ଟଙ୍କା ଭର୍ତ୍ତି ପର୍ସ ପାଇ ଫେରାଇଲେ ମହିଳା କନଷ୍ଟେବଳ ଲକ୍ଷ୍ମୀପ୍ରିୟା

ଭୁବନେଶ୍ୱର,୨୧।୭(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେଶନରେ ଶନିବାର ଏକ ପ୍ରଶଂସନୀୟ ଘଟଣା ଦେଖିବାକୁ ମିଳିଛି। ଟଙ୍କା ଭର୍ତ୍ତି ପର୍ସ ପାଇ ଜଣେ ଆରପିଏଫ କନ୍‌ଷ୍ଟେବଳ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫେରାଇଛନ୍ତି। ପର୍ସ ହଜାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ରାୟଗଡା ଜିଲା ଟିକିରିର ଅଶୋକ କୁମାର ବାଉରୀ। ନିଜ ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟ ସମସ୍ୟା ଲାଗି ଟଙ୍କା ନେଇ ଭୁବନେଶ୍ୱର ଡାକ୍ତରଖାନାକୁ ଆସିଥିବା ବେଳେ ପ୍ଲାଟ ଫର୍ମ ନଂ.୧ ରେ ବ୍ୟସ୍ତତା ଭିତରେ ପର୍ସଟିକୁ ହଜାଇ ଦେଇଥିଲେ। ପର୍ସ ହଜିବା ଜାଣିବା ଆଗରୁ ବ୍ୟକ୍ତି ଜଣକ ଡାକ୍ତରଖାନାରେ ପହଞ୍ଚତ୍ ସାରିଥିଲେ। ରେଳ ଷ୍ଟେଶନରେ ପର୍ସ ହଜିଥିବାରୁ ନ ମିଳିବା ଆଶାରେ ପୋଲିସରେ ଖବର ବି ଦେଇ ନ ଥିଲେ। ସୌଭାଗ୍ୟବଶତଃ ଆରପିଏଫର ସଚ୍ଚୋଟ ମହିଳା କନ୍‌ଷ୍ଟେବଳ ଲକ୍ଷ୍ମୀପ୍ରିୟା ନାୟକ ପର୍ସଟିକୁ ପାଇ ଅଶୋକଙ୍କୁ ଖବର ଦେଇଥିଲେ। ପରେ ଅଶୋକ ସନ୍ଧ୍ୟାରେ ଆରପିଏଫ ଥାନାରୁ ପର୍ସ ନେଇ ମହିଳା କନ୍‌ଷ୍ଟେବଳଙ୍କୁ ଧନ୍ୟବାଦ ଦେଇଥିଲେ। ଜରୁରୀ କାମରେ ଟଙ୍କା ନେଇ ଆସି ଷ୍ଟେଶନରେ ପର୍ସ ହଜାଇଥିବାରୁ ଫେରି ପାଇବା ଆଶା ଆଦୌ ନ ଥିଲା ବୋଲି ଅଶୋକ କହିଥିଲେ। ସୂଚନାଯୋଗ୍ୟ ପର୍ସରେ ୧୨ ହଜାର ଟଙ୍କା ସହ ପରିଚୟପତ୍ର ଓ କିଛି ଜରୁରୀ କାଗଜପତ୍ର ମଧ୍ୟ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ସାର୍ଟିଫିକେଟ୍‌ ଦେଇ କାର୍ଯ୍ୟ କରୁଛନ୍ତି କର୍ମଚାରୀ: ଯାଞ୍ଚ କରିବାକୁ ଓସେପାର ନିର୍ଦ୍ଦେଶ

ଭୁବନେଶ୍ୱର, ୨୯।୯(ବ୍ୟୁରୋ): ନକଲି ସାର୍ଟିଫିକେଟ୍‌ ଦେଇ କାର୍ଯ୍ୟ କରୁଛନ୍ତି ସରକାରୀ ଅଧିକାରୀ। ଓଡ଼ିଶା ପ୍ରାଇମେରି ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓପେପା)/ ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି(ଓସେପା)...

ବିଜେଡିର ୩ କାଉନସିଲରଙ୍କ ନାମାଙ୍କନପତ୍ର ଦାଖଲ

ଗଞ୍ଜାମ,୭ା୩(ଡି.ଏନ୍‌.ଏ.): ଆସନ୍ତା ୨୪ରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ଶେଷଦିନରେ ବିଜେଡିର ଓ୍ବାର୍ଡ ନଂ ୧୦ର ସୁଜାତା କୁମାରୀ ମହାନ୍ତି, ଓ୍ବାର୍ଡ...

ନଦୀରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଫୁଲବାଣୀ ଅଫିସ,୨୩ା୭- ଫୁଲବାଣୀ ନାରାୟଣୀ ମନ୍ଦିର ନିକଟ ସାଲୁଙ୍କି ନଦୀରେ ଭାସୁଥିବା ଜଣେ କଲେଜ ଛାତ୍ରୀଙ୍କ ମୃତଦେହକୁ ସୋମବାର ଉଦ୍ଧାର କରାଯାଇଛି ା ପାରିପାର୍ଶ୍ୱିକ ସ୍ଥିତିକୁ...

ଇସିଜି ପାଇଁ ଜୀବନ ଗଲା

କଟକ ଅଫିସ, ୧୯ା୧୧: ଏସ୍‌ସିବି ମେଡିକାଲ ଦିଲ୍ଲୀ ଏମ୍‌ସର ସମକକ୍ଷ ହେବ। ଗତ ସପ୍ତାହରେ ଏଭଳି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ଏସ୍‌ସିବି ମେଡିକାଲର ପ୍ରକୃତ...

CORONAVIRUS UPDATE: ରାଜ୍ୟରେ ୨୬,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ହୋଇଛନ୍ତି ୧୫୦୩

ଭୁବନେଶ୍ୱର,୨୭ା୭(ବ୍ୟୁରୋ): ସୋମବାର ଆଉ ୧୫୦୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୬,୮୯୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ବୁଧବାର ବନକଲାଗି: ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ,୧୧ା୨: ଶ୍ରୀମନ୍ଦିରରେ ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ପ୍ରାୟ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ୪ ଘଣ୍ଟା ଶ୍ରଦ୍ଧାଳୁ...

ଆଜି ବିଜୁବାବୁଙ୍କ ତିରୋଧାନ ଦିବସ: ନିରାଡ଼ମ୍ବରରେ ପାଳନ କରିବ ବିଜେଡି

ଭୁବନେଶ୍ୱର,୧୭।୪(ବ୍ୟୁରୋ)-ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସକୁ ବିଜୁ ଜନତା ଦଳ ନିରାଡ଼ମ୍ବର ଭାବେ ପାଳନ କରିବ । ଏ ନେଇ ବିଜେଡି ସଭାପତି...

କୋରେଇ ଟ୍ରେନ୍‌ ଦୁର୍ଘଟଣା ପରେ ୮ ଟ୍ରେନ୍‌ ବାତିଲ୍‌, ଜାରି ହେଲା ହେଲ୍ପଲାଇନ୍‌ ନମ୍ବର

ଭୁବନେଶ୍ୱର,୨୧।୧୧(ବ୍ୟୁରୋ): ଯାଜପୁର ଜିଲା କୋରେଇ ରେଳ ଷ୍ଟେଶନରେ ସୋମବାର ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇ ବିଶ୍ରାମାଗାର ଉପରେ ମାଡିଯିବାରୁ ୩ ଜଣଙ୍କର ମୃତ୍ୟୁ ଘଟିଛି।...

Advertisement
Archives

Model This Week