ଜେଲ୍‌ ଗଲେ ହଳଦୀ ମିଲ୍‌ ମାଲିକ

ବଲାଙ୍ଗୀର ଅଫିସ,୨୩ା୧୦- ହଳଦୀ ଭଳି ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ କରୁଥିବା ଜଣାପଡିବା ପରେ ବଲାଙ୍ଗୀର ଟାଉନ ଥାନା ପୋଲିସ ପକ୍ଷରୁ କ୍ଲବ୍‌ପଡା ଲିଟେରାରୀ ଆଣ୍ଡ ସୋସିଆଲ କ୍ଲବ୍‌ ନିକଟରେ ଥିବା ଶର୍ମା ଫୁଡ୍‌ ଫ୍ୟାକ୍ଟ୍ରିରେ ସେମବାର ଚଢ଼ାଉ କରାଯାଇଥିଲା । ପୋଲିସ ଓ ମେଡିକାଲ ଟିମ୍‌ ଚଢ଼ାଉ ପରେ ସେଠାରେ ବହୁ ପରିମାଣର ଅପମିଶ୍ରଣ ସାମଗ୍ରୀ ଓ ଏକ କମ୍ପାନୀ ନାମ ଲେଖା ଥିବା ପଲିଥିନ୍‌ ପ୍ୟାକେଟ୍‌ ଜବତ କରାଯାଇଥିଲା ା ଏହି ଅପମିଶ୍ରଣ ଅଭିଯୋଗରେ ଶର୍ମା ଫୁଡ୍‌ ଫ୍ରାକ୍ଟ୍ରିର ମାଲିକ ରାକେଶ ଶର୍ମାଙ୍କୁ ପୋଲିସ ଅଟକ ରଖି ପୁରାଉଚରା କରୁଥିଲା। ମଙ୍ଗଳବାର ତାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିଲା। ଜାମିନ୍‌ ନାମଞ୍ଜୁର ହେବାରୁ ଶର୍ମାଙ୍କୁ ଜେଲ ହାଜତକୁ ପଠାଇ ଦିଆ ଯାଇଛି।
ସଦର ଏସଡିପିଓ ଶ୍ରୀମନ୍ତ ବାରିକ ଓ ଟାଉନ୍‌ ଥାନା ଅଧିକାରୀ ସଂଗ୍ରାମ କେଶରୀ ପଟ୍ଟନାୟକ ପୋଲିସ ଟିମ୍‌ ସହ ସୋମବାର ଶର୍ମା ଫୁଡ୍‌ ଫ୍ୟାକ୍ଟ୍ରି ଉପରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ସେଠାରେ ହଦଳୀ ଓ ସେଥିରେ ଅପମିଶ୍ରଣ ପାଇଁ ରଖାଯାଇଥିବା ଚାଉଳ ଗୁଣ୍ଡ, ଚଷୁ, କୁଣ୍ଡା, ଧଳାଗୁଣ୍ଡ, ଫିଙ୍ଗି ଦିଆଯାଉଥିବା ଡାଳପତ୍ର ଥିବା ଦେଖାଯାଇଥିଲା ା ଉପରୋକ୍ତ ସାମଗ୍ରୀ ସବୁକୁ କିଛି ହଳଦୀ ସହ ମିଶ୍ରଣ କରି ଶର୍ମା ଫୁଡ୍‌ ପକ୍ଷରୁ ବଜାରକୁ ଛଡା ଯାଉଥିଲା ା ଛତିଶଗଡ ଠିକଣା ଲେଖାଥିବା ଏଟିଏମ୍‌ ନାମକ ଏକ କମ୍ପାନୀ ନଁା ଳେଖାଥିବା ରଙ୍ଗୀନ୍‌ ଓ ଆକର୍ଷଣୀୟ ପଲିଥିନ୍‌ ପ୍ୟାକ୍‌ରେ ଏହି ଅପମିଶ୍ରିତ ହଳଦୀ ପ୍ୟାକିଂ କରାଯାଉଥିବା ଜଣାପଡିଥିଲା ା ଏଟିଏମ କମ୍ପାନୀ ଲେଖାଥିବା ପଲିଥିନ୍‌ ପ୍ୟାକ୍‌ରେ ଅପମିଶ୍ରିତ ହଳଦୀ ପ୍ୟାକିଂ କରି ବଜାରକୁ ବିକ୍ରି ଉଦ୍ଦେଶ୍ୟରେ ଛଡା ଯାଉଥିଲା ା ପୋଲିସ ଟିମ୍‌ ଓ ମେଡିକାଲ ଟିମ୍‌ କାରଖାନାରେ ଅପମିଶ୍ରଣ ସାମଗ୍ରୀ ତଦାରଖ କରି ଉଚ୍ଚତର ପରୀକ୍ଷା ପାଇଁ ସେଠାରୁ ନମୂନା ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି, ଜନନାୟକ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଆସିକା ଜାତୀୟ ରାଜପଥ କଡ଼ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ପରିସରରେ ଥିବା ଶ୍ରୀ ମୁକ୍ତେଶ୍ଵର ଶୈବପୀଠ କଲ୍ୟାଣ…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

ତାତିଲେ ଚାଷୀ, ଜେସିବି ଲଗାଇ କାଟିଦେଲେ ଘାଇ, ପାଣିରେ ବୁଡ଼ିଲା ଶହଶହ ଏକର ଚାଷଜମି

ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

କାର-ବୁଲେଟ୍ ମୁହାଁମୁହିଁ ଧକ୍କା, ଚାଲିଗଲା ବିଏସଏଫ ଯବାନଙ୍କ ଜୀବନ

ରିଆମାଳ,୧୬।୮(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ଥାନା କଟାସର ଶିବ ମନ୍ଦିର‌ ଘାଟିରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri