ଟଙ୍କା ଦେବାକୁ ଯାଇ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଫସିଲେ ପୁଅ

ସରଣ୍ଡା,୧୮ା୫(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲରାସରା ପଞ୍ଚାୟତରେ ଖୋଲା ଯାଇଥିବା କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ୧୮ ଜଣ ପ୍ରବାସୀ ଓଡ଼ିଆ କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରୁ ଫେରିଥିବା ଟୁପାପଡ଼ା ଗ୍ରାମର ଶ୍ରମିକ ଦମ୍ପତି ରହିଛନ୍ତି। ଏଠାକୁ ସାଧାରଣ ଲୋକ ଯିବାକୁ ସମ୍ପୂର୍ଣ୍ଣ ନିଷେଧାଦେଶ ରହିଥିବା ବେଳେ ମା’ବାପାଙ୍କୁ ମାଦକ ଦ୍ରବ୍ୟ, ଭାଙ୍ଗ ଓ ଗୁଡାଖୁ ସହ କିଛି ଟଙ୍କା ଦେବା ପାଇଁ ପୁଅ ଚାଷଜମି ପଟୁ ଝରକା ଖୋଲି ଦେଇଥିଲେ। ଏହି ଘଟଣା ସ୍ଥାନୀୟ ଜନସାଧାରଣ ଦେଖି ଅଭିଯୋଗ କରିବା ପରେ ଟୁପାପଡ଼ା ଗ୍ରାମବାସୀ ଉକ୍ତ ଯୁବକଙ୍କୁ ଗ୍ରାମକୁ ପଶିବାକୁ ବାରଣ କରି ଲରାସରା ସରପଞ୍ଚଙ୍କୁ ଜଣାଇଥିଲେ। ପରେ ସରପଞ୍ଚ ରଣଜିତ୍‌ ସାହୁ ଉକ୍ତ ଯୁବକଙ୍କୁ ରବିବାର ସେହି କ୍ୱାରାଣ୍ଟାଇନ୍‌ ସେଣ୍ଟରରେ ଅଲଗା ଏକ କୋଠରିରେ ରଖିଛନ୍ତି । ତେବେ ଲରାସରା ପଞ୍ଚାୟତ ହାଇସ୍କୁଲର ଏହି କ୍ୱାରାଣ୍ଟାଇନ୍‌ ସେଣ୍ଟର(ଟିଏମ୍‌ସି)ରେ ଏପରି ଅବହେଳା କିଭଳି ହେଲା ସେ ନେଇ ତଦନ୍ତ କରିବାର ଆବଶ୍ୟକତା ରହିଛି। ନଚେତ୍‌ ଆଗକୁ ଆହୁରି ସମସ୍ୟା ସୃଷ୍ଟି ହେବ ବୋଲି ସଚେତନ ନାଗରିକ ମତପ୍ରକାଶ କରିଛନ୍ତି। ଏନେଇ ସରପଞ୍ଚ ରଣଜିତ ସାହୁଙ୍କୁ ପଚାରିବାରୁ ଏଠାରେ ସୁରକ୍ଷା ବ୍ୟବସ୍ଥାକୁ ଏବେ କଡ଼ାକଡ଼ି କରାଯାଇଛି ଆଗକୁ ଏଠାକୁ ୨୦୦ ପ୍ରବାସୀ ଓଡ଼ିଆ ଆସିବାର ଅଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ବିବାହକୁ କେନ୍ଦ୍ର କରି ଆକ୍ରମଣ: ବନ୍ଧା ହେଲେ ୭ ଅଭିଯୁକ୍ତ

ଥୁଆମୂଳ ରାମପୁର,୨୯ା୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ତାରାଗାଁଠାରେ ଏକ ଦଳିତ ପରିବାର ଉପରେ ହୋଇଥିବା ଆକ୍ରମଣ ଘଟଣାରେ ପୋଲିସ ସୋମବାର ୭ ଅଭିଯୁକ୍ତଙ୍କୁ ଗିରଫ କରି…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ନେଲେ ବଡ଼ ନିଷ୍ପତ୍ତି: ଖେମୁଣ୍ଡି ଲୋକ ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରଦାର

