ଜେଲ୍‌ ଗଲେ ହଳଦୀ ମିଲ୍‌ ମାଲିକ

ବଲାଙ୍ଗୀର ଅଫିସ,୨୩ା୧୦- ହଳଦୀ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ କରୁଥିବା ଜଣାପଡିବା ପରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପକ୍ଷରୁ କ୍ଲବ୍‌ପଡା ଲିଟେରାରୀ ଆଣ୍ଡ ସୋସିଆଲ କ୍ଲବ୍‌ ନିକଟରେ ଥିବା ଶର୍ମା ଫୁଡ୍‌ ଫ୍ୟାକ୍ଟ୍ରିରେ ସେମବାର ଚଢ଼ାଉ କରାଯାଇଥିଲା । ପୋଲିସ ଓ ମେଡିକାଲ ଟିମ୍‌ ଚଢ଼ାଉ ପରେ ସେଠାରେ ବହୁ ପରିମାଣର ଅପମିଶ୍ରଣ ସାମଗ୍ରୀ ଓ ଏକ କମ୍ପାନୀ ନାମ ଲେଖା ଥିବା ପଲିଥିନ୍‌ ପ୍ୟାକେଟ୍‌ ଜବତ କରାଯାଇଥିଲା ା ଏହି ଅପମିଶ୍ରଣ ଅଭିଯୋଗରେ ଶର୍ମା ଫୁଡ୍‌ ଫ୍ରାକ୍ଟ୍ରିର ମାଲିକ ରାକେଶ ଶର୍ମାଙ୍କୁ ପୋଲିସ ଅଟକ ରଖି ପୁରାଉଚରା କରୁଥିଲା। ମଙ୍ଗଳବାର ତାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ଶର୍ମାଙ୍କୁ ଜେଲ ହାଜତକୁ ପଠାଇ ଦିଆ ଯାଇଛି।
ସଦର ଏସଡିପିଓ ଶ୍ରୀମନ୍ତ ବାରିକ ଓ ଟାଉନ୍‌ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ପୋଲିସ ଟିମ୍‌ ସହ ସୋମବାର ଶର୍ମା ଫୁଡ୍‌ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ସେଠାରେ ହଦଳୀ ଓ ସେଥିରେ ଅପମିଶ୍ରଣ ପାଇଁ ରଖାଯାଇଥିବା ଚାଉଳ ଗୁଣ୍ଡ, ଚଷୁ, କୁଣ୍ଡା, ଧଳାଗୁଣ୍ଡ, ଫିଙ୍ଗି ଦିଆଯାଉଥିବା ଡାଳପତ୍ର ଥିବା ଦେଖାଯାଇଥିଲା ା ଉପରୋକ୍ତ ସାମଗ୍ରୀ ସବୁକୁ କିଛି ହଳଦୀ ସହ ମିଶ୍ରଣ କରି ଶର୍ମା ଫୁଡ୍‌ ପକ୍ଷରୁ ବଜାରକୁ ଛଡା ଯାଉଥିଲା ା ଛତିଶଗଡ ଠିକଣା ଲେଖାଥିବା ଏଟିଏମ୍‌ ନାମକ ଏକ କମ୍ପାନୀ ନଁା ଳେଖାଥିବା ରଙ୍ଗୀନ୍‌ ଓ ଆକର୍ଷଣୀୟ ପଲିଥିନ୍‌ ପ୍ୟାକ୍‌ରେ ଏହି ଅପମିଶ୍ରିତ ହଳଦୀ ପ୍ୟାକିଂ କରାଯାଉଥିବା ଜଣାପଡିଥିଲା ା ଏଟିଏମ କମ୍ପାନୀ ଲେଖାଥିବା ପଲିଥିନ୍‌ ପ୍ୟାକ୍‌ରେ ଅପମିଶ୍ରିତ ହଳଦୀ ପ୍ୟାକିଂ କରି ବଜାରକୁ ବିକ୍ରି ଉଦ୍ଦେଶ୍ୟରେ ଛଡା ଯାଉଥିଲା ା ପୋଲିସ ଟିମ୍‌ ଓ ମେଡିକାଲ ଟିମ୍‌ କାରଖାନାରେ ଅପମିଶ୍ରଣ ସାମଗ୍ରୀ ତଦାରଖ କରି ଉଚ୍ଚତର ପରୀକ୍ଷା ପାଇଁ ସେଠାରୁ ନମୂନା ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦେହାନ୍ତ

ବୋଲଗଡ/ବେଗୁନିଆ,୨୫। ୧ (ଡି.ଏନ୍‌.ଏ.): ବୋଲଗଡ଼-ବେଗୁନିଆର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କର ରବିବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି।...

କ୍ଷତିଗ୍ରସ୍ତଙ୍କୁ ବଗଲା ଧର୍ମଶାଳା ଜମି ବିକ୍ରି

ପୁରୀ ଅଫିସ,୧୯ା୮: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟବସାୟ ପ୍ରତିଷ୍ଠାନ ହରାଇଥିବା କ୍ଷତିଗ୍ରସ୍ତଙ୍କୁ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ବିକ୍ରି କରାଯାଇଛି। ୬ଜଣ...

ପୋଲିସ ବିରୋଧରେ ବଢୁଛି ଜନଅସନ୍ତୋଷ

କେନ୍ଦ୍ରାପଡା ଅଫିସ, ୨୦।୯:ପଟ୍ଟାମୁଣ୍ଡାଇ ଥାନା ହାଜତ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

୨୮ ହାବିଲଦାରଙ୍କ ପଦୋନ୍ନତି

କଟକ ଅଫିସ, ୨୯।୧୧- ଓଡ଼ିଶା ପୋଲିସରେ କାର୍ଯ୍ୟରତ ୨୮ ଜଣ ହାବିଲଦାରଙ୍କୁ ହାବିଲଦାର ମେଜର ପଦବୀକୁ ପଦୋନ୍ନତି ଦିଆଯାଇଛି। ଏ ନେଇ ଶୁକ୍ରବାର ପୋଲିସ ମୁଖ୍ୟାଳୟ...

ଜମୁର୍ଡାରେ ଗୁଳିକାଣ୍ଡ : ଜଣଙ୍କ ଜୀବନ ଗଲା

ବରଗଡ଼ ଅଫିସ,୧୦ା୬: ବରଗଡ଼ ଟାଉନ ଥାନା ଅନ୍ତର୍ଗତ ଜମୁର୍ଡା ଗ୍ରାମରେ ରବିବାର ବିଳମ୍ବିତ ରାତ୍ରିରେ ଗୁଳିକାଣ୍ଡ ଘଟିଛି । ଗୁଳିକାଣ୍ଡରେ ଜଣଙ୍କର ଜୀବନ ଯାଇଛି। ମୃତକ...

ରାସ୍ତାରେ କାମୁଡ଼ିଲେ ମହୁମାଛି

ବୌଦ୍ଧ,୧୯ା୩(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଡିଗିସିରାରେ ରବିବାର ମହୁମାଛି ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ସେ ହେଲେ ଡିଗିସିରାର ଭଗବାନ ପ୍ରଧାନ(୬୦)। ମିଳିଥିବା...

ବାଲିଯାତ୍ରାକୁ ଜାତୀୟ ମାନ୍ୟତା ଦାବି: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ମଣ୍ଡଳୀ

କଟକ ଅଫିସ, ୨ା୧୧: କଟକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ଦାବିରେ ଏକ ପ୍ରତିନିଧି ମଣ୍ଡଳୀ ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ। ସହରର...

ଆୟୁର୍ବେଦ ଚିକିତ୍ସକଙ୍କ ଦ୍ୱାରା ଅସ୍ତ୍ରୋପଚାରକୁ ବିରୋଧ

ଯାଜପୁର ଅଫିସ,୭ା୧୨: ଆୟୁର୍ବେଦ ଚିକିତ୍ସକମାନେ ରୋଗୀଙ୍କ କେତେକ ନିର୍ଦ୍ଦିଷ୍ଟ ଅସ୍ତ୍ରୋପଚାର କରିପାରିବେ। ଏନେଇ ଗତ ନଭେମ୍ବର ୧୯ରେ ଆୟୁଷ ମନ୍ତ୍ରଣାଳୟ ଅଧୀନ ଭାରତୀୟ ଚିିକିତ୍ସା କେନ୍ଦ୍ରୀୟ...

Advertisement
Archives

Model This Week