ଝିକରା ଜଳପ୍ରପାତ ଦେଖିଲେ ପର୍ଯ୍ୟଟନ ମନ୍ତ୍ରୀ

ବଡବିଲ/କେନ୍ଦୁଝର,୨୨।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ଯୋଡା ବ୍ଲକ ବଲାଣୀକୁ ଦୁଇ ଦିନିଆ ଗସ୍ତରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଝିକରାନାଳ ଜଳପ୍ରପାତ ସପରିବାର ପରିଦର୍ଶନ କରିଛନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପଦକ୍ଷେପ ନେବାକୁ ସେଲ କମ୍ପାନୀ ଓ ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି। ଏହି ଲୁକ୍କାୟିତ ଜଳପ୍ରପାତ ବିଷୟରେ ଖବର କିଛି ଦିନ ତଳେ ଧରିତ୍ରୀ/ଓଡ଼ିଶା ପୋଷ୍ଟରେ ପ୍ରକାଶ ପାଇଥିଲା ା ଏହି ପର୍ଯ୍ୟଟନ କେନ୍ଦ୍ରର କିପରି ଭିତ୍ତିଭୂମିର ବିକାଶ ହୋଇ ପାରିବ ସେ ନେଇ ଗସ୍ତ ବେଳେ ଅନୁଧ୍ୟାନ କରିଥିଲେ ା
ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦିନିଆ ଗସ୍ତରେ ରାଜ୍ୟ ପର୍ଯ୍ୟଟନ ଓଡିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ତାଙ୍କ ପରିବାର ଶନିବାର ଦିନ ବଲାଣୀସ୍ଥିତ ସେଲ (ଷ୍ଟିଲ ଅଥରିଟୀ ଅଫ ଇଣ୍ଡିଆ ଲିମିଟେଡ) କମ୍ପାନୀର କାରୋ ଆତିଥ୍ୟାଳୟରେ ପହଞ୍ଚିି ରାତ୍ରୀଯାପନ କରିଥିଲେ। ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍‌ ରବିବାର ଦିନ ମନ୍ତ୍ରୀ ପାଣିଗ୍ରାହୀ ସେଲ କମ୍ପାନୀର ଲିଜ ପରିସରଭୁକ୍ତ ଅଞ୍ଚଳରେ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଝିଙ୍କରାନାଳ ଜଳପ୍ରପାତକୁ ସପରିବାର ପରିଦର୍ଶନ ନିମନ୍ତେ ଯାଇଥିଲେ। ସେଠାରେ ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ଯେ, ଏହି ଜଳପ୍ରପାତ ନିକଟକୁ ଯିବା ଲାଗି କିଭଳି ପର୍ଯ୍ୟଟକ ଆକୃଷ୍ଟ ହେବେ ସେ ନେଇ ତଥ୍ୟ ସଂଗ୍ରହ କରାଯାଉଛି। ଏ ନେଇ କେନ୍ଦୁଝର ଜିଲାପାଳ ଓ ସେଲ କମ୍ପାନୀ ଜିଏମ (ଜେନେଲାର ମ୍ୟାନେଜର)ଙ୍କ ସହ ଆଲୋଚନା କରିବେ। ଆହୁରି ମଧ୍ୟ ମନ୍ତ୍ରୀ ପାଣିଗ୍ରାହୀ କହିଥିଲେ ଯେ, କେନ୍ଦୁଝର ଜିଲାରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନ ରହିଛି। ସେଥିମଧ୍ୟରୁ ଚିହ୍ନଟ ହୋଇଥିବା ପର୍ଯ୍ୟଟନସ୍ଥଳୀ ଓ ଚିହ୍ନଟ ହୋଇନଥିବା ପର୍ଯ୍ୟଟନସ୍ଥଳୀ ବିଷୟରେ ଜିଲାପାଳଙ୍କ ସହ ଶନିବାର ଆଲୋଚନା ହୋଇଛି। ତେବେ ଝିଙ୍କରାନାଳ ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିବା ସମ୍ପର୍କରେ ପଚାରିବାରୁ ଜିଲାପାଳଙ୍କ ଠାରୁ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପାଣିଗ୍ରାହୀ କହିଥିଲେ। ମନ୍ତ୍ରୀଙ୍କ ପରିବାର ସହ ସେଲ କମ୍ପାନୀ ଜିଏମ୍‌(ଜେନେରାଲ ମ୍ୟାନେଜର) ଅରୁଣ କୁମାର ମିଶ୍ର ଓ ବିଜେଡିର ସ୍ଥାନୀୟ କେତେକ କର୍ମୀମାନେ ଉପସ୍ଥିତ ରହିଥିଲେ। ସେଲ ଜିଏମ ଅରୁଣ କୁମାର ମିଶ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କମ୍ପାନୀ କାର୍ଯ୍ୟପନ୍ଥା ଆପଣେଇବ। ପରିଦର୍ଶନପରେ ମନ୍ତ୍ରୀ ବଲାଣୀର ବିଭିନ୍ନସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ସ୍କୁଲ ପରିସରରେ ବୃକ୍ଷରୋପଣ କରି ମଧ୍ୟାହ୍ନଭୋଜନ ପରେ ଭୂବନେଶ୍ୱର ଅଭିମୁଖେ ବାହାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri