଫାଇନାଲ ପ୍ରବେଶ। ଅନ୍ୟ ସେମିରେ ରାଫାଲ ନାଡାଲ ଓ ଡିଏଗୋ ସ୍କ୍ବାର୍ଜମ୍ୟାନଙ୍କ ମଧ୍ୟରେ ମୁକାବିଲା ହେବ। ସ୍କ୍ବାର୍ଜମ୍ୟାନ ପୂର୍ବରୁ କେବେହେଲେ ବଡ଼ ପ୍ରତିଯୋଗିତାର ସେମିଫାଇନାଲ ଖେଳିବା ଅଭିଜ୍ଞତା ରଖି ନ ଥିବାବେଳେ ନାଡାଲ କ୍ୟାରିୟରର ୧୩ତମ ଫ୍ରେଞ୍ଚ୍‌ ଓପନ ଟାଇଟଲ ଜିତିବା ଲକ୍ଷ୍ୟରେ ଅଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓଡ଼ିଶା ବାଳିକା ଦଳକୁ ରୌପ୍ୟ

ଭୁବନେଶ୍ୱର, ୩୧ା୧୨(କ୍ରୀଡ଼ା ପ୍ରତିନିଧି): ପଶ୍ଚିମବଙ୍ଗରେ ଅନୁଷ୍ଠିତ ୪୧ତମ ଜାତୀୟ ଜୁନିୟର ଖୋ ଖୋ ପ୍ରତିଯୋଗିତାରେ ଓଡ଼ିଶା ବାଳିକା ଦଳ ରୌପ୍ୟ ପଦକ ହାସଲ କରିଛି। ଦୀର୍ଘବର୍ଷ...

କୋହଲିଙ୍କ ଖରାପ ଫର୍ମକୁ ନେଇ ଜବାବ ରଖିଲେ ଗାଙ୍ଗୁଲି

ଲଣ୍ଡନ,୧୪।୭: ଗତ କିଛି ବର୍ଷ ହେଲା ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ଖରାପ ଫର୍ମରେ ଅଛନ୍ତି। ଗତ ଅଢେଇ ବର୍ଷ ମଧ୍ୟରେ ସେ ଅନ୍ତର୍ଜାତୀୟ...

ଏବେ ସନ୍ନ୍ୟାସ ନେଉ ନାହିଁ: ଗେଲ୍‌

ନୂଆଦିଲ୍ଲୀ,୧୫।୮: ଓ୍ବେଷ୍ଟଇଣ୍ଡିଜ ଦଳର ବିସ୍ଫୋରକ ଓପନର କ୍ରିସ୍‌ ଗେଲ୍‌ ଭାରତ ବିପକ୍ଷ ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ୩୦୧ ନଂ ଥିବ ସ୍ବତନ୍ତ୍ର ଜର୍ସି ପରିଧାନ କରିଥିଲେ।...

ପ୍ରଥମ ଭାରତୀୟ ପଙ୍ଘାଲ

ଇକାଟେରିନବର୍ଗ(ରୁଷିଆ),୨୦।୯(ପିଟି): ଏସିଆନ ଚାମ୍ପିୟନ ଅମିତ ପଙ୍ଘାଲ (୫୨ କେଜି) ଶୁକ୍ରବାର ପ୍ରଥମ ଭାରତୀୟ ବକ୍ସର ଭାବେ ବିଶ୍ୱ ପୁରୁଷ ବକ୍ସିଂ ଚାମ୍ପିୟନଶିପ ଫାଇନାଲରେ ପ୍ରବେଶ କରିଛନ୍ତି।...

ପୁଷ୍ପା ଷ୍ଟାଇଲ୍‌ରେ ଖୁସି ମନାଇଲେ ବ୍ରାଭୋ, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨୭।୧: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ତାରକା ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ରୋଜଗାରରେ ନୂଆ ରେକର୍ଡ କରିଛି। ଚଳଚ୍ଚିତ୍ରରେ ଅଭିନୟ ଏବଂ ନୃତ୍ୟ ଶୈଳୀକୁ ବେଶ...

ଶିଖର ଧାଓ୍ବନଙ୍କୁ ଶକ୍ତ ଚାପୁଡା ମାରିଲେ ବାପା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୬।୧: ଭାରତୀୟ ଦଳର ଷ୍ଟାର୍‌ ଓପନର୍‌ ଶିଖର ଧାୱନ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ଫଟୋ-ଭିଡିଓ ଶେୟାର୍‌ କରନ୍ତି। ପ୍ରଶଂସକମାନେ ମଧ୍ୟ ଏହାକୁ...

ପେରେଜଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ୍‌ ଟାଇଟଲ

ସାଖୀର (ବାହାରିନ୍‌),୮ା୧୨- ରବିବାର ଅନୁଷ୍ଠିତ ସାଖୀର ଗ୍ରାଁପ୍ରିରେ ରେସିଂ ପଏଣ୍ଟର ସର୍ଗିଓ ପେରେଜ ତାଙ୍କର ପ୍ରଥମ ଫର୍ମୁଲା ଓ୍ବାନ୍‌ ବିଜୟ ହାସଲ କରିଛନ୍ତି। ଫର୍ମୁଲା ଓ୍ବାନ୍‌ରେ...

ଡିଜ୍‌ନୀ ଷ୍ଟାରକୁ ଆଇସିସି ମିଡିଆ ରାଇଟ୍‌

ଦୁବାଇ, ୨୮ା୮(ପି.ଟି.): ଭାରତୀୟ ବଜାର ପାଇଁ ୨୦୨୪ରୁ ୨୦୨୭ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ସମସ୍ତ ଇଭେଣ୍ଟଗୁଡ଼ିକର ପ୍ରସାରଣ ଅଧିକାର ହାସଲ କରିଛି ଡିଜ୍‌ନୀ...

Advertisement
Archives

Model This Week