ଦିଗପହଣ୍ଡି, ୨୯।୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ସୋମବାର ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ଏକ ପ୍ରସ୍ତୁତି…

ମା’ ମଝିଘରିଆଣୀ ମନ୍ଦିରରୁ ରେକର୍ଡ ଆୟ: ୧.୨୬ କୋଟିରୁ ଅଧିକ ଟଙ୍କା ସହ ୩୨ ଗ୍ରାମ୍‌ ମିଳିଲା ସୁନା

ରାୟଗଡ଼ା,୨୯।୬(କୈଳସ ଚନ୍ଦ୍ର ପୃଷ୍ଟି ): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରର ୯ଟି ଦାନହୁଣ୍ଡି ସୋମବାର ସକାଳେ କଡ଼ା ସୁରକ୍ଷା ମଧ୍ୟରେ ଖୋଲାଯାଇଛି। ମାଜିଷ୍ଟ୍ରେଟ୍‌,…

ମିଳିନି ଧାନ ବିକ୍ରି ଟୋକନ: ଆତ୍ମାହୁତି ଧମକ ଦେଲେ ଚାଷୀ

ବରଗଡ,୨୯।୬(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାରେ ଧାନ ବିକ୍ରିରେ ଟୋକନ ସମସ୍ୟାକୁ ନେଇ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ବରଗଡ ଜିଲା ବିଜେପୁର ବ୍ଲକ…

ସାଧାରଣ ଲେକଙ୍କୁ ବଡ଼ ଆଶ୍ୱସ୍ତି: ସରକାର କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୯।୬:ସରକାର ପେଟ୍ରୋଲ ଏବଂ ଡିଜେଲ ସମ୍ପର୍କରେ ଜନସାଧାରଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ବିକ୍ରୟ ଏବଂ ବଣ୍ଟନ ଉପରେ ଅସ୍ଥାୟୀ…

ଉଦ୍ୟୋଗୀମାନଙ୍କୁ ମାଗଣାରେ ମିଳିବ ଋଣ-ସବସିଡ଼ି: ବିକଶିତ ଓଡ଼ିଶା ପାଇଁ ଏମଏସଏମଇ…

ଦିଗପହଣ୍ଡି,୨୯।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ କବିସୂର୍ଯ୍ୟ ବଳଦେବ ରଥ କଲ୍ୟାଣ ମଣ୍ଡପ ରେ ବ୍ଲକ ପ୍ରଶାସନ ପକ୍ଷରୁ ସୋମବାର ବିକଶିତ ଓଡ଼ିଶା…

ସ୍ତ୍ରୀଙ୍କୁ ଖୋଜିଖୋଜି ଜଗତସିଂହପୁରରୁ ହାଟଡିହୀରେ ପହଞ୍ଚିଲେ ସ୍ବାମୀ: ତା’ପରେ ଯାହା ଘଟିଲା…

ହାଟଡିହୀ/ଛେନାପଦି,୨୯l୬(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା):କେନ୍ଦୁଝର ଜିଲା ହାଟଡିହୀ ଅଞ୍ଚଳରେ ସୋମବାର ଏକ ଫ୍ୟାମିଲି ଡ୍ରାମା ଦେଖିବାକୁ ମିଳିଛି l ଯାହାକି ମୁଖ୍ୟ ଆଲୋଚନାର ବିଷୟ ସାଜିଛି l ଜଗତସିଂହପୁର…

କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ଭକ୍ତିଭାବରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ଭଞ୍ଜନଗର, ୨୯।୬ (ବାବୁଲା ପ୍ରଧାନ): ଭଞ୍ଜ ରାଜବଂଶ ଦ୍ୱାରା ପ୍ରତିଷ୍ଠିତ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିକଟସ୍ଥ କୁଲାଡ଼ ଶ୍ରୀଜଗନ୍ନାଥ ମନ୍ଦିରରେ ସୋମବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ମହୋତ୍ସବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri