Posted inଜାତୀୟ

ଜୋମାଟୋରୁ ଖାଦ୍ୟ ଅର୍ଡର କରି ୮୦ହଜାର ଟଙ୍କାର ଠକେଇର ଶିକାର ହେଲେ ଯୁବତୀ

ହରିୟାଣା,୨୭।୭: ଯଦି ଜୋମାଟୋ ଭଳି ଅନଲାଇନ ଆପ୍‌ରୁ ଖାଇବା ଅର୍ଡର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ। କାରଣ ସାଇବର ଲୁଟେରାମାନେ ଏହି ଆପ୍‌ ଜରିଆରେ ଲୁଟ୍‌ କରୁଥିବା ମାମଲା ସାମ୍ନାକୁ ଆସିଛି। ହରିୟାଣାର ରୋହତକ ଅଞ୍ଚଳରେ ଥିବା ଏମ୍‌ଡି ବିଶ୍ୱବିଦ୍ୟାଳୟର ଏମ୍‌ଏ କରୁଥିବା ଜଣେ ଛାତ୍ରୀ ଖାଦ୍ୟ ଅର୍ଡର କରି ଏବେ ଅନୁତାପ କରୁଛନ୍ତି। କାରଣ ସାଇବର ଲୁଟେରା ଗ୍ୟାଙ୍ଗ ତାଙ୍କ ଆକାଉଣ୍ଟରୁ କିଛି ମିନିଟ୍‌ ମଧ୍ୟରେ ୮୦ ହଜାର ଟଙ୍କା ଲୁଟ୍‌ କରିଛନ୍ତି। ଏବେ ଛାତ୍ରୀ ଜଣକ ନିଜର ଟଙ୍କା ଫେରସ୍ତ ପାଇଁ ଜୋମାଟୋ ଅଫିସ ଓ ପୁଲିସ ଥାନାର ଚକ୍କର କାଟୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସାକ୍ଷୀ ଅନ୍‌ଲାଇନ୍‌ରେ ଠକେଇର ଶିକାର ହୋଇଛନ୍ତି। ସାକ୍ଷୀ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର କରିଥିଲେ। ଏଥିପାଇଁ ସେ ପେଟିଏମ୍‌ରୁ ଟଙ୍କା ଟ୍ରାନ୍ସଫର କରିଥିଲେ। ପ୍ରାୟ ଅଧଘଣ୍ଟା ଭିତରେ ଡେଲିଭରି ବୟ ତାଙ୍କୁ ଖାଇବା ଦେଇ ଚାଲିଯାଇଥିଲା। କିନ୍ତୁ ଯେତେବେଳେ ସେ ଖାଦ୍ୟ ପ୍ୟାକେଟ ଖୋଲିଥିଲେ ତାଙ୍କୁ ନିମ୍ନମାନର ଖାଦ୍ୟ ମିଳିଥିଲା। ସେ ତୁରନ୍ତ ଡେଲିଭରି ବୟକୁ ଫୋନ କରି ଖାଦ୍ୟ ଫେରାଇନେବାକୁ କହିଥିଲେ। ହେଲେ ଡେଲିଭରି ବୟ ଖାଦ୍ୟ ନେବାକୁ ମନା କରିବା ସହ କଷ୍ଟମର କେୟାର ସହ କଥା ହେବାକୁ କହିଥିଲେ। ଏହାପରେ ସାକ୍ଷୀ କଷ୍ଟମର କେୟାର ନିକଟକୁ ଫୋନ କରି ଖାଇବା ଫେରାଇ ନେଇ ତାଙ୍କ ଟଙ୍କା ଫେରସ୍ତ ଦେବା କଥା କହିଥିଲେ। ସାକ୍ଷୀଙ୍କ ସହ କଥା ହେଉଥିବା କଷ୍ଟମର କେୟାରର ଅଧିକାରୀ କଥା ହେବା ସହ ତାଙ୍କଠାରୁ ଆକାଉଣ୍ଟ, ଏଟିଏମ୍‌ ଓ ଫୋନ ନମ୍ବରର ସବିଶେଷ ତଥ୍ୟ ମାଗିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ୮୦ ହଜାର ଟଙ୍କା ଲୁଟ୍‌ କରିନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନେରେଡି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ନୀରବ ସତ୍ୟାଗ୍ରହ

ଗୁଣପୁର,୧୪ା୯(ସୁଜାତା ପାଢ଼ୀ): ବଂଶଧାରା ନଦୀ ତଳମୁଣ୍ଡରେ ପ୍ରସ୍ତାବିତ ନେରେଡି ବ୍ୟାରେଜ ପାଇଁ ଓଡ଼ିଶାର ୧୦୬ ଏକର ସରକାରୀ ଜମି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର ପ୍ରସଙ୍ଗକୁ ବିରୋଧ କରି ଦଣ୍ଡକାରଣ୍ୟ…

ଗଣେଶ ଚତୁର୍ଥୀ ପୂର୍ବରୁ ଜନ୍ମ ନେଲା ହାତୀ ଛୁଆ, କେନ୍ଦୁଝରରେ ଖୁସିର ଲହରୀ

କେନ୍ଦୁଝର,୧୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ଦିନ କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତ ଚମ୍ପୁଆ ରେଞ୍ଜର ବାଲିବନ୍ଧ ସେକ୍ସନ୍‌ରେ ଏକ ନୂତନ ହାତୀ ଛୁଆ ଜନ୍ମ ହୋଇଛି । ଗଣେଶ…

ଦୁର୍ଗାପୂଜା ପୂର୍ବରୁ ବଡ଼ TMCରେ ବଡ଼ ହଲଚଲ: ଭାଜପାରେ ସାମିଲ ହେବେ ୧୭ ବିଦ୍ରୋହୀ ସାଂସଦ, ବଡ଼ ଦାବି କଲେ…

କୋଲକାତା,୧୪।୯: ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (TMC) ଛାଡ଼ି ନ୍ୟାସନାଲିଷ୍ଟ ସିଟିଜେନ ପାର୍ଟି ଅଫ ଇଣ୍ଡିଆ (NCPI)ରେ ଯୋଗ ଦେଇଥିବା କୁଚବିହାର ସାଂସଦ ଜଗଦୀଶ ଚନ୍ଦ୍ର ବର୍ମା…

ଭୁଲରେ ବି ଏପରି ରଖନ୍ତୁ ନାହିଁ ଅଫିସ ବ୍ୟାଗ: କ୍ୟାରିୟର ହେବ ବଡ଼ କ୍ଷତି, ପାଖରୁ ପଳାଇବ ସବୁ ଧନ !

ଅଫିସରୁ ଫେରିବା ପରେ ଥକିଯାଇ ଅନେକ ସମୟରେ ଆମେ ନିଜ ଅଫିସ ବ୍ୟାଗକୁ ଘରର ଯେକୌଣସି ସ୍ଥାନରେ ରଖିଦେଉ। କେହି କେହି ତ ବ୍ୟାଗ ଖୋଲିବା ମାତ୍ରେ…

Viral Video: ନିଷ୍ପାପ ଶିଶୁ ସହ ଏମିତି ଖୁସି ମଜା କରୁଛି ମାଙ୍କଡ଼, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରାୟତଃ ପଶୁ ଏବଂ ମଣିଷଙ୍କ ଭିଡିଓ ଦେଖିବାକୁ ମିଳିଥାଏ। ଏଥିରୁ କିଛି ଭିଡିଓ ଭୟଙ୍କର ହୋଇଥିବାବେଳେ ଆଉ କିଛି ଭିଡିଓ ଖୁସି ଆଣି ଦେଇଥାଏ।…

ଜିନପିଙ୍ଗଙ୍କୁ ପସନ୍ଦ ଭାରତ ଚା’! ମୋଦିଙ୍କ ସହ ନେଲେ ମଜା

ନୂଆଦିଲ୍ଲୀ/ବେଜିଂ,୧୪।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ଗସ୍ତକୁ ବେଶ ଉପଭୋଗ କରୁଛନ୍ତି। ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିବା ପରେ ସେ ସ୍ଥାନୀୟ…

ମନ୍ତ୍ରୀଙ୍କ ବଡ଼ ସୂଚନା, ଓଡ଼ିଶା ବଜାରକୁ ଆସିବ ଓମ୍‌ଫେଡ ଆଇସକ୍ରିମ୍ ଓ ପାଣି

ଭୁବନେଶ୍ବର,୧୪ା୯: ଓଡ଼ିଶାର ଲୋକପ୍ରିୟ ଦୁଗ୍ଧ କମ୍ପାନୀ ଓମ୍‌ଫେଡ୍‌ ଏଣିକି ଆଇସକ୍ରିମ୍ ଓ ପାଣି ମଧ୍ୟ ବଜାରକୁ ଆଣିବାକୁ ଯୋଜନା କରୁଛି । ଏନେଇ ସୂଚନା ଦେଇଛନ୍ତି ମତ୍ସ୍ୟ…

ଗଣେଶ ପୂଜାରେ ଅଘଟଣ: ମଣ୍ଡପକୁ ଯିବା ଲାଗି ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ବାଲେଶ୍ୱର,୧୪ା୯(ବାଞ୍ଛାନିଧି ଦେ): ଅଗ୍ରପୂଜ୍ୟ ଗଣପତି ବାବାଙ୍କ ପୂଜା ଉତ୍ସବ ସୋମବାର ଧୂମ୍‌ଧାମରେ ପାଳିତ ହେଉଥିବାବେଳେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?