ଜେଲ ଗଲେ କୋଟିପତି ସରପଞ୍ଚ

ବ୍ରହ୍ମପୁର ଅଫିସ,୧୨ା୭-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ସରପଞ୍ଚ ତଥା ବିଜେଡି ନେତା ଉଷାନ୍ତ କୁମାର ସାହୁଙ୍କୁ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସ ଗିରଫ କରିଛି ।
ମାମଲା ନଂ ୧୬/୧୯ରେ ତାଙ୍କୁ କୋର୍ଟଚାଲାଣ କରାଯାଇଥିବା ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ ସୂଚନା ଦେଇଛନ୍ତି ।
ସରପଞ୍ଚଙ୍କ ଆୟ ବହିର୍ଭୂତ ସମ୍ପତ୍ତି ମୂଲ୍ୟ ୧ କୋଟି ୫୪ ଲକ୍ଷ ୫୬ ହଜାର ୬୪୩ ଟଙ୍କା ଆକଳନ କରାଯାଇଛି । ସରପଞ୍ଚଙ୍କ ଆୟ ତୁଳନାରେ ଶତକଡ଼ା ୩୪୦ ପ୍ରତିଶତ ସମ୍ପତ୍ତି ଠୁଳ ଥିବା ଭିଜିଲାନ୍ସ ବିଭାଗ ତରଫରୁ ଆକଳନ କରାଯାଇଥିଲା ବୋଲି ସେ କହିଛନ୍ତି । ବୁଧବାର ସରପଞ୍ଚଙ୍କ ବାସଭବନରେ ଚଢ଼ାଉ ବେଳେ ତାଙ୍କ ଠାକୁର ଘରୁ ମିଳିଥିବା ଏକ ମାଉଜର ଓ ୬ ରାଉଣ୍ଡ ଗୁଳି ଭିଜିଲାନ୍ସ ବିଭାଗ କର୍ମଚାରୀମାନେ ଜବତ କରିଥିଲେ। ତେବେ ଏହା ସେ ବେଆଇନ ଭାବେ ଘରେ ରଖିଥିବା ଜଣାପଡ଼ିବା ପରେ ଏନେଇ ଦିଗପହଣ୍ଡି ଥାନାଧିକାରୀଙ୍କୁ ଭିଜିଲାନ୍ସ ବିଭାଗ ତରଫରୁ ଅଭିଯୋଗ କରାଯାଇଥିବା ଏସ୍‌ପି ସ୍ବାଇଁ କହିଛନ୍ତି । ପ୍ରକାଶ ଯେ, ବୁଧବାର ଭୋର ପ୍ରାୟ ୫ଟାରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା। ତାଙ୍କ ବାସଭବନରୁ ଏକ ମାଉଜର, ୬ ଗୁଳି, ସୁନା ଅଳଙ୍କାର, ରୁପା ଅଳଙ୍କାର, ୪ ବାସଗୃହ, ଦିଗପହଣ୍ଡି ପୁଞ୍ଜିକୟଁା ଛକରେ ୩ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା, ୧୫ ଲକ୍ଷ ଟଙ୍କା ମୂଲ୍ୟର ୧୪ ପ୍ଲଟ, ୩୦ ଲକ୍ଷ ଟଙ୍କା ମୂଲ୍ୟର ୨ଟି ୪ ଚକିଆ ଗାଡ଼ି, ୨ଟି ବାଇକ୍‌, ଏଲଆଇସି ଓ ବିଭିନ୍ନ ବ୍ୟାଙ୍କରେ ଥିବା ସ୍ଥାୟୀ ଜମା ନଥିପତ୍ର, ନଗଦ ୪୦,୬୦୦ ଟଙ୍କା ପ୍ରଭୃତି ପ୍ରାୟ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଥିବା ଭିଜିଲାନ୍ସ ଏସ୍‌ପି ସ୍ବାଇଁ କହିଛନ୍ତି। ବ୍ରହ୍ମପୁର ଭିଜିଲାନ୍ସ ଡିଏସ୍‌ପି ଏସ୍‌.ଏନ୍‌. ପାଣିଗ୍ରାହୀ, ଇନ୍ସପେକ୍ଟର କୁମୁଦିନୀ ସାହୁ ଓ ସୋମନାଥ ବାରିକ ପ୍ରମୁଖ ସରପଞ୍ଚଙ୍କ ଦିଗପହଣ୍ଡି ବ୍ଲକ ନବରଙ୍ଗପୁର ଗ୍ରାମର ପୈତୃକ ଘର, ରାଜପୁର ଗ୍ରାମରେ ଥିବା ୧ ମହଲା ଘର, ଆଙ୍କୋରଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପ୍ରଭୃତି ୬ଟି ଜାଗାରେ ଚଢ଼ାଉ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଘରପଟ୍ଟା ପାଇଁ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ବଳଦିଆଡ଼ିହ ଗ୍ରାମବାସୀ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଗଞ୍ଚାମ ବ୍ଲକ୍‌ ହୁମା ପଞ୍ଚାୟତ ଅନ୍ତର୍ଗତ ବଳଦିଆଡ଼ିହ ଗ୍ରାମର ଗ୍ରାମବାସୀମାନେ ହୁମା ପଞ୍ଚାୟତର ସମିତି ସଭ୍ୟ ଧ୍ରୁବ ଚରଣ ସାହୁଙ୍କ ନେତୃତ୍ୱରେ ଗଞ୍ଜାମ ତହସିଲଦାର…

ପ୍ରଧାନ ଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ: ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri