ଝିକରା ଜଳପ୍ରପାତ ଦେଖିଲେ ପର୍ଯ୍ୟଟନ ମନ୍ତ୍ରୀ

ବଡବିଲ/କେନ୍ଦୁଝର,୨୨।୭(ସ୍ବ.ପ୍ର.)-କେନ୍ଦୁଝର ଜିଲା ଯୋଡା ବ୍ଲକ ବଲାଣୀକୁ ଦୁଇ ଦିନିଆ ଗସ୍ତରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଝିକରାନାଳ ଜଳପ୍ରପାତ ସପରିବାର ପରିଦର୍ଶନ କରିଛନ୍ତି। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ପଦକ୍ଷେପ ନେବାକୁ ସେଲ କମ୍ପାନୀ ଓ ଜିଲାପାଳଙ୍କ ସହ ଆଲୋଚନା କରିବେ ବୋଲି ସେ କହିଛନ୍ତି। ଏହି ଲୁକ୍କାୟିତ ଜଳପ୍ରପାତ ବିଷୟରେ ଖବର କିଛି ଦିନ ତଳେ ଧରିତ୍ରୀ/ଓଡ଼ିଶା ପୋଷ୍ଟରେ ପ୍ରକାଶ ପାଇଥିଲା ା ଏହି ପର୍ଯ୍ୟଟନ କେନ୍ଦ୍ରର କିପରି ଭିତ୍ତିଭୂମିର ବିକାଶ ହୋଇ ପାରିବ ସେ ନେଇ ଗସ୍ତ ବେଳେ ଅନୁଧ୍ୟାନ କରିଥିଲେ ା
ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦିନିଆ ଗସ୍ତରେ ରାଜ୍ୟ ପର୍ଯ୍ୟଟନ ଓଡିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଓ ତାଙ୍କ ପରିବାର ଶନିବାର ଦିନ ବଲାଣୀସ୍ଥିତ ସେଲ (ଷ୍ଟିଲ ଅଥରିଟୀ ଅଫ ଇଣ୍ଡିଆ ଲିମିଟେଡ) କମ୍ପାନୀର କାରୋ ଆତିଥ୍ୟାଳୟରେ ପହଞ୍ଚିି ରାତ୍ରୀଯାପନ କରିଥିଲେ। ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍‌ ରବିବାର ଦିନ ମନ୍ତ୍ରୀ ପାଣିଗ୍ରାହୀ ସେଲ କମ୍ପାନୀର ଲିଜ ପରିସରଭୁକ୍ତ ଅଞ୍ଚଳରେ ମନୋରମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଝିଙ୍କରାନାଳ ଜଳପ୍ରପାତକୁ ସପରିବାର ପରିଦର୍ଶନ ନିମନ୍ତେ ଯାଇଥିଲେ। ସେଠାରେ ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ ଯେ, ଏହି ଜଳପ୍ରପାତ ନିକଟକୁ ଯିବା ଲାଗି କିଭଳି ପର୍ଯ୍ୟଟକ ଆକୃଷ୍ଟ ହେବେ ସେ ନେଇ ତଥ୍ୟ ସଂଗ୍ରହ କରାଯାଉଛି। ଏ ନେଇ କେନ୍ଦୁଝର ଜିଲାପାଳ ଓ ସେଲ କମ୍ପାନୀ ଜିଏମ (ଜେନେଲାର ମ୍ୟାନେଜର)ଙ୍କ ସହ ଆଲୋଚନା କରିବେ। ଆହୁରି ମଧ୍ୟ ମନ୍ତ୍ରୀ ପାଣିଗ୍ରାହୀ କହିଥିଲେ ଯେ, କେନ୍ଦୁଝର ଜିଲାରେ ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ସ୍ଥାନ ରହିଛି। ସେଥିମଧ୍ୟରୁ ଚିହ୍ନଟ ହୋଇଥିବା ପର୍ଯ୍ୟଟନସ୍ଥଳୀ ଓ ଚିହ୍ନଟ ହୋଇନଥିବା ପର୍ଯ୍ୟଟନସ୍ଥଳୀ ବିଷୟରେ ଜିଲାପାଳଙ୍କ ସହ ଶନିବାର ଆଲୋଚନା ହୋଇଛି। ତେବେ ଝିଙ୍କରାନାଳ ଜଳପ୍ରପାତକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିବା ସମ୍ପର୍କରେ ପଚାରିବାରୁ ଜିଲାପାଳଙ୍କ ଠାରୁ ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ପାଣିଗ୍ରାହୀ କହିଥିଲେ। ମନ୍ତ୍ରୀଙ୍କ ପରିବାର ସହ ସେଲ କମ୍ପାନୀ ଜିଏମ୍‌(ଜେନେରାଲ ମ୍ୟାନେଜର) ଅରୁଣ କୁମାର ମିଶ୍ର ଓ ବିଜେଡିର ସ୍ଥାନୀୟ କେତେକ କର୍ମୀମାନେ ଉପସ୍ଥିତ ରହିଥିଲେ। ସେଲ ଜିଏମ ଅରୁଣ କୁମାର ମିଶ୍ର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କମ୍ପାନୀ କାର୍ଯ୍ୟପନ୍ଥା ଆପଣେଇବ। ପରିଦର୍ଶନପରେ ମନ୍ତ୍ରୀ ବଲାଣୀର ବିଭିନ୍ନସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ ଏକ ସ୍କୁଲ ପରିସରରେ ବୃକ୍ଷରୋପଣ କରି ମଧ୍ୟାହ୍ନଭୋଜନ ପରେ ଭୂବନେଶ୍ୱର ଅଭିମୁଖେ ବାହାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri