ଜୟ ହିନ୍ଦ୍‌ ଲେଖି ପାକିସ୍ତାନୀ ମହିଳାଙ୍କ ରୋଷର ଶିକାର ହେଲେ ପ୍ରିୟଙ୍କା

ବ୍ୟକ୍ତିଗତ ହେଉ କି ପ୍ରଫେଶନାଲ ଜୀବନ ହେଉ ଦୁଇଟାଯାକରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପୂରା ସନ୍ତୁଳନ ରକ୍ଷା କରିଥାନ୍ତି। ଏମିତିରେ ବି ତାଙ୍କୁ ବହୁବାର ଟ୍ରୋଲ କରିବାକୁ ଚେଷ୍ଟା କରାଯାଇଛି। କିନ୍ତୁ ସେ ଏହାର କଡ଼ା ଜବାବ ରଖି ସମାଧାନ କରିଦିଅନ୍ତି। ଶନିବାର ଲସ୍‌ଏଞ୍ଜେଲସ୍‌ରେ ଚାଲିଥିବା ଏକ ଉତ୍ସବରେ ପ୍ରିୟଙ୍କା ପହଞ୍ଚି ଜଣେ ପାକିସ୍ତାନୀ ମହିଳାଙ୍କଠାରୁ ରୋଷର ଶିକାର ହୋଇଛନ୍ତି।

ପ୍ରିୟଙ୍କା ଉତ୍ସବର କିଛି ସମୟ ପୂର୍ବରୁ ଟୁଇଟ୍‌ କରି ଜୟ ହିନ୍ଦ୍‌, ହିନ୍ଦୁସ୍ତାନ ଅମର ରହେ ଲେଖିଥିଲେ। ଏହାକୁ ନେଇ ଜଣେ ପାକିସ୍ତାନୀ ମହିଳା ପ୍ରିୟଙ୍କାଙ୍କୁ କହିଲେ, ଆପଣ ଶାନ୍ତି ପାଇଁ ସଂଯୁକ୍ତ ରାଷ୍ଟ୍ରର ଆମ୍ବାସଡାର। ଏପରି ଲେଖି ଆପଣ ପାକିସ୍ତାନରେ ପରମାଣୁ ଯୁଦ୍ଧ ଲାଗି ପ୍ରୋତ୍ସାହନ କରୁଛନ୍ତି। ମହିଳାଙ୍କ ଏପରି କଥା ଶୁଣି ପ୍ରିୟଙ୍କା ଶାନ୍ତ ଭାବରେ ଉତ୍ତର ଦେଲେ ପାକିସ୍ତାନରେ ମୋର କିଛି ସାଙ୍ଗ ରହିଛନ୍ତି। ଆଉ ମୁଁ ଭାରତରେ। ଯୁଦ୍ଧ ଏମିତି କୌଣସି ଜିନିଷ ନୁହେଁ ଯେ, ମୁଁ ପ୍ରୋତ୍ସାହିତ କରିବି। ମୁଁ ଦେଶଭକ୍ତ। ମୋତେ ଯେଉଁମାନେ ଭଲ ପାଉଛନ୍ତି ମୁଁ ସେମାନଙ୍କ ଭାବନାକୁ କାହିଁକି ଆଘାତ କରିବି। ପ୍ରିୟଙ୍କା ଆହୁରି କହିଛନ୍ତି, ମୋତେ ଲାଗୁଛି ଆମ ମଝିରେ ଗୋଟିଏ ରାସ୍ତା। ଯେଉଁବାଟ ଦେଇ ଆମକୁ ଯିବାକୁ ପଡ଼ିବ। ଆପଣ ଏପରି କୁହନ୍ତୁ ନାହିଁ। ମୁଁ ସମସ୍ତଙ୍କ ଭଲପାଇବା ପାଇଁ ଏଠି ଅର୍ଥାତ ଲସ୍‌ ଏଞ୍ଜେଲସ୍‌ରେ। ଏହା ପରେ ମହିଳାଙ୍କ ପାଟି ଚୁପ୍‌ ହୋଇ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶାହରୁଖ୍‌ଙ୍କ ସ୍କେଚ୍‌ କଲେ ଅବରାମ: ଟୁଇଟରରେ ପ୍ରଶଂସା କଲେ କିଙ୍ଗ ଖାଁ

ମୁମ୍ବାଇ: ଶାହରୁଖ୍‌ ଖାଁଙ୍କ ପୁଅ ଅବରାମ ପିତାଙ୍କ ସ୍କେଚ୍‌ ଆଙ୍କିଛନ୍ତି। ଏହାକୁ ଦେଖି ଶାହରୁଖ୍‌ ଇମ୍ପ୍ରେସ୍‌ ହୋଇଯାଇଛନ୍ତି। ପୁଅର ସ୍କେଚ୍‌କୁ ଟୁଇଟରରେ ଶେୟାର କରିବା ସହିତ...

ସର୍ବାଧିକ ଆୟକର ଦେଇ ଅକ୍ଷୟ ଓ ସଲମାନଙ୍କୁ ପଛରେ ପକାଇଲେ ଅମିତାଭ

ମୁମ୍ବାଇ,୧୯।୪: ବଲିଉଡ୍‌ର ସୁପରଷ୍ଟାର ତଥା ବିଗ୍‌ ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଭରିଥିବା ଜଣାପଡ଼ିଛି। ଚଳିତ...

ପ୍ରବାସୀ ଶ୍ରମିକଙ୍କ ପାଇଁ ଆଉ ଗୋଟିଏ ପାଦ ଆଗେଇଲେ ସୋନୁ: ଏହି ଆପ୍‌ ଜରିଆରେ ଯୋଗାଇବେ ରୋଜଗାର

ମୁମ୍ବାଇ: କରୋନା ଲକ୍‌ଡାଉନ ସମୟରେ ଦେବଦୂତ ସାଜି ହଜାର ହଜାର ପ୍ରବାସୀ ଶ୍ରମିକଙ୍କୁ ନିଜ ରାଜ୍ୟ ଓ ଘରକୁ ପଠାଇ ଚର୍ଚ୍ଚାକୁ ଆସିଥିଲେ ବଲିଉଡ୍‌ ଅଭିନେତା...

ହାଇଦ୍ରାବାଦ ଭେଟେରିନାରି ଡାକ୍ତରଙ୍କ ବଳାତ୍କାର, ହତ୍ୟା ଘଟଣାକୁ ନେଇ ଫିଲ୍ମ ନିର୍ମାଣ କରିବେ ରାମ ଗୋପାଳ ବର୍ମା

ହାଇଦ୍ରାବାଦ,୧୭।୨: ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏବେ ଏହି...

ଅକ୍ଷୟଙ୍କୁ ଟ୍ବିଙ୍କଲ୍‌ଙ୍କ ପ୍ରଶଂସା

ଅକ୍ଷୟ କୁମାରଙ୍କୁ ବଲିଉଡ୍‌ର ଖେଳାଳି କୁହାଯାଏ। ୫୦ ବର୍ଷ ପାରି ହୋଇଥିବା ଆକ୍ଟରଙ୍କ ମଧ୍ୟରେ ଅକ୍ଷୟ ହେଉଛନ୍ତି ସବୁଠୁ ଫିଟ୍‌। ଅକ୍ଷୟ ସବୁଥିରେ ପାରଙ୍ଗମ ବୋଲି...

ସେଲ୍‌ଫି ନେବାକୁ ପସନ୍ଦ କରନ୍ତିନି ଅନୁଷ୍କା

ସୁପରହିଟ୍‌ ଫିଲ୍ମ ‘ବାହୁବଳୀ’ରେ ଦେବସେନା ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ଅଭିନେତ୍ରୀ ହେଉଛନ୍ତି ଅନୁଷ୍କା ସେଠୀ। ତେବେ ଏହି...

ଖଳନାୟକ ଚରିତ୍ରରେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ୟଶରାଜ ଫିଲ୍ମ ବ୍ୟାନରରେ ପ୍ରସ୍ତୁତ ହେଉଥିବା ଚତୁର୍ଥ ଫିଲ୍ମ ଧୁମ-୪ରେ ଅକ୍ଷୟ କୁମାରଙ୍କ...

୩୦ ବର୍ଷ ପରେ କେମିତି ଦେଖାଯାଉଛନ୍ତି ‘ଆଶିକ’ ନାୟକ

ମୁମ୍ବାଇ: ମହେଶ ଭଟ୍ଟଙ୍କ ନିର୍ଦ୍ଦେଶିତ ମୁଭି ’ଆଶିକ’ର ନାୟକ ରାହୁଲ ରୟ ଆଉ ଲାଇମ ଲାଇଟରେ ନାହାନ୍ତି। ସେ ସମୟର ଏହି ହିଟ୍‌ ନାୟକଙ୍କୁ ଦେଖିଲେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *