ଝାରସୁଗୁଡ଼ାରୁ ଆଉ ୨ ସହରକୁ ଉଡ଼ିବ ବିମାନ

ଝାରସୁଗୁଡ଼ା,୧୧।୯(ଡି.ଏନ୍‌.ଏ.): ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଆଉ ୨ଟି ନୂଆ ସହରକୁ ବିମାନ ଉଡିବ। ଏ ନେଇ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଥିବା ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି।
ବୁଧବାର ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିମାନ ଚଳାଚନ ନେଇ ଲୋକସେବା ଭବନରେ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦର ବୈଠକ ବସିଥିଲା। ଏହି ବୈଠକରେ ଆଉ ୨ଟି ନୂଆ ସହର ତଥା କୋଲକାତା ଏବଂ ବେଙ୍ଗାଲୁରୁକୁ ବିମାନ ଉଡ଼ାଣ ପାଇଁ ନିଷ୍ପତ୍ତି ହୋଇଛି। ମାତ୍ର କେବେଠାରୁ ଏବଂ କେଉଁ ସମୟରେ ଏହି ୨ଟି ବିମାନ ଉଡ଼ାଣ କରିବ ସେ ନେଇ ତାରିଖ ଓ ସମୟ ନିର୍ଦ୍ଧାରଣ କରାଯାଇ ନାହିଁ। ପୂର୍ବରୁ ଝାରସୁଗୁଡ଼ାକୁ ୫ଟି ସହରରୁ ବିମାନ ଚଳାଚଳ କରୁଛି। ଏହି ବୈଠକରେ ରାଉରକେଲା ଓ ଜୟପୁର ଏୟାରଷ୍ଟ୍ରିପ ରନଓ୍ବେ ଚଉଡ଼ା କରିବା କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ମଧ୍ୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଛି। ଜୟପୁର ଏୟାରଷ୍ଟ୍ରିପ କାମ ପାଇଁ ୫୫ କୋଟି ଟଙ୍କାର ଟେଣ୍ଡର ସରିଥିବା ମୁଖ୍ୟ ଶାସନ ସଚିବ ତ୍ରିପାଠୀ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଙ୍ଗଲ-ଓଡ଼ିଶା ସୀମାରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ମେଡିକାଲ କଲେଜ, ଇଞ୍ଜିନିୟରିଂ କଲେଜଠାରୁ ଆରମ୍ଭ କରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ଦେବାକୁ କହି ଛାତ୍ରୀଛାତ୍ରଙ୍କୁ ଠକୁଥିବା ଜଣେ ଯୁବକଙ୍କୁ ସୋମବାର କମିଶନରେଟ୍‌...

ରାୟଗଡ଼ାରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ: କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା

ରାୟଗଡ଼ା ଅଫିସ,୩।୬: ଓଡ଼ିଶାର ୨୯ଟି ଜିଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗ୍ରୀନ୍‌ ଜୋନ୍‌ରେ ରହିଥିଲା ରାୟଗଡ଼ା ଜିଲା ମାତ୍ର ବୁଧବାର ରାୟଗଡ଼ାରୁ ଜଣେ...

ଇ-ଶ୍ରମ ପୋର୍ଟାଲ ପଞ୍ଜୀକରଣରେ ଓଡ଼ିଶା ଦ୍ୱିତୀୟ

ଭୁବନେଶ୍ୱର,୨୦।୯: ଅଣସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜୀକରଣ ଲାଗି କେନ୍ଦ୍ର ଶ୍ରମ ଏବଂ ନିୟୋଜନ ମନ୍ତ୍ରଣାଳୟ ପକ୍ଷରୁ ଅଗଷ୍ଟ ୨୬ରୁ ଆରମ୍ଭ କରାଯାଇଥିବା ଇ-ଶ୍ରମ ପୋର୍ଟାଲକୁ ଉତ୍ସାହଜନକ...

ଅଜିତ ଦାସଙ୍କୁ ‘ଜୀବନବ୍ୟାପୀ ସାଧନା’ ପୁରସ୍କାର

ଭୁବନେଶ୍ୱର, ୨୮।୩ (ବ୍ୟୁରୋ): ଓଡ଼ିଶାର ଅଗ୍ରଣୀ ମ୍ୟାନେଜମେଣ୍ଟ ପ୍ରତିଷ୍ଠାନ ହ୍ବାଇଟ୍‌ କାନ୍‌ଭାସ ପକ୍ଷରୁ ଶନିବାର ସ୍ଥାନୀୟ ଏକ ହୋଟେଲରେ ୧୦ମ ରୁଚି ଓଫା ଆଓ୍ବାଡର୍‌ସ ଉତ୍ସବ...

ବିଜେଡିରୁ ବହିଷ୍କୃତ ହେଲେ ରାଜେନ୍ଦ୍ର

ଭୁବନେଶ୍ୱର, ୧୯।୧୦(ବ୍ୟୁରୋ): ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ଦାସ ବିଜେଡିରୁ ବହିଷ୍କୃତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜେନ୍ଦ୍ରଙ୍କୁ...

ଆଜି ପୃଥିବୀର ନିକଟତର ହେବ ଶନି

ଭୁବନେଶ୍ୱର,୨।୮(ବ୍ୟୁରୋ): ଏବେ ଶନି ଗ୍ରହ ପୃଥିବୀର ଅତି ନିକତର ହେଉଥିବାରୁ ବୃହସ୍ପତି ପରି ଉଜ୍ଜ୍ୱଳ ଦେଖାଯାଉଛି। ସୋମବାର ପୂର୍ବାହ୍ନ ୧୧ଟା ୩୦ରେ ଉଭୟ ଆହୁରି ନିକଟତର...

ଯୁକ୍ତ୩ ନାମଲେଖା ପାଇଁ ୨୦ରୁ ଆବେଦନ

ଭୁବନେଶ୍ୱର, ୧୮।୮(ବ୍ୟୁରୋ):ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ଯୁକ୍ତ୩ ଶ୍ରେଣୀରେ ନାମ ଲେଖା ପାଇଁ ଆସନ୍ତା ୨୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରୀଛାତ୍ରମାନେ ୨୦ ତାରିଖ...

ପ୍ରାକୃତିକ ବିପତ୍ତି: ୪ ବର୍ଷରେ ଗଲାଣି ୬୨୨୮ ଜୀବନ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ବିଭିନ୍ନ ସମୟରେ ପ୍ରାକୃତିକ ବିପତ୍ତି ଯୋଗୁ ବହୁମୂଲ୍ୟ ଜୀବନ ହରାଇବାକୁ ପଡୁଛି। ଗତ ୪ ବର୍ଷ ମଧ୍ୟରେ ବଜ୍ରପାତ, ଅଂଶୁଘାତ, ଅଗ୍ନିକାଣ୍ଡ, ବାତ୍ୟା, ଘୂର୍ଣ୍ଣିଝଡ଼,...

Advertisement
Archives

Model This Week